ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଚିଠି। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁଙ୍କ ସ୍ମୃତିସ୍ଥଳ ନେହେରୁ ମେମୋରିଅାଲ କମ୍ପେକ୍ସକୁ ମ୍ୟୁଜିୟମ ନକରିବା ପାଇଁ ଚିଠିରେ ନିବେଦନ କରିଛନ୍ତି ମନମୋହନ ସିଂହ। ନିକଟରେ କେନ୍ଦ୍ର ସରକାର ଦିଲ୍ଲୀ ସ୍ଥିତି ନେହେରୁ ମେମୋରିଅାଲ କମ୍ପେକ୍ଲସକୁ ମରାମତି କରି ଏଠାରେ ମ୍ୟୁଜିୟମ କରିବା ପାଇଁ ଯୋଜନା କରିଛନ୍ତି। ନେହେରଙ୍କ ସ୍ମୃତି ଓ ଏହି ମେମୋରିଅାଲର ଐତିହକୁ ବଜାୟ ରଖିବା ପାଇଁ ଏହାକୁ ପରିବର୍ତ୍ତନ ନ କରିବା […]
ନୂଆଦିଲ୍ଲୀ : ମେଜର ଲିଟୁଲ ଗୋଗୋଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ। ଶ୍ରୀନଗରର ଏକ ହୋଟେଲରେ ଯୁବତୀଙ୍କ ସହ ମେଜର ଗୋଗୋଇଙ୍କୁ ଦେଖିବାକୁ ମିଳିଥିଲା। ଏହି ଘଟଣାରେ କୋର୍ଟ ଅଫ୍ ଇନକ୍ୱାରୀ କରାଯାଇ ମେଜର ଗୋଗୋଇଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଏଥିପାଇଁ ତାଙ୍କୁ କୋର୍ଟ ମାର୍ଶାଲ କରାଯାଇପାରେ। କାର୍ଯ୍ୟରେ ଥିବା ସମୟରେ କୌଣସି ଅଜଣା ଲୋକଙ୍କ ସହ କେଉଁ ଉଦ୍ଦେଶ୍ୟ ନେଇ ମେଜର ଗୋଗୋଇ ଦେଖା କରିଥିଲେ ସେ ନେଇ ତଦନ୍ତ କରାଯାଇଥିଲା। ମେ ୨୩ରେ ମେଜର ଲିଟୁନ […]
ମୁମ୍ବାଇ: ରିୟଲିଟି ଶୋ ବିଗ୍ ବସ୍ ଏବେ ନୂଆ ଫର୍ମାଟ୍ରେ ଆସୁଛି। ଏହା ସଫଳତାର ସହ ୧୧ ତମ ସଂସ୍କରଣ ପୂରା କରିସାରିଲାଣି। ଏଥିସହିତ ଆଗାମୀ ୧୬ ସେପ୍ଟେମ୍ବଠାରୁ ଏହାର ୧୨ତମ ସଂସ୍କରଣ ଆରମ୍ଭ ହେବା ପାଇଁ ସବୁପ୍ରକାର ପ୍ରସ୍ତୁତି ସରିସାରିଛି। ଚଳିତ ବର୍ଷ ଏହି ‘ଶୋ’ ସାଧାରଣ ପ୍ରତିଯୋଗୀଙ୍କ ସହିତ ‘ବିଚିତ୍ର ଯୋଡ଼ି’ ଭାଗନେବେ। ଏହାଦ୍ୱାରା ‘ଶୋ’ ଆହୁରି ମଜାଦାର ହେବ ବୋଲି ନିର୍ମାତା ଆଶା ରଖିଛନ୍ତି। ଛୋଟ ପରଦାରେ ଯଦି କୌଣସି ସିରିୟଲ କଥା ଉଠେ […]
