ନୂଆଦିଲ୍ଲୀ: ଦେଶରେ ଡାକ୍ତରଙ୍କ ସୁରକ୍ଷା ପାଇଁ ନୂଆ ଆଇନ ଆସିବ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରକ୍ରିୟା ଆରମ୍ଭ କରିଛି। ଏହା ପୂର୍ବରୁ ଏକ ୧୦ ଜଣିଆ କମିଟି ଗଠନ କରିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ଏହି କମିଟି ଡାକ୍ତରଙ୍କ ସୁରକ୍ଷା ନେଇ ଯଦି ଆଇନ ଆସେ, ତା’ହେଲେ ଏହାର ଲାଭ ଏବଂ କ୍ଷତି ବାବଦରେ ସମୀକ୍ଷା କରିବ। ଗତମାସରେ କୋଲକାତାର ଏନ୍ଆର୍ଏସ୍ ମେଡିକାଲ୍ କଲେଜରେ ଡାକ୍ତରମାନେ ରୋଗୀଙ୍କ ସମ୍ପର୍କୀୟଙ୍କ ଆକ୍ରମଣର ଶିକାର ହୋଇଥିଲେ। ଏହାପରେ ଇଣ୍ଡିଆନ୍ ମେଡିକାଲ୍ […]
ମ୍ୟାଞ୍ଚେଷ୍ଟର୍: କୋଟି କୋଟି ଭାରତୀୟ ପ୍ରଶଂସକ ଆଶା ଆଶାରେ ହିଁ ରହିଗଲା। ଲଗାତାର ଭଲ ପ୍ରଦର୍ଶନ କରିଆସୁଥିବା ଟିମ୍ ଇଣ୍ଡିଆର ବିଶ୍ୱକପ୍ ଅଭିଯାନ ସେମିଫାଇନାଲରେ ଅଟକି ଯାଇଛି। ବୁଧବାର ଓଲ୍ଡ ଟ୍ରାଫର୍ଡରେ ଖେଳାଯାଇଥିବା ରୋମାଞ୍ଚକର ମୁକାବିଲାରେ ନ୍ୟୁଜିଲ୍ୟାଣ୍ଡ୍ ୧୮ ରନରେ ଭାରତକୁ ହରାଇ ଫାଇନାଲରେ ପହଞ୍ଚିଛି। ଅନ୍ୟପକ୍ଷରେ ଟିମ୍ ଇଣ୍ଡିଆକୁ ନିରାଶ ହେବାକୁ ପଡ଼ିଛି। ନ୍ୟୁଜିଲ୍ୟାଣ୍ଡ୍ କ୍ରମାଗତ ଦ୍ୱିତୀୟଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ବର୍ଷା ଯୋଗୁ ଦୁଇଦିନ ଧରି ଚାଲିଥିବା ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ୍ […]
ହାଇଦ୍ରାବାଦ: ଜୁଇକୁ ଯାଉଥିଲା ପୁଅ। ମା’ର ବୁକୁଫଟା କାନ୍ଦରେ ଥରି ଯାଉଥିଲା ଶ୍ମଶାନ ଭୂଇଁ। ସତେ ଯେମିତି ଏହି କାନ୍ଦ ଭଗବାନଙ୍କ ହୃଦୟକୁ ବି ତରଳାଇ ଦେଲା। ଦେଖୁ ଦେଖୁ ଜୁଇରୁ ଜୀବନ ନେଇ ଉଠି ଆସିଲା ମୃତ ପୁଅ। ଏସବୁ ରିଲ୍ ଲାଇଫର କାହାଣୀ ଆମେ ଅନେକ ଶୁଣିଛେ। ହେଲେ ଏବେ ରିଅଲ ଲାଇଫରେ ଏଭଳି ଘଟିଛି ତେଲଙ୍ଗାନାର ସୂର୍ଯ୍ୟାପେଟରେ। ମୃତ ଘୋଷିତ ୧୮ ବର୍ଷର ପୁଅ ଜୁଇକୁ ଯିବା ପୂର୍ବରୁ ଶ୍ମଶାନ ଭୂଇଁରୁ ଉଠି […]
ଆମେଠି: କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ତାଙ୍କ ପୂର୍ବ ନିର୍ବାଚନମଣ୍ଡଳୀ ଉତ୍ତର ପ୍ରଦେଶର ଆମେଠି ଗସ୍ତ କରିଥିଲେ। ଏହି ଅବସରରେ ରାହୁଲ ଗାନ୍ଧି ଲୋକଙ୍କ ସହ ବୈଠକ କରି ଆଗାମୀ ଦିନରେ ଦଳକୁ ମଜଭୁତ କରିବା ପାଇଁ ପରାମର୍ଶ ଦେଇଥିଲେ। ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧି ଆମେଠିରୁ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ପାଖରୁ ହାରିଥିଲେ। ଏହାପରେ ଆଜି ଆମେଠିକୁ ରାହୁଲଙ୍କ ପ୍ରଥମ ଗସ୍ତ ଥିଲା। ପ୍ରଥମେ ତିଲୋଇ ବିଧାନସଭା ଅଧିନରେ ଥିବା […]
