ନୂଆଦିଲ୍ଲୀ: ଫ୍ରାନ୍ସ ସହ ୩୬ଟି ଯୁଦ୍ଧ ବିମାନ କିଣିବା ପାଇଁ ହୋଇଥିବା ରାଫେଲ ଡିଲ୍ ସଂକ୍ରାନ୍ତ ମାମଲାର ଶୁଣାଣି ଆସନ୍ତାକାଲି ସୁପ୍ରିମକୋର୍ଟରେ ହେବ। ପ୍ରତିରକ୍ଷା ମନ୍ତ୍ରଣାଳୟର ବିନା ଅନୁମତିରେ ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ପ୍ରମାଣଯୋଗ୍ୟ କି ନାହିଁ, ଆସନ୍ତାକାଲି ସୁପ୍ରିମକୋର୍ଟ ଏହା ଉପରେ ନିଷ୍ପତ୍ତି ନେବେ। ଆବେଦନକାରୀ ପ୍ରଶାନ୍ତ ଭୂଷଣ, ଯଶୱନ୍ତ ସିହ୍ନା ଓ ଅରୁଣ ସୌରୀଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଛି। ଏଥିରେ ‘ଦି ହିନ୍ଦୁ’ରେ ରାଫେଲ୍ ଡିଲ୍ ସଂକ୍ରାନ୍ତରେ ଦସ୍ତାବିଜ୍ ସମ୍ବଳିତ ଖବରକୁ […]
ଶ୍ରୀନଗର: ଜମ୍ମୁକଶ୍ମୀରର କିଶ୍ତୱାର ଜିଲ୍ଲାରେ ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ସଂଘଟିତ ଏକ ଆତଙ୍କବାଦୀ ହମ୍ଲାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କାର୍ଯ୍ୟକର୍ତ୍ତା ଚନ୍ଦ୍ରକାନ୍ତ ଶର୍ମାଙ୍କର ମୃତ୍ୟୁ ହୋଇଛି। ତାଙ୍କ ସହିତ ତାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ରାଜିନ୍ଦରଙ୍କର ମଧ୍ୟ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଦିନ ୧୨.୩୦ ସମୟରେ ଏହି ଘଟଣା ଘଟିଥିଲା। ଆତଙ୍କବାଦୀମାନେ ରାଜିନ୍ଦରଙ୍କ ବନ୍ଧୁକ ନେଇ ଘଟଣାସ୍ଥଳରୁ ଚାଲିଯାଇଥିଲେ ବୋଲି ଜମ୍ମୁ ଆଇଜି ମନୀଷ ସିହ୍ନା କହିଛନ୍ତି। ଏହି ଆକ୍ରମଣରେ ସେ ପ୍ରଥମେ ଗୁରୁତର ଭାବରେ ଆହତ ହୋଇଥିଲେ ଏବଂ […]
ଚଣ୍ଡୀଗଡ଼: ପଞ୍ଜାବ ବଦଳରେ ଚୀନ୍ରେ ପହଞ୍ଚିଲା ପାର୍ସଲ। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଜଣେ ମହିଳା ତାଙ୍କ ମା’ଙ୍କ ପାଖକୁ ପଞ୍ଜାବର ଏକ ଗାଁ ଠିକଣାରେ ପାର୍ସଲ ପଠାଇଥିଲେ। ହେଲେ ପାର୍ସଲଟି ପଞ୍ଜାବ ବଦଳରେ ଚୀନ୍ରେ ଯାଇ ପହଞ୍ଚିଥିଲା। କେବଳ ଗୋଟିଏ ଅକ୍ଷରକୁ ନେଇ ବୁଝିବାରେ ଭୁଲ୍ ହୋଇଥିଲା। ଚଣ୍ଡୀଗଡ଼ର ଜଣେ ମହିଳା ଫରିଦ୍କୋଟ୍ରେ ରହୁଥିବା ତାଙ୍କ ମା’ଙ୍କ ପାଖକୁ ଏକ ପାର୍ସଲ ପଠାଇଥିଲେ। ପାର୍ସଲରେ ରକ୍ତଚାପ ମେଡିସିନ୍ ଥିଲା। ଯାହାର ମୂଲ୍ୟ ୫ହଜାର […]
