ପାଟନା: ଜଳଯାତ୍ରାରେ ବାହାରିଛନ୍ତି ନବ ବିବାହିତ ବର-କନ୍ୟା। ବିବାହ ପରେ ବର ତାର ନବବଧୁକୁ ପାଲିଙ୍କିରେ କିମ୍ବା ଗାଡ଼ିରେ ବସାଇ ନେବା କଥା, ହେଲେ ଏଠି ଟିଣ ଡ୍ରମ୍ ଭେଳା ବାନ୍ଧି କନିଆକୁ ଘରକୁ ନେଉଛି ବର। ଆପଣ ଭାବୁଥିବେ କେହି ଜଣେ ନିଆରା ଢଙ୍ଗରେ ବାହାଘର କରି ସ୍ୱତନ୍ତ୍ରତା ସୃଷ୍ଟି କରିବା ପାଇଁ ଏପରି କରିଥିବ ବୋଧେ। ନା ପାଠକେ ଏଠି କିନ୍ତୁ ଘଟଣା କିଛି ଅଲଗା। ଏଠି ବାଧ୍ୟ ହୋଇ ଟିଣ ଭେଳାରେ କନ୍ୟାକୁ ଘରକୁ […]
ନୂଆଦିଲ୍ଲୀ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ସଂଯୁକ୍ତ ଭାବେ ଦେଶରେ ୮୨ଟି ନୂଆ ମେଡିକାଲ୍ କଲେଜ ପ୍ରତିଷ୍ଠା କରୁଛନ୍ତି କେନ୍ଦ୍ର ସରକାର। ୨ଟି ପର୍ଯ୍ୟାୟରେ ଏହି ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ଏଥିପାଇଁ ୭ ହଜାର ୫୦୭ କୋଟି ୭୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ ସୂଚନା ଦେଇଛନ୍ତି। ଲୋକସଭାରେ ସାଂସଦ ପିନାକୀ ମିଶ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ସେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପ୍ରଥମ […]
ନୂଆଦିଲ୍ଲୀ: ମେଡ଼ିକାଲଗୁଡ଼ିକରେ ଡାକ୍ତର ଏବଂ କର୍ମଚାରୀଙ୍କ ସୁରକ୍ଷା ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ୯ଟି ପଏଣ୍ଟ ଉପରେ ଗୁରୁତ୍ୱ ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଚିଠି ଲେଖିଛି। କାର୍ଯ୍ୟରତ ଡାକ୍ତର ଏବଂ କର୍ମଚାରୀଙ୍କ ସୁରକ୍ଷା ଦାୟିତ୍ୱ ତାଲିମପ୍ରାପ୍ତ ଅଧିକାରୀଙ୍କୁ ଦେବା ପାଇଁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ମେଡ଼ିକାଲ୍ ପରିସରରେ ସିସିଟିଭି, ଆବଶ୍ୟକସ୍ଥଳେ ୨୪ ଘଣ୍ଟିଆ କ୍ୱିକ୍ ରିଆକ୍ସନ ଟିମ୍, ସୁରକ୍ଷା ବ୍ୟବସ୍ଥାର ମନିଟରିଂ […]
ନୂଆଦିଲ୍ଲୀ: ବାଚସ୍ପତି କର୍ଣ୍ଣାଟକା କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାରର ବିଦ୍ରୋହୀ ବିଧାୟକମାନଙ୍କ ଇସ୍ତଫାପତ୍ର ଗ୍ରହଣ କରୁନଥିବାରୁ ତା’ ବିରୋଧରେ ଆଉ ୫ ଜଣ ବିଧାୟକ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ୫ ଜଣ ବିଧାୟକ ହେଉଛନ୍ତି କେ ସୁଧାକର, ରୋଶନ ବେଗ୍, ଏମ୍ଟିବି ନାଗରାଜ, ମୁନିରତ୍ନ ନାଇଡ଼ୁ ଏବଂ ଆନନ୍ଦ ସିଂହ। ଏହି ୫ ଜଣଙ୍କୁ ମିଶାଇ ମୋଟ ୧୫ ଜଣ ବିଧାୟକ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇସାରିଲେଣି। ସେମାନେ ସେହି ସମୟରେ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଯେତେବେଳେ […]
