• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

india
ପାକିସ୍ତାନ ସାମଗ୍ରୀ ଉପରେ ୨୦୦% ସୀମା ଶୁଳ୍କ ଲାଗୁ

ନୂଆଦିଲ୍ଲୀ: ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର ଦିନକ ପରେ ପାକିସ୍ତାନକୁ ଦିଆଯାଇଥିବା ‘ମୋଷ୍ଟ ଫେଭରଡ୍‌ ନେଶନ (ଏମ୍‌ଏଫ୍‌ଏନ୍‌)’ର ମାନ୍ୟତାକୁ ଭାରତ ସରକାର  ପ୍ରତ୍ୟାହାର କରିନେଇଥିବା ବେଳେ ଗତକାଲି ପାକିସ୍ତାନରୁ ଭାରତକୁ ଆମଦାନୀ ହୋଇ ଆସୁଥିବା ସବୁ ପ୍ରକାରର ସାମଗ୍ରୀ ଉପରେ କେନ୍ଦ୍ର ସରକାର ୨୦୦% ସୀମା ଶୁଳ୍କ ତତ୍କାଳ ଲାଗୁ କରିଛନ୍ତି। ଫଳରେ ପାକିସ୍ତାନର ଅର୍ଥବ୍ୟବସ୍ଥାକୁ ଏହା ଏକ ବଡ଼ ଝଟ୍‌କା ବୋଲି କୁହାଯାଉଛି। ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଏ ସମ୍ପର୍କରେ ସୂଚନା ଦେଇ […]

reliance...
ସହିଦଙ୍କ ପିଲାଙ୍କର ଦାୟିତ୍ୱ ନେବ ରିଲାଏନ୍ସ

ନୂଆଦିଲ୍ଲୀ: ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାର ପ୍ରତି ରିଲାଏନ୍ସ ଫାଉଣ୍ଡେସନ୍‌ ସହାୟତାର ହାତ ବଢ଼ାଇଛି। ପରିବାରର ପିଲା ମାନଙ୍କ ଶିକ୍ଷା ଓ ଚାକିରି ସମେତ ସବୁ ପ୍ରକାରର ଦାୟିତ୍ୱ ନେବାକୁ ରିଲାଏନ୍ସ ଫାଉଣ୍ଡେସନ୍‌ ପ୍ରସ୍ତୁତ ବୋଲି କହିଛି। ଆହତଙ୍କ ଆଶୁ ଆରୋଗ୍ୟ ମଧ୍ୟ ଏହା କାମନା କରିଛି।   ଏଥିସହ ଆକ୍ରମଣରେ ଆହତ ଯବାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇଦେବା ପାଇଁ ଫାଉଣ୍ଡେସନ୍‌ ପ୍ରସ୍ତୁତ ବୋଲି କହିଛି। କୌଣସି ବି ଦୁଷ୍ଟ ଶକ୍ତି ଭାରତର ଏକତାକୁ ଭାଙ୍ଗିବ ପାରିବ ନାହିଁ। ସେହିପରି ସହିଦ ଯବାନଙ୍କ ବଳିଦାନକୁ ମଧ୍ୟ କେବେବି ଭୁଲି […]

fg
ପ୍ରାର୍ଥିପତ୍ର ଦାଖଲ କଲେ କହ୍ନେୟା କୁମାର

ବେଗୁସରାଇ: ବିହାରର ବେଗୁସରାଇରୁ ସିପିଆଇ ଟିକେଟ୍‌ରେ ଲୋକସଭା ନିର୍ବାଚନ ଲଢ଼ୁଥିବା ଜେଏନ୍‌ୟୁର ପୂର୍ବତନ ଛାତ୍ର ସଂସଦ ସଭାପତି କହ୍ନୈୟା କୁମାର ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କହ୍ନୈୟା ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ନିଜ ଘର ପାଖରୁ ଆରାଧ୍ୟ ଦେବୀଙ୍କ ପୂଜା ପରେ ସେ ୨ କିମି ରାସ୍ତା ଚାଲିଚାଲି ଶୋଭାଯାତ୍ରା କରିଥିଲେ। ଏହି ସମୟରେ ତାଙ୍କ ସହ ଶହଶହ ଲୋକ ସାଇକେଲ୍‌ ଏବଂ ବାଇକ୍‌ରେ ଯାଇଥିଲେ। କହ୍ନୈୟା କୁମାର ଜେଏନ୍‌ୟୁ ଛାତ୍ର ସଂସଦ ସଭାପତି ଥିବା […]