ଥିରୁଭନନ୍ତପୁରମ: କେରଳ କଂଗ୍ରେସର ଅଧ୍ୟକ୍ଷ ତଥା ରାଜ୍ୟର ଦୀର୍ଘ ସମୟ ଧରି ବିଧାୟକ ଥିବା କେଏମ ମଣିଙ୍କ ଆଜି ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ଗତ ଗୁରୁବାର ଦିନ ଛାତିରେ ସଂକ୍ରମଣ ସମସ୍ୟା ଯୋଗୁ କେଏମ ମଣିଙ୍କୁ କେରଳର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନ ୪.୫୭ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଶ୍ରୀ ମଣି କେରଳର ପାଲା ବିଧାନସଭା ଆସନରୁ ଦୀର୍ଘ […]
ନୂଆଦିଲ୍ଲୀ: ଭିଡିଓ ଶେୟାରିଂ ଆପ୍ ଟିକ୍ଟକ୍ ଉପରେ ବ୍ୟାନ୍ ଲଗାଇବା ମାମଲା ଏବେ ହାଇକୋର୍ଟରୁ ଯାଇ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହି ଘଟଣାରେ ମାଡ୍ରାସ ହାଇକୋର୍ଟ ଦେଇଥିବା ରାୟ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବାକୁ ରାଜି ହୋଇଛନ୍ତି। ମାଡ୍ରାସ୍ ହାଇକୋର୍ଟ ଏହି ଭିଡିଓ କ୍ରିଏଟିଂ ଆପ୍ ଉପରେ ବ୍ୟାନ୍ ଲଗାଇ ଦେଇଥିଲେ। ଏହା ବିରୋଧରେ ସୁପ୍ରିମକୋର୍ଟରେ ଏକଧିକ ଆବେଦନ କରାଯାଇଥିଲା। ଏଥିପାଇଁ କୋର୍ଟ ଏପ୍ରିଲ୍ ୧୫ ତାରିଖରେ ଏହା ଉପରେ ଶୁଣାଣି କରିବେ। ଟିକ୍ଟକ୍ ଆପର ଆରମ୍ଭ କରିଥିବା […]
ତେହେରାନ୍: ଆତଙ୍କବାଦ ପ୍ରସଙ୍ଗରେ ଆମେରିକା ଓ ଇରାନ୍ ମଧ୍ୟରେ ପୁଣିଥରେ ଟକରାଟକରି ଆରମ୍ଭ ହୋଇଯାଇଛି। ଗତକାଲି ଆମେରିକା ଇରାନ୍ର ରିଭଲ୍ୟୁସନାରୀ ଗାର୍ଡଙ୍କୁ କଳାତାଲିକା ଭୁକ୍ତ କରିବା ସହ ସେମାନଙ୍କୁ ଆତଙ୍କବାଦୀ ଆଖ୍ୟା ଦେଇଥିଲା। ଆମେରିକାର ଏଭଳି ଘୋଷଣାରେ ଇରାନ୍ ଚିହିଁକି ଉଠିଛି। ଇରାନ୍ ରାଷ୍ଟ୍ରପତି ହାସନ ରୋହାନି ଆମେରିକାକୁ ଖୋଲାଖୋଲି ଧମକ ଦେଇଛନ୍ତି। ସେ କହିଛନ୍ତି, “ଆମେରିକା ହେଉଛି ପ୍ରକୃତରେ ଆତଙ୍କବାଦର ବିଶ୍ୱସ୍ତରୀୟ ନେତା। ଆମେରିକା ହିଁ ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ କରୁଛି। ରିଭଲ୍ୟୁଶନାରୀ ଗାର୍ଡଙ୍କୁ ଆତଙ୍କବାଦୀର ଆଖ୍ୟା […]
ପେଗାସସ୍, ଏହା ଏକ ସ୍ପାଇୱେୟାର । ଏହା ଏମିତି ଏକ ସ୍ପାଇୱେୟାର, ଯାହା ଦ୍ୱାରା ଲୋକମାନଙ୍କର ଫୋନ୍ ନମ୍ବର ମାଧ୍ୟମରେ ଫୋନ୍ରେ ଥିବା ସମସ୍ତ ତଥ୍ୟ ଚୋରେଇ ନିଆଯାଇପାରିବ ।