ବେଙ୍ଗାଲୁରୁ: କର୍ଣ୍ଣାଟକାରେ କଂଗ୍ରେସ ଓ ଜେଡିଏସ୍ ମେଣ୍ଟ ସରକାରକୁ ପୁଣି ଥରେ ଝଟ୍କା ଲାଗିଛି। ଆଜି କଂଗ୍ରେସର ଆଉ ୨ ଜଣ ବିଧାୟକ ବିଧାନସଭା ବାଚସ୍ପତିଙ୍କୁ ନିଜର ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ଫଳରେ ଇସ୍ତଫା ଦେଇଥିବା ବିଧାୟକଙ୍କ ସଂଖ୍ୟା ଏବେ ୧୬ରେ ପହଞ୍ଚି ଯାଇଛି। ପୂର୍ବରୁ କଂଗ୍ରେସର ୧୧ ଓ ଜେଡିଏସ୍ର ୩ ଜଣ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଥିଲେ। ଆଜି କଂଗ୍ରେସ ବିଧାୟକ ଏମଟିବି ନାଗରାଜ ଓ କେ ସୁଧାକର ବିଧାନସଭା ବାଚସ୍ପତି କେଆର […]
ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ୍କାଏଦାର ମୁଖ୍ୟ ଆୟାମାନ ଉଲ୍ ଜବାହାରୀ କଶ୍ମୀର ପ୍ରସଙ୍ଗରେ ଭାରତକୁ ଧମକ ଦେଇଛି। କଶ୍ମୀରରେ ଥିବା ସଂଗଠନର ସଦସ୍ୟମାନେ ବିନା କୌଣସି ଦ୍ୱନ୍ଦ୍ୱରେ ସୁରକ୍ଷାକର୍ମୀ ଏବଂ ଜମ୍ମୁ-କଶ୍ମୀର ସରକାରଙ୍କ ଉପରେ ହମ୍ଲା ଜାରି ରଖିବା ଦରକାର। ଏଥିସହ ପାକିସ୍ତାନ କେମିତି କଶ୍ମୀରରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଅନୁପ୍ରବେଶ ଜାରି ରଖିଛି, ସେକଥା ମଧ୍ୟ ଜବାହାରୀ ଜାରି କରିଥିବା ଭିଡିଓରେ କହିଛି। ଜବାହାରୀ କହିଛି, “ମୁଁ ଏତିକି କହିବାକୁ ଚାହୁଁଛି ଯେ […]
ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କର ଟ୍ୱିଟର ଫୋଲଅର୍ସ ୧ କୋଟିରେ ପହଞ୍ଚିଛି। ଏଥିପାଇଁ ସମସ୍ତ ଫୋଲଅର୍ସଙ୍କୁ ଧନ୍ୟବାଦ ଦେଇଛନ୍ତି ରାହୁଲ ଗାନ୍ଧି। ୧ କୋଟି ଫୋଲଅର୍ସରେ ପହଞ୍ଚିବା ପରେ ଏହାର ଖୁସି ଆମେଠି ଲୋକଙ୍କ ସହିତ ମନାଇବେ ବୋଲି ସେ କହିଛନ୍ତି। ରାହୁଲ ଗାନ୍ଧି ଓ କଂଗ୍ରେସ ଦଳ ୨୦୧୫ ମେ ମାସରେ ଟ୍ୱିଟର ଆକାଉଣ୍ଟ ଖୋଲିଥିବା ଜଣାପଡ଼ିଛି। ତେବେ ଏହାର ବହୁ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟରେ ନିଜ ଆକାଉଣ୍ଟ ଖୋଲି […]
