• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

satfarj
କ୍ୟାପ୍ଟେନ୍‌ ପଦରୁ ବହିଷ୍କାର ହେବା ସହିତ ଟିମ୍‌ରୁ ବି ବିଦା ହେଲେ ସର୍ଫରାଜ

କରାଚି: ଟେଷ୍ଟ ଓ ଟି-୨୦ ଅନ୍ତର୍ଜାତୀୟ ଟିମର କ୍ୟାପଟେନ୍ ପଦରୁ ବହିଷ୍କାର ହେଲେ ପାକିସ୍ତାନ କ୍ରିକେଟ୍ ଟିମର କ୍ୟାପଟେନ୍ ସର୍ଫରାଜ ଅହମ୍ମଦ। ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଟେଷ୍ଟ ଓ ଟି-୨୦ ଅନ୍ତର୍ଜାତୀୟ ଟିମର କ୍ୟାପଟେନ୍ ପଦରୁ ବହିଷ୍କାର କରିଛି। କେବଳ ଏତିକି ନୁହେଁ, ୱିକେଟକିପର ବ୍ୟାଟ୍ସମ୍ୟାନ୍ ସର୍ଫରାଜଙ୍କୁ ମଧ୍ୟ ଟେଷ୍ଟ ଓ ଟି-୨୦ ଟିମରୁ ବାଦ୍ ଦିଆଯାଇଛି। ଏହାପରେ ସର୍ଫରାଜ ଅହମ୍ମଦଙ୍କୁ ନେଇ ଚାଲିଥିବା ସବୁ ଚର୍ଚ୍ଚାରେ ବ୍ରେକ୍ ଲାଗିଛି। ସର୍ଫରାଜଙ୍କ ସ୍ଥାନରେ ଆଝାର ଅଲୀଙ୍କୁ […]

mobile
ଏଣିକି କଲେଜ୍‌ ଓ ବିଶ୍ୱବିଦ୍ୟାଳୟକୁ ମୋବାଇଲ୍‌ ନେଇ ଯାଇପାରିବେନି ଛାତ୍ରଛାତ୍ରୀ

ଲକ୍ଷ୍ନୌ: ଏଣିକି କଲେଜ୍‌ ଓ ବିଶ୍ୱବିଦ୍ୟାଳୟକୁ ମୋବାଇଲ୍‌ ଫୋନ୍‌ ନେଇ ଯାଇପାରିବେନି ଛାତ୍ରାଛ୍ରାତ୍ରୀ। କେବଳ ଛାତ୍ରଛାତ୍ରୀ କାହିଁକି ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ମଧ୍ୟ କଲେଜ୍‌ରେ ମୋବାଇଲ୍‌ ମନା ହେବ। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ଥିବା ସମସ୍ତ କଲେଜ୍‌ ଓ ବିଶ୍ୱବିଦ୍ୟାଳୟରେ ମୋବାଇଲ୍ ଫୋନ୍‌ ବ୍ୟାନ୍‌ କରିଛନ୍ତି। ଉତ୍ତର ପ୍ରଦେଶ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ଏକ ସର୍କୁଲାର ମଧ୍ୟ ଜାରି କରାଯାଇଛି। ଜାରି ହୋଇଥିବା ସର୍କୁଲାରରେ କୁହାଯାଇଛି, କୌଣସି ବି […]

Yongqing-Bao
ଏମିତି ବେଳରେ ଫଟୋ ଉଠାଇଲେ ଯେ ଆୱାର୍ଡ ପାଇଲେ

ନୂଆଦିଲ୍ଲୀ: ଗୁଣ୍ଡୁଚିମୂଷା ତା କାମରେ ଯାଉଥିଲା। କିନ୍ତୁ ପଛରୁ କୋକିଶିଆଳୀ ଦେଖି ହଠାତ୍ ଚମକି ପଡ଼ିଲା। ଆଉ ଡରିମରି ଏତେବଡ଼ ଆଁ କରି କୋକି ଆଡ଼କୁ ଚାହିଁଲା। ଏହି ସମୟର ଫଟୋ କ୍ୟାମେରାରେ କଏଦ୍‌ କଲେ ଫଟୋଗ୍ରାଫର୍ ୟୋଙ୍ଗନିକ୍‌ ବାଓ। ଆଉ ଏହି ଫଟୋ ପାଇଁ ଏବେ ତାଙ୍କୁ ଶ୍ରେଷ୍ଠ ୱାଇଲ୍ଡ ଲାଇଫ୍‌ ଫଟୋଗ୍ରାଫର ସମ୍ମାନ୨୦୧୯ ମିଳିବାକୁ ଯାଉଛି। ଉପରୋକ୍ତ ଫଟୋକୁ ଦେଖନ୍ତୁ। କୋକିଶିଆଳି ସହିତ ହଠାତ୍ ଭେଟ ହୋଇଯିବା ପରେ ଯେମିତି ଭୟରେ ଗୁଣ୍ଡୁଚିମୂଷାର ଆଖିଟେରା […]

