• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

karnataka
ଦେଶରେ ଦୁର୍ନୀତିର ନମ୍ବର୍‌ ୱାନ୍‌ ରାଜ୍ୟ କର୍ଣ୍ଣାଟକା

ବେଙ୍ଗାଲୁରୁ: ଦୁର୍ନୀତିରେ ନମ୍ବର୍‌ ୱାନ୍‌ କର୍ଣ୍ଣାଟକା। ରାଜ୍ୟରେ ଶିଳ୍ପ ବିପ୍ଳବ ସହିତ ତାଳ ଦେଇ ଗଢ଼ିଚାଲିଛି ଦୁର୍ନୀତିର ସୌଧ। ଏଠାରେ ଦିନକୁ ଦିନ ଲାଞ୍ଚ କାରବାର ଠାରୁ ବିଭିନ୍ନ ଦୁର୍ନୀତି ମାମଲା ବଢ଼ିବାରେ ଲାଗିଛି। ବିଶେଷ କରି ୨୦୧୬ ତୁଳନାରେ ୨୦୧୭ରେ କର୍ଣ୍ଣାଟକାରେ ୧୦୦୦% ଦୁର୍ନୀତି ମାମଲା ବୃଦ୍ଧି ପାଇଛି। ସମଗ୍ର ଭାରତ ବର୍ଷରେ ଏଭଳି ଦୁର୍ନୀତି ବୃଦ୍ଧିରେ କର୍ଣ୍ଣାଟକା ନଂ ୧ ସ୍ଥାନରେ ରହିଛି। ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ(ଏନସିଆରବି) ପକ୍ଷରୁ ୨୦୧୭ ପାଇଁ ପ୍ରକାଶ […]

f
ଶିଳ୍ପାଙ୍କ ସ୍ୱାମୀଙ୍କର ଡି ଲିଙ୍କ୍; ଇଡି କଲା ସମନ୍

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ସମନ୍‌ କରିଛି। ଦାଉଦର ଘନିଷ୍ଠ ସହଯୋଗୀ ଇକବାଲ ମିର୍ଚି ନାଁରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରି ତଦନ୍ତ କରୁଛି। ଏହି ତଦନ୍ତ ବେଳେ ରାଜଙ୍କ ନାଁ ସାମ୍ନାକୁ ଆସିଥିଲା। ତେଣୁ ତାଙ୍କୁ  ସମନ ହୋଇଥିବା ଜଣାପଡ଼ିଛି। ୨୦୧୩ରୁ ଇକବାଲ ମିର୍ଚି ପ୍ରାଣ ହରାଇଛି। ହେଲେ ଇଡି ତା’ ସହ ସମ୍ପର୍କ ରଖିଥିବା ଅନ୍ୟ ସହଯୋଗୀମାନଙ୍କୁ ଏବେ […]

cji
ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍‌ ଶରଦ ଅରବିନ୍ଦ ବୋବଡେ। ଆଜି ତାଙ୍କ ନାଁରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର ମାରିଛନ୍ତି। ଜଷ୍ଟିସ୍‌ ବୋବଡେ ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ପରେ ସୁପ୍ରିମକୋର୍ଟର ବରିଷ୍ଠତମ ବିଚାରପତି। ନଭେମ୍ବର ୧୭ରେ ଜଷ୍ଟିସ୍‌ ଗୋଗୋଇଙ୍କ କାର୍ଯ୍ୟକାଳ ଶେଷ ହେବ। ଏଥିପାଇଁ ଜଷ୍ଟିସ୍‌ ଗୋଗୋଇ ତାଙ୍କ ଉତ୍ତରାଧିକାରୀ ଭାବେ ଜଷ୍ଟିସ୍‌ ବୋବଡେଙ୍କ ନାଁକୁ ପରବର୍ତ୍ତୀ ସିଜେଆଇ ଭାବେ ସୁପାରିସ କରିଥିଲେ। ଆଜି ରାଷ୍ଟ୍ରପତି ଏହାକୁ ମଞ୍ଜୁରୀ […]