ମ୍ୟାଞ୍ଚେଷ୍ଟର୍: ଚଳିତ ଆଇସିସି ବିଶ୍ୱକପର ପ୍ରଥମ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ୍ ଭାରତ ଆଗରେ ୨୪୦ ରନ୍ର ଟାର୍ଗେଟ୍ ରଖିଛି। ଏହାକୁ ପିଛା କରୁଥିବା ଟିମ୍ ଇଣ୍ଡିଆର ଶୀର୍ଷ ତିନି ବ୍ୟାଟ୍ସମ୍ୟାନ୍ ଶସ୍ତାରେ ପ୍ୟାଭିଲିୟନ୍ ଫେରିବା ସହିତ କାର୍ତ୍ତିକ ମଧ୍ୟ ନିରାଶ କରିଛନ୍ତି। ଚଳିତ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ସ୍କୋରର ରୋହିତ୍ ଶର୍ମା ମାତ୍ର ୧ ରନ୍ କରି ମ୍ୟାଟ ହେନରୀଙ୍କ ବଲରେ ଆଉଟ୍ ହୋଇଛନ୍ତି। ଚଳିତ ଟୁର୍ଣ୍ଣାମେଣ୍ଟରେ ରୋହିତ୍ ଦ୍ୱିତୀୟଥର ପାଇଁ ୧ ରନ୍ କରି ପ୍ୟାଭିଲିୟନ୍ ଫେରିଛନ୍ତି। ଏହା […]
ମ୍ୟାଞ୍ଚେଷ୍ଟର୍: ଚଳିତ ଆଇସିସି ବିଶ୍ୱକପର ପ୍ରଥମ ସେମିଫାଇନାଲ୍ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍। ତେବେ ଏହି ମ୍ୟାଚର ମଜାକୁ ଫିକା କରିଛି ବର୍ଷା। ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମେ ବ୍ୟାଟିଂ କରି ୪୬.୧ ଓଭରରେ ୫ ୱିକେଟ୍ ହରାଇ ୨୧୧ ରନ୍ କରିଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା। ବର୍ଷା ପାଖାପାଖି ୫ ଘଣ୍ଟାରୁ ଅଧିକ ସମୟ ଧରି ଲାଗି ରହିଥିଲା। କିନ୍ତୁ ବର୍ଷା ଛାଡ଼ି ଯାଇଥିଲେ ହେଁ ଗ୍ରାଉଣ୍ଡ ଖେଳିବା ପାଇଁ ଉପଯୋଗୀ ହୋଇନଥିଲା, ଯେଉଁ […]
ମୁମ୍ବାଇ: ବିଶିଷ୍ଟ ସମାଜସେବୀ ତଥା ଦେଶରେ ଦୁର୍ନୀତି ବିରୋଧୀ ସ୍ୱର ଉତ୍ତୋଳନ କରିବାରେ ବଡ଼ ଭୂମିକା ନେଇଥିବା ଆନ୍ନା ହଜାରେଙ୍କୁ ହତ୍ୟା କରିବାପାଇଁ ଷଡ଼ଯନ୍ତ୍ର ହୋଇଥିଲା। ଏଥିପାଇଁ ସୁପାରୀ କଣ୍ଟ୍ରାକ୍ଟ ମଧ୍ୟ ଦିଆଯାଇଥିଲା ବୋଲି ସେ ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟକୁ କହିଛନ୍ତି। ଶ୍ରୀ ହଜାରେ ଓସ୍ମାନାବାଦ୍ଠାରେ ଥିବା ଟେର୍ନା ସୁଗାର ଫ୍ୟାକ୍ଟ୍ରିରେ ହୋଇଥିବା ଦୁର୍ନୀତି ବାବଦରେ ମୁହଁ ଖୋଲିବାରୁ ତାଙ୍କୁ ମାରିବା ପାଇଁ ଏପରି ଷଡ଼ଯନ୍ତ୍ର ହୋଇଥିଲା। ସ୍ୱତନ୍ତ୍ର ବିଚାରପତି ଆନନ୍ଦ ୟାଭାଲକରଙ୍କ ଖଣ୍ଡପୀଠରେ କଂଗ୍ରେସ […]
ନୂଆଦିଲ୍ଲୀ: ଆମେରିକୀୟ ସାମଗ୍ରୀ ଉପରେ ଅଧିକ ଶୁଳ୍କ ଲଗାଇବା ପ୍ରସଙ୍ଗରେ ଭାରତ ଉପରେ ବର୍ଷିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆଜି ଟ୍ୱିଟ୍ କରି ଟ୍ରମ୍ପ ପ୍ରକାଶ କରିଛନ୍ତି ଯେ, ଭାରତ ଦୀର୍ଘଦିନ ଧରି ଶୁଳ୍କ ଲଗାଇଲା, ହେଲେ ଏବେ ଏହା ଆଉ ଗ୍ରହଣୀୟ ନୁହେଁ। India has long had a field day putting Tariffs on American products. No longer acceptable! — Donald J. Trump (@realDonaldTrump) 9 July […]
ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାରକୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ୧୩ ବିଧାୟକଙ୍କ ମଧ୍ୟରୁ ୮ଜଣଙ୍କ ଇସ୍ତଫା ଗ୍ରହଣୀୟ ନୁହେଁ ବୋଲି ରୁଲିଂ ଦେଇଛନ୍ତି ବିଧାନସଭା ବାଚସ୍ପତି କେ. ଆର୍. ରମେଶ। ସେମାନଙ୍କ ଇସ୍ତଫାପତ୍ର ନିୟମ ଅନୁସାରେ ଦିଆଯାଇନଥିବା ବାଚସ୍ପତି ଦର୍ଶାଇଛନ୍ତି। ଫଳରେ ସାମୟିକ ଭାବେ ସଂଖ୍ୟାଲଘୁରେ ପରିଣତ ହେବାରୁ ବର୍ତ୍ତି ଯାଇଛି କଂଗ୍ରେସ-ଜେଡିଏସ ମେଣ୍ଟ ସରକାର। ତେବେ ମେଣ୍ଟ ପାଇଁ ବିପଦ ହଟିବାର ଆଶା ଦେଖାଯାଉନି। କାରଣ ଆଜି ବସିଥିବା କଂଗ୍ରେସ ବିଧାୟକ ଦଳ ବୈଠକକୁ […]
ନୂଆଦିଲ୍ଲୀ: ସୋସିଆଲ୍ ମିଡିଆର ନୂଆ ସେନ୍ସେସନ ପାଲଟିଛି ବଟଲ୍ କ୍ୟାପ୍ ଚ୍ୟାଲେଞ୍ଜ। କାଜାକିସ୍ତାନର ତାଇରୋଣ୍ଡୋ ଫାରବି ଡେବଲଚିନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏକ ଚ୍ୟାଲେଞ୍ଜ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛି। ଗତ ମାସରେ ସେ ଏହି ଭିଡିଓ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ତେବେ ଭାରତରେ ପ୍ରଥମେ ବଟଲ୍ କ୍ୟାପ୍ ଚ୍ୟାଲେଞ୍ଜ ଗ୍ରହଣ କରିଥିଲେ ଆକ୍ସନ ଷ୍ଚାର ଅକ୍ଷୟ କୁମାର। ନିଜ ମାର୍ଶାଲ ଆର୍ଟ ଦକ୍ଷତାର ଚମତ୍କାର ନମୁନାକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ ଖିଲାଡ଼ି କୁମାର। ଏହା […]
ମାଞ୍ଚେଷ୍ଟର: ଓଲ୍ଡ ଟ୍ରାଫଡ୍ ଗ୍ରାଉଣ୍ଡରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ବିଶ୍ୱକପ୍ର ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ବର୍ଷା ଯୋଗୁ ବନ୍ଦ ରହିଛି। ନ୍ୟୁଜିଲାଣ୍ଡ ୪୬.୧ ଓଭରରେ ୫ ଓ୍ୱିକେଟ୍ ହରାଇ ୨୧୧ ରନ୍ କରିଥିବା ବେଳେ ବର୍ଷା ହୋଇଥିଲା। କିଓ୍ୱି କ୍ୟାପଟେନ୍ ଓ୍ୱିଲିୟମ୍ସନ ୬୭ ରନ୍ କରି ଆଉଟ୍ ହୋଇଥିବା ବେଳେ ରସ୍ ଟେଲର୍ ୬୭ ରନ୍ରେ ଅପରାଜିତ ଅଛନ୍ତି। ଟସ୍ ଜିତି କିଓ୍ୱି ଟିମ୍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ବି ଭାରତୀୟ ବୋଲର୍ଙ୍କ ମାପଚୁପ […]