d
ଷ୍ଟେଜ୍ ଉପରେ ଜଜ୍‌ ନେହା କକ୍କରକୁ ଜବରଦସ୍ତ କିସ୍ କଲେ ପ୍ରତିଯୋଗୀ; ସମସ୍ତେ ଆଶ୍ଚର୍ଯ୍ୟ

ମୁମ୍ୱାଇ : ଷ୍ଟେଜ୍‌ ଉପରେ ଜବରଦସ୍ତ କିସ୍‌। ପ୍ରଥମେ ଜଣେ ଯୁବକ ଷ୍ଟେଜ୍‌ ଉପରେ ଦମ୍‌ଦାର ଗୀତ ଗାଇ ବିଚାରକଙ୍କ ମନକଣିଦେଲେ। ସବୁ ଜଜ୍‌ ମଧ୍ୟ ପ୍ରତିଯୋଗୀଙ୍କୁ ଖୁବ୍ ପ୍ରଶଂସା କଲେ। କିନ୍ତୁ ହଠାତ୍ ଏହି ଯୁବକ ନେହା କକ୍କରଙ୍କୁ କହିଲେ,’ମୋତେ ଚିହ୍ନିପାରୁଛନ୍ତି?’ ଏତିକି କହି ନେହାଙ୍କୁ କୁଣ୍ଢାଇ ଧରିବା ସହିତ ତାଙ୍କ ଗାଲକୁ କିସ୍‌ କରିଦେଲେ। ଏହି ଘଟଣା ପରେ ସମସ୍ତେ କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ଓ ସ୍ତବ୍ଧ ହୋଇଗଲେ। ଆମେ କହୁଛୁ ସୋନି […]

lion
ଚିଡ଼ିଆଖାନାର ସିଂହ ଖୁଆଡ଼କୁ ଡେଇଁ ପଡ଼ିଲେ ଯୁବକ

ନୂଆଦିଲ୍ଲୀ: ଦିଲ୍ଲୀର ଚିଡ଼ିଆଖାନାରେ ଫିଲ୍ମର ଦୃଶ୍ୟ। ନୂଆଦିଲ୍ଲୀରେ ଥିବା ଚିଡ଼ିଆଖାନାର ସିଂହ ଖୁଆଡ଼ ପାଖରେ ବୁଲୁ ବୁଲୁ ହଠାତ୍‌ ଜଣେ ଯୁବକ ଖୁଆଡ଼ ଭିତରକୁ ଡେଇଁପଡ଼ିଲେ। ଆଉ ଧୀରେ ଧୀରେ ସିଂହ ପାଖକୁ ଯାଇ ତା ମୁହଁ ପାଖରେ ବସିପଡ଼ିଥିଲେ। ତା’ପରେ କଣ ହେଇଥିବ ବୋଲି ଆପଣ ଭାବୁଛନ୍ତି ? କାରଣ ୨୦୧୪ରେ ମଧ୍ୟ ଜଣେ ବ୍ୟକ୍ତି ଏମିତି ବାଘ ଖୁଆଡ଼ ଭିତରକୁ ଡେଇଁ ପଡ଼ିଥିଲେ। ବାଘ କିଛି ସମୟ ଅପେକ୍ଷା ପରେ ହଠାତ୍ ଯୁବକଙ୍କ ବେକକୁ […]

sobali
ଦିନେ ସୋନାଲୀ ବେନ୍ଦ୍ରେଙ୍କୁ କିଡ୍‌ନାପ୍‌ କରିବାକୁ ଚାହୁଁଥିଲେ ଶୋଏବ୍‌ ଅଖତର !

ଭୁବନେଶ୍ୱର: ପାକିସ୍ତାନୀ ବୋଲର୍‌ ଶୋଏବ ଅଖତର୍‌। ଦେଖିବାକୁ ଡେଙ୍ଗା ଯେମିତି ଶୀରରେ ଫୂର୍ତ୍ତି ବି ସେମିତି। ତାଙ୍କ କ୍ରିକେଟ୍‌ କ୍ୟରିୟର୍‌ରେ ଖୁବ୍ ଦ୍ରୁତ ବୋଲିଂ କରୁଥିବା ଏହି ବୋଲରକୁ ଦୁନିଆ ରାୱଲ୍‌ପିଣ୍ଡି ଏକ୍ସପ୍ରେସ୍‌ ନାଁରେ ଜାଣେ। ପଡ଼ିଆରେ ବଡ଼ ବଡ଼ ବ୍ୟଟ୍ସମ୍ୟାନ୍‌ଙ୍କୁ ବୋଲ୍ଡ କରୁଥିବା ଏହି ପାକିସ୍ତାନୀ ବୋଲର କିନ୍ତୁ ଦିନେ ଇଣ୍ଡିଆର ଜଣେ ହିରୋଇନ୍‌ଙ୍କ ଆଖିର ଗୁଗ୍‌ଲୀରେ ବୋଲ୍ଡ ହୋଇଯାଇଥିଲେ। ତାଙ୍କ ପ୍ରେମରେ ଏମିତି ଦିୱାନା ହୋଇଯାଇଥିଲେ ଯେ ସେ ତାଙ୍କୁ କିଡ୍‌ନାପ୍ କରିବାକୁ ଚାହୁଁଥିଲେ। […]

dhoni
କ୍ୟାପ୍ଟେନ୍ କୁଲ୍‌ଙ୍କ କୁଲ୍‌ ମନ୍ତ୍ର; କେମିତି ଏତେ ଶାନ୍ତ ଓ ଧୀର ରୁହନ୍ତି ଧୋନି ଜାଣନ୍ତୁ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ‘କ୍ୟାପଟେନ୍ କୁଲ୍’ ଭାବେ ପରିଚିତ। ମଇଦାନରେ କିପରି ନିଜ ଆବେଗକୁ ନିୟନ୍ତ୍ରଣ କରିବାକୁ ହୁଏ, ତାହା ହୁଏତ ଧୋନିଙ୍କଠାରୁ ଭଲଭାବେ କେହି ଜାଣି ନଥିବେ। କୌଣସି ପରିସ୍ଥିତିକୁ ସେ ସହଜରେ ହ୍ୟାଣ୍ଡଲ୍ କରିପାରନ୍ତି। ତେବେ କ୍ରିକେଟ୍ ମଇଦାନରେ ସବୁ ପରିସ୍ଥିତିରେ ନିଜକୁ ଏତେ ନିୟନ୍ତ୍ରଣ କେମିତି କରନ୍ତି, ତାହା ଖୋଦ୍ ମାହି ଖୁଲାସା କରିଛନ୍ତି। ଧୋନି କହିଛନ୍ତି, “ମୁଁ ବି ଅନ୍ୟମାନଙ୍କ ଜଣେ ସାଧାରଣ ମଣିଷ, […]

deadbody-
ଦୁଇଥର ମରି ବଞ୍ଚିଥିଲେ, ପୁଣି ମରିଗଲେ

ଚଣ୍ଡିଗଡ଼: ଦୁଇଟି ଅଲଗା ଅଲଗା ଡାକ୍ତରଖାନାରେ ଦୁଇଥର ମୃତ ଘୋଷଣା ପରେ ବଞ୍ଚିଥିଲେ ମହିଳା। କିନ୍ତୁ ତୃତୀୟଥର ଚିକିତ୍ସାବେଳେ ତାଙ୍କର ମୃତ୍ୟୁ ହୋଇଛି। ଏଭଳି ଘଟଣା ଘଟିଛି ପଞ୍ଜାବର ରାଜଧାନୀ ଚଣ୍ଡିଗଡ଼ରେ। ଖବର ଅନୁସାରେ ୪୫ ବର୍ଷୀୟା ଏହି ମହିଳାଙ୍କୁ ଗୋଟିଏ ହସ୍‌ପିଟାଲ୍‌ରେ ମୃତ ଘୋଷଣା କରାଯିବା ପରେ ପୁଣିଥରେ ତାଙ୍କୁ ଚଣ୍ଡିଗଡ଼ ହସ୍‌ପିଟାଲ-୩୨କୁ ଅଣାଯାଇଥିଲା। କାରଣ ମହିଳାଙ୍କ କାରୋଟିଡ୍ ଧମନୀ ନାଡ଼ି ସ୍ପନ୍ଦିତ ହେଉଥିଲା। ଇସିଜିରେ ଜଣାପଡ଼ିଲା ଯେ ମହିଳାଙ୍କ ହାର୍ଟ ସ୍ପନ୍ଦନ ହେବା ସହିତ […]

