ମୁମ୍ବାଇ: କୋଟି କୋଟି ଟଙ୍କା କ୍ଷତିରେ ଚାଲୁଥିବା ରିଲାଏନ୍ସ କମ୍ୟୁନିକେସନର ଅଧ୍ୟକ୍ଷ ପଦରୁ ଶେଷରେ ଇସ୍ତଫା ଦେଇଛନ୍ତି ଶିଳ୍ପପତି ଅନୀଲ ଧୀରୁଭାଇ ଅମ୍ବାନୀ। ଶ୍ରୀ ଅମ୍ବାନୀଙ୍କ ସହ ସଂସ୍ଥାର ୪ ବରିଷ୍ଠ ଅଧିକାରୀ ମଧ୍ୟ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେମାନେ ହେଲେ ଛାୟା ଭିରାନି, ରାୟନ କରାନି, ମଞ୍ଜରୀ କାକେର ଓ ସୁରେଶ ରଙ୍ଗାଚର। ୨୦୧୯-୨୦ ଆର୍ଥିକ ବର୍ଷର ସେକେଣ୍ଡ କ୍ୱାର୍ଟରରେ ରିଲାଏନ୍ସ କମ୍ୟୁନିକେସନର କ୍ଷତିର ପରିମାଣ ୩୦,୧୪୨ କୋଟି ଟଙ୍କା ଟପି ଯାଇଥିବା ବେଳେ […]
ଇନ୍ଦୋର: ଏଠାରେ ଚାଲିଥିବା ଭାରତ ଓ ବାଂଲାଦେଶ ପ୍ରଥମ ଟେଷ୍ଟ ମାତ୍ର ଅଢ଼େଇ ଦିନରେ ଶେଷ ହୋଇଛି। ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନକୁ ଆଧାର କରି ବିରାଟ୍ ବ୍ରିଗେଡ୍ ବାଂଲାଦେଶକୁ ଇନିଂସ୍ ଓ ୧୩୦ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଦୁଇମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ନଭେମ୍ବର ୨୨ ତାରିଖରୁ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଆରମ୍ଭ ହେବ। ଇଡେନରେ ଭାରତ ତା’ର ପ୍ରଥମ ଦିବାରାତ୍ର […]
ବର୍ଷାଦିନେ ଜାମୁକୋଳିର ମଜା ସମସ୍ତେ ନିଅନ୍ତି। ଏହା ପାଟିକୁ ସୁଆଦିଆ ଯେମିତି ଶରୀର ପାଇଁ ହିତକର ବି ସେମିତି। ଏହା କୋଳି ନୁହେଁ ତ ଯେପରି ଏକ ରୋଗ ଉପଶମକାରୀ ଏକ ଟାବଲେଟ୍। ଅନେକ ପ୍ରକାର ରୋଗକୁ ଭଲ କରିବାର ଗୁଣ ଜାମୁକୋଳିରେ ଅଛି। ତେବେ ଆସନ୍ତୁ ଜାଣିବା ଜାମୁକୋଳିର ଔଷଧୀୟ ଗୁଣ ବିଷୟରେ। ମଧୁମେହ ବା ଡାଇବେଟିସରେ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଜାମୁକୋଳି ଅତ୍ୟନ୍ତ ଉପକାରୀ। ଏହିଭଳି ରୋଗୀଙ୍କ ଶରୀରରେ ସୁଗାର ବା ସର୍କରା ଅଧିକ […]
