• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

f
ଡିସେମ୍ବର ୧ ସୁଦ୍ଧା ଟୋଲ୍‌ ଗେଟ୍‌ରେ ଫାସ୍‌ଟ୍ୟାଗ୍‌ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଚଳିତ ବର୍ଷ ଡିସେମ୍ୱର ୧ରୁ ଦେଶର ସମସ୍ତ ଟୋଲ୍‌ଗେଟ୍‌ରେ ଫାସଟାଗ୍ ବାଧ୍ୟତାମୂଳକ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କର ଘୋଷଣା କରିଛନ୍ତି। ଦେଶରେ ୫୩୭ଟି ଟୋଲ୍ ଗେଟରେ ଏହି ଫାସଟାଗ ସେବା ଉପଲବ୍ଧ ହେବ। ଏନ୍‌ଏଚ୍‌ଆଇ ପକ୍ଷରୁ ଏହି ଫାସ୍‌ଟ୍ୟଗ୍‌ ସେବା ଯୋଗାଇ ଦିଆଯିବ। ତେବେ ଏହା ଖାଲି ଟୋଲ୍ ଗେଟରେ ନୁହେଁ ବରଂ ପେଟ୍ରୋଲ ପମ୍ପ, ଏୟାରପୋର୍ଟ, ଶପିଂ ମଲରେ ତେଲ ଭରିବା ସମୟରେ ବି ଉପଲବ୍ଧ ହେବ। ଏ ନେଇ […]

phone
ଫୋନ୍‌ ପାସ୍‌ୱାର୍ଡ ଭୁଲିଯାଇଥିଲେ, ୨ ମିନିଟ୍‌ରେ ଅନଲକ୍‌ କରନ୍ତୁ

ଅନେକ ସମୟରେ ଆମ ମୋବାଇଲ୍‌ ପାସ୍‌ୱାର୍ଡ ସେଟ୍‌ କରି ନିଜେ ହିଁ ଭୁଲି ଯାଆନ୍ତି। ଆଉ ମୋବାଇଲ୍‌ର ପାସ୍‌ୱାର୍ଡ ଖୋଲି ନପାରିବାରୁ ବହୁତ ହଇରାଣ ହେବାକୁ ପଡ଼େ। ଯଦି ଆପଣ ବି ଏଭଳି ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି, ତେବେ ଚିନ୍ତା କରନ୍ତୁନି। ଆମେ ଆଜି ଆପଣଙ୍କୁ ଯେଉଁ ଟ୍ରିକ୍‌ କହିବୁ ଯାହାଦ୍ୱାରା ଆପଣ ଆମ ମାତ୍ର ୩ ମିନିଟ୍‌ରେ ନିଜ ମୋବାଇଲ୍‌କୁ ଅନଲକ୍‌ କରିପାରିବେ। ତାହା କେମିତି ଆସନ୍ତୁ ଜାଣିବା। ଏଥିପାଇଁ ଆପଣଙ୍କୁ ପ୍ରଥମେ ଅନ୍ୟ ଏକଫୋନ୍‌ରୁ […]

save
ଭୁଲ୍‌ରେ ପଶି ଆସିଥିବା ପାକ୍‌ ନାଗରିକଙ୍କୁ ସସମ୍ମାନେ ପଠାଇଲା ଭାରତ

ଶ୍ରୀନଗର: ଭାରତୀୟ ସୀମାକୁ ଚାଲିଆସିଥିବା ପାକ୍ ନାଗରିକଙ୍କୁ ପାକିସ୍ତାନକୁ ହସ୍ତାନ୍ତର କଲେ ଭାରତୀୟ ସେନା। ମାନବିକତା ଦୃଷ୍ଟିରୁ ଭାରତୀୟ ଯବାନ ପାକ୍‌ ନାଗରିକଙ୍କୁ ତାଙ୍କ ସେନାକୁ ହସ୍ତାନ୍ତର କରିଛନ୍ତି। ଭାରତୀୟ ସୀମାକୁ ପଶି ଆସିଥିବା ବ୍ୟକ୍ତି ଜଣକ ହେଉଛନ୍ତି ସବିର ଅହମ୍ମଦ। ସେ ପାକ୍ ଅଧିକୃତ କାଶ୍ମୀର ମୁଜାଫରବାଦ ପଞ୍ଜକୋଟର ବାସିନ୍ଦା। ସବାରୀ ଭୁଲ୍‌ରେ ଭାରତର ଟଙ୍ଗଧାର ସେକ୍ଟର ଦେଇ ଭାରତୀୟ ସୀମାକୁ ପଶି ଆସିଥିଲେ। ଗତ ୧୭ ତାରିଖରେ ସେ ଏଲ୍ଓସି ପାର କରିଥିବାବେଳେ ଖବର […]