gulam
ଗୁଲାମ ନବୀ ଆଜାଦ୍ ଛାଡ଼ିବେ ମାଗଣା ସରକାରୀ ଘର

ଶ୍ରୀନଗର: ଜମ୍ମୁ-କାଶ୍ମୀର ନେତାଙ୍କ ମାଗଣା ସରକାରୀ ସେବା ଏବେ ହାତରୁ ଗଲା। କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ଗୁଲାମ ନବୀ ଆଜାଦ ଦୀର୍ଘ ବର୍ଷ ହେଲାଣି ମାଗଣାରେ ଉପଭୋଗ କରୁଥିବା ସରକାରୀ ଗେଷ୍ଟ ହାଉସ୍‌କୁ ବାଧ୍ୟ ହୋଇ ଖାଲି କରିଛନ୍ତି। ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପୂର୍ବରୁ ଜମ୍ମୁ-କାଶ୍ମୀରର ସମସ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସାରା ଜୀବନ ଏଭଳି ସରକାରୀ ବାସଭବନ ଉପଭୋଗ କରିବାର ନିୟମ ରହିଥିଲା। ହେଲେ କେନ୍ଦ୍ର ସରକାର ଧାରା ୩୭୦ ଉଚ୍ଛେଦ କରିବାରୁ […]

dead
ଶେଷରେ ଜୀବନ ସଂଗ୍ରାମରେ ହାରିଗଲା ସୁଜିତ୍

ତିରୁଚିନାପଲ୍ଲୀ: ଶେଷରେ ଜୀବନ ସଂଗ୍ରାମରେ ହାରିଗଲା ସୁଜିତ୍। ତିରୁଚିନାପଲ୍ଲୀରେ ବୋର୍ ୱେଲ୍‌ରେ ଖସି ପଡ଼ିଥିବା ସୁଜିତ୍‌କୁ ମଧ୍ୟରାତ୍ରୀରେ ଉଦ୍ଧାର କରିଛି ରେସ୍କ୍ୟୁ ଟିମ୍। ପ୍ରାଣମୂର୍ଚ୍ଛା ଉଦ୍ୟମ ପରେ ବି ସୁଜିତକୁ ସୁରକ୍ଷିତ ଉଦ୍ଧାର କରାଯାଇପାରିନି। ଗତ ୮୦ ଘଣ୍ଟା ଧରି ଅଞ୍ଚଳରେ ଅପରେସନ୍ ଜାରି ରହିଥିଲା। ପ୍ରାୟ ୩୦ ଫୁଟ୍ ତଳେ ଥିବା ସୁଜିତକୁ ଉଦ୍ଧାର ପାଇଁ ନିକଟରେ ଅନ୍ୟ ଏକ ଗାତ ଖୋଳାଯାଇଥିଲା। ତେବେ ବଡ଼ ପଥର ଆଚ୍ଛାଦିତ ଅଞ୍ଚଳ ହୋଇଥିବାରୁ ଏଥିରେ ବାଧା ଉପୁଜୁଥିଲା। […]

modi
ସାଉଦି ଆରବ ସେନା ପକ୍ଷରୁ ମୋଦୀଙ୍କୁ ଭବ୍ୟ ସ୍ୱାଗତ

ନୂଆଦିଲ୍ଲୀ: ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ଯାଇଛନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗତକାଲି ରାତିରେ ରିଆଦ୍‌ରେ ପହଞ୍ଚିବା ପରେ ମୋଦିଙ୍କ ସାଉଦି ଆରବ ସେନା ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସାଉଦି ଆରବରେ ହେବାକୁ ଥିବା ତୃତୀୟ FUTURE INVESTMENT INITIATIVE FORUM ସମ୍ମିଳନୀରେ ଯୋଗଦେବେ ମୋଦୀ। ଏଥିରେ ମୋଦୀ ଭାରତରେ ବିନିଯୋଗ ଓ ବାଣିଜ୍ୟ କାରବାରକୁ ନେଇ ଉଦ୍‌ବୋଧନ ଦେଇପାରନ୍ତି। ଏହି ବୈଠକରେ ଆମେରିକା ଅର୍ଥମନ୍ତ୍ରୀ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ସମେତ ବିଶ୍ୱର […]

