ଚଣ୍ଡିଗଡ଼: ହରିୟାଣାରେ ବନ୍ୟା ପାଣିରେ ଭାସିଗଲା କାର୍। ହେଲେ ଅଳ୍ପକେ ବର୍ତ୍ତିଗଲେ କାର୍ ଚାଳକ। ପ୍ରବଳ ବର୍ଷା ଯୋଗୁ ପଞ୍ଚକୁଲାର ଘାଘର ନଦୀର ବନ୍ୟା ପରିସ୍ଥିତି ଦେଖା ଦେଇଛି। ନଦୀର ପାଣି ପୋଲ ଉପରେ ଦେଇ ପ୍ରବାହିତ ହେଉଛି। ଏହି ସମୟରେ ପୋଲ ଉପରେ ଥିବା ଏକ କାର୍ ନଦୀ ସୁଅରେ ଭାସି ଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି। ତେବେ ସୌଭାଗ୍ୟବଶତଃ କାର୍ ଡ୍ରାଇଭର ବର୍ତ୍ତି ଯାଇଛନ୍ତି। କାର୍ ଡ୍ରାଇଭରଙ୍କ ସମେତ ସ୍ଥାନୀୟ ଲୋକେ ମିଶି ବହୁ […]
ନୂଆଦିଲ୍ଲୀ: ବିଶ୍ୱକପ୍ କ୍ରିକେଟ୍ ସେମିଫାଇନାଲ ଚୂଡ଼ାନ୍ତ ହୋଇଛି। ଆସନ୍ତା ୯ ତାରିଖରେ ଭାରତ ନ୍ୟୁଜିଲାଣ୍ଡ୍ ମଧ୍ୟରେ ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ମଞ୍ଚେଷ୍ଟର୍ର ଓଲ୍ଡ ଟ୍ରାଫଡ୍ କ୍ରିକେଟ୍ ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଖେଳାଯିବ। ସେହିପରି ୧୧ ତାରିଖରେ ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ଏଜବେଷ୍ଟନ୍ କ୍ରିକେଟ୍ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ। The #CWC19 semi-finals are confirmed! ? pic.twitter.com/rpnOaeWAzr — Cricket World Cup (@cricketworldcup) 6 July 2019 ଗତକାଲିର […]
ମୁମ୍ବାଇ: ପୁଣି ଥରେ ପରଦାକୁ ଆସିବ କଶ୍ମୀର ଷ୍ଟୋରୀ । ଉପତ୍ୟକାର କାହାଣୀକୁ ନେଇ ଆଧାରିତ ହିନ୍ଦୀ ଫିଲ୍ମ ‘ନୋଟ୍ବୁକ୍’ର ଟ୍ରେଲର୍ ରିଲିଜ୍ ହୋଇଛି । ଲଭ, ରୋମାନ୍ସ, ବ୍ରେକ୍ଅପ୍ ଆଉ ତା ସାଙ୍ଗକୁ ସସପେନ୍ସକୁ ନେଇ ଫିଲ୍ମର କାହାଣୀ ଆଧାରିତ । ଫିଲ୍ମ ଜରିଆରେ ଡେବ୍ୟୁ କରିବାକୁ ଯାଉଛନ୍ତି ପ୍ରନୂତନ ବେହଲ୍ ଓ ଜାହିର୍ ଇକବାଲ୍ । ପ୍ରନୂତନ ହେଉଛନ୍ତି ପ୍ରଖ୍ୟାତ ବଲିଉଡ ଅଭିନେତ୍ରୀ ନୂତନଙ୍କ ନାତୁଣି ଓ ଅଭିନେତା ମହନିଷ ବେହଲଙ୍କ ଝିଅ । […]
ଲିଡ୍ସ: ଚଳିତ ବିଶ୍ୱକପ୍ରେ ଧିମା ବ୍ୟାଟିଂ ପାଇଁ ସମାଲୋଚନାର ଶିକାର ହୋଇଥିବା ମହେନ୍ଦ୍ର ସିଂହ ଧୋନି ଏବେ ଏକ ଅଲୋଡ଼ା ରେକର୍ଡ ସୃଷ୍ଟି କରିଛନ୍ତି। ଚଳିତ ବିଶ୍ୱକପ୍ରେ ଧୋନି ଜଣେ ୱିକେଟ୍ କିପର ଭାବେ ସବୁଠାରୁ ଅଧିକ ବାଇ ରନ୍ ଦେଇଛନ୍ତି। ଅର୍ଥାତ ଧୋନି ୱିକେଟ୍ କିପିଂ ଠିକ୍ ଭାବେ କରିପାରିନାହାନ୍ତି। ବିଶ୍ୱର ସବୁଠାରୁ ସଫଳ ୱିକେଟ୍ କିପରର ମାନ୍ୟତା ପାଇଥିବା ଧୋନିଙ୍କ ନାଁରେ ଏଭଳି ରେକର୍ଡ ଯୋଡ଼ି ହେବା ଦୁଃଖଦାୟକ ନିଶ୍ଚୟ। ଆଜି ଶ୍ରୀଲଙ୍କା ବିପକ୍ଷ […]
ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଆୟୋଜିତ ଏରୋ ଇଣ୍ଡିଆ-୨୦୧୯ର ତୃତୀୟ ଦିନ ଥିଲା ବେଶ ଚିତ୍ତାକର୍ଷକ । ବିଶ୍ୱର ସବୁଠୁ ବଡ଼ ଏୟାର ଶୋରେ ସରାଙ୍ଗ ସମେତ ବିଭିନ୍ନ ଦେଶର ଯୁଦ୍ଧ ବିମାନ ଏବଂ ଆନ୍ତର୍ଜାତିକ ଡ୍ରୋନ୍ ଅଲିମ୍ପିକ୍ସ ପ୍ରଦର୍ଶିତ ହୋଇଛି । ତୃତୀୟ ଦିନରେ ବାୟୁସେନା ମୁଖ୍ୟ ବିଏସ୍ ଧନୱା ପହଞ୍ଚି ବିଭିନ୍ନ ଅନ୍ତର୍ଜାତୀୟ ବିମାନ ବୁଲି ଦେଖିଥିଲେ । ବେଙ୍ଗାଲୁରୁ ଆକାଶରେ ସରାଙ୍ଗ ହେଲିକପ୍ଟର ଡେଡଲି ଷ୍ଟଣ୍ଟ ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକଙ୍କୁ ଚକିତ କରିଥିଲା । […]
ବେଙ୍ଗାଲୁରୁ: କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ବିଦେଶ ଗସ୍ତରେ ଥିବାବେଳେ ରାଜ୍ୟରେ ପୁଣି ଫେରିଛି ରିଜର୍ଟ ପଲିଟିକ୍ସ। କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାରର ଆଉ ୧୩ ଜଣ ବିଧାୟକ ଇସ୍ତଫା ଦେବା ସହିତ ନାଟକୀୟ ମୋଡ଼କୁ ଚାଲିଆସିଛି କ୍ଷମତା ରାଜନୀତି। ମେଣ୍ଟ ସରକାରର ବିଧାୟକ ସଂଖ୍ୟା ୧୧୮ରୁ ହ୍ରାସ ପାଇ ୧୦୫କୁ ଖସିଆସିବା ସହିତ ଏହା ବିଜେପିର ୧୦୫ ସହିତ ସମାନ ହୋଇଯାଇଛି। କର୍ଣ୍ଣାଟକା ବିଧାନସଭା ପକ୍ଷରୁ ଇସ୍ତଫା ସଂଖ୍ୟା ୧୩ କୁହାଯାଉଥିବାବେଳେ ଜେଡିଏସ୍ ବିଧାୟକ ଏଏଚ୍ ବିଶ୍ୱନାଥ […]
ଲିଡ୍ସ: ଚଳିତ ବିଶ୍ୱକପ୍ରେ ଟିମ୍ ଇଣ୍ଡିଆ ଏକ ପାଖିଆ ଭାବେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ବିଶ୍ୱକପ୍ର ଶେଷ ଲିଗ୍ ମ୍ୟାଚ୍ରେ ଭାରତ ଆଗରେ ଶ୍ରୀଲଙ୍କା ୨୬୫ ରନ୍ର ଟାର୍ଗେଟ ରଖିଥିଲା। ତେବେ ରୋହିତ ଶର୍ମା ଓ କେଏଲ୍ ରାହୁଲଙ୍କ ଶତକ ବଳରେ ଟିମ୍ ଇଣ୍ଡିଆ ଏହି ଟାର୍ଗେଟକୁ ୩୯ ବଲ ପୂର୍ବରୁ ହାସଲ କରି ନେଇଛି। ଭାରତ ୭ ୱିକେଟ୍ରେ ଶ୍ରୀଲଙ୍କାକୁ ପରାସ୍ତ କରି ଟେବୁଲ ଶୀର୍ଷରେ ପହଞ୍ଚି ଯାଇଛି। ଯଦି ଅଷ୍ଟ୍ରେଲିଆ ପ୍ରତିପକ୍ଷ ଦକ୍ଷିଣ ଆଫ୍ରିକାକୁ […]
ଲିଡ୍ସ: ଟିମ୍ ଇଣ୍ଡିଆର ନିୟମିତ ଓପନର ଶିଖର ଧୱନ ଆହତ ହେବା ପରେ କେଏଲ୍ ରାହୁଲଙ୍କୁ ଯେଉଁ ଦାୟିତ୍ୱ ଦିଆଯାଇଥିଲା, ତା’କୁ ସେ ଠିକ୍ ଭାବେ ତୁଲାଇଛନ୍ତି। ଆଜି ରାହୁଲ ଶ୍ରୀଲଙ୍କା ବିପକ୍ଷରେ ଶତକ ହାସଲ କରି ସେମିଫାଇନାଲ ପୂର୍ବରୁ ନିଜର ମନୋବଳ ବୃଦ୍ଧି କରିଛନ୍ତି। ରାହୁଲ ଆଜି ୧୦୭ଟି ବଲ୍ରେ ନିଜର ଶତକ ହାସଲ କରିଛନ୍ତି। ଏହା ବିଶ୍ୱକପ୍ରେ ରାହୁଲଙ୍କ ପ୍ରଥମ ଶତକ। ସେହିପରି ଦିନିକିଆ କ୍ୟାରିୟରରେ ରାହୁଲଙ୍କ ଏହା ଦ୍ୱିତୀୟ ଶତକ। ରାହୁଲ ଆଜି […]
ଲଣ୍ଡନ: ଫାଫ୍ ଡୁପ୍ଲେସିସିଙ୍କ ଶତକ ବଳରେ ଦକ୍ଷିଣ ଆଫ୍ରିକା ଚଳିତ ବିଶ୍ୱକପର ଶେଷ ଲିଗ୍ ମ୍ୟାଚ୍ରେ ଦମଦାର ବ୍ୟାଟିଂ କରିଛି। ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୩୨୫ ରନ୍ କରିବାକୁ ସକ୍ଷମ ହୋଇଛି। ଫଳରେ ଏହି ମ୍ୟାଚ୍ଟିକୁ ଜିତିବା ପାଇଁ ଅଷ୍ଟ୍ରେଲିଆକୁ ୩୨୬ ରନ୍ର ଟାର୍ଗେଟ ମିଳିଛି। ଟସ୍ ଜିତି ଦକ୍ଷିଣ ଆଫ୍ରିକା ଅଧିନାୟକ ଫାପ୍ ଡୁପ୍ଲେସିସି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦଳର ଦୁଇ ଓପନର କ୍ୱିଣ୍ଟନ ଡି-କକ୍ ଓ […]
ଲିଡ୍ସ: ଶ୍ରୀଲଙ୍କା ବିପକ୍ଷରେ ରୋହିତ ଶର୍ମା ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଆଜି ଶତକ ହାସଲ କରିବା କ୍ଷଣି ଏକାଧିକ ରେକର୍ଡ ନିଜ ନାଁରେ କରି ନେଇଛନ୍ତି। ଗୋଟିଏ ବିଶ୍ୱକପ୍ରେ ୫ଟି ଶତକ ହାସଲ କରିବାରେ ସେ ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି। ରୋହିତଙ୍କ ପୂର୍ବରୁ ଶ୍ରୀଲଙ୍କାର କୁମାର ସାଙ୍ଗାକାର ୨୦୧୫ ବିଶ୍ୱକପ୍ରେ ୪ଟି ଶତକ ମାରିଥିଲେ। ହେଲେ ଆଜି ସେହି ଶ୍ରୀଲଙ୍କା ବିପକ୍ଷରେ ଶତକ ମାରି କୁମାର ସାଙ୍ଗାକାରଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। […]
ଯାଜପୁର/ଜଳେଶ୍ୱର: ବର୍ତ୍ତମାନ ଶାନ୍ତ ଅଛି ବୁଢ଼ା ବୈତରଣୀ। ତାର ଏଇ ଶାନ୍ତ ରୂପ ଦେଖିଲେ କିଏ ବା ଭାବିବ ଯେ, ଏ ନଦୀ ବି ପ୍ରଳୟଙ୍କରୀ ରୂପ ନେଇପାରେ। ହେଲେ ମୌସୁମୀ ବର୍ଷା ଆରମ୍ଭ ହେବାମାତ୍ରେ କିନ୍ତୁ ପୂର୍ବ ବିଭୀଷିକାର ଚିତ୍ରକୁ ମନେ ପକାଇ ଛାନିଆ ହୋଇଯାନ୍ତି ଯାଜପୁର ଜିଲ୍ଲା କୋରେଇ ବ୍ଲକର ଅଧିକାଂଶ ଗାଁ ଲୋକେ। କାରଣ ନଦୀରେ ସାମାନ୍ୟ ବନ୍ୟା ଜଳ ଆସିଲେ ଜଳବନ୍ଦୀ ହୋଇପଡ଼ନ୍ତି ମଥୁରାପୁର, ମୁକୁନ୍ଦପୁର ସହ ପାଖ ଆଖ ୧୩ଟି […]
ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୨ ଭାରତୀୟ ଯବାନ ସହିଦ ହେବା ପରେ ପାକିସ୍ତାନ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଭାରତ। ସିନ୍ଧୁ ନଦୀର ଟୋପେ ବି ପାଣି ପାକିସ୍ତାନକୁ ନ ଦେବାକୁ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରି ଟ୍ୱିଟ୍ କରି କଡ଼ା ଚେତାବନୀ ଦେଇଛନ୍ତି। ପରବର୍ତ୍ତୀ ନିଷ୍ପତ୍ତି ଭାରତ ସରକାର, ପ୍ରଧାନମନ୍ତ୍ରୀ ଏବଂ ଉଚ୍ଚସ୍ତରୀୟ ଅଧିକାରୀ ନେବେ ବୋଲି ସେ କହିଛନ୍ତି। ଏନେଇ ଟେକ୍ନିକାଲ ଡିଜାଇନ ପ୍ରସ୍ତୁତ କରିବା ପାଇଁ ନିଜ ବିଭାଗକୁ ସେ […]
ନୂଆ ଦିଲ୍ଲୀ: ପୁଲୱାମାରେ ସିଆରପିଏଫ ଯବାନମାନଙ୍କୁ ଆକ୍ରମଣ ପରେ ଦେଶର ବିଭିନ୍ନ ସ୍ଥାନରେ କଶ୍ମୀର ବାସିନ୍ଦାଙ୍କୁ ଆକ୍ରମଣ କରାଯାଉଥିବା ଅଭିଯୋଗ ଆସିଛି । ଏହାକୁ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟ ୧୧ଟି ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଏଥିସହ ସେମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ପୁଲିସ ଡିଜିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କଶ୍ମୀର ବାସିନ୍ଦାଙ୍କ ସୁରକ୍ଷା ପାଇଁ ଆଡଭାଇଜରି ଜାରି କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ […]
ତେଲୁଗୁ ପରମ୍ପରାରେ ଆଷାଢ ମାସକୁ ପବିତ୍ର ମାସ ଭାବେ ଗ୍ରହଣ କରାଯାଏ। ପରମ୍ପରା ଅନୁସାରେ ଏହି ମାସକୁ ‘ଆଷାଢମ ମାସମ’ ବୋଲି କୁହାଯାଏ। ଆନ୍ଧ୍ରପ୍ରଦେଶର ଜଣେ ପିତା ଏହି ପବିତ୍ର ମାସରେ ତାଙ୍କ ନବବିବାହିତା ଝିଅଙ୍କୁ ଯାହା ଉପହାର ଦେଇଛନ୍ତି ତାହା ଶୁଣିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ।
ନୂଆଦିଲ୍ଲୀ: ବିଶ୍ୱ ଅର୍ଥନୀତିର ଉନ୍ନତି ନିମନ୍ତେ ସକ୍ରିୟ ଯୋଗଦାନ ସହ ବିଶ୍ୱ ଦରବାରରେ ଅନ୍ୟ ଦେଶ ସହ ସୁ ସମ୍ପର୍କ ପ୍ରତିଷ୍ଠା ନିମନ୍ତେ ସମ୍ମାନିତ ହୋଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୧୪ତମ ସିଓଲ୍ ଶାନ୍ତି ପୁରସ୍କାର ଉତ୍ସବରେ ୨୦୧୮ ମସିହା ପାଇଁ ମୋଦିଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ସିଓଲ୍ ଶାନ୍ତି କମିଟି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିବା ପାଇଁ ବାଛିଥିଲା । ଦକ୍ଷିଣ କୋରିଆ ଗସ୍ତରେ ଥିବା ମୋଦି ଏହି […]
