/odishatv-khabar/media/post_attachments/uploadimage/library/16_9/16_9_0/IMAGE_1627036959.jpg)
Navjot Singh Sidhu
ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସର ରାଜ୍ୟ ସଭାପତି ନବଜୋତ୍ ସିଂ ସିଦ୍ଧୁ ଦାୟିତ୍ୱ ନେବା ପରେ ନିଜର କାମ ପାଇଁ ସେ ଏବେ ବେଶ୍ ଚର୍ଚ୍ଚିତ ହୋଇ ପଡ଼ିଛନ୍ତି। ପଞ୍ଜାବ କଂଗ୍ରେସର ନବନିଯୁକ୍ତ ସଭାପତି ନବଜୋତ ସିଂ ସିଦ୍ଧୁ କହିଛନ୍ତି ଯେ ସେ ଅଧିକାର ପାଇଁ ଲଢେଇ କରିବାକୁ ଆସିଛନ୍ତି। ବର୍ତ୍ତମାନ ସମୟରେ କଂଗ୍ରେସର ପ୍ରତ୍ୟେକ କର୍ମୀ ହେଉଛନ୍ତି ଦଳର ମୁଖ୍ୟ। ଏହାସହ କୃଷକ ଆନ୍ଦୋଳନ ଉପରେ ସିଦ୍ଧୁ କହିଛନ୍ତି ଯେ ଦିଲ୍ଲୀରେ ବସିଥିବା ଚାଷୀଙ୍କ ବିଷୟରେ ସେ ଚିନ୍ତିତ । ସିଦ୍ଧୁ ଆହୁରି ମଧ୍ୟ କହିଛନ୍ତି ଯେ ସିଏମ କ୍ୟାପଟେନ ଅମରିନ୍ଦର ସିଂଙ୍କ ସହ ଘନିଷ୍ଠ ଭାବରେ ସେ କାର୍ଯ୍ୟ କରିବେ। ବର୍ତ୍ତମାନ ସମୟରେ, କଂଗ୍ରେସ ଏକଜୁଟ ହୋଇଛି । ଦଳରେ ସମସ୍ତେ ଶୃଙ୍ଖଳିକ ଭାବରେ କାର୍ଯ୍ୟ କରିବେ। ଦଳର ନିଷ୍ପତ୍ତି ସମସ୍ତେ ବାନିବାକୁ ବାଧ୍ୟ ବୋଲି ସିଦ୍ଧୁ କହିଛନ୍ତି।
Also Read
କେବଳ ଏତିକି ନୁହେଁ ବରଂ ଶ୍ରମିକମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ 'ତୁମେ ସମସ୍ତେ ସିକନ୍ଦର। ମୁଁ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ଯିବି। ବର୍ତ୍ତମାନ ସ୍ଥିତିରେ ଦଳକୁ କେମିତି ଆଗକୁ ନିଆଯିବ ଏବଂ ଆଗାମୀ ନିର୍ବାଚନରେ କେମିତି ବହୁମତ ପାଇବ ତାହା ପାଇଁ ଆମକୁ କାମ କରିବାକୁ ପଡ଼ିବ ବୋଲି ସିଦ୍ଧୁ କହିଛନ୍ତି। ତେବେ ଏଠାରେ କହିରଖୁଛୁ , ପଞ୍ଜାବ କଂଗ୍ରେସରେ ଥମିବାରେ ନା ନେଉନଥିଲା କନ୍ଦଳ। ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏବଂ ସିଦ୍ଧୁଙ୍କ ମଧ୍ୟରେ ଥିବା ମତାନ୍ତର ଏବେ ଅଧିକ ଘନୀଭୂତ ହେବା ପରେ ସଭାପତି ଆସନରେ ବସିଛନ୍ତି ସିଦ୍ଧୁ। ଏମିତି କି ଉଭୟ ଉଭୟଙ୍କ ଉପରେ ଦୋଷାରୋପ ମଧ୍ୟ କରିଥିଲେ। ଆଉ ଏହାରି ମଧ୍ୟରେ, ସିଦ୍ଧୁ ସଭାପତି ପଦରେ ବସିଛନ୍ତି। କେବଳ ପଞ୍ଜାବରେ ନୁହେଁ ବରଂ ପୂରା ଦେଶରେ କଂଗ୍ରେସ ମଧ୍ୟରେ ଅର୍ନ୍ତକନ୍ଦଳ ଲାଗିରହିଛି। ଆଉ ଏହାରି ମଧ୍ୟରେ ସାଧାରଣ ନିର୍ବାଚନ ବି ପାଖେଇ ଆସୁଛି। ମୋଟ୍ ଉପରେ ଏବେ ଦେଖିବାକୁ ବାକି ରହିଲା କେମିତି କର୍ମୀ ଓ ନେତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରୁଛନ୍ତି ସିଦ୍ଧୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)