ନୂଆଦିଲ୍ଲୀ: ବିହାର ଛାପ୍ରା ଜିଲ୍ଲାର ଗୌତମସ୍ଥାନ ନିକଟରେ ତାପ୍ତି-ଗଙ୍ଗା ଏକ୍ସପ୍ରେସ୍ର ୧୩ଟି ବଗି ଲାଇନଚ୍ୟୁତ ହୋଇଛି। ଏଥିରେ ୪ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଟ୍ରେନଟି ଛାପ୍ରାରୁ ସୁରତ ଅଭିମୁଖେ ଯାଉଥିଲା। ଦୁର୍ଘଟଣା ପରେ ସେହି ରୁଟ୍ରେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ଯାତ୍ରୀମାନଙ୍କୁ ବସ୍ ଯୋଗେ ଛାପ୍ରା ଷ୍ଟେସନକୁ ନିଆଯାଇଛି। ପ୍ରଶାସନ ପକ୍ଷରୁ ଯୁଦ୍ଧାକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି।
ନୂଆଦିଲ୍ଲୀ: ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ଟିମ୍ ଇଣ୍ଡିଆର ଜଣେ ଭରସା ଯୋଗ୍ୟ ଖେଳାଳି ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ଏହି ଡାହାଣ ହାତି ବ୍ୟାଟ୍ସମ୍ୟାନ ଜଣଙ୍କ ବିଭିନ୍ନ ସମୟରେ ତାଙ୍କ ବ୍ୟାଟ୍ର ଯାଦୁ ଦେଖାଇସାରିଛନ୍ତି। ଇଂଲଣ୍ଡରେ ଚାଲିଥିବା ଟେଷ୍ଟ ସିରିଜର ତୃତାୟ ମ୍ୟାଚ୍ ଜିତିବାରେ ମଧ୍ୟ ପାଣ୍ଡ୍ୟା ଏକ ବଡ଼ ଭୂମିକା ନିଭାଇଥିଲେ। ଅନ୍ୟପଟେ ଦେଖିବାକୁ ଗଲେ ପାଣ୍ଡ୍ୟା ତାଙ୍କ ଖେଳ ପାଇଁ ଯେତିକି ଚର୍ଚ୍ଚିତ, ସେମିତି ତାଙ୍କ ନିଆରା ଷ୍ଟାଇଲ୍ ବି ଫ୍ୟାନ୍ମାନଙ୍କ ପାଖରେ […]
ଲାହୋର: ଦେଖାଯାଏ କୌଣସି ଅଫିସ୍ ବା ଅନୁଷ୍ଠାନରେ କାମ କରୁଥିବା କର୍ମଚାରୀମାନେ ନିଜର କିଛି ଜରୁରୀ କାମରେ ଅଧିକା ଦିନ ଛୁଟି ନେବାକୁ ଅଫିସରେ ଦରଖାସ୍ତ ଦେଇଥାନ୍ତି। ହେଲେ ପାକିସ୍ତାନର ଜଣେ ରେଳବାଇ ଅଧିକାରୀ କିଛି ଭିନ୍ନ କାରଣକୁ ନେଇ ଲମ୍ବା ଅବଧିର ଛୁଟି ଦରଖାସ୍ତ କରିଛନ୍ତି । ଯାହାକି ଏବେ ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଛି। (ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଦରଖାସ୍ତ) ସୂଚନା ଅନୁସାରେ , ଜଣେ ଅଫିସର ୨ ବର୍ଷ ଅର୍ଥାତ ୭୩୦ […]