arvind-daughter
ବାପାଙ୍କ ପାଇଁ ନିର୍ବାଚନ ପ୍ରଚାର କରିବାକୁ ଚାକିରିରୁ ୫ ମାସ ଛୁଟି ନେଲେ ଝିଅ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରସ୍ତୁତି ଜୋର୍‌ସୋର୍‌ରେ ଚାଲିଛି। ଶାସକ ଦଳ ଆପ୍ ମଧ୍ୟ ତାର ପ୍ରଚାର ପ୍ରସ୍ତୁତି ଚଳାଇଛି। ଏଥର ଅରବିନ୍ଦ କେଜରିୱାଲ୍‌ଙ୍କ ପାଇଁ ପ୍ରଚାର କରିବେ ତାଙ୍କ ଝିଅ ହରସିତ କେଜରିୱାଲ୍। ଏଥିପାଇଁ ସେ ତାଙ୍କ ଚାକିରିରୁ ୫ ମାସ ଛୁଟି ନେଇଛନ୍ତି। ତାଙ୍କ ଝିଅ ହରସିତ କେଜ୍ରିଓ୍ୱାଲ ଏବେ ଏକ ଏମଏନସି କମ୍ପାନୀରେ ଚାକିରି କରୁଛନ୍ତି। ଗତକାଲି ଆମ୍ ଆଦମୀ ପାର୍ଟି ସଂଯୋଜକ ଅରବିନ୍ଦ କେଜ୍ରିଓ୍ୱାଲ ଏହି ସୂଚନା […]

kan
ପତ୍ନୀ କଥା ମାନି କୋଟିପତି ହେଲେ ଗୌତମ

ମୁମ୍ବାଇ: କଥାରେ ଅଛି ପ୍ରତ୍ୟେକ ସଫଳ ପୁରୁଷ ପଛରେ ନାରୀର ପ୍ରଚ୍ଛନ୍ନ ହାତ ଥାଏ। ଏକଥାକୁ ପ୍ରମାଣ କରି ଦେଖାଇଛନ୍ତି ବିହାରର ଗୌତମ କୁମାର ଝା ନାମକ ଜଣେ ବ୍ୟକ୍ତି।  ତାହା କିପରି ଆସନ୍ତୁ ଜାଣିବା ପଶ୍ଚିମବଙ୍ଗରେ ରେଲ୍‌ୱେ ବିଭାଗରେ କାମ କରୁଥିବା ଗୌତମ ସୋନି ଟିଭିରେ ପ୍ରାସାରିତ ରିୟାଲିଟି ଶୋ’ କେବିସି ୧୧ରେ ଭାଗ ନେଇ ୭ କୋଟି ଜିତିଛନ୍ତି। ଆଉ ଏହି ସଫଳତା ପାଇଁ ସେ ତାଙ୍କ ପତ୍ନୀ ଶ୍ୱାତାଙ୍କୁ ଶ୍ରେୟ ଦେଇଛନ୍ତି। ସେ […]

mdeui
ଅଯୋଧ୍ୟା ମାମଲାରେ ଟ୍ୱିଷ୍ଟ୍; ବିବାଦୀୟ ସ୍ଥାନକୁ ଛାଡ଼ିଦେବ ମୁସ୍‌ଲିମ ପକ୍ଷ !

ନୂଆଦିଲ୍ଲୀ: ଗୋଟିଏ ପଟେ ସୁପ୍ରିମକୋର୍ଟରେ ଅଯୋଧ୍ୟା ଶୁଣାଣି ଶେଷ ହୋଇଥିବା ବେଳେ ଅନ୍ୟପଟେ ଏହାକୁ ନେଇ ନୂଆ ଟ୍ୱିଷ୍ଟ ଆସିଛି। ନିୟମିତ ଶୁଣାଣି ପୂର୍ବରୁ ସୁପ୍ରିମକୋର୍ଟ ଅଯୋଧ୍ୟା ଜମି ବିବାଦ ମାମଲାର ଆପୋଷ ସମାଧାନ କରିବା ପାଇଁ ଗଠନ କରିଥିବା ମଧ୍ୟସ୍ଥତା ପ୍ୟାନେଲ ଆଜି ତା’ର ବୁଝାମଣା ରିପୋର୍ଟ ଦାଖଲ କରିଛି। ବନ୍ଦ ଲଫାପାରେ ପ୍ୟାନେଲ ସୁପ୍ରିମକୋର୍ଟଙ୍କ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ନିକଟରେ ଏହାକୁ ଉପସ୍ଥାପନ କରିଛି। ତେବେ ମଧ୍ୟସ୍ଥତା ପ୍ୟାନେଲ ତା’ ରିପୋର୍ଟରେ ଆପୋଷ […]

