• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

ritesh
ପାପା ଆମେ କରି ଦେଖାଇଛୁ: ରିତେଶ ଦେଶମୁଖ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଦୁଇ ଭାଇ ଜିତିବା ପରେ ଖୁସିରେ ଆତ୍ମବିଭୋର ହୋଇପଡ଼ିଛନ୍ତି ବଲିଉଡ୍‌ ଷ୍ଟାର୍‌ ରିତେଶ ଦେଶମୁଖ। ଭାଇ ଆମିତ୍‌ ଲାତୁର୍‌ ସିଟିରୁ ୪୨ ହଜାରରୁ ଅଧିକ ଭୋଟ୍‌ରେ ତୃତୀୟ ଥର ପାଇଁ ଜିତିଥିବା ବେଳେ ଧୀରଜ୍‌ ଦେଶମୁଖ୍‌ ଲାତୁରର ଗ୍ରାମିଣରୁ ୧ ଲକ୍ଷ୨୦ ହଜାର ଭୋଟ୍‌ ବ୍ୟବଧାନ ସହିତ ଜବରଦସ୍ତ ଜିତ୍ ହାସଲ କରିଛନ୍ତି। ଏହି ଖୁସିରେ ରିତେଶ ତାଙ୍କ ଭାଇଦ୍ୱୟଙ୍କୁ ଶୁଭକାମନା ଜଣାଇବା ସହିତ ମହାରଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତାଙ୍କ […]

ffdff
ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ପାଇଁ ଟିମ୍ ଇଣ୍ଡିଆ ଖେଳାଳି ଘୋଷଣା

ମୁମ୍ବାଇ: ନଭେମ୍ବର ୩ ତାରିଖରୁ ଆରମ୍ଭ ହେବାକୁ ଥିବା ବାଂଲାଦେଶ ଓ ଇଣ୍ଡିଆ ଟିମ୍‌- ମ୍ୟାଚ୍‌ ପାଇଁ ଟିମ୍‌ ଇଣ୍ଡିଆ ଖେଳାଳି ଚୟନ କରାଯାଇଛି। ବିସିସିଆଇ ଚୟନକମିଟି ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ଏବଂ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଦଳ ଘୋଷଣା କରିଛି। ନଭେମ୍ବର ୩ ତାରିଖରୁ ବାଂଲାଦେଶ ବିପକ୍ଷ ଆରମ୍ଭ ହେବାକୁଥିବା ଟି-୨୦ ସିରିଜ୍ ପାଇଁ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି। ସେହିପରି ବିଜୟ ହଜାରେ ଟ୍ରଫିରେ ଭଲ ପ୍ରଦର୍ଶନ କରିଥିବା କେରଳ […]

amrindar
ପଞ୍ଜାବରେ ନାହିଁ ବିଜେପି ଯାଦୁ; କଂଗ୍ରେସ ଜିତିଲା ଆସନ

ଚଣ୍ଡୀଗଡ଼: ପଞ୍ଜାବରେ କିନ୍ତୁ ଦବ୍‌ଦବା କାଏମ୍‌ ରଖିଛି ଅମିରିନ୍ଦରଙ୍କ ନେତୃତ୍ୱାଧୀନ କଂଗ୍ରେସ ଦଳ। ବିଧାନସଭା ଉପନିର୍ବାଚନରେ ୪ଟି ଆସନରୁ ୩ଟିରେ ଜିତିଛି କଂଗ୍ରେସ। ଅନ୍ୟପକ୍ଷରେ ବିଜେପିର ସହଯୋଗୀ ଦଳ ଶିରୋମଣି ଅକାଳୀ ଦଳ ଗୋଟିଏ ସନ୍ତୁଷ୍ଟ ରହିଛି। କିନ୍ତୁ ବିଜେପି ଗୋଟିଏ ଆସନ ମଧ୍ୟ ଜିତିପାରିନାହିଁ। କଂଗ୍ରେସ ଜଲାଲାବାଦ, ଫଗୱାରା ଏବଂ ମୁକେରିଆନ୍‌ ଜିତିଥିବାବେଳେ ଶିରୋମଣି କେବଳ ଦଖା ଆସନରେ ଜିତିଛି। ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅମରିନ୍ଦର ସିଂହ ଦଳର ବିଜୟକୁ ଭୁରି ଭୁରି […]

