ଭୁବନେଶ୍ୱର (ପ୍ରଦୀପ ଭାରତୀ): କପିଳଦେବଙ୍କ ପରେ ଭାରତୀୟ କ୍ରିକେଟ୍ ଦଳରେ ଭଲ ଅଲ୍ରାଉଣ୍ଡରଙ୍କ ଅଭାବ ଦୀର୍ଘ ଦିନ ଧରି ରହି ଆସିଛି । ମନୋଜ ପ୍ରଭାକର, ଜଭଗଲ ଶ୍ରୀନାଥ, ଇର୍ଫାନ୍ ପଠାନ୍, ଅଜିତ୍ ଅଗରକରଙ୍କ ପରି ମିଡିୟମ୍ ପେସର ଖେଳାଳି କିଛି ଦିନ ପାଇଁ ପ୍ରଭାବୀ ପ୍ରଦର୍ଶନ କରିଥିଲେ ମଧ୍ୟ ଦୀର୍ଘ ସମୟ ପାଇଁ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିପାରି ନ ଥିଲେ। କିନ୍ତୁ ବିରାଟ ବାହିନୀର ଆଙ୍ଗ୍ରି ୟଂଗ୍ମ୍ୟାନ୍ ହାର୍ଦ୍ଦିକ ପାଣ୍ଡ୍ୟା ବହୁ ମ୍ୟାଚ୍ରେ ଉଭୟ […]
ମୁମ୍ୱାଇ : ବଲିଉଡ୍ର ପ୍ରସିଦ୍ଧ ଅଭିନେତ୍ରୀ ଦୀପିକା ପାଦୁକୋନ୍ଙ୍କ ଆଗାମୀ ଫିଲ୍ମ ‘ଛପାକ୍ ’ ଚଳିତ ମାସରେ ପରଦାକୁ ଆସୁଛି। ଏହି ଫିଲ୍ନରେ ସେ ଏସିଡ୍ ଆଟାକ୍ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲ୍ଙ୍କ ଚରିତ୍ରରେ ନଜର ଆସିବେ । ବର୍ତ୍ତମାନ ସେ ନିଜର ଏହି ଫିଲ୍ମର ପ୍ରମୋସନରେ ପୁରା ବ୍ୟସ୍ତ । ଆଉ ଏହାରି ଭିତରେ ସେ ଅନେକ ରିଆଲିଟି ସୋ’ କୁ ମଧ୍ୟ ଯାଇଛନ୍ତି । କିନ୍ତୁ ଏହି ଫିଲ୍ମକୁ ନେଇ ମିଡିଆ ଇଣ୍ଟରାକ୍ସନ ସମୟରେ ଜଣେ […]
ପରମ ରହସ୍ୟମୟ ଠାକୁର ଶ୍ରୀଜଗନ୍ନାଥ। ଶ୍ରୀକ୍ଷେତ୍ର ହେଉଛି ତାଙ୍କର ପ୍ରମୁଖ ଲୀଳାକ୍ଷେତ୍ର। ଏହି ସ୍ଥାନରେ ଜଗନ୍ନାଥ ବିଜେ କରିଛନ୍ତି। ଅତୀତରେ ବିଧର୍ମୀମାନଙ୍କ କବଳରୁ ଶ୍ରୀବିଗ୍ରହମାନଙ୍କୁ ରକ୍ଷା କରିବା ପାଇଁ କେତେବେଳେ ଶ୍ରୀମନ୍ଦିରରୁ ସାମୟିକ ଭାବେ ସ୍ଥାନାନ୍ତରିତ ହୋଇଛନ୍ତି ତ’ କେବେ ପାତାଳି ହୋଇ ଗୁପ୍ତରେ ରହି ସେବା ପାଇଛନ୍ତି। ତେଣୁ ମହାପ୍ରଭୁଙ୍କର ଅନେକ ଗୁପ୍ତରହଣି କ୍ଷେତ୍ର ଏବେ ବି ମୂକସାକ୍ଷୀ ହୋଇ ଇତିହାସକୁ ବାଟ କଢ଼ାଉଛି। ମାଦଳା ପାଞ୍ଜିରୁ ଜଣାଯାଏ ୧୫୭୮ରୁ ୧୭୩୩ ମସିହା ପର୍ଯ୍ୟନ୍ତ ପ୍ରାୟ […]
ମୁମ୍ବାଇ : ଲଗାଣ ବର୍ଷାରେ ବେହାଲ ମୁମ୍ବାଇ । ଲଗାତର ଚତୁର୍ଥ ଦିନ ପାଇଁ ବର୍ଷା ଜାରି ରହିଥିବାବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଚାରିଆଡେ ପାଣି ହିଁ ପାଣି। ରାସ୍ତା ଘାଟ, ଜାତୀୟ ରଜାପଥ, ଟ୍ରେନ ଲାଇନ୍ ସବୁଠି ସମାନ ଅବସ୍ଥା । କେଉଁଠି ପାଣି ଯୋଗୁଁ ବିଚ୍ ରାସ୍ତାରେ ଗାଡି ମଟର ଅଟକି ରହିଛି ତ କେଉଁଠି ଅଣ୍ଟେ ପାଣିରେ ଲୋକେ ପାର ହେଉଛନ୍ତି। ଲଗାତର ଚାରିଦିନର ଲଗାଣ ବର୍ଷା ପରେ ଦାଦର, […]
