• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

ir
କ୍ରିକେଟ୍‌କୁ ଇରଫାନ ପଠାନଙ୍କ ଅଲବିଦା

ନୂଆଦିଲ୍ଲୀ: ଦୀର୍ଘ ବର୍ଷ ହେଲା ଖରାପ ଫର୍ମ ଯୋଗୁ ଜାତୀୟ ଦଳରୁ ବାଦ ପଡ଼ୁଥିବା ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ଇରଫାନ ଫଠାନ ଶେଷରେ କ୍ରିକେଟକୁ ବାଏବାଏ କହିଛନ୍ତି। ୨୦୦୭ ଟି-୨୦ ବିଶ୍ୱକପ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପଠାନ ଭାରତ ପାଇଁ ୨୯ଟି ଟେଷ୍ଟ, ୧୨୦ ଦିନିକିଆ ଓ ୨୪ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ଶେଷଥର ପାଇଁ ସେ ୨୦୧୨ ଅକ୍ଟୋବର ୨ରେ ଭାରତ ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ମ୍ୟାଚ ଖେଳିଥିଲେ। ୨୦୧୨ […]

bigg boss
ବିଗ୍‌ବସ୍‌ରେ କୋଣାର୍କ ଓ ପୁରୀ କଥା ଆଲୋଚନା କଲେ ପ୍ରତିଯୋଗୀ

ନୂଆଦିଲ୍ଲୀ : ବିଗ୍‌ବସ୍‌ ୧୩ ଟିଆର୍‌ପି ମାମଲାରେ ବହୁତ ଭଲ କରିବାରେ ଲାଗିଛି । ଏହି ସୋ’ର ୧୩ତମ ସପ୍ତାହ ବହୁତ ଅଧିକ ଟିଆର୍‌ପି ଆଣିଛି ଏବଂ ଏହାର ଶ୍ରେୟ କେବଳ ସିଦ୍ଧାର୍ଥ ଶୁକ୍ଲାଙ୍କୁ ହିଁ ଦିଆଯାଇପାରେ । କାରଣ ଏହି ସପ୍ତାହରେ ସେମାନଙ୍କର ଝଗଡ଼ା ହୋଇଥିଲା। ଆଉ ଏହା ଥିଲା ସବୁଠୁ ହଟ୍‌ ଟପିକ୍‌ ଥିଲା । ଏଣୁ ତାହା କୌଣସି ଝଗଡ଼ାର ବିଷୟ ହେଉ ବା କୌଣସି ପରିବର୍ତ୍ତନର ସମୀକରଣ , ଘରର ସବୁ […]

airstrike
ଇରାନ ସମର୍ଥକଙ୍କ ଉପରେ ଆମେରିକାର ଦ୍ୱିତୀୟ ଥର ପାଇଁ ଏୟାର ଷ୍ଟ୍ରାଇକ୍

ବାଗଦାଦ: ୨୪ ଘଣ୍ଟା ମଧ୍ୟରେ ଆମେରିକା ଦ୍ୱିତୀୟ ଥର ପାଇଁ ଆକାଶ ମାର୍ଗରୁ ଇରାନ ସମର୍ଥକଙ୍କ ଉପରେ ଏୟାର ଷ୍ଟ୍ରାଇକ୍ କରିଛି। ଏଥିରେ ୫ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ୩ ଜଣ ଗୁରୁତର ରହିଛନ୍ତି। ମୃତକ ଓ ଆହତମାନେ ପପୁଲାର ମୋବିଲାଇଜେଶନ ଫୋର୍ସର ସଦସ୍ୟ। ଏମାନଙ୍କୁ ମିଲିଶିଆ ବୋଲି କୁହାଯାଏ। ଇରାକର ରାଜଧାନୀ ବାଗଦାଦର ତାଜି ଅଞ୍ଚଳରେ ଏହି ଆକ୍ରମଣ ହୋଇଛି। ସୂଚନାଯୋଗ୍ୟ, ଶନିବାର ବିଳମ୍ୱିତ ରାତି ପାଖାପାଖି ୧.୧୨ ମିନିଟରେ ମିଲିଶିଆ ସଦସ୍ୟ ମାନେ […]

