ହାଇଦ୍ରାବାଦ: ଆଜି ହାଇଦ୍ରାବାଦ ରାଜୀବ ଗାନ୍ଧି ଷ୍ଟାଡିଅମରେ ଖେଳାଯିବ ଆଇପିଏଲ୍ ଚଳିତ ସିଜିନର ଅଷ୍ଟମ ମ୍ୟାଚ୍। ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହେବ ଜୋରଦାର ଟକ୍କର। ତେବେ ପ୍ରଥମ ମ୍ୟାଚରେ ପରାସ୍ତ ହୋଇଥିବା ଉଭୟ ଦଳ ଏହି ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ଖାତା ଖୋଲିବା ପାଇଁ ଚେଷ୍ଟା କରିବେ। ଗତକାଲି ଦୁଇ ଦଳ ରାଜୀବ ଗାନ୍ଧି ଷ୍ଟାଡିଅମରେ ଜୋରଦାର ଅଭ୍ୟାସ କରିଥିଲେ। ଭୁବନେଶ୍ୱର କୁମାରଙ୍କ ନେତୃତ୍ୱାଧିନ ହାଇଦ୍ରାବାଦ ପ୍ରଥମ ମ୍ୟାଚରେ ଭଲ ପ୍ରଦର୍ଶନ […]
ନୂଆଦିଲ୍ଲୀ: ଚଳିତ ସିଜିନ୍ ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ବିଜୟ ହାସଲ କରିଛି। ରୋହିତ ଶର୍ମା ନେତୃତ୍ୱାଧିନ ମୁମ୍ବାଇ ୬ ରନରେ ରୋୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋରକୁ ପରାସ୍ତ କରିଛି। ୧୮୮ରନ୍ ପିଛା କରୁଥିବା ବାଙ୍ଗାଲୋରକୁ ବିଜୟ ପାଇଁ ଶେଷ ୨ ଓଭରୁ ୨୨ ରନ୍ ଆବଶ୍ୟକ ହେଉଥିବା ବେଳେ ଦଳ ମାତ୍ର ୧୫ ରନ୍ କରିଥିଲା। ଫଳରେ ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ବିରାଟ ବାହିନୀ ବିଜୟ ଠାରୁ ୬ରନ୍ ପଛରେ ରହିଥିଲା। ବୁମରାହ ଓ ମାଲିଙ୍ଗା ଯୋଡ଼ି […]
ଭୁବନେଶ୍ୱର: ଆଜି ରାତିରେ ରାଜ୍ୟର ଅଧା ଅଞ୍ଚଳରେ ଘଡ଼ଘଡ଼ି ,ଝଡ଼ତୋଫାନ୍ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା। ଏଥିପାଇଁ ୨୨ଟି ଜିଲ୍ଲାକୁ ସତର୍କ କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ସମୟ ଭିତରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ଆଜି ରାତିରେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ବୌଦ୍ଧ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ଅନୁଗୋଳ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଯାଜପୁର, ସୁବର୍ଣ୍ଣପୁର, ବଲାଙ୍ଗିର, […]
ନୂଆଦିଲ୍ଲୀ: ନଟିଂହାମ୍ ମ୍ୟାଚ୍ ଜିତି ଭାରତୀୟ କ୍ରିକେଟ୍ ଦଳ ୫ ଟିକିଆ ଟେଷ୍ଟ ସିରିଜରେ କମ୍ବ୍ୟାକ୍ କରିଛି ସତ। ହେଲେ ବିଅର ବୋତଲ ଧରି ସୋଶାଲ ମିଡିଆରେ ଫଟୋ ପୋଷ୍ଟ କରି ଦୁଇ ଭାରତୀୟ ଷ୍ଟାର୍ ଖେଳାଳି ସମାଲୋଚନାର ଶିକାର ହୋଇଛନ୍ତି। ଏହି ଦୁଇ ଖେଳାଳି ହେଉଛନ୍ତି ଶିଖର ଧାୱନ୍ ଓ ମୁରଲୀ ବିଜୟ। ଶିଖର ଧାୱନ ଏହି ଫଟୋ ପୋଷ୍ଟ କରିଛନ୍ତି। Celebrating a good victory with a good mate! ? #TeamIndia #ENGvIND […]