phonio
ହରିଆଣା ରାଜନୀତିରେ ଟ୍ୱିଷ୍ଟ; ବିଜେପିକୁ ସମର୍ଥନ ଦେବ ଜେଜେପି

ଚଣ୍ଡିଗଡ଼: ଝୁଲା ବିଧାନସଭା ଅଭିମୁଖେ ଯାଉଥିବା ହରିଆଣା ରାଜନୀତିରେ ଟ୍ୱିଷ୍ଟ ଆସିଛି। ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ କଂଗ୍ରେସ ଯେଉଁ ପ୍ରୟାସ କରୁଥିଲା, ସେଥିରେ ବ୍ରେକ୍‌ ଲାଗିବାକୁ ଯାଉଛି। କାରଣ ହରିଆଣା ରାଜନୀତିରେ ନୂଆ କିଙ୍ଗ ମେକର ସାଜିଥିବା ଦ୍ୟୁଷନ୍ତ ଚୌଟାଲାଙ୍କ ଜନନାୟକ ଜନତା ପାର୍ଟି(ଜେଜେପି) ବିଜେପିକୁ ସମର୍ଥନ ଦେବ ବୋଲି ଜଣାପଡ଼ିଛି। ତେବେ ଧାରା ୩୭୦ ଉଚ୍ଛେଦକୁ ଢାଲ କରି ହରିଆଣା ନିର୍ବାଚନ ବୈତରଣୀ ପାର୍ ହେବାକୁ ଲକ୍ଷ୍ୟ ରଖିଥିବା ବିଜେପିକୁ ରାଜ୍ୟରେ ଶକ୍ତ […]

mm
ଯୌନ ନିର୍ଯାତନା ଦେଇ ଜାଳିଦେଇଥିଲେ; କାହାରିଙ୍କୁ ଛାଡ଼ିଲାନି ଦଇବ

ଢାକା:  ପ୍ରଥମେ ଯୌନ ନିର୍ଯାତନା, ପରେ କେସ୍‌ ଉଠାଇ ନେବାକୁ ଧମକାଇବା, ଆଉ ଶେଷରେ ନୁସ୍‌ରତଙ୍କୁ କିରୋସିନ୍‌ ଢାଳି ଜାଳି ମାରିଦେଇ ଆତ୍ମହତ୍ୟାର ରୂପେ ଦେଇ କେସ୍‌କୁ ଦଫାରଫା କରିବାକୁ ଚେଷ୍ଟା କରିବା। ମଣିଷ ମାଂଶ ଖିଆ ଶୈତାନଙ୍କର ଏହିସବୁ କୁକର୍ମକୁ ଦେଖୁଥିଲା ଦଇବ। ଆଉ ଧର୍ମ ନିକିତିରେ ଗୋଟା ଗୋଟା କରି ତଉଲି ଦେଲା ମୃତ୍ୟୁ ଦଣ୍ଡ। ଶେଷରେ ନୁସରତଙ୍କୁ ମିଳିଲା ନ୍ୟାୟ।  ଜଣେ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିବାରୁ ତାଙ୍କୁ ଚତୁରତା ସହିତ […]

mcm
ଇତିହାସ ସୃଷ୍ଟି କଲେ ଆଦିତ୍ୟ ଠାକ୍‌ରେ; ମୁଖ୍ୟମନ୍ତ୍ରୀ ପଦ ଦାବିକଲା ଶିବସେନା

ମୁମ୍ବାଇ: ଠାକରେ ପରିବାର ପାଇଁ ଇତିହାସ ସୃଷ୍ଟି କରିଛନ୍ତି ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ। ଦୀର୍ଘ ବର୍ଷ ଧରି ମହାରାଷ୍ଟ୍ର ରାଜନୀତିରେ ନିଜର ଦବଦବା ଦେଖାଇ ଆସିଥିବା ଠାକରେ ପରିବାରର ପ୍ରଥମ ସଦସ୍ୟ ଭାବେ ଆଦିତ୍ୟ ଠାକରେ ଚଳିତ ବର୍ଷ ନିର୍ବାଚନ ଲଢ଼ି ବିଜୟ ହୋଇଛନ୍ତି। ୱର୍ଲି ଆସନରୁ ନିର୍ବାଚନ ଲଢ଼ୁଥିବା ଆଦିଦ୍ୟ ଏନ୍‌ସିପି ନେତା ସୁରେଶ ମାନେଙ୍କୁ ପଛରେ ପକାଇ ୬୭ ହଜାରରୁ ଅଧିକ ଭୋଟରେ ଜିତିଛନ୍ତି। ତେବେ ଏହି ୱର୍ଲି ଆସନଟି ଶିବସେନାର […]