worker
ଗୋଲାପୀ ରଙ୍ଗରେ ରଙ୍ଗେଇ ହେଲା ବେଙ୍ଗାଲୁରୁ …

ବେଙ୍ଗଲୁରୁ  : ପୁରା ବେଙ୍ଗଲୁରୁ ଗୋଲାପୀ ରଙ୍ଗରେ ରଙ୍ଗେଇ ହେଲା । ଏହାର କାରଣ ଗୋଲାପୀ ରଙ୍ଗର ଶାଢ଼ି ପିନ୍ଧିଥିବା ଆଶାକର୍ମୀଙ୍କ ବିରାଟ ବିକ୍ଷୋଭ । ଏହି ଦୁଇ ଦିନିଆ ବିକ୍ଷୋଭରେ ୩୦ ହଜାରରୁ ଅଧିକ ଆଶାକର୍ମୀ ଭାଗ ନେଇଛନ୍ତି । ନିୟମିତ ଭାବେ ଦରମା ଦାବି କରି ସେମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଆଶାକର୍ମୀଙ୍କ ଅଭିଯୋଗ ହେଲା, କିଛି ମାସ ହେଲା ସେମାନେ ଆଦୌ ଦରମା ନ ପାଇବାରୁ ସରକାରଙ୍କ ସହିତ ଆଲୋଚନା କରିବାକୁ ଚାହିଁଥିଲେ। କିନ୍ତୁ […]

amitabh
ଅମିତାଭ କହିଲେ ‘ସେଲଫି’ର ହିନ୍ଦି ଅର୍ଥ

ମୁମ୍ୱାଇ : ଇଂରାଜୀର ପ୍ରତି ଶବ୍ଦର ହିନ୍ଦିରେ କିଛି କିଛି ନା ଅର୍ଥ ରହିଥାଏ । କିନ୍ତୁ ଏମିତି କିଛି ଶବ୍ଦ ଅଛି , ଯାହାର ହିନ୍ଦି ଶବ୍ଦ ଖୋଜିବା ବହୁତ ମୁସ୍କିଲ୍‌ କାମ ହେଇଥାଏ ।  ଯେମିତି କି ‘ସେଲଫି’ । ଏହି ଶବ୍ଦକୁ ହିନ୍ଦିରେ କଣ କହିବା ବୋଧେ କେହି କେବେ ଜାଣିବାକୁ ଚେଷ୍ଟା କରନ୍ତିନି । କିନ୍ତୁ ବଲିଉଡ୍‌ ବିଗ୍‌ ବି ଅମିତାଭ ବଚ୍ଚନ ଏହି ଶବ୍ଦର ଅର୍ଥ କହିଛନ୍ତି । ବିଗ୍‌ […]

CBSE Class 10 Board Exams 2021 results
ଆସନ୍ତାକାଲି ପ୍ରକାଶ ପାଇପାରେ CBSE ୧୦ମ ଶ୍ରେଣୀ ରେଜଲ୍ଟ

CBSE ଦଶମ ଶ୍ରେଣୀ ରେଜଲ୍ଟ ଜାଣିବା ପାଇଁ ଛାତ୍ରଛାତ୍ରୀମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ବିନା ପରୀକ୍ଷାରେ ଫଳାଫଳ କ‘ଣ ହେବ ତାହା ଜାଣିବା ପାଇଁ ସମସ୍ତେ ବ୍ୟସ୍ତ।

sachin
ଭାବୁକ ହୋଇଗଲେ ସଚିନ !

ନୂଆଦିଲ୍ଲୀ : କ୍ରିକେଟ୍ ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଏକ ଭାବାତ୍ମକ ଏବଂ ପ୍ରେରଣାଦାୟୀ ଭିଡିଓ ଶେୟାର୍ ସହ ୨୦୨୦ ଶୁଭାରମ୍ଭ କରିଛନ୍ତି। ଏହା ସହ ସଚିନ ଏକ ହୃଦୟସ୍ପର୍ଶୀ ବାର୍ତ୍ତା ମଧ୍ୟ ଲେଖିଛନ୍ତି। ଭିଡିଓରେ ଜଣେ ଦିବ୍ୟାଙ୍ଗ କ୍ରିକେଟର ଅଛନ୍ତି, ଯାହାଙ୍କର ଦୁଇଟି ଯାକ ଗୋଡ଼ ପୋଲିଓଗସ୍ତ ଅଛି। ଏହା ସତ୍ତ୍ୱେ ସେ (ଦିବ୍ୟାଙ୍ଗ କ୍ରିକେଟର) ନିଜ ଆଣ୍ଠୁ ଦ୍ୱାରା ଦୌଡ଼ୁଛନ୍ତି ଏବଂ ଆକର୍ଷଣୀୟ ଶଟ୍ ମଧ୍ୟ ଖେଳୁଛନ୍ତି। ତେବେ କଥା ଏଇଠି ଶେଷ ହୋଇ […]