ନୂଆଦିଲ୍ଲୀ : ଓଡିଶା ପାଇଁ ଗୌରବର କଥା। ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର ଦେବାଶିଷ ମହାନ୍ତି ହୋଇଛନ୍ତି ବିସିସିଅାଇ ଜୁନିୟର ଚୟନ କମିଟି ସଦସ୍ୟ। ଭେଙ୍କଟେଶ ପ୍ରସାଦଙ୍କ କାର୍ଯ୍ୟ ଅବଧି ସରିବା ପରେ ଦେବାଶିଷଙ୍କୁ ତାଙ୍କ ସ୍ଥାନରେ ଦାୟିତ୍ୱ ମିଳିଛି। ଏବେ ସେ ଓଡିଶା କ୍ରିକେଟ ଦଳର କୋଚ୍ ଭାବେ କାର୍ଯ୍ୟ କରୁଛନ୍ତି। ପୂର୍ବରୁ ଲୋଧା କମିଟିର ସୁପାରିଶ ଅାଧାରରେ ପ୍ରତି ଚୟନ କମିଟି ସଦସ୍ୟ ସଂଖ୍ୟା ୫ରୁ ୩କୁ ହ୍ରାସ କରାଯାଇଥିଲା। ତେବେ ଅଗଷ୍ଟ୯ ତାରିଖରେ […]
ମୁମ୍ବାଇ: ବରୁଣ ଧାୱନ୍ ଓ ଅନୁଷ୍କା ଶର୍ମା ଅଭିନୀତ “ସୁଇ ଢାଗା” ସିନେମାଟି ଚଳିତ ବର୍ଷର ଏକ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର। ଏହି ସିନେମାଟି ଘୋଷଣା ହେବା ଦିନରୁ ହିଁ ଏହାର ଷ୍ଟୋରୀକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଏହାରି ମଧ୍ୟରେ ଏହି ସିନେମାର ଟ୍ରେଲର୍ ରିଲିଜ୍ ହୋଇସାରିଛି। ଟ୍ରେଲର୍ଟି ଆସିବା ପରଠାରୁ ଏହି ସିନେମାକୁ ନେଇ ପ୍ରଚାର ଏକ ନୂଆ ସ୍ତରରେ ଚାଲିଛି। ବିଶେଷ କରି ସୋଶାଲ୍ ମିଡିଆରେ ଅନୁଷ୍କାଙ୍କ ମିମି ଫଟୋ ବେଶ୍ […]
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରେ ଟ୍ରାଫିକ୍ ଉଲ୍ଲଂଘନ କରୁଥିବା ଜଣେ ବ୍ୟକ୍ତିଙ୍କ ଦାଦାଗିରି। ବିଧାନସଭା ପରିସର ବାହାରେ ପୁଲିସ ପକ୍ଷରୁ ନିୟମିତ ଚେକିଂ କରାଯାଉଥିବା ବେଳେ ଜଣେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିବା ଜଣାପଡିଥିଲା। ପୁଲିସ ତାଙ୍କୁ ପଚରାଉଚରା କରୁଥିବା ବେଳେ ସେ ନିଜକୁ ମୁଖ୍ୟମନ୍ତ୍ରୀଙ୍କ ଭିଣୋଇ ବୋଲି ପରିଚୟ ଦେଇ ସେମାନଙ୍କୁ ଧମକ ଦେଇଥିଲେ। ଏପରକି ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ପଚାରିବାକୁ ସେ ବାରମ୍ବାର ଦୋହରାଇଥିଲେ। ଟ୍ରାଫିକ୍ ଉଲ୍ଲଂଘନକାରୀଙ୍କ ଏଭଳି ଅାଚରଣ ପରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି […]
