ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ପଂଚାୟତ ନିର୍ବାଚନରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ପ୍ରତିନିଧିମାନଙ୍କ ବିଜୟକୁ ନାକଚ କରିବା ପାଇଁ ଅାଗତ ଅାବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ପଂଚାୟତ ନିର୍ବାଚନରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ପ୍ରତିନିଧିମାନେ ଶାସକ ତୃଣମୂଳ କଂଗ୍ରେସର ବୋଲି ଅଭିଯୋଗ ହୋଇଥିଲା। ନିର୍ବାଚନ ବେଳେ ଅନ୍ୟମାନଙ୍କୁ ନାମାଙ୍କନ ଦାଖଲ କରିବା ପାଇଁ ସୁଯୋଗ ଦିଅାଯାଇ ନଥିଲା। ଏନେଇ ବିଜେପି ଓ ସିପିଏମ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା। ମାମଲାର ଶୁଣାଣି କରି ସୁପ୍ରିମକୋର୍ଟର ତିନିଜଣିଅା […]
ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୋପିଆନ ଏବଂ ହନ୍ଦଓ୍ୱାଡାରେ ସେନାର ଅପରେସନ ଅଲଆଉଟ୍ ଜାରି ରହିଛି। ସେନା, ସିଆରପିଏଫ୍ ଓ ରାଜ୍ୟ ପୁଲିସର ମିଳିତ ଅଭିଯାନରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସୋପିଆନର କେଲେରରେ ମିଳିତ ଅପରେସନ କରାଯାଇଥିଲା। ଏବେ ବି ସେହି ଅଞ୍ଚଳରେ ୪ରୁ ୬ଜଣ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି। ତେଣୁ ତଲାସୀ ଜାରି ରହିଛି। ହଣ୍ଡଓ୍ୱାରାରେ ମଧ୍ୟ ଦୁଇ ଆତଙ୍କବାଦୀଙ୍କୁ […]
ମୁମ୍ବାଇ: ବଲିଉଡ୍ରେ ହେବାକୁ ଯାଉଛି ଏକ ଗ୍ରାଣ୍ଡ ମ୍ୟାରେଜ୍ ସେରମନି। ସେ ପୁଣି କୌଣସି ମାମୁଲି କଳାକାରଙ୍କର ନୁହେଁ। ବଲିଉଡ୍ ତଥା ହଲିଉଡ୍ ଜଗତର ଚର୍ଚ୍ଚିତ ନାୟିକା ପ୍ରିୟଙ୍କା ଚୋପ୍ରାଙ୍କ ଘରେ ବାଜିବ ସାହାନାଇ। ନିକ୍ ଜୋନ୍ସ ଓ ପ୍ରିୟଙ୍କା ଚୋପ୍ରାଙ୍କର ନିର୍ବନ୍ଧ ସରିବା ପରେ ଆରମ୍ଭ ହୋଇଯାଇଛି ତାଙ୍କ ବାହାଘରକୁ ନେଇ ଗସିପ୍। ଫ୍ୟାନ୍ମାନେ ବି ଚାତକ ପରି ଚାହିଁରହିଛନ୍ତି କେବେ ପକାହେବ ଦୁହିଁଙ୍କ ବାହାଘର ଡେଟ୍। ଚର୍ଚ୍ଚା ହେଉଛି ଯେ ବାହାଘରକୁ ନେଇ ଉଭୟ […]
ଭୁବନେଶ୍ୱର : ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଭୁବନେଶ୍ୱରରେ ସାର୍ବଜନୀନ ଓ ସର୍ବଦଳୀୟ ପ୍ରାର୍ଥନା ସଭା। ବିଜେପି ପକ୍ଷରୁ ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଅାୟୋଜିତ ହେଉଛି ଏହି ପ୍ରାର୍ଥନା ସଭା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସଭାରେ ଯୋଗ ଦେଇଛନ୍ତି। ଏଥିରେ ବିଜେପି ବ୍ୟତୀତ ବିଜେଡି, କଂଗ୍ରେସ ସହ ଅନ୍ୟ ଦଳର ପ୍ରମୁଖ ନେତା ଓ ବିଧାୟକ ମାନେ ଯୋଗ ଦେଇଛନ୍ତି। ଗତକାଲି ବିଜେପି ପକ୍ଷରୁ ପୁରୀ ମହୋଦଧିରେ ବାଜପେୟୀଙ୍କ ଚିତାଭସ୍ମ […]