ଦିସପୁର: ଆସାମରେ ବନ୍ୟା ସ୍ଥିତି ଗମ୍ଭୀର। ରାଜ୍ୟର ୩୩ ଜିଲ୍ଲାରୁ ୨୧ ଜିଲ୍ଲାରେ ଏବେ ବନ୍ୟାର ତାଣ୍ଡବ। ବ୍ରହ୍ମପୁତ୍ର ଏବଂ ଏହାର ୫ଟି ଶାଖା ନଦୀ ବିଭିନ୍ନ ସ୍ଥାନରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ସେପଟେ ରାଜ୍ୟରେ ଲଗାଣ ବର୍ଷା ମଧ୍ୟ ସ୍ଥିତିକୁ ଆହୁରି ସଙ୍ଗୀନ କରିଛି। ଗତକାଲି ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ମାଟି ଅତଡ଼ା ଧସି ୩ ଜଣଙ୍କ ମୃତ୍ୟୁ ହୋଇଛି। ଏଥି ସହିତ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି। ବରପେଟା, […]
କୋଲକାତା: ବରିଷ୍ଠ ବିଜେପି ନେତା ମୁକୁଲ ରାୟ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ପଶ୍ଚିମବଙ୍ଗରେ ସିପିଏମ୍, କଂଗ୍ରେସ ଓ ଟିଏମ୍ସିର ୧୦୭ ବିଧାୟକ ବିଜେପିରେ ମିଶିବେ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି। ବିଜେପିର ସଂଗଠନ ଓ ମୋଦିଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଧାୟକମାନେ ସାମିଲ ହେବାକୁ ଚିନ୍ତାକରୁଛନ୍ତି। ଖୁବଶୀଘ୍ର ପଶ୍ଚିମବଙ୍ଗର ୧୦୭ ବିଧାୟକ ନିଜ ନିଜ ଦଳ ଛାଡ଼ି ବିଜେପିରେ ସାମିଲ୍ ହେବେ ବୋଲି ମୁକୁଲ୍ କହିଛନ୍ତି। ଏହା ପୂର୍ବରୁ ଗତ ମାସ […]
ପାଣାଜୀ: ଗୋଆରେ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ୍ ହୋଇଥିବା ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିଛି। ଆଜି ଗୋଆ ମନ୍ତ୍ରିମଣ୍ଡଳରେ ଅଦଳବଦଲ ହୋଇ ୪ ଜଣ ମନ୍ତ୍ରୀ ଶପଥଗ୍ରହଣ କରିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସରୁ ଆସିଥିବା ୩ ଜଣ ବିଧାୟକ। ପୂର୍ବତନ ବିରୋଧେ ଦଳ ନେତା ଚନ୍ଦ୍ରକାନ୍ତ କାଭେଲକରଙ୍କୁ ଉପ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି। ମନ୍ତ୍ରୀ ଭାବେ ଶପଥ ନେଇଥିବା ଅନ୍ୟ ୨ ବିଧାୟକ ହେଉଛନ୍ତି ଜେନିଫର ମନସରେଟ, ଏବଂ ଫିଲିପ ରଡ୍ରିଗ୍ୟୁଜ୍। ପୂର୍ବରୁ କ୍ଷମତାସୀନ ବିଜେପିର […]
ପାଣାଜୀ: କଂଗ୍ରେସକୁ ପୁଣିଥରେ ଝଟ୍କା ଲାଗିଛି। ଗୋଆରେ ଦଳର ୧୦ ଜଣ ବିଧାୟକ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫା ଦେଇଥିବା ବିଧାୟକଙ୍କ ମଧ୍ୟରେ ଗୋଆ ବିଧାନସଭାରେ ବିରୋଧୀ ଦଳ ନେତା ଚନ୍ଦ୍ରକାନ୍ତ କାଭଲେକର ଅଛନ୍ତି। ଆଜି ଚନ୍ଦ୍ରକାନ୍ତଙ୍କ ନେତୃତ୍ୱରେ କଂଗ୍ରେସର ୧୦ ଜଣ ଯାକ ବିଧାୟକ ବାଚସ୍ପତି ରାଜେଶ ପାଟନେକରଙ୍କୁ ଭେଟି ନିଜର ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇଛନ୍ତି। ଏଥିସହ ସେମାନେ ସ୍ୱତନ୍ତ୍ର ସଂଗଠନ କରିବେ ବୋଲି ମଧ୍ୟ କହିଛନ୍ତି। ଗୋଆ ବିଧାନସଭାରେ କଂଗ୍ରେସର […]