verta
ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷିତ:

କୋଲକାତା: ୱେଷ୍ଟଇଣ୍ଡିଜ୍ ବିପକ୍ଷ ସୀମିତ ଓଭର ସିରିଜ୍ ପାଇଁ ଭାରତୀୟ ଟି-୨୦ ଏବଂ ଦିନିକିଆ ଟିମର ଘୋଷଣା କରାଯାଇଛି। ବିରାଟ୍ କୋହଲି ପୁଣିଥରେ ସୀମିତ ଓଭର ଟିମକୁ ଫେରିଛନ୍ତି। ବାଂଲାଦେଶ ବିପକ୍ଷ ଟି-୨୦ ସିରିଜରୁ ବିଶ୍ରାମ ନେଇଥିବା କୋହଲି ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରେ ପୁଣିଥରେ ଟିମର ନେତୃତ୍ୱ ନେବେ। ତେବେ ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ଟିମରେ ସ୍ଥାନ ମିଳିନାହିଁ। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ତିନୋଟି ଟି-୨୦ ଏବଂ ତିନୋଟି […]

dhawan
ଡାକ୍ତରଖାନାରେ ଟିମ୍‌ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ୍

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଭାରତୀୟ ଦଳର ଘୋଷଣା ପୂର୍ବରୁ ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ୍ ଆହତ ହୋଇଛନ୍ତି। ସୟଦ ମୁସ୍ତାକ୍ ଅଲୀ ଟ୍ରଫିର ସୁପର୍ ଲିଗ୍ ମୁକାବିଲାରେ ଝାରଖଣ୍ଡ ବିପକ୍ଷ ମ୍ୟାଚରେ ଧୱନଙ୍କ ଆଣ୍ଠୁରେ ଆଘାତ ଲାଗିଛି। ଧୱନ ଆଣ୍ଠୁର ଉପରିଭାଗରେ ଶକ୍ତ ଆଘାତ ଲାଗିଥିବା ଦେଖିବାକୁ ମିଳିଛି ଏବଂ ଏଥିରୁ ରକ୍ତସ୍ରାବ ମଧ୍ୟ ହେଉଥିଲା। ଆହତ କାରଣରୁ ଗ୍ରାଉଣ୍ଡରେ ତାଙ୍କର ଉପଚାର କରାଯାଇଥିଲା। ଏହା ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଆହତ କାରଣରୁ ସେ ସପ୍ତାହକ […]

ganjei
ଗଞ୍ଜେଇ ଚାଷକୁ ଅନୁମତି ଦେଲା ମଧ୍ୟପ୍ରଦେଶ, ଓଡ଼ିଶାର ନା

ଭୋପାଲ୍‌: କଂଗ୍ରେସ ନେତୃତ୍ୱାଧୀନ ମଧ୍ୟପ୍ରଦେଶ ସରକାର ଗଞ୍ଜେଇ ଚାଷକୁ ବୈଧ ଘୋଷଣା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ଆଇନ ବ୍ୟାପାର ମନ୍ତ୍ରୀ ଏନେଇ କହିଛନ୍ତି, “ମଧ୍ୟପ୍ରଦେଶ ସରକାର ଗଞ୍ଜେଇ ଚାଷ ପାଇଁ ଅନୁମତି ଦେବେ। ତେବେ ଏହା ଔଷଧୀୟ ଏବଂ ଶିଳ୍ପ ଆଦି ଉଦ୍ଦେଶ୍ୟରେ ଅନୁମତି ସହ ଚାଷ କରାଯାଇପାରିବ।” ସେ କହିଛନ୍ତି, ଗଞ୍ଜେଇକୁ ବ୍ୟବହାର କରି କର୍କଟ ରୋଗର ଔଷଧ ପ୍ରସ୍ତୁତ କରାଯାଇପାରିବ। ଏତଦ୍‌ବ୍ୟତୀତ ବାୟୋ ପ୍ଲାଷ୍ଟିକ୍‌ ମଧ୍ୟ ପ୍ରସ୍ତୁତ କରାଯାଇପାରିବ। ଏହା ରାଜ୍ୟରେ […]