ଅହମ୍ମଦାବାଦ୍ : ଅନେକ କୁହନ୍ତି ପୁଅଟିଏ ଯେଉଁ କାମ କରିପାରେ ଝିଅଟିଏ କରିପାରେନା । କିନ୍ତୁ ସମୟ ବଦଳିବା ଏସବୁ କଥାରେ ପରିବର୍ତ୍ତନ ଘଟିଲାଣି । ଆଜିକା ସମୟରେ ଝିଅମାନେ ଆଉ ଅବଳା ଦୁର୍ବଳା ନୁହଁନ୍ତି , ସେମାନେ ନିଜକୁ ସବୁ ପରିସ୍ଥିତିରେ କଠିନ ପରିଶ୍ରମ କରି ନିଜକୁ ସକ୍ଷମ କରିପାରିଛନ୍ତି । ଏହାର ଅନେକ ଉଦାହରଣ ଦେଖିବାକୁ ମିଳେ । ସେମାନଙ୍କ ମଧ୍ୟରୁ ଅଙ୍କିତା ଜଣେ । ଅହମ୍ମଦାବାଦ୍ରେ ରହୁଥିବା ୩୫ ବର୍ଷୀୟା ଅଙ୍କିତା ଶାହ […]
ବ୍ୟାଙ୍କକ୍ : ଥାଇଲାଣ୍ଡ ଗୁମ୍ଫାରେ ଫସି ରହିଥିବା ୧୨ କିଶୋର ଫୁଟବଲ ଖେଳାଳି ଏବଂ କୋଚ୍ ଉଦ୍ଧାର। ସମସ୍ତଙ୍କୁ ସଫଳତାର ସହ ଉଦ୍ଧାର କଲେ ଉଦ୍ଧାରକାରୀ ଟିମ୍। ସୂଚନା ଯେ, ଗତ ୨୩ ତାରିଖରେ ଉତ୍ତର ଥାଇଲାଣ୍ଡର ୧୨ ଜଣ ଫୁଟବଲ ଖେଳାଳି ସେମାନଙ୍କ କୋଚ୍ଙ୍କ ସହ ଉତ୍ସୁକତାର ସହ ଗୁମ୍ଫାରେ ପଶିଥିଲେ। ତେବେ ପ୍ରବଳ ବର୍ଷାରେ ଗୁମ୍ଫାରେ ପାଣି ପଶିଯିବାରୁ ଏହି ଖେଳାଳିମାନେ ବାଟ ଭୁଲି ତା ଭିତରେ ଫସି ଯାଇଥିଲେ। ପରେ ଏମାନଙ୍କୁ ବହୁ […]
ଗୌହାଟୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲା ବର୍ଷା କାରଣରୁ ବାତିଲ ହୋଇଛି। ରବିବାର ଏଠାକାର ବର୍ଷାପଡ଼ା କ୍ରିକେଟ୍ ଷ୍ଟାଡିୟମରେ ଟସ୍ ପରେ ଗୋଟିଏ ବି ବଲ୍ ପଡ଼ିବା ପୂର୍ବରୁ ମ୍ୟାଚକୁ ବାତିଲ କରିଦିଆଯାଇଛି। ଟସ୍ ପରେ ଲଗାତର ବର୍ଷା କାରଣରୁ ମ୍ୟାଚ୍ ଆରମ୍ଭ ହୋଇପାରିନଥିଲା। ବର୍ଷା ବନ୍ଦ ହେବା ସତ୍ତ୍ୱେ ଆଉଟ୍ ଫିଲ୍ଡ ଓ ପିଚ୍ ଓଦା ରହିବା କାରଣରୁ ଅମ୍ପାୟାର ଶେଷରେ ମ୍ୟାଚକୁ ବାତିଲ କରିବାକୁ ନିଷ୍ପତ୍ତି […]
ନୂଆଦିଲ୍ଲୀ: ଆଜି ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍ୟୁ) ପରିସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଏବଂ ବାମପନ୍ଥୀ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ଦେଖିବାକୁ ମିଳିଛି। ଉଭୟ ଗୋଷ୍ଠୀ ପରସ୍ପରକୁ ପ୍ରଥମେ ଆକ୍ରମଣ କରିଥିବା ଦୋଷ ଦେଇଛନ୍ତି। ଏହି ଘଟଣାରେ ଜେଏନ୍ୟୁଏସ୍ୟୁ ସଭାପତି ଆଇଶି ଘୋଷ ମଧ୍ୟ ଆହତ ହୋଇଛନ୍ତି। ତାଙ୍କ ଉପରେ କରାଯାଇଥିବା ଆକ୍ରମଣ ପଛରେ ଏବିଭିପି ଅଛି ବୋଲି ବାମପନ୍ଥୀ ଛାତ୍ରଗୋଷ୍ଠୀଙ୍କ ପକ୍ଷରୁ ଅଭିଯୋଗ ଅଣାଯାଇଛି। ଘୋଷଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଛି। ଏହି […]
ଇସ୍ଲାମାବାଦ୍ : ପାକିସ୍ତାନରେ ଶିଖ୍ ଯୁବକଙ୍କୁ ହତ୍ୟା । ପାକିସ୍ତାନର ପେଶାଓ୍ୱରରେ ଶିଖ୍ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ପାକ୍ରେ ଗୁରୁଦ୍ୱାର ଉପରେ ଆକ୍ରମଣର ୨ ଦିନ ପରେ ଏଭଳି ବର୍ବରତା ଦେଖିବାକୁ ମିଳିଛି । ଗୁଳି କରି ହତ୍ୟା ପରେ ଅଜ୍ଞାତ ବ୍ୟକ୍ତି ଫେରାର ହୋଇଯାଇଛି । ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ମୃତ ଯୁବକଙ୍କ ଭାଇ ପାକିସ୍ତାନର ଜଣେ ଜଣାଶୁଣା ସାମ୍ବାଦିକ ବୋଲି ଜଣାପଡିଛି । ସେପଟେ ଘଟଣାକୁ […]
ଗୌହାଟି : ବିରାଟଙ୍କ ଆଉ ଜଣେ ଜବରା ଫ୍ୟାନ୍। ଭଙ୍ଗା ମୋବାଇଲରେ ତିଆରି କଲେ ବିରାଟ କୋହଲିଙ୍କ ପ୍ରତିମୂର୍ତ୍ତି । ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହେବେ । ଏହି ଫଟୋଟି ପେନସିଲ୍ କିମ୍ବା ତୁଳୀରେ ତିଆରି କରାଯାଇନାହିଁ । ସାମ୍ନାରୁ ଦେଖିଲେ ଲାଗୁଛି ସତେ ଯେମିତି ପେନସିଲ୍ କିମ୍ବା ତୁଳୀରେ ତିଆରି ହୋଇଛି ବିରାଟଙ୍କ ପ୍ରତିମୂର୍ତ୍ତି । ହେଲେ ଯଦି ଏହାକୁ ଯେ କୌଣସି ଏକ ପାର୍ଶ୍ୱ କିମ୍ବା ନିକଟରୁ ଦେଖିବେ ତେବେ ଜାଣିପାରିବେ ଏହା ମୋବାଇଲରେ […]
ବ୍ୟାଙ୍କକ୍: ଥାଇଲାଣ୍ଡ ଗୁମ୍ଫା ଭିତରେ ଫସି ରହିଥିବା ଫୁଟବଲ ଖେଳାଳିଙ୍କୁ ଉଦ୍ଧାର କରିବା ପାଇଁ ଚାଲିଥିବା ଉଦ୍ଧାରକାର୍ଯ୍ୟ ଆଜି ଶେଷ ହେବାର ସମ୍ଭାବନା ଅଛି। ରବିବାର ୪ ଜଣଙ୍କୁ ଗୁମ୍ଫା ଭିତରୁ ଉଦ୍ଧାର କରାଯିବା ପରେ ଗତକାଲି ଆଉ ୪ ଜଣଙ୍କୁ ଉଦ୍ଧାର କରାଯାଇଛି। ଏବେ ବି ଏହି ଗୁମ୍ଫାରେ କୋଚ୍ଙ୍କ ସମେତ ଆହୁରି ୪ ଜଣ ଅଛନ୍ତି। ଉଦ୍ଧାର ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି ବୋଲି ଜଣାପଡ଼ିଛି। […]