• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

congress
 ‘କଂଗ୍ରେସ କ୍ଷମତାକୁ ଆସିଲେ ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିବ’

ନୂଆଦିଲ୍ଲୀ: କେନ୍ଦ୍ରରେ କଂଗ୍ରେସ କ୍ଷମତାକୁ ଆସିଲେ ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ମିଳିବ। ଆଜି ବିଜୟଓ୍ୱାଡାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ଜନତାଙ୍କୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଏହି ପ୍ରତିଶ୍ରୁତି ଦେଇଛନ୍ତି। କେବଳ କଂଗ୍ରେସ କିମ୍ବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ନୁହେଁ ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ପ୍ରତିଶ୍ରୁତି ଦେଶର ବୋଲି କହି ରାହୁଲ ଜନତାଙ୍କୁ ସମ୍ବୋଧିତ କରିଛନ୍ତି। ବିଜୟଓ୍ୱାଡାରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବା ସହ […]

duteee-silver-up
୧୦୦ ମିଟର ଦୌଡ଼ରେ ରୌପ୍ୟ ଜିତିଲେ ଦୂତୀ

ଜାକର୍ତ୍ତା: ଏସିଅାନ୍ ଗେମ୍ସରେ ଚମକିଲେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ। ମହିଳା ୧୦୦ ମିଟର ଦୌଡ଼ରେ ଦୂତୀଙ୍କୁ ମିଳିଛି ରୌପ୍ୟ ପଦକ । ୧୧.୩୨ ସେକେଣ୍ଡରେ ଦୂତୀ ଏହି ଦୂରତ୍ୱ ହାସଲ କରି ରୌପ୍ୟ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି। ଏଥି ସହିତ ଦୀର୍ଘ ୨୦ ବର୍ଷ ପରେ ଏସିଅାନ ଗେମ୍ସର ୧୦୦ ମିଟର ଦୌଡ ଇଭେଣ୍ଟରେ ଭାରତକୁ ମିଳିଛି ପଦକ। ଶେଷ ଥର ପାଇଁ ୧୯୯୮ ଏସିଅାଡର ୧୦୦ ମିଟରରେ ବ୍ରୋଞ୍ଜ ପଦକ ହାସଲ […]

rakhi-up 12
ହାତୀଙ୍କ ସୁରକ୍ଷା ପାଇଁ ରାଖୀ ବାନ୍ଧିଲେ ମହିଳା

ପଶ୍ଚିମବଙ୍ଗ : ରକ୍ଷା ବନ୍ଧନ ଏକ ପବିତ୍ର ବନ୍ଧନ । ଏହା ଭାଇ-ଭଉଣୀଙ୍କ ମଧ୍ୟରେ ନିଆରା ଅନୁଭବ ଆଣିଥାଏ। ସ୍ନେହପ୍ରୀତିର ରଜ୍ଜୁରେ ବାନ୍ଧିଥାଏ ରାଖୀ। ସେଥିପାଇଁ ପ୍ରତିବର୍ଷ ଭାଇର ହାତରେ ରାଖୀ ବାନ୍ଧିବାକୁ ଭଉଣୀଟିଏ ଅନେଇ ବସିଥାଏ। ହେଲେ ପଶ୍ଚିମବଙ୍ଗରେ ରାଖୀ ପୂର୍ଣ୍ଣିମା ଅବସରେ ମଣିଷ ଓ ହାତୀ ମଧ୍ୟରେ ଥିବା ନିଅାର ସମ୍ପର୍କର ଦୃଶ୍ୟ ସାମ୍ନାକୁ ଅାସିଛି। ହାତୀମାନଙ୍କ ସୁରକ୍ଷା ପାଇଁ ରାଖୀ ବାନ୍ଧିଛନ୍ତି ମହିଳା ମାନେ । ମହିଳାମାନେ ବିରାଟକାୟ ରାଖୀ ଅାଣି ପାଳିତ […]

dutee-up
୧୦୦ ମିଟର ମହିଳା ଦୌଡ଼ ଫାଇନାଲରେ ଦୂତି ଚାନ୍ଦ

ଜାକର୍ତ୍ତା : ଏସିଅାନ୍ ଗେମ୍ସ ୧୦୦ ମିଟର ମହିଳା ଦୌଡ଼ ଫାଇନାଲରେ ପହଞ୍ଚିଲେ ଓଡ଼ିଆ ତାରକା ଦୂତୀ ଚାନ୍ଦ। ୧୧.୪୩ ସେକେଣ୍ଡରେ ଦୂରତ୍ୱ ଅତିକ୍ରମ କରି ଫାଇନାଲରେ ଦୂତୀ। ଅାଜି ରାତି ୭ଟା ୪୦ରେ ଗୋଲ୍ଡ ପାଇଁ  ଲଢ଼ିବେ ଦୂତୀ। ସେପଟେ ଏସିଅାନ୍ ଗେମ୍ସରେ ଭାରତକୁ ମିଳିଛି ଅାଉ ୨ଟି ରୌପ୍ୟ ପଦକ । ମହିଳା ୪୦୦ ମିଟର ଦୌଡ଼ରେ ହିମା ଦାସଙ୍କୁ ରୌପ୍ୟ ଓ ପୁରୁଷ ୪ଶହ ମିଟର ଦୌଡ଼ରେ ମହମ୍ମଦ ଅାନସଙ୍କୁ ମଧ୍ୟ ମିଳିଛି […]

