• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

ceasefire
ଉରିରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

ଶ୍ରୀନଗର: ପାକିସ୍ତାନର ଦୋମୁହାଁ ନୀତି। ପିଓକେର ବାଲାକୋଟ୍‌ରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଗୋଟିଏ ପଟେ ଶାନ୍ତି ପ୍ରସ୍ତାବ ଦେଉଥିବା ବେଳେ ଅନ୍ୟପଟେ ନିୟନ୍ତ୍ରଣ ସୀମାରେଖା(ଏଲ୍‌ଓସି)ରେ ପାକ୍ ସେନା ପୁଣିଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି। ଉରି ସେକ୍ଟରର ଏଲ୍‌ଓସିରେ ପାକିସ୍ତାନୀ ସେନା ଆଜି ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି। ଏଥିରେ ଜଣେ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଗତକାଲି ସନ୍ଧ୍ୟାରେ ବାରାମୁଲ୍ଲା ଜିଲ୍ଲାର ଉରି ଅଞ୍ଚଳରେ ପାକିସ୍ତାନୀ ସେନା ଭାରତୀୟ ସେନା […]

safa
ଓଆଇସିରେ ଅତିଥି ହେବେ ସୁଷମା: ପାକିସ୍ତାନ କହିଲା ଯିବିନି

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ସ୍ଥିତି ସମଗ୍ର ବିଶ୍ୱ ସମୁଦାୟକୁ ଚିନ୍ତାରେ ପକାଇଛି। ଏହାମଧ୍ୟରେ ଆସନ୍ତାକାଲିଠାରୁ ୟୁଏଇର ଆବୁଧାବିରେ ଆରମ୍ଭ ହେବାକୁ ଯାଉଛି ଓଆଇସି (ଅର୍ଗାନାଇଜେସନ୍ ଅଫ୍ ଇସଲାମିକ୍ କୋ-ଅପରେସନ୍) ସମ୍ମିଳନୀ। ଇସଲାମିକ୍ ଦେଶ ସମୂହଙ୍କୁ ନେଇ ଆୟୋଜିତ ଏହି ସମ୍ମିଳନୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଯୋଗ ଦେବେ। ବିଶ୍ୱର ୫୭ଟି ଇସ୍ଲାମିକ୍ ଦେଶଙ୍କୁ ନେଇ ଗଠିତ ଇସ୍ଲାମୀୟ ସହଯୋଗ ସଂଗଠନ ବୈଠକରେ ଭାରତ ପ୍ରଥମ ଥର ଲାଗି ସମ୍ମାନିତ ଅତିଥି ଭାବେ […]

Inkhabar
ବିଚକ୍ଷଣ ଦକ୍ଷତା ଓ ଅଦମ୍ୟ ସାହସର ପରିଚୟ ଦେଲେ ଅଭିନନ୍ଦନ

ନୂଆଦିଲ୍ଲୀ: ପାକିସ୍ତାନର ବିମାନ ଆକ୍ରମଣକୁ ପ୍ରତିହତ କରିବାରେ ଓ୍ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ଦେଖାଇଥିବା ବୀରତ୍ୱକୁ ନେଇ ସାରା ଦେଶରେ ଚର୍ଚ୍ଚା। ମିଗ୍-୨୧ରେ ପାଟ୍ରୋଲିଂ କରୁଥିଲେ ମଧ୍ୟ ଅଭିନନ୍ଦନ ନିଜ ଅପୂର୍ବ ରଣ ଦକ୍ଷତା ପ୍ରଦର୍ଶନ କରିବା ସହ ପାକିସ୍ତାନର ଅତ୍ୟାଧୁନିକ F-16 ଲଢୁଆ ବିମାନକୁ ଖସାଇ ଦେବାରେ ସଫଳ ହୋଇଥିଲେ। ଫଳରେ ଭାରତୀୟ ସୀମାରେ ଆକ୍ରମଣ ଉଦ୍ୟମ କରୁଥିବା ଅନ୍ୟ ପାକିସ୍ତାନ ଜେଟ୍ ଛତ୍ରଭଙ୍ଗ ଦେବାକୁ ବାଧ୍ୟ ହୋଇଥିଲେ। F-16  ବନାମ ମିଗ୍-21 ବାଲାକୋଟ୍ ଆକ୍ରମଣରେ ବଦଲା […]