pnkaja
ମହାରାଷ୍ଟ୍ରରେ ବିଜେପକୁ ଶକ୍ତ ଝଟ୍‌କା; ହାରିଲେ ପଙ୍କଜା

ମୂମ୍ବାଇ: ମହାରାଷ୍ଟ୍ରରେ ବିଜେପିକୁ ଶକ୍ତ ଝଟ୍‌କା। ଦଳ ଏଠାରେ ସରକାର ଗଠନ କରିବାକୁ ଯାଉଥିଲେ ହେଁ ଦଳର ହେବି ୱେଟ୍‌ ତଥା ଫଡନାଭିସ୍‌ ସରକାରରେ ମନ୍ତ୍ରୀ ଥିବା ପଙ୍କଜା ମୁଣ୍ଡେ ପରାସ୍ତ ହୋଇଛନ୍ତି।  ବିଜେପି ପକ୍ଷରୁ ପର୍ଲି ଆସନରୁ ପ୍ରାର୍ଥୀ ହୋଇଥିଲା ପଙ୍କଜା। ଏଠାରେ ତାଙ୍କର ମୁକାବିଲା ସମ୍ପର୍କୀୟ ଭାଇ ତଥା ବରିଷ୍ଠ କଂଗ୍ରେସ ନେତା ଧନଞ୍ଜୟ ମୁଣ୍ଡେଙ୍କ ସହ ହୋଇଥିଲା। ଏଥିରେ ଧନଞ୍ଜୟ ବାଜିମାତ କରିଛନ୍ତି। ସେ ପଙ୍କଜାଙ୍କୁ ୨୮ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି। […]

dutee-11
କେବିସିରେ ବୀରେନ୍ଦ୍ର ସେହୱାଗ୍‌ ଓ ହିମା ଦାସଙ୍କ ସହିତ ଦୂତୀ ଚାନ୍ଦ

ମୁମ୍ୱାଇ : ‘କୌନ ବନେଗା କରୋଡପତି’ ର କରମବୀର ଏପିସୋଡ୍‌ରେ ଦୌଡ଼ରାଣୀ ଦୂତି ଚାନ୍ଦ ଭାଗ ନେଇଛନ୍ତି। ଦୂତିଙ୍କ ସହିତ ଆସାମ ଆଥଲେଟ୍‌ ହିମା ଦାସ ଓ ପୂର୍ବତନ କ୍ରିକେଟର୍‌ ବୀରେନ୍ଦ୍ର ସେହୱାଗ୍‌ ମଧ୍ୟ ଭାଗ ନେଇଛନ୍ତି। ଶୋ’ର ଏହି ଏପିସୋଡ୍‌ଟି ୨୫ ଅକ୍ଟୋବରରେ ଟେଲିକାଷ୍ଟ ହେବାକୁ ଯାଉଛି। ଏଥିରେ ଭାଗ ନେବା ପରେ ଦୂତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ‘କୌନ ବନେଗା କରୋଡପତି’କୁ ଆସି ମୋତେ ବହୁତ ଖୁସି ଲାଗୁଛି। ଏହି ଶୋ’କୁ କେବଳ ମୁଁ […]

ffff
ରାଜଧାନୀରେ ଭୋକିଲା ପେଟକୁ ଦାନା ଦେଉଛି ‘ହାପି ଫ୍ରିଜ୍‌’

ଭୁବନେଶ୍ୱର: ଚିକ୍‌ମିକ୍‌ ଏଇ ରାଜଧାନୀରେ ରହନ୍ତି ଉଭୟ ଧନୀ ଓ ଗରିବ। କେଉଁଠି ଚିକେନ୍‌ ବିରିୟାନୀ ଭାସେ ତ ଆଉ କେଉଁଠ ପେଟରେ ଓଦା କନା ଦେଇ ଶୋଇଯାଏ ଭୋକିଲା ଜୀବନ। କାରଣ ପେଟ ପାଇଁ ମୁଠାଏ ଦାନା ଯୋଗାଡ଼ କରିବା ରାଜଧାନୀର ଗରିବଙ୍କ ପାଇଁ ସବୁବେଳେ ସମ୍ଭବ ହୋଇନଥାଏ। କିନ୍ତୁ ଏହି ଗରିବ ଲୋକଙ୍କ ପେଟ ଦାନା ଯୋଗାଉଛି ‘ହାପି ଫ୍ରିଜ୍‌।’ ଏହା ହେଉଛି ଏକ କମ୍ୟୁନିଟି ଫ୍ରିଜ୍, ଯେଉଁଠି ଦାନ କରାଯାଇଥିବା ବଳକା ଖାଦ୍ୟ […]