mahanadii
ମହାନଦୀ ଜଳ ବିବାଦ ମାମଲା: ଓଡ଼ିଶା-ଛତିଶଗଡ଼କୁ ପୁଣି ଆଲୋଚନା କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ମାମଲାରେ ଓଡ଼ିଶା-ଛତିଶଗଡ଼ ସରକାରଙ୍କୁ ଆଉ ଥରେ ଆଲୋଚନା ପାଇଁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି। ଆଜି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଏହି ମାମଲାରେ ଶୁଣାଣି ହୋଇଥିଲା। ଏଥିରେ ଉଭୟ ପକ୍ଷକୁ ଆପୋଷ ଆଲୋଚନା ଦ୍ୱାରା ସମାଧାନ କରିବାକୁ ଟ୍ରିବୁନାଲ ପରାମର୍ଶ ଦେଇଛନ୍ତି। ଆସନ୍ତା ମେ’ ୧୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆପୋଷ ସମାଧାନ ପାଇଁ ପୂର୍ବ ଶୁଣାଣିରେ ଟ୍ରିବ୍ୟୁନାଲ […]

modi-up
ମୋଦିଙ୍କ ୪୭ ତମ ମନ୍ କି ବାତ୍

ନୂଆଦିଲ୍ଲୀ : ୪୭ ତମ ମନ୍ କି ବାତ୍‌ରେ ପୁଣି ଥରେ ଏକକ ନିର୍ବାଚନ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି, ଏକା ସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ କରାଇବା ଗଣତନ୍ତ୍ର ପାଇଁ ଶୁଭଙ୍କର। ଖୋଲା ମଞ୍ଚ, ଖୋଲା ଚର୍ଚ୍ଚା ପାଇଁ ଏହା ବାଟ ଦେଖାଇବ। ଦେଶରେ ଏକକ ନିର୍ବାଚନ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତି ବଡ଼ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି ମୋଦି। ମନ୍ କି […]

basebell
ଉଡ଼ନ୍ତା ବ୍ୟାଟ୍ ଆଘାତରୁ ପିଲାଙ୍କ ଜୀବନ ବଞ୍ଚାଇଲେ ବାପା

ନୂଆଦିଲ୍ଲୀ: ଯେତେବେଳେ ପିଲାମାନଙ୍କ ସୁରକ୍ଷା କଥା ଆସେ, ସେତେବେଳେ ବାପା ମା’ ଅଧିକ ସତର୍କ ହୋଇପଡ଼ନ୍ତି। ଠିକ୍‌ ସେମିତି ଏକ ଘଟଣା ଘଟିଛି ଏକ ଷ୍ଟାଡିୟମ୍ ଗ୍ୟାଲେରୀରେ। ଯାହାକି ଏବେ ସୋଶାଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି।ଭିଡିଓରେ ଦେଖାଯାଉଛି, ଜଣେ ଲୋକ ତାଙ୍କ ପିଲାମାନଙ୍କୁ ଉଡ଼ନ୍ତା ବ୍ୟାଟ୍‌ ଆଘାତରୁ ରକ୍ଷା କରୁଛନ୍ତି। ଶୁକ୍ରବାର ଦିନ ନ୍ୟୁ ୟର୍କର ସିଟି ଫିଲ୍‌ଡ୍‌ରେ ଏକ ବେସ୍‌ବଲ୍‌ ମ୍ୟାଚ୍‌ ଚାଲିଥିଲା। ଲୋକ ଜଣକ ତାଙ୍କର ଦୁଇ ପିଲାଙ୍କ ସହ ଗ୍ୟାଲେରୀରେ ବସି […]

acdnt
ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୮ ମୃତ

ନୂଆଦିଲ୍ଲୀ: ଦିଲ୍ଲୀ ନିକଟ ଗ୍ରେଟର ନୋଏଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ଯାତ୍ରୀବାହୀ ବସ ଟ୍ରକ୍‌କୁ ଧକ୍କା ଦେବାରୁ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଆହତମାନଙ୍କୁ ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତାହତମାନଙ୍କ ପ୍ରତି ସମବେଦନା ଜଣାଇଛନ୍ତି।