ବମ୍ବେ: ଆଜି ପରିଦାକୁ ଆସୁଛି ବଲିଉଡର କମେଡି ଡ୍ରାମା ଟୋଟାଲ ଧମାଲ । ଏହି ଫିଲ୍ମରେ ନଜର ଆସିବେ ଅନିଲ କପୁର ଓ ଧକଧକ ଗାର୍ଲ ମାଧୁରୀ ଦୀକ୍ଷିତ ଓ ଅଜୟ ଦେବଗନ। ସେମାନଙ୍କ ବ୍ୟତୀତ ଅର୍ସଦ ଓ୍ୱାର୍ସି, ରିତେଶ ଦେଶମୁଖ, ଇଶା ଗୁପ୍ତା, ବମନ ଇରାନି ମଧ୍ୟ ଏଥିରେ ପ୍ରମୁଖ ରୋଲ କରିଥିବା ଦେଖିବାକୁ ମିଳିବ। କମେଡି ଡ୍ରାମା ଉପରେ ପର୍ଯ୍ୟବେଷିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଇନ୍ଦ୍ର କୁମାର । ଟଙ୍କା ଓ ସମ୍ପତ୍ତିକୁ […]
ନୂଆଦିଲ୍ଲୀ: ପୁଲ୍ୱାମା ଅ୍ରାକ୍ରମଣ ପରେ ପାକିସ୍ତାନକୁ ସମସ୍ତ ଦିଗରେ ଏକ ଘରିକିଆ କରିବା ପାଇଁ ଭାରତର ଯୋଜନା। ଏବେ କ୍ରିକେଟ୍ରେ ମଧ୍ୟ ପାକିସ୍ତାନକୁ ଏକଘରିକିଆ କରିବା ପାଇଁ ବିସିସିଆଇ ଯୋଜନା କରୁଛି। ଚଳିତ ବର୍ଷ ଇଂଲଣ୍ଡରେ ହେବାକୁ ଥିବା ବିଶ୍ୱକପ୍ରୁ ପାକିସ୍ତାନକୁ ବାହାର କରିବା ପାଇଁ ବିସିସିଆଇ ନିଷ୍ପତ୍ତି ନେଇପାରେ। ଏନେଇ ଆଜି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟି ଅଫ୍ ଆଡମିନିଷ୍ଟ୍ରେଟର୍ସ (ସିଓଏ) କମିଟିର ବୈଠକ ହେବ। ଏହି ବୈଠକରେ ପାକିସ୍ତାନକୁ ବିଶ୍ୱକପ୍ରୁ ବାଦ୍ ଦେବା ପାଇଁ […]
ମୁମ୍ବାଇ: କଥାରେ ଅଛି ରଖେ ହରି ତ ମାରେ କିଏ। ମହାରାଷ୍ଟ୍ରର ଏକ ଗାଁରେ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ୨୦୦ ଫୁଟ୍ ଗଭୀର ଗାତରୁ ସୁରକ୍ଷିତ ଅବସ୍ଥାରେ ଏକ ୬ ବର୍ଷର ବାଳକକୁ ଉଦ୍ଧାର କରାଯାଇଛି। ଏନ୍ଡିଆର୍ଏଫ୍ ଟିମ୍ ଓ ପୁଲିସ୍ର ଦୀର୍ଘ ୧୬ ଘଣ୍ଟାର ଅପରେସନ୍ ପରେ ବାଳକଟିକୁ ଉଦ୍ଧାର କରାଯାଇଥିଲା। ଗତକାଲି ସନ୍ଧ୍ୟା ୫ଟାରେ ଖେଳୁଥିବା ବେଳେ ନଳକୂପ ପାଇଁ ଖୋଳାଯାଇଥିବା ଗାତରେ ଶିଶୁଟି ଖସି ପଡ଼ିଥିଲା। ସଙ୍ଗେ ସଙ୍ଗେ ଏନ୍ଡିଆର୍ଏଫ୍ […]