Capture-1
ନିଜ ରାୟ ଉପରେ ସ୍ଥଗିତାଦେଶ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ :ଜଙ୍ଗଲ ଜମିରେ ରହୁଥିବା ଜନଜାତିଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ତରଫରୁ ବଡ଼ ଆଶ୍ୱସ୍ତି ମିଳିଛି। ଓଡ଼ିଶା, ମଧ୍ୟପ୍ରଦେଶ, ତେଲେଙ୍ଗାନାର ପ୍ରାୟ ୧୨ ଲକ୍ଷ ଆଦିବାସୀ ଏହାଦ୍ୱାରା ଉପକୃତ ହେବେ । କାରଣ ଜଙ୍ଗଲ ଜମିରୁ ଉଚ୍ଛେଦ ନେଇ ପୂର୍ବରୁ ନିଜେ ଦେଇଥିବା ରାୟ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ । ଜଙ୍ଗଲ ଜମିରୁ ଜନଜାତିଙ୍କୁ ଉଚ୍ଛେଦ କରିବାକୁ ଫେବୃୟାରୀ ୧୩ରେ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ। ଜଙ୍ଗଲ ଜମି ସତ୍ତ୍ୱ ପାଇଁ ଜନଜାତିଙ୍କ ଆବେଦନକୁ ରାଜ୍ୟ […]

f
ଦ୍ୱିତୀୟ ଦିନ ପାଇଁ ପାକିସ୍ତାନର ସମସ୍ତ ବିମାନ ଉଡ଼ାଣ ବନ୍ଦ

ଇସଲାମବାଦ: ଆଜି ଦ୍ୱିତୀୟ ଦିନ ପାଇଁ ପାକିସ୍ତାନର ସମସ୍ତ ବିମାନ ଉଡ଼ାଣ ବନ୍ଦ ରହିଛି। ପାକିସ୍ତାନ ନିଜ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ବନ୍ଦ କରିଛି । ଉଡ଼ାଣ ବନ୍ଦ ନେଇ ବିଧିବଦ୍ଧ ଭାବେ ନିର୍ଦ୍ଦେଶ କରିଛନ୍ତି ପାକିସ୍ତାନ ବେସାମରିକ ବିମାନ କର୍ତ୍ତୃପକ୍ଷ । ଗତକାଲି ଭାରତୀୟ ବାୟୁସୀମା ଉଲ୍ଲଂଘନ ଲାଗି ଉଦ୍ୟମ ବେଳେ ପାକିସ୍ତାନର ଏକ ଏଫ୍-୧୬ ଜେଟ୍‌କୁ ଗୁଳି କରି ଖସାଇ ଦେଇଥିଲା ଭାରତ ।  ଯାହା ପରେ ପାକିସ୍ତାନରେ ବିମାନ ଚଳାଚଳ […]

i1
‘ବନ୍ଦୀ ପାଇଲଟ୍‌ଙ୍କୁ ସୁରକ୍ଷିତ ଫେରାଅ’

ଇସଲାମାବାଦ : ପାକିସ୍ତାନ କବଜାରେ ଥିବା ଭାରତୀୟ ବାୟୁସେନା ପାଇଲଟ୍‌ ଅଭିନନ୍ଦନଙ୍କୁ ସୁରକ୍ଷିତ ଫେରାଇ ଦେବାକୁ ଦାବି କରିଛି ଭାରତ। ପାଇଲଟଙ୍କର ଯେପରି କୌଣସି କ୍ଷତି ନ ହୁଏ, ତାହା ସୁନିଶ୍ଚିତ କରିବାକୁ ଇସଲାମାବାଦକୁ ଚେତାବନୀ ଦେଇଛି ନୂଆଦିଲ୍ଲୀ। ଗତକାଲି ସନ୍ଧ୍ୟାରେ ଇସଲମାବାଦ୍‌ସ୍ଥିତ ଭାରତୀୟ ହାଇକମିଶନ୍ ପକ୍ଷରୁ ପାକିସ୍ତାନର ବିଦେଶ ମନ୍ତ୍ରଣାଳୟକୁ ଏନେଇ ବିଧିବଦ୍ଧ ଭାବେ ଜଣାଯାଇଥିଲା। ଠିକ୍ ସେହିପରି ନୂଆଦିଲ୍ଲୀସ୍ଥିତ ପାକିସ୍ତାନର କାର୍ଯ୍ୟକାରୀ ହାଇକମିଶନରଙ୍କୁ ମଧ୍ୟ ଏନେଇ ଅବଗତ କରାଯାଇଛି । ବାଲାକୋଟ ଆତଙ୍କବାଦୀ ଶିବିର […]