d
ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମା ଅସୁସ୍ଥ

ନୂଆଦିଲ୍ଲୀ: ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମା ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କ  ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ନୂଆଦିଲ୍ଲୀସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଆଉ ଦୁଇ ଦିନ ପାଇଁ ଚିକିତ୍ସା ଜାରି ରହିବ ବୋଲି ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି। ଯୁବ ସମାରୋହରେ ଯୋଗଦେବାକୁ ଦଲାଇଲାମା ନୂଆଦିଲ୍ଲୀ ଆସିଥିଲେ। ଆଜି ସେ ଧର୍ମଶାଳା ଫେରିବାର ଥିଲା। ହେଲେ ଗତ ରାତିରେ ଅସୁସ୍ଥତା ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

sukhbir...
‘ଆତଙ୍କବାଦୀଙ୍କ ନର୍ସରୀ ହେଉଛି ପାକିସ୍ତାନ’

ମୋଗା(ପଞ୍ଜାବ): ଆତଙ୍କବାଦୀଙ୍କ ନର୍ସରୀ ହେଉଛି ପାକିସ୍ତାନ ବୋଲି ଶିରୋମଣି ଅକାଳୀ ଦଳ (ଏସ୍‌ଏଡି)ର ଅଧ୍ୟକ୍ଷ ଶୁଖ୍‌ବୀର୍‌ ସିଂ ବାଦଲ କହିଛନ୍ତି। ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ସବ୍‌-ଇନ୍ସପେକ୍ଟର୍‌ ଜୈମଲ ସିଂହଙ୍କୁ  ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ଶୁଖ୍‌ବୀର ଏହା କହିଛନ୍ତି। ‘ଏହା ବହୁତ ବଡ଼ ଦୁଃଖଦ ଘଟଣା। ଆମେ ଆମର ବୀର ଯବାନମାନଙ୍କୁ ହରାଇଲୁ। ଏହା ସିଧାସଳଖ ଦେଶ ଉପରେ ଆକ୍ରମଣ ହୋଇଛି। ପାକିସ୍ତାନକୁ ଏହାର ଜବାବ ଦିଆଯିବା ଉଚିତ୍‌। ପାକିସ୍ତାନ ଭାବୁଛି କି, ସେ ଛଦ୍ମବେଶରେ ଆତଙ୍କବାଦୀ […]

pm modi
‘ସହିଦ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି’

ମୁମ୍ବାଇ: ପାକିସ୍ତାନର ନାଁ ନ ନେଇ ପ୍ରବଳ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆତଙ୍କବାଦୀ ସଂଗଠନ ଯିଏ ବି ଏଭଳି ବର୍ବର କାଣ୍ଡ କରିଛନ୍ତି ଓ ଯେତେ ବି ଲୁଚିବା ପାଇଁ ଚେଷ୍ଟା କଲେ ସେମାନଙ୍କୁ ଦଣ୍ଡ ମିଳିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଦିନିକିଆ ମହାରାଷ୍ଟ୍ର ଗସ୍ତରେ ଯାଇଥିବା ଏକ କାର୍ଯ୍ୟକ୍ରମରେ ମୋଦି ଏହା କହିଛନ୍ତି। ଜମ୍ମୁ ଓ କଶ୍ମୀରର ପୁଲ୍‌ୱାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି […]

bandh
ପୁଲ୍‌ୱାମାରେ ଆତଙ୍କବାଦୀ ଆକ୍ରମଣର ପ୍ରତିବାଦରେ ୧୮ରେ ବ୍ୟବସାୟୀଙ୍କ ବନ୍ଦ ଡାକରା

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀର ପୁଲ୍‌ୱାମାରେ ଆତଙ୍କବାଦୀ ଆକ୍ରମଣର ପ୍ରତିବାଦ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦେଶର ବିଭିନ୍ନ ବର୍ଗରୁ ସ୍ୱର ଉଠୁଛି। ଆକ୍ରମଣର ପ୍ରତିବାଦରେ ଅଖିଳ ଭାରତୀୟ ବ୍ୟବସାୟୀ ସଂଘ ବନ୍ଦ ଡାକରା ଦେଇଛି। ଆସନ୍ତା ୧୮ ତାରିଖରେ ସାରା ଭାରତରେ ବ୍ୟବସାୟୀ ସଂଘ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ସହିଦ ଯବାନଙ୍କ ଶ୍ରଦ୍ଧାଞ୍ଜଳି ସ୍ୱରୂପ ସେହି ଦିନ ଦେଶର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବାକୁ ସଂଘ ପକ୍ଷରୁ ଆହ୍ୱାନ ଦିଆଯାଇଛି। ବନ୍ଦ ଜରିଆରେ […]