mod
ଗହମ ଏବଂ ଡାଲିଜାତୀୟ ଶସ୍ୟର ଏମ୍‌ଏସ୍‌ପି ବୃଦ୍ଧି

ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର କ୍ୟାବିନେଟ୍‌ରେ ଗହମ ଏବଂ ଡାଲିଜାତୀୟ ଶସ୍ୟରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧି କରିଛନ୍ତି। କିନ୍ତୁ ଧାନଚାଷୀମାନଙ୍କୁ ଚଳିତ ଥର ନିରାଶ ହେବାକୁ ପଡ଼ିଛି। ଏନ୍‌ଡିଏ ସରକାର ବୃହତ୍‌ ବିଜୟ ସହ କ୍ଷମତାକୁ ଫେରିବା ପରେ ଶେଷ ଥର ପାଇଁ ଜୁଲାଇ ୩ ତାରିଖରେ ଧାନର ଏମ୍‌ଏସ୍‌ପି ବୃଦ୍ଧି କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକର ନିଷ୍ପତ୍ତି ଅନୁଯାୟୀ ସାଧାରଣ ବର୍ଗର ଧାନର ଏମ୍‌ଏସ୍‌ପିରେ କ୍ୱିଣ୍ଟାଲ ପ୍ରତି ୩.୭% […]

delhi
ଦିଲ୍ଲୀ ବସ୍ତିବାସିନ୍ଦାଙ୍କୁ ଦୀପାବଳି ଉପହାର ଦେଲେ ମୋଦି ସରକାର

ନୂଆଦିଲ୍ଲୀ: ୨୦୨୦ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ବଡ଼ କାର୍ଡ ଖେଳିଛନ୍ତି।  ଦିଲ୍ଲୀର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ବସବାସ କରୁଥିବା ୪୦ ଲକ୍ଷ ଲୋକଙ୍କୁ ସରକାର ଜମି ଅଧିକାର ଦେବେ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ୧୮୦୦ କଲୋନୀ ବଛାଯାଇଥିବା କେନ୍ଦ୍ର ନଗର କଲ୍ୟାଣ ମନ୍ତ୍ରୀ ହରଦୀପ ପୁରୀ କହିଛନ୍ତି ବୈଠକ ପରେ କହିଛନ୍ତି। ସେ କହିଛନ୍ତି, ଏହି […]

rabi
ସୁଇସାଇଡ୍‌ ଜ୍ୟାକେଟ ପିନ୍ଧି ମୋଦିଙ୍କ ଉପରେ ଆକ୍ରମଣ କରିବାକୁ ଧମକ ଦେଲେ ଏହି ସିଙ୍ଗର୍

ଇସଲାମାବାଦ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ କେବଳ ପାକିସ୍ତାନ ସରକାର ନୁହନ୍ତି ଦେଶର ନାମାଦାମୀ କଳାକାର ମଧ୍ୟ ବିଚଳିତ ହୋଇପଡ଼ିଛନ୍ତି। ଏଥିପାଇଁ ସେମାନେ ଭାରତ ସରକାରଙ୍କ ବିରୋଧରେ ବୟାନ ଦେଇ ଚାଲିଛନ୍ତି। ଏହିକ୍ରମରେ ପାକିସ୍ତାନର ଜଣେ ପପ୍‌ ସିଙ୍ଗର ଆତ୍ମଘାତୀ ହମ୍‌ଲା ପାଇଁ ବ୍ୟବହୃତ ହେଉଥିବା ଏକ ଜ୍ୟାକେଟ୍‌ ପିନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ହମଲା କରିବାକୁ ଖୋଲାଖୋଲି ଧମକ ଦେଇଛନ୍ତି। ରାବି ପିର୍ଜାଦା ନାମକ ଏହି ସିଙ୍ଗର ଜଣଙ୍କ ପୂର୍ବରୁ ମଧ୍ୟ ବିଭିନ୍ନ […]