pak
ଧରାପଡ଼ିଲା ପାକିସ୍ତାନର ମିଛ

ଇସ୍‌ଲାମାବାଦ: ଧରାପଡ଼ିଲା ପାକିସ୍ତାନର ମିଛ। ବିଶ୍ୱ ସମ୍ମୁଖରେ ପାକିସ୍ତାନର ମିଛ କଥା ଧରାପଡ଼ି ଯାଇଛି। ଗତକାଲିଠୁ ଭାରତୀୟ ମିଗ୍ ବିମାନକୁ ଖସାଇଥିବା ଦାବି କରୁଥିଲା ପାକିସ୍ତାନ ସେନା। ଏଥିସହ ସୋଶାଲ୍‌ ମିଡିଆରେ ଘୁରି ବୁଲିଥିବା ଫଟୋକୁ ଦେଖାଇ ପାକିସ୍ତାନ ଦମ୍ବୋକ୍ତି ମଧ୍ୟ କରୁଥିଲା। ଯାହା ଡାହା ମିଛ ବୋଲି ଜଣାପଡ଼ିଛି। Image Credit: ANI ପାକିସ୍ତାନ ବାୟୁ ସେନାର F16 ବିମାନର ଭଗ୍ନାବଶେଷ, ଯାହାକି ଭାରତୀୟ ବାୟୁସେନା ଦ୍ୱାରା ବୁଧବାର ଦିନ ଖସାଇ ଦିଆଯାଇଥିଲା, ପିଓକେରେ ଏହାକୁ […]

jem chief
ଜୈଶ୍‌ ମୁଖ୍ୟ ମସୁଦ୍‌ ଆଝାର୍‌କୁ ବ୍ୟାନ୍‌ ଲାଗି ଜାତିସଂଘରେ ଆମେରିକା, ବ୍ରିଟେନ୍‌ ଓ ଫ୍ରାନ୍ସର ପ୍ରସ୍ତାବ

ନୂଆଦିଲ୍ଲୀ: ଧୀରେ ଧୀରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ତୀବ୍ର ହେବାରେ ଲାଗିଛି। ପାକ୍‌ ଅଧିକୃତ କଶ୍ମୀର(ପିଓକେ)ର ବାଲାକୋଟ୍‌ରେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍‌ ପରେ ଉଭୟ ଦେଶ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ସେପଟେ, ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ମୁଖ୍ୟ ମସୁଦ୍‌ ଆଝାର୍‌କୁ ଗ୍ଲୋବାଲ୍‌ ଟେରୋରିଷ୍ଟ୍‌ ଭାବେ ନାମିତ କରିବା ଲାଗି ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବା ୟୁନାଇଟେଡ୍‌ ନେସନ୍‌ସ୍‌ ସିକ୍ୟୁରିଟି କାଉନ୍‌ସିଲ୍‌ (ୟୁଏନ୍‌ଏସ୍‌ସି)କୁ ଏନେଇ ଗତକାଲି ପ୍ରସ୍ତାବ ଦିଆଯାଇଛି। […]

air
ପାକିସ୍ତାନର ଲଢୁଆ ବିମାନ ଖସାଇଲା ଭାରତ

ଶ୍ରୀନଗର: ପୁଲୱାମା ଆକ୍ରମଣ ପରେ ଭାରତ, ପାକିସ୍ତାନ ସୀମାରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ଭାରତୀୟ ବାୟୁସେନା ପାକିସ୍ତାନରେ ପଶି ଜୈସ୍ ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିବା ପରେ ଏହାର ଆଉ ଏକ ପରାକ୍ରମ ଦେଖିବାକୁ ମିଳିଛି। ଭାରତର ବାୟୁସୀମା ଭିତରକୁ ପଶି ଆସିଥିବା ପାକିସ୍ତାନ ଏୟାର ର୍ଫୋସର F-16 ଲଢୁଆ ବିମାନକୁ ଖସାଇ ଦେଇଛି ଇଣ୍ଡିଆନ୍‌ ଏୟାର୍‌ ଫୋର୍ସ। ଜମ୍ମୁ ଓ କଶ୍ମୀରର ନୌସେନା ସେର ଲାମ୍ ଉପତ୍ୟକାରେ ପିଓକେର ତିନି କିମି ଭିତରକୁ ପଶି […]

pompio-...
ପାକିସ୍ତାନକୁ କଡ଼ା ଚେତାବନୀ ଦେଲା ଆମେରିକା   

ୱାଶିଂଟନ: ପାକିସ୍ତାନର ବାଲାକୋଟ୍‌ରେ ଭାରତର ଏୟାର୍ ଷ୍ଟ୍ରାଇକ୍ ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।  ଉଭୟ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛି ଆମେରିକା । ନିଜ ମାଟିରେ ଥିବା ଆତଙ୍କବାଦୀ ସଙ୍ଗଠନଗୁଡିକ ଉପରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପାକିସ୍ତାନକୁ କହିଛନ୍ତି ଆମେରିକାର ବିଦେଶ ସଚିବ ମାଇକ୍ ପୋମ୍ପିଓ । ଆମେରିକାର ବିଦେଶ ବିଭାଗ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, […]

pak drone
ପାକିସ୍ତାନୀ ଡ୍ରୋନ୍‌କୁ ଖସାଇ ଦେଲା ଭାରତୀୟ ସେନା

ଅହମଦାବାଦ: ଗୁଜରାଟର କଚ୍ଛ ଅଞ୍ଚଳରେ ଉଡ଼ୁଥିବା ଏକ ପାକିସ୍ତାନୀ ଡ୍ରୋନ୍‌କୁ ଭାରତୀୟ ସେନା ଖସାଇ ଦେଇଛନ୍ତି। ଗତକାଲି ରାତିରେ ଏହି ଡ୍ରୋନ୍‌କୁ ଅମ୍ବାସା ଗାଁରେ ଖସାଇ ଦିଆଯାଇଥିବା ସୂଚନା ମିଳିଛି। ଆଜି ଭୋର ୩ଟା ୩୦ରେ ଭାରତୀୟ ବାୟୁସେନାର ମିରାଜ୍‌ ଫାଇଟର ଜେଟ୍‌ସ୍‌ ପାକ୍‌ ଅଧିକୃତ କଶ୍ମୀର (ପିଓକେ)ର  ବାଲାକୋଟରେ ଅପରେଟ କରୁଥିବା ଜୈଶ-ଏ- ମହମ୍ମଦର କ୍ୟାମ୍ପ୍‌ ଉପରକୁ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଜୈଶ-ଏ-ମହମ୍ମଦର ବହୁ ସଂଖ୍ୟକ ଆତଙ୍କବାଦୀଙ୍କ ସମେତ ଟ୍ରେନର, ସିନିଅର୍‌ କମାଣ୍ଡର ଓ […]

indian strike
ପୁଲ୍‌ୱାମା ପ୍ରତିଶୋଧ ପରେ ଭାରତୀୟ ବାୟୁସେନାକୁ ଛୁଟୁଛି ପ୍ରଶାଂସାର ସୁଅ

ନୂଆଦିଲ୍ଲୀ: ପାକ୍‌ ଅଧିକୃତ କଶ୍ମୀର (ପିଓକେ)ରେ ଆତଙ୍କବାଦୀ ଶିବିର ଉପରେ ବାୟୁସେନାର ଅପରେସନକୁ ସାରା ଦେଶରେ ପ୍ରଶଂସା କରାଯାଇଛି। ଦଳମତ ନିର୍ବିଶେଷରେ ସବୁ ଦଳର ନେତା ଓ ସାଧାରଣ ଜନତା ଏହାକୁ ସ୍ୱାଗତ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଭାରତୀୟ ବାୟୁ ସେନାର କାର୍ଯ୍ୟକୁ ସାଲ୍ୟୁଟ୍‌ କରିଛନ୍ତି। ?? I salute the pilots of the IAF. ?? — Rahul Gandhi (@RahulGandhi) 26 February 2019 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ […]