ନୂଆଦିଲ୍ଲୀ: ପୁଲଓ୍ୱାମାରେ ସଂଘଟିତ ଆତଙ୍କବାଦୀ ଆକ୍ରମଣରେ ୪୦ ଭାରତୀୟ ଯବାନ ସହିଦ ହୋଇଗଲେ। ଏହି ଘଟଣାରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି। ହେଲେ ଏତେ ବଡ଼ ଆତଙ୍କବାଦୀ ଆକ୍ରମଣ ପଛରେ ସରକାରଙ୍କ ଅବେହଳାକୁ ଦାୟୀ କରିଛି କଂଗ୍ରେସ। କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେବାଲା ଅଭିଯୋଗ କରିଛନ୍ତି, ଏତେ ପରିମାଣର ବିସ୍ଫୋରକ ସଂଗ୍ରହ କରି କିପରି ଆତଙ୍କବାଦୀମାନ ଠୁଳ କଲେ। ପୋଲିସ ଓ ଇଣ୍ଟେଲେଜନ୍ସି ଏଜେନ୍ସି କିପରି କିଛି ସୁରାକ ପାଇ ପାରିଲେ ନାହିଁ । […]
ଢାକା: ବାଂଲାଦେଶ ରାଜଧାନୀ ଢାକାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି। ଏଥିରେ ପ୍ରାୟ ୭୦ ଜଣଙ୍କର ମୃତ୍ୟୁ ହୋଇଛି । ସକାଳ ପ୍ରାୟ ସାଢେ ୯ଟାରେ ପୁରୁଣା ଢାକାର ଛୁରିହାଟ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଥିଲା। ପ୍ରଥମେ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଥିଲା। ତେବେ ସେଠାରେ ପାଖରେ କିଛି କେମିକାଲ ଓ ପ୍ଲାଷ୍ଟିକ୍ ସାମଗ୍ରୀ ଥିବାରୁ ଚାହୁଁ ଚାହୁଁ ନିଆଁ ଅତି ଜୋରରେ ବ୍ୟାପି ଯାଇଥିଲା । ଫଳରେ ନିମିଷକ ମଧ୍ୟରେ ସ୍ଥାନୀୟ ଲାଲବାଗ ମାର୍କେଟରେ ଥିବା ଅନେକ ବିଲଡିଂ […]
ନୂଆଦିଲ୍ଲୀ: ପୁଲ୍ୱାମାରେ ଆତ୍ମଘାତୀ ବିସ୍ଫୋରଣରେ ସଫଳ ହେବାପରେ ପୁଣିଥରେ ଏକ ବଡ଼ ଧରଣର ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ଯୋଜନା କରୁଛି। ଗତ ୧୪ ତାରିଖରେ ପୁଲ୍ଓ୍ୱାମାରେ ସିଆରପିଏଫ୍ ଯବାନଙ୍କ ଗାଡ଼ି ଉପରେ ହୋଇଥିବା ଆକ୍ରମଣଠୁ ଆହୁରି ବଡ଼ ଧରଣର ଆକ୍ରମଣ ପାଇଁ ଏହି ଆତଙ୍କବାଦୀ ସଂଗଠନ ଯୋଜନା କରୁଥିବା ଗୁଇନ୍ଦା ସୂଚନା ମିଳିବା ପରେ ସେନା ଓ ପୁଲିସ୍ ସତର୍କ ହୋଇଛି। ଏଥର ପ୍ରାୟ ୫ ଶହ କିଲୋଗ୍ରାମ ବିସ୍ଫୋରକ ସହ ଆକ୍ରମଣ କରିବା […]
ଲିଡ୍ସ: ଆଞ୍ଜେଲୋ ମାଥ୍ୟୁସଙ୍କ ଦମଦାର ଶତକ ବଳରେ ଶ୍ରୀଲଙ୍କା ନିର୍ଦ୍ଧାରିତ ୫୦ ଓଭର୍ରେ ୭ ୱିକେଟ୍ ହରାଇ ୨୬୪ ରନ୍ କରିଛି। ଫଳରେ ଶେଷ ଲିଗ୍ ମ୍ୟାଚ୍ ଜିତିବାକୁ ଭାରତକୁ ୨୬୫ ରନ୍ର ଟାର୍ଗେଟ ମିଳିଛି। ଯବାବରେ ଟିମ୍ ଇଣ୍ଡିଆ ବ୍ୟାଟିଂ ଜାରି ରଖିଛି। ଦଳର ଦୁଇ ଓପନର୍ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଓ କେ ଏଲ୍ ରାହୁଲ୍ ଦଳକୁ ଭଲ ଆରମ୍ଭ ଦେଇଛନ୍ତି। ଖବର ଲେଖାଯିବା ସୁଦ୍ଧା ଦଳର ସ୍କୋର୍ ୨୦ ଓଭର୍ ୨ ବଲ୍ରେ […]