ଶରୀର ପାଇଁ ପ୍ରୋଟିନ୍ ଅତ୍ୟନ୍ତ ଆବଶ୍ୟକ। ହର୍ମୋନ୍ଠୁ ଆରମ୍ଭ କରି ମାଂସପେଶୀ ପର୍ଯ୍ୟନ୍ତ ଶରୀରର ପ୍ରତ୍ୟେକ ଅଙ୍ଗ ପାଇଁ ପ୍ରୋଟିନ୍ର ଆବଶ୍ୟକତା ରହିଛି। ଯଦି ଶରୀରରେ ପ୍ରୋଟିନ୍ର ମାତ୍ରା କମିଯାଏ ତେବେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିଥାଏ। ଯାହାର ପ୍ରଭାବ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଉପରେ ପଡ଼ିଥାଏ। ଯଦି ଅଙ୍ଗପ୍ରତ୍ୟଙ୍ଗ ପରିଚାଳନା ଠିକ୍ ଭାବରେ ନ ହୁଏ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ତେବେ ଜାଣନ୍ତୁ ଶରୀରରେ ପ୍ରୋଟିନ୍ ମାତ୍ରା କମିବା ଫଳରେ କ’ଣ କ’ଣ ସମସ୍ୟା […]
– ଓମ୍ପ୍ରକାଶ ସାହୁ ଆମେ ଈଶ୍ୱରଙ୍କୁ କେବେ ଦେଖିନୁ। କିନ୍ତୁ ‘ସାକ୍ଷାତ ଈଶ୍ୱର’ ଙ୍କ ସେବା ଯତ୍ନରେ ବଡ଼ ହୋଇଛୁ। ଆପଣ ଯେତେବେଳେ ଦୁଃଖରେ ପଡ଼ନ୍ତି ସେତେବେଳେ କେବଳ ବାପା ମା’ ହିଁ ଭାଙ୍ଗି ପଡ଼ନ୍ତି ଆଉ ଆପଣଙ୍କ ପାଇଁ ପ୍ରାର୍ଥନା କରନ୍ତି। ଆପଣକୁ ଯେଉଁମାନେ ଜନ୍ମ ଦେଇଛନ୍ତି ତାଙ୍କୁ ଅଣଦେଖା କରିବାର ଫଳ ନିଶ୍ଚୟ ଭୋଗିବାକୁ ପଡ଼ିବ। ଏପରି ନ ହେଲେ ,ଏ ଦୁନିଆରୁ ନ୍ୟାୟ କୁଆଡ଼େ ହଜିଯିବ। ବାପା ମା’ଙ୍କ ମନରେ କଷ୍ଟ ଦେଲେ […]
ବାୟୁ ପ୍ରଦୂଷଣ ଯୋଗୁ ଭାରତୀୟମାନଙ୍କର ହାରାହାରି ଆୟୁଷ କମିବାରେ ଲାଗିଛି। ବୈଜ୍ଞାନିକଙ୍କ କହିବା ଅନୁସାରେ ସ୍ୱଚ୍ଛ ବାୟୁ ଦ୍ୱାରା ମଣିଷ ସୁସ୍ଥ ରହେ। କିନ୍ତୁ ଆଜିକାଲି ବାୟୁ ପ୍ରଦୂଷଣ ବଢ଼ିବାରୁ ଭାରତୀୟମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ତେଣୁ ଭାରତୀୟମାନଙ୍କର ଆୟୁଷ ୧.୫୩ ବର୍ଷ ପର୍ଯ୍ୟନ୍ତ କମ୍ ହେଉଛି ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ବାୟୁ ପ୍ରଦୂଷଣ ଓ ଦୁନିଆରେ ଜୀବନର ଅବଧି ଉପରେ ଆମେରିକାର ଟେକ୍ସାସ୍ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏକ ଅଧ୍ୟୟନ କରିଥିଲେ। ବାୟୁମଣ୍ଡଳରେ ଥିବା […]
ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି। ଅନନ୍ତନାଗ ଜିଲ୍ଲାର କୋକେରନାଗରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆହୁରି ୨ ଜଣ ଆତଙ୍କବାଦୀ ଲୁଚି ରହିଥିବା ଜଣାପଡ଼ିଛି। ତେବେ ଲୁଚି ରହିଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ କୌଣସି ଏକ ଆତଙ୍କବାଦୀ ସଂଗଠନର କମାଣ୍ଡର ବୋଲି ସନ୍ଦେହ କରାଯାଉଛି। ଘଟଣାସ୍ଥଳରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। କୋକେରନାଗରେ ୪ ଜଣ ଆତଙ୍କବାଦୀ ଥିବା ନେଇ ସୂଚନା ମିଳିବା ପରେ ସୁରକ୍ଷାକର୍ମୀଙ୍କ […]
ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀଙ୍କ ଚାଟାର୍ଡ଼ ଆକାଉଣ୍ଟାଣ୍ଟ ଏଚ୍ ବି ସୁନୀଲ ଏଣ୍ଡ କୋ ଅଫିସ ଉପରେ ଆୟକର ବିଭାଗ ଚଢ଼ଉ କରିଛନ୍ତି। ସୁନୀଲଙ୍କ ଅଫିସ ଓ ଘର ଉପରେ ଏହା ଦ୍ୱିତୀୟ ଥର ଚଢ଼ଉ । ଏହା ପୂର୍ବରୁ ଗତ ମେ ମାସରେ ବିଧାନସଭା ନିର୍ବାଚନ ବେଳେ ଆୟକର ବିଭାଗ ଚଢ଼ଉ କରିଥିଲା। ସୁନୀଲ ହେଉଛନ୍ତି କୁମାରସ୍ୱାମୀଙ୍କ ଜଣେ ଘନିଷ୍ଠ ସହଯୋଗୀ। କୁମାରସ୍ୱାମୀଙ୍କ ବ୍ୟକ୍ତିଗତ ନିବେଶ ଓ ବ୍ୟାବସାୟିକ ନିବେଶର ହିସାବ କିତାବ ସୁନୀଲ […]
ଭୁବନେଶ୍ୱର : ଲିଙ୍ଗରାଜ ରୋଡ ରେଲୱେ ଓଭରବ୍ରିଜ୍ରେ ଅଘଟଣ। ଲାଇଟ୍ ସଜା ବେଲୁନ୍ ଛିଡ଼ାଇବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିବା ଯୁବକଙ୍କର ମୃତ୍ୟୁ ହୋଇଛି। କଂଗ୍ରେସ ନେତା ମାନସ ଚୌଧୁରୀ, ବିଜେପି ନେତା ମନମୋହନ ସାମଲ ଓ ଅମିୟ ଦାଶ ଏଥିପାଇଁ ସରକାରଙ୍କୁ ଦାୟୀ କରିଛନ୍ତି। ଆଜି ସନ୍ଧ୍ୟାରେ ଏହି ଓଭରବ୍ରିଜ ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ। ମିଳିଥିବା ସୂଚନା ଅନୁସାରେ, ମୃତକ ଜଣକ ହେଲେ ଗଞ୍ଜାମର ସିମାଞ୍ଚଳ ପଣ୍ଡା। ସେ ସୁନ୍ଦରପଦା ଅଞ୍ଚଳରେ ରହୁଥିଲେ। ଏହି ଘଟଣାରେ […]
ମୁମ୍ବାଇ: ବଲିଉଡର ସୁପରହିଟ୍ ଯୋଡ଼ି ଭାବେ ଜଣାଶୁଣା ଦୀପିକା ଓ ରଣବୀର ସଂଙ୍କ ଯୋଡ଼ି। ସେମାନେ ଆଗାମୀ ନଭେମ୍ବର ମାସରେ ବିବାହ କରିବାକୁ ଯାଉଛନ୍ତି ଓ ଏହା ମଧ୍ୟ କୁହାଯାଉଛି ଯେ ସେମାନେ ଇଟାଲିରେ ବିବାହ କରିବେ। ଏହି ଖବର ପାଇବା ପରେ ତାଙ୍କ ଫ୍ୟାନ୍ମାନଙ୍କ ମଧ୍ୟରେ ବହୁତ ଉତ୍ସୁକତା ଦେଖାଦେଇଛି। ନିକଟରେ ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ଦିପିକା ତାଙ୍କ ସୋଶାଲ ସାଇଟ୍ ଇନ୍ଷ୍ଟାଗ୍ରାମ୍ରେ ଏକ ଫଟୋ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ଲେଖିଥିଲେ ଯେ, […]
ଜାକର୍ତ୍ତା : ଏସିଅାନ ଗେମ୍ସର ପଞ୍ଚମ ଦିନରେ ଭାରତର ଦମଦାର ପ୍ରଦର୍ଶନ। ଅାଜି ପୁଣି ଚମକିଛନ୍ତି ସୁଟର । ପୁରୁଷ ବର୍ଗ ସୁଟିଂ ଡବଲ ଟ୍ରାପରେ ସୁଟର ସାର୍ଦ୍ଦୁଲ ବିହାନ ରୌପ୍ୟ ପଦକ ହାସଲ କରିଛନ୍ତି। ଫାଇନାଲ ରାଉଣ୍ଡରେ ୭୩ ପଏଣ୍ଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଥିଲେ। ୧୫ ବର୍ଷୀୟ ସାର୍ଦ୍ଦୁଲ ବିହାନ ଏସିଅାନ ଗେମସ୍ର ସୁଟିଂ ବର୍ଗରେ ମେଡାଲ ହାସଲ କରିଥିବା ଦେଶର ତୃତୀୟ ଖେଳାଳିଏହି ପଦକ ସହ ଭାରତର ପଦକ ସଂଖ୍ୟା ୧୮ରେ […]