ନୂଆଦିଲ୍ଲୀ; ରାଫେଲ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ କଂଗ୍ରେସକୁ ଘେରିଛି ବିଜେପି। ରାହୁଲ ଗାନ୍ଧି ରାଫେଲକୁ ନେଇ ଯେଉଁ ଦୁର୍ନୀତି ଅଭିଯୋଗ ଆଣିଥିଲେ ଏବଂ ମନ୍ତବ୍ୟ ଦେଇଥିଲେ, ତା ବିରୋଧରେ ଆଜି ସାରା ଦେଶରେ ବିଜେପି ବିକ୍ଷୋଭ କରୁଛି। ରାଜଧାନୀ ଦିଲ୍ଲୀ ସମେତ ମୁମ୍ବାଇ, ବାଙ୍ଗାଲୋର, କୋଲାକାତା ଏବଂ ଉତ୍ତରପ୍ରଦେଶର ବହୁ ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। କୋଲାକାତାରେ ବିଜେପି କର୍ମୀ ମାନେ ରାହୁଲଙ୍କ ପ୍ରତିମୂର୍ତ୍ତି ପୋଡ଼ିବା ସହ ରାହୁଲ ଓ ପ୍ରିୟଙ୍କାଙ୍କ ପୋଷ୍ଟର ଚିରିଥିଲେ। […]
ଔଷଧ କିଣିଲା ବେଳେ କେତୋଟି ସାଧାରଣ କଥା ବିଷୟରେ ଧ୍ୟାନ ଦେବା ନିହାତି ଆବଶ୍ୟକ। ଆମେ ଆଜି ଆପଣଙ୍କୁ ଏ ସମ୍ପର୍କିତ କିଛି ଦରକାରୀ ସୂଚନା ଦେବୁ ଯାହା ଜଣେ ସାଧାରଣ ବ୍ୟକ୍ତି ଜାଣିବା ନିହାତି ଆବଶ୍ୟକ। ଔଷଧ କିଣିଲା ବେଳେ ବିଭିନ୍ନ ଟାବ୍ଲେଟ୍ ଖୋଳରେ ଲାଲ୍ ପଟି, Rx, NRx କିମ୍ବା XRx ଲେଖାଯାଇଥାଏ। ଏଗୁଡ଼ିକର ଅର୍ଥ କ’ଣ ଓ ଏହା କାହିଁକି ଲେଖାଯାଇଥାଏ ଜାଣିଛନ୍ତି କି ? ତେବେ ଆସନ୍ତୁ ଜାଣିବା। ଲାଲ୍ ପଟିର […]
ଗୁଜରାଟ: ଦି ହାତରେ ଖଣ୍ଡା ଧରି ବୁଲାଉଛନ୍ତି କେନ୍ଦ୍ର ମହିଳା ଓ ଶିଶୁବିକାଶ ଓ ବୟନଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ। କେନ୍ଦ୍ରମନ୍ତ୍ରୀଙ୍କର ଏହି ନୂଆ ରୂପକୁ ଦେଖି ସେଠାରେ ଉପସ୍ଥିତି ଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଦୁଇ ହାତରେ ଖଣ୍ଡା ଧରି କିଛି ସମୟ ବୁଲାଇବା ପରେ ଖଣ୍ଡା ଧରି ପାଦରେ ପାଦ ମିଶାଇ ନାଚିଥଲେ ସ୍ମୃତି ଇରାନୀ। ପ୍ରାୟ ଅନେକ ସମୟ ଏମିତି ଖଣ୍ଡା ଧାରି ନାଚିଥିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ତେବେ କେନ୍ଦ୍ରମନ୍ତ୍ରୀଙ୍କର ହଠାତ୍ […]
ନୂଆଦିଲ୍ଲୀ : ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍(ଇସ୍ରୋ)ର ୨୦୧୯ରେ ଖାଲି ପଡ଼ିଥିବା ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏଥିରେ କାର୍ପେଣ୍ଟର୍, କେମିକାଲ୍, ଇଲେକ୍ଟ୍ରିସିଆନ୍ ପରି ଅନ୍ୟାନ୍ୟ ପଦବୀ ରହିଛି। ଇଚ୍ଛୁକ ଆବେଦନକାରୀ ଇସ୍ରୋର ଅଫିସିଆଲ୍ ୱେବସାଇଟ୍ isro.gov.in କୁ ଯାଇ ନଭେମ୍ୱର ୨୯, ୨୦୧୯ ମଧ୍ୟରେ ଆବେଦନ କରିପାରିବେ। ଲିଖିତ ଓ ମୌଖିକ ପରୀକ୍ଷା ଜରିଆରେ ଉପଯୁକ୍ତ ଆବେଦନକାରୀ ଚୟନ କରାଯିବ। ପରୀକ୍ଷା ପାଇଁ ଏପର୍ଯ୍ୟନ୍ତ ତାରିଖ ଘୋଷଣା ହୋଇନାହିଁ। ପରୀକ୍ଷାରେ କୃତକାର୍ଯ୍ୟ ହେଲେ ୬୯ […]