air strike
ପୁଲ୍‌ୱାମା ପ୍ରତିଶୋଧ: ଜୈଶ୍‌ ଶିବିର ଧ୍ୱଂସ, ବହୁ ସଂଖ୍ୟକ ଆତଙ୍କବାଦୀ ସଫା

ନୂଆଦିଲ୍ଲୀ: ପାକ୍‌ ଅଧିକୃତ କଶ୍ମୀର (ପିଓକେ)ରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍‌କୁ ନେଇ ଭାରତୀୟ ବୈଦେଶିକ ସଚିବ ଭି.କେ. ଗୋଖଲେ ସ୍ପଷ୍ଟ କରିଛନ୍ତି। ପିଓକେର ବାଲାକୋଟ୍‌ରେ ଅପରେଟ କରୁଥିବା ଜୈଶ-ଏ- ମହମ୍ମଦର କ୍ୟାମ୍ପ୍‌ ଉପରକୁ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଜୈଶ-ଏ-ମହମ୍ମଦର ବହୁ ସଂଖ୍ୟକ ଆତଙ୍କବାଦୀଙ୍କ ସମେତ ଟ୍ରେନର, ସିନିଅର୍‌ କମାଣ୍ଡର ଓ ଆତ୍ମଘାତୀ ବିସ୍ଫୋରଣକାରୀଙ୍କ ମୃତ୍ୟୁ ଘଟିଥିବା ଗୋଖଲେ କହିଛନ୍ତି। ପାହାଡ଼ ଉପରେ ଘଞ୍ଚ ଜଙ୍ଗଲରେ ଥିବା ଏହି ଆତଙ୍କବାଦୀ ଶିବିରକୁ ୟୁସୁଫ୍‌ ଆଝାର୍‌ ଓରଫ […]

attack
ଭାରତର ହମ୍‌ଲା ପରେ ପାକିସ୍ତାନ ଛାନିଆ

ଇସ୍‌ଲାମାବାଦ: ପାକ୍‌ ଅଧିକୃତ କଶ୍ମୀର (ପିଓକେ)ରେ ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନାର ଆକ୍ରମଣ ଘଟଣାରେ ପାକିସ୍ତାନ ଭୟଭୀତ ହୋଇପଡ଼ିଛି। ଆତଙ୍କିତ ହୋଇପଡ଼ିଥିବା ପାକିସ୍ତାନରେ ଘନ ଘନ ବୈଠକ ଜାରି ରହିଛି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଇସ୍‌ଲାମାବାଦ୍‌ରେ ବୈଠକ ଚାଲିଛି। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମୁଦ କ୍ୱିରେଶି ଏହି ଜରୁରୀକାଳୀନ ବୈଠକ ଡକାଇଛନ୍ତି। କେମିତି ଏବଂ କେଉଁ ପରିସ୍ଥିତିରେ ଭାରତୀୟ ବାୟୁସେନାର ବିମାନ ପାକ୍ ଅଧିକୃତ କଶ୍ମୀରକୁ ଡେଇଁଲା, ସେନେଇ ବୈଠକରେ ତର୍ଜମା ଚାଲିଛି। ଆଜି ଭୋର ୩ଟା ୩୦ରେ ଭାରତୀୟ ବାୟୁସେନାର […]

fighter jet
ପୁଲ୍‌ୱାମା ବଦ୍‌ଲା: ଭାରତର ଆକ୍ରମଣକୁ ରୋକି ନପାରି ଫେରିଗଲା ପାକିସ୍ତାନୀ ବିମାନ

ନୂଆଦିଲ୍ଲୀ: ପୁଲ୍‌ୱାମା ହମ୍‌ଲାର ପ୍ରତିଶୋଧ ନେଲା ଭାରତ। ନିୟନ୍ତ୍ରଣ ସୀମାରେଖା (ଏଲ୍‌ଓସି) ପାର୍‌ କରି ପିଓକେରେ ଭାରତୀୟ ବାୟୁସେନା ଏୟାର ଷ୍ଟ୍ରାଇକ୍‌ କରିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ଆଜି ଭୋର ୩ଟା ୩୦ରେ ଭାରତୀୟ ବାୟୁସେନାର ମିରାଜ୍‌ ଫାଇଟର ଜେଟ୍‌ସ୍‌ ପିଓକେରେ ଥିବା ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଛି। ଫଳରେ ବାୟୁସେନାର ଜୋରଦାର ଆକ୍ରମଣରେ ଆତଙ୍କବାଦୀ ଲଞ୍ଚ୍‌ ପ୍ୟାଡ୍‌ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଆତଙ୍କବାଦୀ ଶିବିର ଉପରେ ହଜାରେ କେଜିରୁ ଅଧିକ ଓଜନର ବୋମା ମାଡ଼ […]

