ନୂଆଦିଲ୍ଲୀ: ୟୁଆଇଡିଏଆଇ ଆଧାର ସଂଶୋଧନ ନିୟମରେ ପରିବର୍ତ୍ତନ ଆଣିଛନ୍ତି। ଏଣିକି ଆପଣ ଆଧାର କାର୍ଡରେ ନିଜ ନାଁ, ଜେଣ୍ଡର ଓ ଜନ୍ମତାରିଖକୁ ବାରମ୍ବାର ସଂଶୋଧନ କରିପାରିବେ ନାହିଁ। ଏଥିରେ ଅଙ୍କୁଶ ଲଗାଇଛି ୟୁଆଇଡିଏଆଇ। ଆଧାର ସଂଶୋଧନର ବାରମ୍ବାରତା ଉପରେ ଅଙ୍କୁଶ ଲଗାଇ ଏହାକୁ ସିମିତ ରଖାଯାଇଛି। ଏବେ ଆସନ୍ତୁ ଜାଣିବା ଅଧାରକାର୍ଡରେ ଆଉ କଣ ସବୁ ସଂଶୋଧନ କରିପାରିବେ ଓ ଏଥିପାଇଁ କଣ ନିୟମ ରହିଛି। ଆଧାରକାର୍ଡରେ ନିଜ ନାଁ କେତେଥର ସଂଶୋଧନ କରିପାରିବେ ? – […]
ଥିରୁଭନନ୍ତପୁରମ୍: ଈଶ୍ୱର ତାଙ୍କୁ ହୁଏତ ଅଧା ଗଢ଼ିଥାଇପାରନ୍ତି, କିନ୍ତୁ ସେ ଯେ ଈଶ୍ୱରଙ୍କ ଦିବ୍ୟ ସୃଷ୍ଟି ଏକଥାର ପ୍ରମାଣ ଦେଇପାରିଛନ୍ତି ଦିବ୍ୟାଙ୍ଗ ଚିତ୍ରଶିଳ୍ପୀ ପ୍ରଣବ ବାଲାସୁବ୍ରମଣ୍ୟମ୍। କେରଳରେ ବାତ୍ୟା ପରେ ସ୍ଥିତି ସାଂଘାତିକ ରହିଥିବାବେଳେ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଅର୍ଥ ଦାନ କରିବାକୁ ପହଞ୍ଚିଥିଲେ। ଏହି ସମୟରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍ଙ୍କ ସହ ସେ ବିତାଇଥିବା କିଛି ମୁହୂର୍ତ୍ତ କ୍ୟାମେରାରେ କଏଦ୍ ହୋଇ ଗଣମାଧ୍ୟମକୁ ଆସିବା ପରେ ବେଶ୍ କିଛି ଲୋକଙ୍କ ହୃଦୟ ଜିତପାରିଛି। […]
ସିଦ୍ଧୁ ଆହୁରି ମଧ୍ୟ କହିଛନ୍ତି ଯେ ସିଏମ କ୍ୟାପଟେନ ଅମରିନ୍ଦର ସିଂଙ୍କ ସହ ଘନିଷ୍ଠ ଭାବରେ ସେ କାର୍ଯ୍ୟ କରିବେ। ବର୍ତ୍ତମାନ ସମୟରେ, କଂଗ୍ରେସ ଏକଜୁଟ ହୋଇଛି । ଦଳରେ ସମସ୍ତେ ଶୃଙ୍ଖଳିକ ଭାବରେ କାର୍ଯ୍ୟ କରିବେ। ଦଳର ନିଷ୍ପତ୍ତି ସମସ୍ତେ ବାନିବାକୁ ବାଧ୍ୟ ବୋଲି ସିଦ୍ଧୁ କହିଛନ୍ତି।
ମୁମ୍ବାଇ: ଅସୁସ୍ଥ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର ଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (ଆଇସିୟୁ)ରେ ରଖାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ମଧ୍ୟ ‘ସଙ୍କଟାପନ୍ନ’ ରହିଥିବାବେଳେ ଏହା ଧୀରେ ଧୀରେ ସୁଧୁରୁଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ୯୦ ବର୍ଷ ବୟସ୍କ ମଙ୍ଗେସକର ସୋମବାର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଡକ୍ଟର ପତିତ ସମ୍ଧାନୀ ତାଙ୍କର ଚିକିତ୍ସା କରୁଛନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି, ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ […]
ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ମହିଳା ଆନ୍ତର୍ଜାତିକ ବାସ୍କେଟବଲ ଖେଳାଳି ସୀତାମଣୀ ଟୁଡୁ। ମୟୂରଭଂଜ ବାହଲଦା ବ୍ଲକ ବିଞ୍ଛୁଆ ଅଞ୍ଚଳର ସୀତାମଣି ଭୁବନେଶ୍ୱର ସ୍ପୋର୍ଟସ ହଷ୍ଟେଲର ଋଣ ପରିଶୋଧ କରୁଛନ୍ତି। ପରିଶୋଧ ବାବଦକୁ ଜୁନିୟର ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ଭାରତୀୟ ଦଳରେ ସ୍ଥାନ ପାଇ ଆନ୍ତର୍ଜାତିକ ମ୍ୟାଚ ଖେଳି ଯାହା ଅଭିଜ୍ଞତା ହାସଲ କରିଛନ୍ତି ତାହାକୁ ସେୟାର କରୁଛନ୍ତି ଏହି ବାସ୍କେଟ୍ ବଲ୍ ଖେଳାଳି। ୨୦୦୬ରେ ସୀତାମଣି ବାସ୍କେଟ ବଲ୍ ପ୍ରତିଭା ଭାବେ ଚିହ୍ନଟ ହୋଇ ଭୁବନେଶ୍ୱର ସ୍ପୋର୍ଟସ […]
ମୁମ୍ବାଇ: ମହାରାଷ୍ଟ୍ରରେ ୧୯ ଦିନର ସରକାର ଗଠନ କସରତ ପରେ ଶେଷରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ। ରାଜ୍ୟପାଳଙ୍କ ସୁପାରିସ ଆଧାରରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। କୌଣସି ଦଳ ସରକାର ଗଠନ କରି ନପାରିବାରୁ ରାଜ୍ୟପାଳ ଭଗତ ସିଂ ଖୋସିୟାରୀ ରାଷ୍ଟ୍ରପତି ଶାସନ ପାଇଁ ସୁପାରିସ କରିଥିଲେ। ସେହି ସୁପାରିସ ପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ର କ୍ୟାବିନେଟ ବୈଠକ ହୋଇଥିଲା। ବୈଠକରେ ରାଜ୍ୟପାଳଙ୍କ ସୁପାରିସକୁ କେନ୍ଦ୍ର କ୍ୟାବିନେଟ ମଂଜୁରୀ ଦେଇଥିଲା। ଏହି ପ୍ରସ୍ତାବକୁ […]
ଚଣ୍ଡିଗଡ଼: ନର୍ସ ବେଶରେ ଖଲିସ୍ତାନୀ ଆତଙ୍କବାଦୀ। ପଞ୍ଜାବ ପୁଲିସର ଷ୍ଟେଟ୍ ଅପରେସନ ସେଲ୍ ୨ ଜଣ ଖଲିସ୍ତାନ ଆତଙ୍କବାଦୀଙ୍କୁ ଗିରଫ କରିଛି। ସେମାନେ ହେଲେ ଲଖବୀର ସିଂ ଓ ସୁରେନ୍ଦର କୌର। ମହିଳା ଅଭିଯୁକ୍ତ ସୁରେନ୍ଦର କୌରର ଘର ପଞ୍ଜାବର ଫରିଦକୋଟ୍ରେ। ସେ ଲୁଧିଆନାର ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିଲା। ଅନ୍ୟ ଅଭିଯୁକ୍ତ ହେଉଛି ପଞ୍ଜାବ ହୋସିଆରପୁରର ଲଖବୀର ସିଂହ। ଏହି ଦୁଇ ଆତଙ୍କବାଦୀଙ୍କୁ ୨ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି ପୁଲିସ। […]
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବିଜେପିଠାରୁ ଶିବସେନା ଅଲଗା ହେବା ପରେ ଝାରଖଣ୍ଡରେ ମଧ୍ୟ ଦଳକୁ ଧକ୍କା ଲାଗିଛି। ଆସନ୍ତା ବିଧାନସଭା ନିର୍ବାଚନରେ ଏକାକୀ ଲଢ଼ିବାକୁ ବିଜେପି ସହଯୋଗୀ ଦଳ ଲୋକ ଜନଶକ୍ତି ପାର୍ଟି ନିଷ୍ପତ୍ତି ନେଇଛି। ଆସନ ବୁଝାମଣା ନେଇ ବିଜେପି ଓ ଏଲ୍ଜେପି ମଧ୍ୟରେ ବାରମ୍ବାର ଆଲୋଚନା ହେଉଥିଲା। କିନ୍ତୁ ଏନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନ ହେବାରୁ ଏଲ୍ଜେପି ଚଳିତ ନିର୍ବାଚନରେ ୫୦ଟି ଆସନରେ ଏକାକୀ ଲଢ଼ିବ ବୋଲି ଘୋଷଣା କରିଛି। ପ୍ରକାଶ ଥାଉକି ଏଲ୍ଜେପି […]
ଅହମଦାବାଦ: ଟିମ୍ ଇଣ୍ଡିଆର କାମଚଳା ଅଧିନାୟକ ରୋହିତ ଶର୍ମା ଆଜି ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟି-୨୦ ଖେଳିବା ପାଇଁ ପଡ଼ିଆକୁ ଓହ୍ଲାଇବା କ୍ଷଣି ତାଙ୍କ ନାଁରେ ଏକ ରେକର୍ଡ ଯୋଡ଼ିଯାଇଛି। ସେ ପ୍ରଥମ ଭାରତୀୟ ପୁରୁଷ କ୍ରିକେଟର ଭାବେ ଏହି ଛୋଟିଆ ଫର୍ମାଟରେ ୧୦୦ତମ ମ୍ୟାଚ୍ ଖେଳିବାର ରେକର୍ଡ କରିଛନ୍ତି। ସେହିପରି ପାକିସ୍ତାନର ସୋଏବ ମାଲିକ(୧୧୧ ମ୍ୟାଚ୍)ଙ୍କ ପରେ ବିଶ୍ୱର ଦ୍ୱିତୀୟ କ୍ରିକେଟର ଭାବେ ରୋହିତ ୧୦୦ ମ୍ୟାଚ୍ ଖେଳିବା କ୍ଲବରେ ସାମିଲ ହୋଇଛନ୍ତି। ରୋହିତ ଏହି […]
ନୂଆଦିଲ୍ଲୀ: ପଞ୍ଜାବର କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନବଜ୍ୟୋଜ ସିଂହ ସିଦ୍ଧୁ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଚିଠି ଲେଖିଛନ୍ତି। ପାକିସ୍ତାନରେ ଥିବା କର୍ତ୍ତାରପୁର ଯିବା ପାଇଁ ଅନୁମତି ଦାବି କରି ସେ ଲଗାତତାର ଚିଠି ଲେଖୁଥିବାବେଳେ ଏବେ ଅତି କମ୍ରେ ଥରେ ଉତ୍ତର ଦେବାପାଇଁ ଚିଠିରେ କହିଛନ୍ତି। ଏହି ଚିଠିର ଉତ୍ତର ନଦେଲେ ଅନୁମତି ବିନା ସେ କର୍ତ୍ତାରପୁର ଯିବେ ବୋଲି କହିଛନ୍ତି। ବାରମ୍ବାର ଚିଠି ପରେ ଉତ୍ତର ନ ଆସିବାରୁ ସେ ଲେଖିଛନ୍ତି, […]