ଶ୍ରୀନଗର: ନବ ଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରରେ ଖୁବ୍ଶୀଘ୍ର ବିଧାନସଭା ନିର୍ବାଚନ ହୋଇପାରେ। ଏ ନେଇ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଏକ କେନ୍ଦ୍ର ଶାସିତ ଅଞ୍ଚଳ, ଯେଉଁଠି ବିଧାନସଭା ଆସନ ରହିଛି। ତେଣୁ ଉପରାଜ୍ୟପାଳ ଏଠାରେ ଶାସନ କରିବେ ନାହିଁ। ଗୁରୁବାର ଉପ ରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ ଏହା କହିଛନ୍ତି। ଜମ୍ମୁ କାଶ୍ମୀରର ରିୟାସୀ ଜିଲ୍ଲାରେ ଥିବା ତଲଓ୍ୱାର ଅଞ୍ଚଳରେ ଗତକାଲି ୧୪ଶ ପୁଲିସ କନେଷ୍ଚବଳ ପାସିଂ ଆଉଟ ପରେଡରେ ଯୋଗ […]
ମୁମ୍ୱାଇ : ବାରମ୍ବାର ‘ମି ଟୁ’ ଅଭିଯୋଗ ଆସିବା ପରେ ବହୁ ଦିନ ଧରି ନିରବ ଥିବା ବଲିଉଡ୍ ସଂଙ୍ଗୀତ ନିର୍ଦ୍ଦେଶକ ଅନୁ ମଲୀକ ଶେଷର ମୁହଁ ଖୋଲିଛନ୍ତି। ତାଙ୍କ ଉପରେ ଲାଗିଥିବା ଅଭିଯୋଗରେ କୌଣସି ସତ୍ୟତା ନାହିଁ ବୋଲି ଅନୁ କହିଛନ୍ତି। ଏଥିସହିତ ତାଙ୍କର ନିରବତାକୁ ତାଙ୍କର ଦୁର୍ବଳତା ନ ଭାବିବାକୁ ଚେତାବନୀ ଦେଇଛନ୍ତି ଅନୁ। ବାରମ୍ବାର ମିଛି ଅଭିଯୋଗ ଲାଗିବାରୁ ତାଙ୍କରି କ୍ୟାରିୟର୍ ଖରାପ ହେବା ସହିତ ସେ ନିଜକୁ ଅସହୟ ମନେ କରୁଛନ୍ତି […]
ଭଦୋଦରା: ଆମେ ଆଜି ଜଣେ ଏମିତି ଆରୋନେଟିକ୍ ଇଞ୍ଜିନୟରଙ୍କ ବିଷୟରେ କହିବୁ ଯାହାଙ୍କ ବୟସ ମାତ୍ର ୧୭। ମାଟ୍ରିକ୍ରେ ୬ଟି ଯାକ ବିଷୟରେ ବି ଫେଲ୍ ହୋଇଛନ୍ତି। କିନ୍ତୁ ପାଠ ନହେଲେ କଣ ହେଲା, ସାଠରେ ସେ ଯାହା କରିଦେଖାଇଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆମେ କହୁଛୁ ଗୁଜରାଟର ଭଦୋଦରାର ପ୍ରନ୍ମ ପଞ୍ଚଲଙ୍କ କଥା। ପ୍ରିନ୍ସ ମାତ୍ର ୧୭ ବର୍ଷ ବୟସରେ ଜଣେ ଅଭିଜ୍ଞ ଆରୋନେଟିକ୍ ଇଞ୍ଜିନୟରଙ୍କ ଭଳି ସ୍ୱଦେଶୀ ଜ୍ଞାନକୌଶଳରେ ୩୫ଟି ଲାଇଟ୍ ୱେଟ୍ […]