modi
କାଲି ପ୍ରଥମ ପର୍ଯ୍ୟାୟ ଭୋଟ୍: ୨୦ ରାଜ୍ୟର ୯୧ ଲୋକସଭା ଆସନରେ ହେବ ଭୋଟ୍

ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ସମେତ ୨୦ଟି ରାଜ୍ୟର ୯୧ଟି ଲୋକସଭା ଆସନରେ ଭୋଟ ଗ୍ରହଣ ହେବ। ଆନ୍ଧ୍ର ପ୍ରଦେଶର ୨୫ ଲୋକସଭା ଆସନ ଓ ୧୭୫ ବିଧାନସଭା ଆସନରେ ମତଦାନ ହେବ। ଆନ୍ଧ୍ର ପ୍ରଦେଶର ୨୫ଟି ଲୋକସଭା ଆସନ ପାଇଁ ମୋଟ୍ ୩୧୯ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ଏଥର ମୁଖ୍ୟତଃ ତେଲୁଗୁ ଦେଶମ ପାର୍ଟି, ଓ୍ୱାଇଏସ୍ଆର କଂଗ୍ରେସ, କଂଗ୍ରେସ ଓ ବିଜେପି ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ରାଜ୍ୟରେ କ୍ଷମତାସୀନ ଚନ୍ଦ୍ରବାବୁ ନାଇଡୁଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ […]

jawan
କାନ୍ଦୁଛି ଜନ୍ମମାଟି, କାନ୍ଦୁଛି ପରିବାର

ନୂଆଦିଲ୍ଲୀ: ବାପା ସିନା ନାହାନ୍ତି…ହେଲେ ପଛରେ ଛାଡ଼ି ଯାଇଛନ୍ତି ଅଦମ୍ୟ ସାହାସ। ତେଣୁ ତାଙ୍କ ମରଶରୀରକୁ ସମ୍ମାନ ଜଣାଇଛନ୍ତି ତାଙ୍କ ଝିଅ। ଏ ଆଖିର ଲୁହ ହିଁ ବୟାନ କରୁଛି ବାପାଙ୍କୁ ହରାଇଥିବା କଷ୍ଟ। ଡେରାଡୁନ୍‌ରେ ସିଆର୍‌ପିଏଫ୍‌ ASI ସହିଦ ମୋହନ ଲାଲ୍‌ଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ଏପରି କିଛି ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କ ସମେତ ବହୁ ପ୍ରମୁଖ ବ୍ୟକ୍ତି ସହିଦଙ୍କ ଶେଷ ଦର୍ଶନ କରିଛନ୍ତି। ସେହିପରି […]

Capture-5..............
ଏନଆଇଏ, ଏନଏସଜିର ମିଳିତ ତଦନ୍ତ ଆରମ୍ଭ

ଶ୍ରୀନଗର: ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର ଛାନଭିନ୍ ଆରମ୍ଭ ହୋଇଛି । ଏନଆଇଏ ଓ ଏନଏସଜି ପକ୍ଷରୁ ଏହି ଘଟଣାର ମିଳିତ ତଦନ୍ତ ଆରମ୍ଭ ହୋଇଛି। ଉଭୟ ଏନଆଇଏ ଓ ଏନଏସଜିର ବରିଷ୍ଠ ଅଧିକାରୀ ଶ୍ରୀନଗର ଯାଇ ଘଟଣାର ତର୍ଜମା ଆରମ୍ଭ କରିଛନ୍ତି । ଆତଙ୍କବାଦୀଙ୍କ ଏତେ ବଡ଼ ଯୋଜନାବଦ୍ଧ ଆକ୍ରମଣ କିଭଳି ସମ୍ଭବ ହେଲା ଏବଂ ସୁରକ୍ଷା ବ୍ୟବସ୍ଥାରେ କେଉଁଠି ତ୍ରୁଟି ରହିଲା ସେ ଦିଗରେ ତଦନ୍ତ ଆରମ୍ଭ ହୋଇଛି। ଏହି ମିଳିତ ଟିମ୍‌ରେ NSGର […]

Vande Bharat Express
ଶୁଭାରମ୍ଭର ଦିନକ ପରେ ଦ୍ରୁତଗାମୀ ଟ୍ରେନ୍‌ ‘ବନ୍ଦେ ଭାରତ ଏକ୍ସପ୍ରେସ୍’ରେ ତ୍ରୁଟି