hadrik
ଅଭିନେତ୍ରୀ ନତାସାଙ୍କ ସହ ହାର୍ଦ୍ଦିକଙ୍କ ନିର୍ବନ୍ଧ

ମୁମ୍ୱାଇ : ନୂଆବର୍ଷରେ ଫ୍ୟାନଙ୍କୁ ନୂଆ ଖବର ଦେଇ ଚମକାଇଲେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା। ସେ ତାଙ୍କ ଅଭିନେତ୍ରୀ ବାନ୍ଧବୀ ତଥା ଦୀର୍ଘ ଦିନର ପ୍ରେମିକା ନତାସା ଷ୍ଟାନକୋଭିକଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଥିବା ନେଇ ସୂଚନା ଦେଇଛନ୍ତି। ଏହି ସେଲିବ୍ରେଟି ପ୍ରେମୀ ଯୁଗଳଙ୍କ ନିର୍ବନ୍ଧ ସରିଥିବା ନେଇ ସୋଶାଲ ମିଡିଆରେ ରୋମାଣ୍ଟିକ୍ ଭି଼ଡିଓ ସେୟାର କରିଛନ୍ତି ନିଜେ ହାର୍ଦ୍ଦିକ୍ । ହାର୍ଦ୍ଦିକ ଓ ନତାସା ସମୁଦ୍ର ମଝିରେ ଏକ ବୋଟରେ ରିଙ୍ଗ୍ ସେରିମନି […]

mallya
ବିକ୍ରି ହେବ ମାଲ୍ୟାଙ୍କ ସମ୍ପତ୍ତି

ନୂଆଦିଲ୍ଲୀ: ଏସବିଆଇ ସହିତ ୧୫ଟି ବ୍ୟାଙ୍କରୁ ଋଣ କରି ବିଦେଶ ପଳାଇଥିବା ପଳତାକ ବିଜୟ ମାଲ୍ୟାଙ୍କ ସମ୍ପତ୍ତି ବାଜ୍ୟାପ୍ତି ହେବ। ଏହା ପରେ ସମ୍ପତ୍ତି ବିକ୍ରି କରି ବ୍ୟାଙ୍କ ଗୁଡ଼ିକ ନିଜର ଋଣ ଭରିବେ। ଏଥିପାଇଁ ପିଏମଏଲଏର ସ୍ୱତନ୍ତ୍ର କୋର୍ଟ ଅନୁମତି ଦେଇଛନ୍ତି। ଏହାପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଏଭଳି ଋଣ ପରିଶୋଧ ପାଇଁ ଗ୍ରୀନ ସିଗନାଲ ଦେଇସାରିଛି। ତେବେ ମାଲ୍ୟାଙ୍କ ଓକିଲ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି। ସେ କହିଥିଲେ ଏହି ନିଷ୍ପତ୍ତି କେବଳ ଡେଟ […]

IMAGE
ଛିଣ୍ଡି ଗଲା ଲିଫ୍ଟ, ୬ ଜୀବନ ଚାଲିଗଲା

ଇନ୍ଦୋର: ଲିଫ୍ଟରେ ଯାଉଥିବା ବେଳେ ଏହାର ବେଲ୍ଟ ଛିଣ୍ଡି ଯିବାରୁ ମଧ୍ୟପ୍ରଦେଶ ଅନ୍ତର୍ଗତ ମହୱା ନିକଟରେ ଥିବା ପତଳପାନି ଠାରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଏକାଧିକ ଲୋକ ଆହତ ହୋଇଛନ୍ତି। ବ୍ୟବସାୟୀ ପୁନୀତ ଅଗ୍ରୱାଲଙ୍କ ଫାର୍ମ ହାଉସରେ ଲାଗିଥିବା ଲିଫ୍ଟରେ ହିଁ ଏହି ଅଘଟଣ ଘଟିଛି। ନୂଆ ବର୍ଷ ପାଇଁ ମଧ୍ୟପ୍ରଦେଶର ବ୍ୟବସାୟୀ ପୁନୀତଙ୍କ ଫାର୍ମ ହାଉସରେ ପାର୍ଟିର ଆୟୋଜନ କରାଯାଇଥିଲା। ଏଥିରେ ପୁନୀତ ଓ ତାଙ୍କ ପରିବାର ଲୋକେ ମଧ୍ୟ ଯୋଗଦେଇଥିଲେ। ତେବେ […]