ନୂଆଦିଲ୍ଲୀ: ଆଜି ପବିତ୍ର ଶିଶୁ ଦିବସ। ଏହି ଦିବସ ଶିଶୁମାନଙ୍କ ପାଇଁ ସମର୍ପିତ। ଏହି ଅବସରରେ ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହ୍ୱାଗ ସହିଦ୍ ବାଜି ରାଉତଙ୍କୁ ସ୍ମରଣ କରିଛନ୍ତି। ସେହ୍ୱାଗ ସୋଶାଲ ମିଡିଆରେ ବାଜି ରାଉତଙ୍କ ଗାଥା ବଖାଣିବା ସହ ଶିଶୁ ଦିବସରେ ଏଭଳି ଜଣେ ମହାନ୍ ସଂଗ୍ରାମୀ ବାଳକଙ୍କୁ ଆମେ ସ୍ମରଣ କରିବା ଦରକାର ବୋଲି କହିଛନ୍ତି। Vaise toh each day , we should remember such […]
କୋଲକାତା: ବେଙ୍ଗଲ ରାଜ୍ୟପାଳ ଜଗଦୀପ ଧନଖର ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ତିକ୍ତତା ଏବେ ଉଗ୍ର ରୂପ ଧାରଣ କରିଛି। ରାଜ୍ୟପାଳ ଜଗଦୀପ କୋଲକାତାରୁ ସୀମାନ୍ତ ମୁର୍ଶିଦାବାଦ ଯିବାକୁ ଚାହୁଁଥିଲେ ହେଁ ମମତା ସରକାର ତାଙ୍କୁ ହେଲିକପ୍ଟର ବ୍ୟବହାର କରିବାକୁ ଅନୁମତି ଦେଇ ନାହାନ୍ତି। ମମତା ସରକାର ହେଲିକପ୍ଟର ବ୍ୟବହାର କରିବାକୁ ଅନୁମତି ନ ଦେବାରୁ ରାଜ୍ୟପାଳ ଦୀର୍ଘ ୬୦୦ କିମି ସଡ଼କ ପଥରେ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଫେସର ସୟଦ ନୁରୁଲ ହାସନ […]
ନୂଆଦିଲ୍ଲୀ: ରାଫେଲ ଡିଲ୍ର ତଦନ୍ତ ପାଇଁ ଆଗତ ରିଭ୍ୟୁ ପିଟସନକୁ ସୁପ୍ରିମକୋର୍ଟ ଖାରଜ କରିଥିଲେ ହେଁ ତଦନ୍ତକାରୀ ସଂସ୍ଥା ନିଜ ଇଚ୍ଛାରେ ଏହାର ଛାନଭିନ କରିପାରିବ ବୋଲି କହିଛନ୍ତି। ଏହାକୁ ଆଧାର କରି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏଥିସହ ସେ ରାଫେଲ ଡିଲର ତଦନ୍ତ ଯୁଗ୍ମ ସଂସଦୀୟ କମିଟି(ଜେପିସି) ଦ୍ୱାରା କରିବାକୁ ଦାବି କରିଛନ୍ତି। ଆଜି ରାଫେଲ ଶୁଣାଣି ବେଳେ ଜଷ୍ଟିସ୍ କେଏମ ଯୋଜେଫ କହିଥିଲେ “ଆମେ […]
ନୂଆଦିଲ୍ଲୀ: ଫ୍ରାନ୍ସଠାରୁ ରାଫେଲ ଯୁଦ୍ଧ ବିମାନ ଡିଲ୍ ଘଟଣାରେ ଆଜି ସୁପ୍ରିମକୋର୍ଟ ନରେନ୍ଦ୍ର ମୋଦି ସରକାରଙ୍କୁ କ୍ଲିନଚିଟ୍ ଦେଇଛନ୍ତି। ତେବେ ଏହି ଡିଲ୍ରେ ଅନିୟମିତତା ହୋଇଥିବା ନେଇ ଯଦି ସିବିଆଇ ହୃଦବୋଧ କରିବ, ତା’ହେଲେ ସଂସ୍ଥା ନିଜ ଆଡ଼ୁ ତଦନ୍ତ କରିପାରିବ ବୋଲି ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି। ତଥାପି ମୋଦି ସରକାରଙ୍କ ଏହି ବିରାଟ ବିଜୟ ବୋଲି କୁହାଯାଉଛି। ବିଜେପିର ନେତୃବୃନ୍ଦ ମଧ୍ୟ କଂଗ୍ରେସକୁ ସୁପ୍ରିମକୋର୍ଟ ରାୟ ପରେ ତୀବ୍ର ସମାଲୋଚନା କରିବା ଆରମ୍ଭ କରିଛନ୍ତି। […]
ଅହମ୍ମଦାବାଦ: ମଶା କାମୁଡ଼ିଲା ବୋଲି ସ୍ୱାମୀଙ୍କୁ ନିର୍ଦ୍ଧୁମ ଛେଚିଲେ ମହିଳା। ମଶା ସଂଖ୍ୟା ବଢ଼ିବା ପାଇଁ ତାଙ୍କ ସ୍ୱାମୀକୁ ଦାୟୀ କରି ଅହମ୍ମଦାବାଦରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ମାଡ଼ ମାରିବା ଏବେ ଚର୍ଚ୍ଚାରେ ରହିଛି। ସେ ତାଙ୍କ ସ୍ୱାମୀଙ୍କୁ ହେମଦସ୍ତାରେ ମାଡ଼ ମାରିଥିବା ସୂଚନା ମିଳିଛି। କେବଳ ମହିଳା ନୁହେଁ ଏଥିରେ ତାଙ୍କ ଝିଅବି ମାଆକୁ ସାହାଯ୍ୟ କରିଛନ୍ତି। ମଶା ନିବାରଣରେ ବିଫଳ ହୋଇଥିବା ଏହି ବ୍ୟକ୍ତିଙ୍କୁ ମାଆ ଝିଅ ଉଭୟ ମିଶି ନିସ୍ତୁକ ମାରିଛନ୍ତି। […]
ଇନ୍ଦୋର: ସହର କିଛି ପିଲା କାଠ ପଟାକୁ ଷ୍ଟମ୍ପ କରି କ୍ରିକେଟ୍ ଖେଳୁଥିଲେ। ତାଙ୍କ ସହି କ୍ରିକେଟ୍ ଖେଳୁଥିଲେ ଭାରତୀୟ ଦଳର କ୍ୟାପ୍ଟେନ୍ ବିରାଟ କୋହଲି। ବିରାଟ୍ ସହର ଗଳିରେ କ୍ରିକେଟ୍ ଖେଳୁଥିବା ବେଳେ ହଠାତ୍ ପିଲାଙ୍କ ବ୍ୟାଟ୍ ଧରି ଦୌଡ଼ି ପଳାଇ ଯାଉଥିଲେ। ଆଉ ବ୍ୟାଟ୍ ଦିଅ ବ୍ୟାଟ୍ ଦିଅ କହି ତାଙ୍କୁ ଗୋଡ଼ାଉଥିଲେ ପିଲା। ହେଲେ ପିଲାଙ୍କଠାରୁ ଅଧିକ ବାଟ ଯାଇପାରିଲେନି ବିରାଟ ଶେଷରେ ବ୍ୟାଟ୍ ଫେରାଇଦେଲେ। ଏମିତି ଏକ କମେଡି ଭିଡିଓ ସୌଭିକ […]
ଗୋଟିଏ ମେସେଜ୍ରେ ବ୍ରେକ୍ଅପ୍। ଛାଡ଼ି ଚାଲିଗଲା ପ୍ରେମିକା। କିନ୍ତୁ ମେସେଜ୍ରେ କଣ ଭୁଲ୍ ଥିଲା ଜାଣିପାରିଲେନି ପ୍ରେମିକ। ବିଚରା ଲୁହ ଗଡ଼ାଇବା ସାର ହେଲା। ପରେ ମାନସ ମନ୍ଥନ କରି ଜାଣିପାରିଲେ ନିଜର ଭୁଲ୍। ସୋଶାଲ ମିଡିଆର ବ୍ୟବହାର ଭଲଭାବରେ ଜାଣି ନଥିବାରୁ ଏଭଳି ଘଟିଛି। ପ୍ରକୃତ ଘଟଣା ଥିଲା ଏମିତି… ଶ୍ରୀତମଙ୍କ ସହିତ ହ୍ୱାଟ୍ସ ଆପ୍ରେ କଥା ହେଉଥିଲା ତାଙ୍କ ପ୍ରେମିକା ଗେହ୍ଲି। କଥା ହେଉ ହେଉ ଗେହ୍ଲି ନିଜ ଦୁଃଖ ଜଣାଇଥିଲେ ପ୍ରେମିକଙ୍କୁ। ଦୁଃଖ […]