ନୂଆଦିଲ୍ଲୀ: ଭାରତର ଦ୍ରୁତଗାମୀ ଟ୍ରେନ୍‌ ‘ବନ୍ଦେ ଭାରତ ଏକ୍ସପ୍ରେସ୍’ ଶୁଭାରମ୍ଭ ହେବାର ଦିନକ ପରେ ଏଥିରେ ତ୍ରୁଟି ପରିଲକ୍ଷିତ ହୋଇଛି। ବିନା ଇଞ୍ଜିନ୍‌ରେ ଚାଳିତ ଏହି ଟ୍ରେନ୍‌ ଏହାର ପ୍ରଥମ ଯାତ୍ରା ବାରାଣସୀରୁ ସାରି ଫେରୁଥିବା ବେଳେ ଦିଲ୍ଲୀରୁ ୨୦୦କି.ମି. ଦୂରରେ କୌଣସି କାରଣରୁ ଆଜି ସକାଳେ ଏହା ଅଟକି ରହିଥିଲା। ଟ୍ରେନ୍‌ଟି ପାଖାପାଖି ୩ ଘଣ୍ଟା ସମୟ ପର୍ଯ୍ୟନ୍ତ ଅଟକି ରହିଥିଲା। ମିଳିଥିବା ସୂଚନା ଅନୁସାରେ, ଚାମ୍‌ରୋଲା ଷ୍ଟେସନ୍‌ରେ ପହଞ୍ଚିବା ପୂର୍ବରୁ ସକାଳ ପ୍ରାୟ ୫ଟା ସମୟରେ […]

Capture-2
‘ପୂରା ପାକିସ୍ତାନକୁ ଦୋଷ ଦେବା ଉଚିତ୍ ନୁହେଁ’ : ସିଦ୍ଧୁ

ନୂଆଦିଲ୍ଲୀ : ପୁଲୱାମା ହମଲା ପରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ସରକାରଙ୍କ ସମର୍ଥନରେ ଆସି ପାକିସ୍ତାନ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେପଟେ ଏନେଇ ଆଲୋଚନା ମାଧ୍ୟମରେ ସମାଧାନ ଆବଶ୍ୟକ ବୋଲି କହିଛନ୍ତି ପଞ୍ଜାବ ମନ୍ତ୍ରୀ ନବଜ୍ୟୋତ ସିଂହ ସିଦ୍ଧୁ । ଗୋଟେ ପଟେ ଆତଙ୍କବାଦୀ ଆକ୍ରମଣ ଓ ଅନ୍ୟପଟେ ଆଲୋଚନା କରାଯିବା ଜରୁରୀ ବୋଲି ସେ କହିଛନ୍ତି। ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କ ଶପଥ ସମାରୋହରେ ଯୋଗଦେଇ ସେନା ମୁଖ୍ୟଙ୍କ ସହ ଆଲିଙ୍ଗନକୁ […]

Capture-1
ପାକ୍‌ ହାଇକମିଶନରଙ୍କୁ ସମନ୍

ଶ୍ରୀନଗର: ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ୪୦ ଭାରତୀୟ ଯବାନ ସହିଦ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ୨ ଓଡ଼ିଆ। ଏହି ଘଟଣାକୁ ସମଗ୍ର ବିଶ୍ୱବାସୀ ତୀବ୍ର ନିନ୍ଦା କରିଛନ୍ତି। ଗତକାଲି ଜୈସ- ଇ – ମହମ୍ମଦ ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା । ଏହି ଘଟଣାରେ ପାକ୍ ହାଇକମିଶନରଙ୍କୁ ସମନ ଜାରି କରିଛି ଭାରତ । ନୂଆଦିଲ୍ଲୀରେ ଅବସ୍ଥାପିତ ପାକ୍ ହାଇ କମିଶନର ସୋହେଲ ମହମ୍ମଦଙ୍କୁ ସମନ ଜାରି […]

fish
ସୁନ୍ଦର କେଶ ଓ ତ୍ୱଚା ପାଇଁ ବ୍ୟବହାର କରନ୍ତୁ ମାଛ ତେଲ

ଭୁବନେଶ୍ୱର: ମାଛ ଶରୀର ଓ ତ୍ୱଚା ପାଇଁ ଉପକାରୀ । ତେଣୁ ଡାକ୍ତର ମଧ୍ୟ ମାଛ ଖାଇବାକୁ ପରାମର୍ଶ ଦେଇଥାନ୍ତି। କେବଳ ଯେ ମାଛ ଖାଇବା ଶରୀର ପାଇଁ ଉପକାରୀ ତାହା ନୁହେଁ, ମାଛ ତେଲ ମଧ୍ୟ ସୁନ୍ଦର ତ୍ୱଚା ଓ କେଶ ପାଇଁ ବହୁ ଲାଭଦାୟକ। ଏଥିରେ ଓମେଗା ୩ ଫ୍ୟାଟି ଏସିଡ୍‌ ଥାଏ । ଯାହା ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ କେଶକୁ ଘନ ଓ ଲମ୍ବା କରିଥାଏ । ଏହା ସହ […]