sc
ବାବର ମସ୍‌ଜିଦ୍‌ ନିର୍ମାଣ ନେଇ ପ୍ରାମାଣ ନାହିଁ; ହିନ୍ଦୁ ପକ୍ଷ

ନୂଆଦିଲ୍ଲୀ: ସୁନ୍ନି ୱାକଫ୍ ବୋର୍ଡ ଓ ଅନ୍ୟ ମୁସଲିମ ପକ୍ଷଗୁଡ଼ିକ ଅଯୋଧ୍ୟାର ବିବାଦୀୟ ଅଞ୍ଚଳରେ ମୋଗଲ ସମ୍ରାଟ ବାବର ମସଜିଦ ନିର୍ମାଣ କରିଥିଲେ ବୋଲି ପ୍ରମାଣ କରିପାରି ନାହାନ୍ତି। ଆଜି ଅଯୋଧ୍ୟା ବିବାଦର ଶୁଣାଣି ବେଳେ ହିନ୍ଦୁ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଏ ବିଷୟରେ ଅବଗତ କରାଯାଇଛି। ହିନ୍ଦୁ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଓକିଲ ସିଏସ୍‌ ବୈଦନାଥ ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠଙ୍କୁ କହିଥିଲେ ଯେ “ମସଜିଦ୍‌ ବାବର ନିର୍ମାଣ କରିଥିଲେ କି ନାହିଁ, […]

SupremeCourt
କେନ୍ଦ୍ର ସରକାରଙ୍କ ଉପରେ କ୍ଷୁବ୍ଧ ହେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କାଶ୍ମୀରରେ ଲାଗିଥିବା କଟକଣାକୁ ନେଇ ଆଜି କେନ୍ଦ୍ର ସରକାର ଓ ସ୍ଥାନୀୟ ପ୍ରଶାସନ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। କେନ୍ଦ୍ର ସରକାର ଅଗଷ୍ଟ ୫ରୁ ଜମ୍ମୁ-କାଶ୍ମୀରରେ କଟକଣା ଲଗାଇଥିବାରୁ ଏହା ବିରୋଧରେ ଏକାଧିକ ଆବେଦନ ହୋଇଥିଲା। ଏହା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ଜମ୍ମୁ-କାଶ୍ମୀର ପ୍ରଶାସନକୁ ଜବାବ ତଲବ କରିଥିଲେ। ହେଲେ କେନ୍ଦ୍ର କିମ୍ବା କାଶ୍ମୀର ପ୍ରଶାସନ ରିପୋର୍ଟ ନ ଦେବାରୁ ଆଜି ସୁପ୍ରିମକୋର୍ଟ […]

laedes
କିସ୍‌ କରିବି କହି ପତ୍ନୀର ଜିଭ କାଟିଦେଲେ ସ୍ୱାମୀ

ଅହମ୍ମଦାବାଦ: ପତ୍ନୀଙ୍କ ଜିଭକୁ କିସ୍‌ କରିବାକୁ କହିଲେ ପତି। ଆଉ ପତ୍ନୀ ଜିଭ କାଢ଼ିବା ମାତ୍ରେ ଏକ ଚୁମ୍ବନ ଦେଇ ହଠାତ୍‌ ଲୁଚାଇ ରଖିଥିବା ଛୁରୀରେ ଜିଭ କାଟିଦେଲେ ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଗୁଜରାଟର ଅହମ୍ମଦାବାଦରେ। ୩୬ ବର୍ଷୀୟା ଏହି ମହିଳା ଭେଜାଲପୁର ପୁଲିସ ଷ୍ଟେସନ୍‌ରେ ଏକ ମାମଲା ଦାୟର କରିବା ପରେ ଏହି ଖବର ଜଣାପଡ଼ିଥିଲା। ଜାତୀୟ ଗଣମାଧ୍ୟମ ସଂସ୍ଥା ଟାଇମ୍‌ସ ଅଫ୍‌ ଇଣ୍ଡିଆ ରିପୋର୍ଟ ଅନୁସାରେ, ମହିଳା ଜଣଙ୍କ ପେଶାରେ ଜଣେ […]