india
ପୁଲ୍‌ୱାମା ବଦ୍‌ଲା: ଆତଙ୍କବାଦୀ ଶିବିର ଉପରେ ୧୦୦୦ କେଜି ଓଜନର ବୋମା ମାଡ଼ କଲା ଭାରତ

ନୂଆଦିଲ୍ଲୀ: ପୁଲ୍‌ୱାମା ହମ୍‌ଲାର ପ୍ରତିଶୋଧ ନେଲା ଭାରତ। ନିୟନ୍ତ୍ରଣ ସୀମାରେଖା (ଏଲ୍‌ଓସି) ପାର୍‌ କରି ଭାରତୀୟ ବାୟୁସେନା ଏୟାର ଷ୍ଟ୍ରାଇକ୍‌ କରିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ଆଜି ଭୋର ୩ଟା ୩୦ରେ ଭାରତୀୟ ବାୟୁସେନାର ମିରେଜ ଫାଇଟର ଜେଟ୍‌ସ୍‌ ପିଓକେରେ ଥିବା ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଛି। ଫଳରେ ବାୟୁସେନାର ଜୋରଦାର ଆକ୍ରମଣରେ ଆତଙ୍କବାଦୀ ଲଞ୍ଚ୍‌ ପ୍ୟାଡ୍‌ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଆତଙ୍କବାଦୀ ଶିବିର ଉପରେ ହଜାରେ କେଜିରୁ ଅଧିକ ଓଜନର ବୋମା […]

PM_Narendra_Modi_Nationsl_War_Memorial_Photo_BJP_Twitter__1551102226
ଲୋକାର୍ପିତ ହେଲା ଜାତୀୟ ସମର ସ୍ମାରକୀ

ନୂଆଦିଲ୍ଲୀ:  ନୂଆଦିଲ୍ଲୀରେ ଲୋକାର୍ପିତ ହୋଇଛି ଜାତୀୟ ସମର ସ୍ମାରକୀ। ଇଣ୍ଡିଆ ଗେଟ୍ ଅମର ଯବାନ ଜ୍ୟୋତି ନିକଟରେ ଦେଶର ପ୍ରଥମ ସମର ସ୍ମାରକୀକୁ ପ୍ରଧାନମନ୍ତ୍ରୀ ସୋମବାର ଜାତି ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ସ୍ୱାଧୀନତା ପରଠୁ ଦେଶ ପାଇଁ ବଳିଦାନ ଦେଇଥିବା ସହିଦମାନଙ୍କ ସ୍ମୃତିରେ ଏହି ସ୍ମାରକୀ ପ୍ରତିଷ୍ଠା କରାଯାଇଛି । ଦେଶ ସ୍ୱାଧୀନ ହେବା ପରଠୁ ଏଯାଏଁ  ପ୍ରାୟ ୨୬ ହଜାର ଯବାନ ସହିଦ ହୋଇଛନ୍ତି। ସମର ସ୍ମାରକୀରେ ଏହି ସମସ୍ତ ସହିଦମାନଙ୍କ ନାଁ, ରେଜିମେଣ୍ଟ ଓ […]

High Alert Delhi Attack
ସ୍ୱାଧୀନତା ଦିବସ ପୂର୍ବରୁ ଦିଲ୍ଲୀରେ ଡ୍ରୋନ୍‌ ଆକ୍ରମଣ ମସୁଧା, ଜାରି ହେଲା ହାଇଆଲର୍ଟ

ଆଉ କିଛି ଦିନ ପରେ ଦେଶ ପାଳିବାକୁ ଯାଉଛି ଏହାର ୭୫ତମ ସ୍ୱାଧୀନତା ଦିବସ। କିନ୍ତୁ ଏହି ପବିତ୍ର ଦିବସ ପୂର୍ବରୁ ଜାତୀୟ ରାଜଧାନୀ ଦିଲ୍ଲୀ ଉପରେ ଆକ୍ରମଣ ଆଶଙ୍କା ପ୍ରକାଶ ପାଇଛି।

befunky-collage--6--jpg_710x400xt
ବି.ଏଲ୍. ସନ୍ତୋଷ ହେଲେ ବିଜେପି ଜାତୀୟ ସାଧାରଣ ସମ୍ପାଦକ

