Advertisment

ନିଆରା ଉପହାର : ହଜାରେ କେଜି ମାଛ, ହଜାରେ କେଜି ପନିପରିବା ସହ ଆହୁରି ଅନେକ କିଛି

ତେଲୁଗୁ ପରମ୍ପରାରେ ଆଷାଢ ମାସକୁ ପବିତ୍ର ମାସ ଭାବେ ଗ୍ରହଣ କରାଯାଏ। ପରମ୍ପରା ଅନୁସାରେ ଏହି ମାସକୁ ‘ଆଷାଢମ ମାସମ’ ବୋଲି କୁହାଯାଏ। ଆନ୍ଧ୍ରପ୍ରଦେଶର ଜଣେ ପିତା ଏହି ପବିତ୍ର ମାସରେ ତାଙ୍କ ନବବିବାହିତା ଝିଅଙ୍କୁ ଯାହା ଉପହାର ଦେଇଛନ୍ତି ତାହା ଶୁଣିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ।

author-image
Pramod Behera
ନିଆରା ଉପହାର : ହଜାରେ କେଜି ମାଛ, ହଜାରେ କେଜି ପନିପରିବା ସହ ଆହୁରି ଅନେକ କିଛି

Ashadam Gift

ନୂଆଦିଲ୍ଲୀ : ତେଲୁଗୁ ପରମ୍ପରାରେ ଆଷାଢ ମାସକୁ ପବିତ୍ର ମାସ ଭାବେ ଗ୍ରହଣ କରାଯାଏ। ପରମ୍ପରା ଅନୁସାରେ ଏହି ମାସକୁ ‘ଆଷାଢମ ମାସମ’ ବୋଲି କୁହାଯାଏ। ଏହି ମାସ ନବ ବିବାହିତ ଝିଅଙ୍କ ପାଇଁ ପୁଣ୍ୟ ମାସ ବୋଲି ଧରାଯାଏ। ଏହି ଦିନ ନବ ବିବାହିତାଙ୍କ ପାଖକୁ ବାପ ଘର ତରଫରୁ ଅନେକ ଉପହାର ଆସିଥାଏ। ତେବେ ଉପହାରର କଥା ଉଠିଲେ ସାଧାରଣତଃ ମନକୁ ସୁନା-ରୂପା ଗହଣା, ପୋଷାକ, ଟଙ୍କା, ଖଟ-ପଲଙ୍କ, ଆଲେଣା, ଗଡରେଜ୍‌ ଭଳି ଆସବାବପତ୍ର ହେଉ ବା କାର୍, ସ୍କୁଟି ଭଳି ଯାନ ହେଉ କିମ୍ବା ଟିଭି ଫ୍ରିଜ୍ ଭଳି କିଛି ଜିନିଷ ମନକୁ ଆସେ। କିନ୍ତୁ ଆନ୍ଧ୍ରପ୍ରଦେଶର ଜଣେ ପିତା ଏହି ପବିତ୍ର ମାସରେ ତାଙ୍କ ନବବିବାହିତା ଝିଅଙ୍କୁ ଯାହା ଉପହାର ଦେଇଛନ୍ତି ତାହା ଶୁଣିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ। ସେ ଉପହାରସ୍ୱରୂପ ତାଙ୍କ ଝିଅକୁ ବିପୁଳ ପରିମାଣର ମାଛ, ପନିପରିବା, ଆଚାର ଓ ମିଠା ପଠେଇଛନ୍ତି।

Advertisment

ପିତାଙ୍କର ନବ ବିବାହିତ ଝିଅକୁ ଏଭଳି ଉପହାର ଆନ୍ଧ୍ରପ୍ରଦେଶର ସହରରେ ଚର୍ଚ୍ଚାର ବିଷୟ ହୋଇଛି। ବଟ୍ଟୁଲା ବଳରାମ କ୍ରିଷ୍ଣା ହେଉଛନ୍ତି ଆନ୍ଧ୍ରପ୍ରଦେଶରେ ରାଜହମୁନ୍ଦ୍ରି ଅଞ୍ଚଳର ଜଣେ ବିଶିଷ୍ଟ ବ୍ୟବସାୟୀ। ନିକଟରେ ତାଙ୍କ ଝିଅ ବିବାହ କରିଥିଲେ। ଏନେଇ ସେ ପୁଡୁଚେରୀର ୟାନାମସ୍ଥ ଝିଅ ଘରକୁ ୧ ହଜାର କିଲୋଗ୍ରାମ ମାଛ, ୧ ହଜାର କିଲୋଗ୍ରାମ ପନିପରିବା, ୨୫୦ କିଲୋଗ୍ରାମ ଚିଙ୍ଗୁଡି, ୨୫୦ କିଲୋଗ୍ରାମ ଗ୍ରୋସରୀ ସାମଗ୍ରୀ, ୨୫୦ ଜାର୍ ଆଚାର, ୨୫୦ କିଲୋଗ୍ରାମ ମିଠା, ୫୦ଟା ଚିକେନ୍, ୧୦ଟା ଛେଳି ପଠାଇଛନ୍ତି।

Advertisment

ସୂଚନା ମୁତାବକ ପୁଡୁଚେରୀର ୟାନାମର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ପୁତ୍ର ପବନ କୁମାର ନିକଟରେ ବଟ୍ଟୁଲା ବଳରାମ କ୍ରିଷ୍ଣାଙ୍କ ଝିଆ ପ୍ରତ୍ୟୁଷାଙ୍କୁ ବିବାହ କରିଥିଲେ। ଏହି ଦମ୍ପତି ସେମାନଙ୍କର ପ୍ରଥମ ‘ଆଶାଢମ୍’ ପାଳନ କରୁଛନ୍ତି। ତେଣୁ ପ୍ରତ୍ୟୁଷାଙ୍କ ବାପା ତାଙ୍କ ଝିଅ ପାଇଁ ଏହି ପରମ୍ପରାକୁ କିଛି ଭିନ୍ନ କରିବାକୁ ନିଷ୍ପତ୍ତି ନେଇଥିଲେ। ତେଣୁ ସେ ଏଭଳି ବଡ ଧରଣର ଭାରକୁ ୟାନାମରେ ଥିବା ତାଙ୍କ ଝିଅର ଶାଶୁ ଘରକୁ ପଠାଇଥିଲେ। ଉପହାରରେ ଭରପୂର ଏକ ଟ୍ରକ୍ ଯେତେବେଳେ ପ୍ରତ୍ୟୁଷାଙ୍କ ଶାଶୁ ଘରେ ପହଞ୍ଚିଲା ସେମାନେ ଏହାକୁ ଦେଖି ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥିଲେ। ଯେତେବେଳେ ଏହି ନିଆରା ଉପହାର ବିଷୟରେ ଅନ୍ୟମାନେ ଜାଣିବାକୁ ପାଇଲେ ତାହା ପରସ୍ପର ଭିତରେ ଆଲୋଚନାର ମାଧ୍ୟମ ହୋଇଯାଇଛି।

Wedding Gifts By Father
Advertisment
Advertisment