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମିରଟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଶନ ୨୦୧୯ ପାଇଁ ଆଜି ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ମିରଟରେ ଏକ ସାଧାରଣ ସଭାକୁ ସେ ଉଦବୋଧନ ଦେଇଛନ୍ତି। ନିର୍ବାଚନ ତାରିଖ ଘୋଷଣାର ୧୮ ଦିନ ପରେ ମୋଦି ପ୍ରଥମ ନିର୍ବାଚନୀ ରାଲି କରିଛନ୍ତି। ଏହି ଅବସରରେ ବିରୋଧୀଙ୍କୁ ମୋଦି କଡ଼ା ଭର୍ତ୍ସନା କରିଛନ୍ତି। ଏହାସହ ସର୍ଜିକାଲ ଷ୍ଟ୍ରାଇକ୍, ଆତଙ୍କବାଦୀ ପ୍ରସଙ୍ଗ ସେ ଉଠାଇଛନ୍ତି। ଏନ୍ଡିଏର ଜନ ଧନ ଆକାଉଣ୍ଟକୁ ମୋଦି ପ୍ରଶଂସା କରିବା ସହିତ […]
ପାଟନା : ପୁଣି ଜେଲ ଯିବେ ଅାରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ। ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କ ଜାମିନ ଅାବେଦନକୁ ଝାଡଖଣ୍ଡ ଉଚ୍ଚ ନ୍ୟାୟାଳୟ ଖାରଜ କରି ଦେଇଛନ୍ତି। ଅଗଷ୍ଟ ୩୦ସୁଦ୍ଧା ରାଞ୍ଚିର ଜେଲ ଅଧିକାରୀଙ୍କ ନିକଟରେ ଅାତ୍ମସମର୍ପଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଲାଲୁଙ୍କ ଜାମିନ ଅବଧିକୁ ଦୁଇଥର ବୃଦ୍ଧି କରାଯାଇଥିଲା। ଲାଲୁ ଯାଦବ ନିୟମିତ ଜାମିନ ସହ ଅାଉ ତିନିମାସ ଅତିରିକ୍ତ ସମୟ ଜାମିନ ପାଇଁ କୋର୍ଟରେ ଅାବେଦନ କରିଥିଲେ। ଲାଲୁ […]
ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଜୈଶ୍ ଏ ମହମ୍ମଦର ମୁଖ୍ୟ ମସୁଦ ଆଝାରକୁ ବ୍ଲାକ୍ ଲିଷ୍ଟେଡ୍ କରିବାକୁ ପୁଣି ପ୍ରୟାସ ଆରମ୍ଭ ହୋଇଛି। ବ୍ରିଟେନ ଓ ଫ୍ରାନ୍ସ ସହାୟତାରେ ଆମେରିକା ଏହି ଚେଷ୍ଟା କରୁଛି। ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବାକୁ ଏକ ଚିଠା ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି। ମସୁଦ ବିରୋଧରେ ଭ୍ରମଣ କଟକଣା ଓ ଆର୍ଥିକ କଟକଣା ଲଗାଇବାକୁ ଏଥିରେ ଉଲ୍ଲେଖ କରାଯାଇଛି। ତା’ ସଂପତ୍ତି ବ୍ୟାଜ୍ୟାପ୍ତି କରିବା ଲାଗି ମଧ୍ୟ ପ୍ରସ୍ତାବ ରହିଛି। କେବଳ ଏତିକି ନୁହେଁ, […]
ନୂଆଦିଲ୍ଲୀ: ସାମସଙ୍ଗ୍ କମ୍ପାନି galaxy j2 ମଡେଲ୍କୁ ବଜାରକୁ ଛାଡ଼ିଛି। ଏହି ସ୍ମାର୍ଟଫୋନ୍ android go ପ୍ଲାଟ୍ଫର୍ମରେ ଚାଲୁଥିବା କମ୍ପାନିର ପ୍ରଥମ ସ୍ମାର୍ଟଫୋନ୍। ଏହି ଫୋନ୍କୁ ଭାରତ ସମେତ ମାଲେସିଆରେ ଲଞ୍ଚ କରାଯାଇଛି। ଏହି ଫୋନ୍ରେ android 8.1 oreo (go edition) ଫିଚର ରହିଛି। ଏହାର ଦର ୭ ହଜାର ଟଙ୍କାରୁ ମଧ୍ୟ କମ୍ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ସାମ୍ସଙ୍ଗ ଗ୍ୟାଲେକ୍ସି j2 coreର ବିଶେଷତ୍ୱ ୫ଇଞ୍ଚର ଡିସ୍ପ୍ଲେ ସ୍କ୍ରିନ୍ କ୍ୱାଡ୍କୋର exynos […]