ଜୟପୁର: ଓଡ଼ିଆ ଯବାନ ବିଚିତ୍ର ବେହେରା ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଦେଶର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇ ଗିରଫ ହୋଇଛନ୍ତି। ରାଜସ୍ଥାନର ଜୟପୁର ରେଲଓ୍ୱେ ଷ୍ଟେସନରୁ ମଙ୍ଗଳବାର ବିଚିତ୍ରଙ୍କୁ ପୁଲିସ ଅଟକ ରଖିଥିଲା। ଏହାପରେ ଗତକାଲି ଦେଶର ତଥ୍ୟ ଚୋରି ଲିକ୍ କରିବା ମାମଲାରେ ତାଙ୍କୁ ପୁଲିସ୍ ଗିରଫ କରିଛି। ଅନ୍ୟ ଜଣେ ଯବାନ ମଧ୍ୟ ଏହି ମାମଲାରେ ସାମିଲ୍ ଥିବା ଜଣାପଡ଼ଛି। ହେଲେ ତାଙ୍କ ବିରୋଧରେ ପ୍ରମାଣ ମିଳିନଥିବାରୁ ଗିରଫ କରାଯାଇନଥିବା ସୂଚନା ରହିଛି। ସୋଶାଲ […]
ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କର ଗୁଣ୍ଟୁର ଜିଲ୍ଲାସ୍ଥିତ ଘର ଏବେ ଚର୍ଚ୍ଚାରେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଘର ଏବଂ ବିଳାସମୟ ଜୀବନକୁ ପୂର୍ବରୁ ସମାଲୋଚନା କରିଥିବା ଜଗନ ମୋହନ ରେଡ୍ଡିଙ୍କ ଏହି ନୂଆ ଘରେ ୭୩ ଲକ୍ଷ ଟଙ୍କା ଖର୍ଚ୍ଚରେ କେବଳ ଝରକା ଓ କବାଟ ଲାଗିବାର ଅଛି। ସୁରକ୍ଷା ଦୃଷ୍ଟିରୁ ଏତେ ଖର୍ଚ୍ଚ ହେବାକୁ ଥିବାବେଳେ ଗତ ମାସରେ ସରକାର ଏଥିପାଇଁ ଅନୁମୋଦନ ଦେଇଛନ୍ତି। ଏହାପରେ ଟିଡିପି ମୁଖ୍ୟ ତଥା ଜଗନ୍ଙ୍କ […]
ଆଣ୍ଟିଗୁଆ: ଆହତରୁ ଫେରି ଭାରତୀୟ ମହିଳା ଟିମ୍ ପାଇଁ ମ୍ୟାଚ୍ ୱିନିଂ ଇନିଂସ ଖେଳିଥିବା ସ୍ମୃତି ମନ୍ଧାନା ଏବେ ଟିମ୍ ଇଣ୍ଡିଆ ପୁରୁଷ ଟିମ୍ର ଅଧିନାୟକ ବିରାଟ କୋହଲି, ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଓ ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁଙ୍କୁ ପଛରେ ପକାଇଛନ୍ତି। ବୁଧବାର ରାତିରେ ମନ୍ଧାନା ୱେଷ୍ଟଇଣ୍ଡିଜ୍ ବିକ୍ଷରେ ତାଙ୍କ ଦିନିକିଆ କ୍ୟାରିୟରର ୨୦୦୦ ହଜାର ରନ୍ ପୂରଣ କରିଛନ୍ତି। ସେ ଏପରି ଦ୍ରୁତ ୨୦୦୦ ରନ୍ ସଂଗ୍ରହ କରିବାରେ ବିଶ୍ୱର ୩ୟ […]