fold
ଧୀରେଧୀରେ ଦୁର୍ବଳ ହେଉଛି ଘୂର୍ଣ୍ଣି ଝଡ଼ କ୍ୟାର୍‌

ନୂଆଦିଲ୍ଲୀ: ଆରବ ସାଗରେ କେନ୍ଦ୍ରୀଭୂତ ସୁପର ସାଇକ୍ଲୋନିକ୍ ଷ୍ଟର୍ମ କ୍ୟାର୍‌ ଧୀରେଧୀରେ ଦୁର୍ବଳ ହେବାକୁ ଲାଗିଛି। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଏହା ଆରବସାଗରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଆସନ୍ତାକାଲି ସୁଦ୍ଧା ଏହା ପୁଣି ଥରେ ଦିଗ ପରିବର୍ତ୍ତନ କରି ପଶ୍ଚିମ ଦକ୍ଷିଣ ପଶ୍ଚିମ ଦିଗକୁ ମୁହାଁଇପାରେ। ଓମାନ୍ ଉପକୂଳ ଗଲ୍ଫ ଅଫ୍ ଆଡେନ୍ ଦିଗକୁ ଗତି କରିପାରେ। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହାର ଗତିରେ କିଛି ବି […]

n
ଆଜି ଗୋଟିଏ ଦିନରେ ଦୁଇଥର ଆତଙ୍କବାଦୀ ଆକ୍ରମଣ

ଜମ୍ମୁ: ଜମ୍ମୁ-କାଶ୍ମୀରରେ ଆଜି ଦୁଇଥର ଆତଙ୍କବାଦୀ ଆକ୍ରମଣ ହୋଇ ସାରିଲାଣି। ପ୍ରଥମେ ସୋପରରେ ଥିବା ଏକ ବସ୍‌ ଷ୍ଟାଣ୍ଡ ଉପରକୁ ଗ୍ରେନେଡ୍‌ ମାଡ଼ କରିଥିଲେ ଆତଙ୍କବାଦୀ। ଏଥିରେ ୧୫ ଜଣ ସାଧାରଣ ଲୋକ ଗୁରୁତୁର ଆହତ ହୋଇଥିଲେ। ଏବେ ପୁଣିଥରେ ଜଣେ ଟ୍ରକ୍‌ ଡ୍ରାଇଭରଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ। ତାଙ୍କ ନାଁ ନାରାୟଣ ଦତ୍ତ। ସେ ଜମ୍ମୁର ରେଇସି ଅଞ୍ଚଳରେ ରହୁଥିଲେ। ଆଜି ସେ କଶ୍ମୀରର ଅନନ୍ତନାଗରେ ଟ୍ରକ୍‌ରେ ସେଓ ନେଇ ଯାଉଥିବା ବେଳେ […]

d
ଦିଲ୍ଲୀ ଏମ୍‌ସରେ ଭର୍ତ୍ତି ହେଲେ ଚିଦାମ୍ବରମ୍

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମାମଲାରେ ବର୍ତ୍ତମାନ ଇଡି ହେପାଜତରେ ଥିବା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ ଆଜି ଏମସରେ ଭର୍ତ୍ତି ହୋଇଥିଲେ। ସେ ପେଟରେ ଯନ୍ତ୍ରଣା ଅନୁଭବ କରିବାକୁ ଇଡି କର୍ତ୍ତୃପକ୍ଷ ଏଭଳି ବ୍ୟବସ୍ଥା କରିଥିଲେ। ସେଠାରେ ତାଙ୍କର ଚିକିତ୍ସା କରାଯିବା ପରେ ତାଙ୍କୁ ଡିସଚାର୍ଜ କରିଦିଆଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଏହାପୂର୍ବରୁ ଆଜି ସକାଳେ ଚିଦାମ୍ବରମଙ୍କୁ ଆରଏମଏଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିଦାମ୍ବରମଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ସ୍ୱତନ୍ତ୍ର […]