thakrey
ମହାରାଷ୍ଟ୍ରରେ ଭାଗଛିଡ଼ିଲା କି ରାଜନୀତି ଅଙ୍କ ? ଉଦ୍ଧବ ହେବେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର କିଏ ଗଠନ କରିବ, ତା’ର ଫୈସଲା ଆସନ୍ତାକାଲି ହେବ। ଗତକାଲି କଂଗ୍ରେସ-ଏନ୍‌ସିପି ଏ ସମ୍ପର୍କରେ ଘୋଷଣା କରିଥିବା ବେଳେ ଆଜି ଶିବସେନା ସମାନ କଥା ଦୋହରାଇଛି। ବିଜେପି ସରକାର ଗଠନ ରେସରୁ ବାଦ ପଡ଼ିବାରେ ଶିବସେନା, ଏନ୍‌ସିପି ଓ କଂଗ୍ରେସ ସରକାର ଗଠନ ପାଇଁ ଘନଘନ ବୈଠକ କରିବାରେ ଲାଗିଛନ୍ତି। ତଥାପି ୩ଟି ଯାକ ଦଳ ଏଯାଏ ସରକାର ଗଠନ ପାଇଁ ନିଷ୍ପତ୍ତି ନେଇ ପାରୁନାହାନ୍ତି। ତେବେ ବିଶେଷ ସୂତ୍ରରୁ ଜଣାପଡ଼ିଛି, ଶିବସେନା […]

ff
କୋହଲିଙ୍କୁ ପେଟା ଇଣ୍ଡିଆର ‘ପର୍ସନ୍ ଅଫ୍ ଦି ଇୟର୍‌’ ସମ୍ମାନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ପିପଲ୍ ଫର୍ ଦି ଏଥିକାଲ୍ ଟ୍ରିଟମେଣ୍ଟ୍ ଅଫ୍ ଆନିମଲ୍ସ (ପେଟା) ପକ୍ଷରୁ ପର୍ସନ୍ ଅଫ୍ ଦି ଇୟର୍ ଭାବେ ବିବେଚିତ କରାଯାଇଛି। ପେଟା ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ପଶୁଙ୍କ ସହ ଭଲ ବ୍ୟବହାର କରିବା ପାଇଁ କୋହଲି ଲଗାତାର ପ୍ରୟାସ କରିଛନ୍ତି। କୋହଲି ଅମ୍ବର ଦୁର୍ଗରେ ଆରୋହଣ ପାଇଁ ବ୍ୟବହୃତ ହେଉଥିବା ହାତୀ ମାଲତୀକୁ ଛାଡ଼ିବା ପାଇଁ ପେଟା ଇଣ୍ଡିଆ ପକ୍ଷରୁ ଅଫିସିଆଲ୍ସକୁ ଚିଠି ଲେଖିଥିଲେ। […]