police
ଟ୍ରକ୍‌ ଡାଲାରୁ ବାହାରିଲା ୩୯ ଶବ; ପୁଲିସ ଆଶ୍ଚର୍ଯ୍ୟ

ଲଣ୍ଡନ: ବ୍ରିଟିଶ ପୁଲିସ୍‌ ପୂର୍ବ ଲଣ୍ଡନର ଶିଳ୍ପାଞ୍ଚଳରେ ଥିବା ଏକ ଟ୍ରକ୍‌ ଡାଲାରୁ ୩୯ଟି ମୃତଦେହ ଠାବ କରିଛି। ଟ୍ରକ୍‌ଟି ଏତେ ଗୁଡ଼ିକ ଶବ ଧରି ବୁଲଗେରିଆରୁ ଆସିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସେହିପରି ଟ୍ରକଟି ୱାଲେସରେ ଥିବା ହୋଲିହେଡ୍‌ ଅଞ୍ଚଳ ଦେଇ ବ୍ରିଟେନରେ ପ୍ରବେଶ କରିଥାଆନ୍ତା। ଏହି ଘଟଣାରେ ନର୍ଥନ ଆୟର୍ଲ୍ୟାଣ୍ଡର ୨୫ ବର୍ଷୀୟ ଟ୍ରକ୍‌ ଡ୍ରାଇଭରଙ୍କୁ ପୁଲିସ୍‌ ଗିରଫ କରିଛି। ତାଙ୍କ ବିରୋଧରେ ଏତେ ଲୋକଙ୍କୁ ହତ୍ୟା କରିଥିବା ମାମଲା ମଧ୍ୟ ରୁଜୁ ହୋଇଛି। […]

bsnl
BSNL ଉପଭୋକ୍ତାଙ୍କ ପାଇଁ ଖୁସି ଖବର; ଖୁବ୍‌ଶୀଘ୍ର ପାଇବେ 4G ସେବା

ନୂଆଦିଲ୍ଲୀ: ବନ୍ଦ ହେବନି ବିଏସ୍‌ଏନ୍‌ଏଲ୍‌, ବରଂ ପ୍ରତିଦ୍ୱନ୍ଦ୍ୱିତାମୂଳକ ବଜାରରେ ଏହାକୁ ସକ୍ରିୟ ରଖିବା ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର। ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ଏବଂ ମହାନଗର ଟେଲିଫୋନ୍‌ ନିଗମ ଲିମିଟେଡ୍‌ (ଏମ୍‌ଟିଏନ୍‌ଏଲ୍‌ର) ମିଶ୍ରଣ ପାଇଁ ଏବେ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ କମିଟି ଏହାକୁ ଅନୁମୋଦନ ଦେଇଛି। ଏହା ପୂର୍ବରୁ ଆଜି ସକାଳ ସମୟରେ ହିଁ ବିଏସ୍‌ଏନ୍‌ଏଲ୍‌ କର୍ମଚାରୀଙ୍କର ସେପ୍ଟେମ୍ବର ମାସର ଦରମା […]

mi
ଖୁବ୍‌ଶୀଘ୍ର ଆସୁଛି ୧୦୮ ମେଗାପିକ୍ସେଲ୍‌ କ୍ୟାମେରା ଯୁକ୍ତ ଦମ୍‌ଦାର ସ୍ମାର୍ଟ ଫୋନ୍‌

ଚଳିତ ବର୍ଷ  Xiaomi ମୋବାଇଲ୍ କମ୍ପାନୀ ଗୋଟିଏ ପରେ ଗୋଟିଏ ଜବରଦସ୍ତ ଫୋନ୍‌ ମାର୍କେଟ୍‌କୁ ଛାଡ଼ିଛି। ଆଉ ପ୍ରାୟ ସବୁ ଫୋନ୍‌ଗୁଡ଼ିକରେ ଜବରଦସ୍ତ କ୍ୟାମେରା କ୍ୱାଲିଟି ରିହିଛି। କମ୍ପାନୀ ପ୍ରଥମେ ୪୮ ମେଗାପିକ୍ସେଲ୍‌ ଓ ପରେ ୬୪ ମେଗାପିକ୍ସେଲ୍‌ କ୍ୟାମେରା ଯୁକ୍ତ ସ୍ମାର୍ଟ ଫୋନ୍‌ ଛାଡ଼ି ମୋବାଇଲ୍‌ ମାର୍କେଟ୍‌ରେ ହାଲ୍ଲାବୋଲ୍‌ କରୁଛି।  ଆଉ ଏବେ ଶୁଣିବାକୁ ମିଳୁଛି ଯେ ସାଓମୀ ଖୁବ୍‌ଶୀଘ୍ର ୧୦୮ ମେଗାପିକ୍ସେଲ୍‌ କ୍ୟାମେରା ଯୁକ୍ତ ସ୍ମାର୍ଟ ଫୋନ୍‌ ଆଣିବାକୁ ଯାଉଛି, ଯାହାର ଲିକ୍‌ ସାମ୍ନାକୁ […]