ନୂଆଦିଲ୍ଲୀ: ବିଜେପି ଜାତୀୟ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି ବି.ଏଲ୍. ସନ୍ତୋଷ। ପୂର୍ବରୁ ଦଳର ଯୁଗ୍ମ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ ସନ୍ତୋଷ। ତେବେ ଆଜି ତାଙ୍କୁ ଦଳର ଜାତୀୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ। ଆଜିଠାରୁ ସେ ଦଳର ଏହି ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ଦାୟିତ୍ୱରେ ରହି କାର୍ଯ୍ୟ ସମ୍ପାଦନ କରିବେ ବୋଲି ଦିଲ୍ଲୀ ମୁଖ୍ୟାଳୟ ତଥା ବିଜେପି ଜାତୀୟ ସାଧାରଣ ସମ୍ପାଦକ ଅରୁଣ ସିଂ […]

chanayad
ଅନ୍ତରୀକ୍ଷରେ ଆଉ ଏକ ଇତିହାସ ଅପେକ୍ଷାରେ ଭାରତ

ଶ୍ରୀହରୀକୋଟା: ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ସରି ସରି ଆସୁଛି କାଉଣ୍ଟ ଡାଉନ୍। ଲଞ୍ଚ୍ ପ୍ୟାଡ୍‌ରେ ଅପେକ୍ଷା କରିଛି ୧୫ ମହଲା ଉଚ୍ଚ ତଥା ୬୪୦ ଟନ୍ ଓଜନର ମହାଶକ୍ତିଶାଳୀ ରକେଟ୍ ବାହୁବଳୀ। କେବଳ ଅପେକ୍ଷା ସେଇ ଐତିହାସିକ ମୁହୂର୍ତ୍ତକୁ ଯେତେବେଳେ ଦୀର୍ଘ ୧୧ ବର୍ଷ ପରେ ପୁଣି ଥରେ ଜହ୍ନକୁ ଯାତ୍ରା ଆରମ୍ଭ କରିବ ଭାରତ। ବହୁ ପ୍ରତିକ୍ଷୀତ ମିଶନ୍ ଚନ୍ଦ୍ରଯାନ-୨ ପାଇଁ ଇସ୍ରୋ ପୂରା ପ୍ରସ୍ତୁତ ଥିବା ବେଳେ, ଆଜି ରାତି ୨ଟା […]

roy
ବିଶ୍ୱକପ୍‌ ଫାଇନାଲ୍: ୨୪୨ ରନ୍‌ର ଟାର୍ଗେଟ୍‌ ପିଛା କରୁଥିବା ଇଂଲଣ୍ଡକୁ ପ୍ରାରମ୍ଭିକ ଝଟ୍‌କା

ଲର୍ଡ୍ସ: ଐତିହାସିକ ଲର୍ଡ୍ସ ମଇଦାନରେ ରବିବାର ଅନୁଷ୍ଠିତ ବିଶ୍ୱକପ୍ ଫାଇନାଲରେ ୨୪୨ ରନ୍‌ର ଟାର୍ଗେଟ୍‌କୁ ପିଛା କରୁଥିବା ଟିମ୍‌ ଇଂଲଣ୍ଡକୁ ପ୍ରାରମ୍ଭିକ ଝଟ୍‌କା ଲାଗିଛି। ଦଳର ୱପନ୍‌ର ବ୍ୟଟ୍ସମ୍ୟାନ୍‌ ଜେସନ୍‌ ରଏ ୨୦ ବଲ୍‌ରେ ୧୭ ରନ୍‌ କରି ଆଉଟ୍‌ ହୋଇ ପ୍ୟାଭିଲିୟନ ଫେରିଛନ୍ତି। ଦଳ ପକ୍ଷରୁ ଜନି ବେୟାରଷ୍ଟୋ ଓ ଜଏ ରୁଟ୍‌ ବ୍ୟାଟିଂ ଜାରି ରଖିଛନ୍ତି। ଖବର ଲେଖାଯିବା ସୁଦ୍ଧା ଦଳ ୧୦ ଓଭର୍‌ ୩୯ ରନ୍‌ କରିଛି। ଖେଳ ଆରମ୍ଭରୁ ଆୟୋଜକ ଟିମର […]