indiatoday
ଐତିହାସିକ ମୁକାବିଲାକୁ ସ୍ମରଣୀୟ କରିବା ପାଇଁ ବିସିସିଆଇ ଖାସ୍ ପ୍ରସ୍ତୁତି

କୋଲକାତା: ଦିନକ ପରେ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଭାରତ ବାଂଲାଦେଶ ମଧ୍ୟରେ ଐତିହାସିକ ଦିବାରାତ୍ର ଟେଷ୍ଟ ଆୟୋଜିତ ହେବାକୁ ଯାଉଛି। ଏହି ଐତିହାସିକ ମୁକାବିଲାକୁ ସ୍ମରଣୀୟ କରିବା ପାଇଁ ବିସିସିଆଇ ଖାସ୍ ପ୍ରସ୍ତୁତି କରିଛି। ମ୍ୟାଚ୍ ପୂର୍ବରୁ ବିସିସିଆଇ ଏକ ୧୭ ସେକେଣ୍ଡ ଭିଡିଓ କ୍ଲିପ୍ ତା’ର ଅଫିସିଆଲ୍ ଟ୍ୱିଟରରେ ପୋଷ୍ଟ କରିଛି। ଏହି ଭିଡିଓରେ ଇଡେନ୍ ଗାର୍ଡେନ୍ସର ଭିତର ଏବଂ ବାହାର ପରିବେଶ ଗୋଲାପମୟ (ପିଙ୍କ୍) ଦେଖାଯାଉଛି। ଏଥିରେ କ୍ୟାପସନ୍ ଦିଆଯାଇଛି ଯେ ପିଙ୍କ୍ ବଲ୍ […]

ambani
ବିଶ୍ୱର ଷଷ୍ଠ ସର୍ବବୃହତ୍‌ ତୈଳ କମ୍ପାନୀ ହେଲା ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଲିମିଟେଡ୍‌

ମୁମ୍ବାଇ: ମୁକେଶ ଅମ୍ବାନୀଙ୍କ ନେତୃତ୍ୱରେ ଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଲିମିଟେଡ୍‌ ବିଶ୍ୱର ଷଷ୍ଠ ସର୍ବବୃହତ୍‌ ତୈଳ କମ୍ପାନୀ ହୋଇପାରିଛି। ଏହା ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଭାରତ ପେଟ୍ରୋଲିୟମ୍‌କୁ ପଛରେ ପକାଇ ଦେଇଛି। ମଙ୍ଗଳବାର କାରବାର ବନ୍ଦ ହେବା ବେଳକୁ ରିଲାଏନ୍ସର କ୍ୟାପିଟାଲ ୧୩୩ ବିଲିଅନ୍‌ ଡଲାର ଥିଲା। ଏହା ବୁଧବାର ୧୩୮ ବିଲିଅନ୍‌ ଡଲାର ଅତିକ୍ରମ କରିଯାଇଛି। ବ୍ଲୁମ୍‌ବର୍ଗର ସୂଚନା ଅନୁଯାୟୀ ଭାରତର ହାରାହାରି ବ୍ୟବସାୟ ଅଭିବୃଦ୍ଧି ତୁଳନାରେ ଚଳିତ ବର୍ଷ ରିଲାଏନ୍ସର ବ୍ୟବସାୟ ୩ ଗୁଣା […]

parliament-kTNE--621x414@LiveMint
ଲୋକସଭାରେ ଚିଟ୍‌ ଫଣ୍ଡ ସଂଶୋଧନ ବିଲ୍‌ ୨୦୧୯ ପାରିତ

ନୂଆଦିଲ୍ଲୀ: ବୁଧବାର ଲୋକସଭାରେ ଚିଟ୍‌ ଫଣ୍ଡ (ସଂଶୋଧନ) ବିଲ୍‌ ୨୦୧୯ ପାରିତ ହୋଇଛି। ଏହା ନିବେଶକମାନଙ୍କର ବିଶେଷ କରି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଲୋକଙ୍କ ସ୍ୱାର୍ଥ ରକ୍ଷା ଉଦ୍ଦିଷ୍ଟ ବୋଲି କୁହାଯାଇଛି। ଏଥିରେ ଚିଟ୍‌ ଫଣ୍ଡ ବ୍ୟବସ୍ଥାରେ ସୁଧାର ଆଣିବାର ଉଦ୍ଦେଶ୍ୟ ରହିଛି। ସୂଚନାଯୋଗ୍ୟ ଯେ, ଚିଟ୍‌ ଫଣ୍ଡ କମ୍‌ ଆୟକାରୀ ପରିବାରଙ୍କ ଭିତରେ ଲୋକପ୍ରିୟ ହୋଇଥିଲା। ଗ୍ରାମୀଣ ଅର୍ଥନୀତି ଉପରେ ଗଭୀର ପ୍ରଭାବ ରହିଥିବା ଚିଟ୍‌ ଫଣ୍ଡ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଚିଟ୍‌ […]