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଅତ୍ୟାଧୁନିକ ଲଢୁଆ ବିମାନ ମିଗ୍ ୨୭ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ରାଜସ୍ଥାନର ଯୋଧପୁରରୁ ନିୟମିତ ଉଡ଼ାଣ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସିରୋହି ଜିଲ୍ଲାରେ ବିମାନର ଧ୍ୱଂସାବଶେଷ ଠାବ କରାଯାଇଛି। ଦୁର୍ଘଟଣାର କାରଣ ସମ୍ପର୍କରେ ଜଣାପଡ଼ିନାହିଁ ।
ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷ ଆରମ୍ଭରୁ ସେୟାର ବଜାର ରେକର୍ଡ ସୃଷ୍ଟି କରିଛି। ଆଜି ସେନ୍ସେକ୍ସ ୩୯ ହଜାର ପଏଣ୍ଟରେ ପହଞ୍ଚି ସର୍ବକାଳୀନ ରେକର୍ଡ କରିଛି। କାରବାର ଆରମ୍ଭରୁ ସେନ୍ସେକ୍ସ ୩ ଶହରୁ ଅଧିକ ପଏଣ୍ଟ ବୃଦ୍ଧି ପାଇଛି। ଏହା ସହିତ ୩୯ ହଜାର ପଏଣ୍ଟ ପାର୍ କରିଛି। ସେହିପରି ନିଫ୍ଟି ମଧ୍ୟ ବୃଦ୍ଧି ପାଇ ୧୧ ହଜାର ୭ ଶହ ପଏଣ୍ଟ ଛୁଇଁଛି। ଗତ ବର୍ଷ ସେପ୍ଟେମ୍ବର ପରେ ପ୍ରଥମ ଥର ପାଇଁ ନିଫ୍ଟି ୧୧ […]
ନୂଆଦିଲ୍ଲୀ : ନିର୍ବାଚନ ପ୍ରକିୟାକୁ ନେଇ ଅାଜି ଦିଲ୍ଲୀରେ ସର୍ବଦଳୀୟ ବୈଠକ। ଭାରତୀୟ ନିର୍ବାଚନ କମିଶନ ଡାକିଥିବା ଏହି ବୈଠକରେ ଜାତୀୟ ଓ ଅାଞ୍ଚଳିକ ଦଳର ପ୍ରତିନିଧି ଯୋଗ ଦେଇଛନ୍ତି। ଏହି ବୈଠକରେ ନିର୍ବାଚନ ପ୍ରକ୍ରିୟା ସହିତ ଅନ୍ୟ ସବୁ ପ୍ରସଙ୍ଗରେ ଅାଲୋଚନା ହେଉଛି। EVM ବିବାଦ, ପେଡ୍ ନ୍ୟୁଜ୍, ଖର୍ଚ୍ଚସୀମା ଉପରେ ଅାଲୋଚନା ଚାଲିଥିବା ସୂଚନା ମିଳିଛି। ଏହି ବୈଠକରେ କିଛି ବିରୋଧୀ ଦଳ ପୁଣି ଥରେ ବାଲଟ ପେପରରେ ନିର୍ବାଚନ କରାଇବାକୁ ଦାବି କରିପାରନ୍ତି […]
ନୂଆଦିଲ୍ଲୀ: ବିଭିନ୍ନ ଷ୍ଟାଇଲିଶ୍ ତଥା ଅପଗ୍ରେଡ୍ ଭର୍ସନର ମୋବାଇଲ ଫୋନ୍ ବ୍ୟବହାର କରିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଏକ ଖୁସି ଖବର। କାହିଁକି ନା ଚଳିତ ସପ୍ତାହରେ ବିଭିନ୍ନ ବ୍ରାଣ୍ଡ୍ର ଆଣ୍ଡ୍ରଏଡ୍ ମୋବାଇଲ ଫୋନ୍ ଅନ୍ଲାଇନ୍ରେ ଉପଲବ୍ଧ ହେବାକୁ ଯାଉଥିବା ବେଳେ ଆଜି କିଛି ଫୋନ୍ ଅନ୍ଲାଇନ୍ରେ ଉପଲ୍ଲବ୍ଧ ହୋଇଛି। ସେଥିମଧ୍ୟରେ ରହିଛି Samsung Galaxy A8 Star, Huawei Nova 3i, 10.or D2, Poco F1, Jio Phone 2 ଓ ଆହୁରି ଅନେକ। […]