କାଙ୍କେର: ବାଘକୁ ମହଙ୍ଗା ପଡ଼ିଲା କୁକୁଡ଼ା ଲୋଭ। କୁକୁଡ଼ା ଖାଇବାକୁ ଆସି ଯନ୍ତ୍ରାରେ ଫସିଲା ଚିତା ବାଘ ଛୁଆ। ଛତିଶଗଡ଼ କାଙ୍କେର ଠେଲକାବୋଡା ଗାଁରେ ଘଟିଛି ଏଭଳି ଘଟଣା। ଗତ କିଛି ଦିନ ଧରି ଗାଁର ଜଣକ ଫାର୍ମରୁ କୁକୁଡ଼ା ଗାଏବ ହେଉଥିଲା। ନିକଟରେ ଥିବା ଜଙ୍ଗଲରୁ କିଛି ଜନ୍ତୁ ଖାଉଥିବା ଅନୁମାନରେ ବନ ବିଭାଗ ପିଞ୍ଜରା ଲଗାଇଥିଲେ। ହେଲେ ଆଜି ସକାଳୁ ଦେଖିବା ବେଳେ ଯନ୍ତ୍ରାରେ ବାଘ ଛୁଆ ଫଶିଥିଲା। ଏହାପରେ ବାଘକୁ ଉଦ୍ଧାର କରିବା […]
ମୋଟ୍ ଉପରେ ଦେଶରେ ୫୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୮୩ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂକ୍ରମିତ ସଂଖ୍ୟା ୩ କୋଟି ୧୨ ଲକ୍ଷ ୯୩ ହଜାର ୬୨ ରହିଛି । ଏହାସହ ୪ ଲକ୍ଷ ୧୯ ହଜାର ୪୭୦ ରୋଗୀ କରୋନାରେ ଏ ପର୍ଯ୍ୟନ୍ତ ପ୍ରାଣ ହରାଇଛନ୍ତି।
ମୁମ୍ବାଇ: ବିଜେପିକୁ ଛାଡ଼ି ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ଦମ୍ଭ ଦେଖାଉଥିବା ଶିବସେନାର ତୋଡ଼ ଭାଙ୍ଗିଛି। ଏବେ ପୁଣିଥରେ ଶିବସେନା ଛାଡ଼ପତ୍ର ଦେଇଥିବା ବିଜେପି ସହ ମହାରାଷ୍ଟ୍ରରେ ମିଶି ସରକାର ଗଠନ କରିବାକୁ ମନ ବଳାଉଥିବା ଜଣାପଡ଼ିଛି। ଶିବସେନା ୫୬ଟି ଆସନ ଜିତିବା ପରେ ବିଜେପି ସହ ୫୦:୫୦ ଫର୍ମୁଲାରେ ସରକାର ଗଠନ କରିବା ଦିଗରେ ଆଗକୁ ବଢ଼ିବାକୁ କହିଥିଲା। ହେଲେ ବିଜେପି ଏଥିରେ ରାଜି ହୋଇ ନଥିଲା। ଫଳରେ କ୍ଷମତା ଲୋଭରେ ଅନ୍ଧ ହୋଇ ଶିବସେନା […]
ବେଙ୍ଗାଲୁରୁ: ବିଏସ୍ ୟେଦ୍ୟୁରପ୍ପା ସରକାରଙ୍କୁ ସମର୍ଥନ ଦେବାର ‘ସମସ୍ତ ସୁଯୋଗ’ ରହିଛି ବୋଲି ବରିଷ୍ଠ ଜେଡିଏସ୍ ନେତା ବାସଭରାଜ ହୋରାଟ୍ଟି କହିଛନ୍ତି। ଡିସେମ୍ବର ୫ ତାରିଖରେ ଉପନିର୍ବାଚନ ଥିବାରୁ ଏହାପରେ ଯଦି ପରିବର୍ତ୍ତିତ ମ୍ୟାଜିକ୍ ନମ୍ବର ହାସଲ କରିବାରେ ବିଜେପି ବିଫଳ ହୁଏ ଜେଡିଏସ୍ ସମର୍ଥନ କରିବ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପାଙ୍କୁ ସଦ୍ୟ ଭେଟିଥିବା ଏହି ନେତା କହିଛନ୍ତି, ରାଜନୀତିକ ଦଳ ନିର୍ବିଶେଷରେ ମିଡ୍ ଟର୍ମ ନିର୍ବାଚନ ଚାହୁଁନାହାନ୍ତି। ସେ କହିଛନ୍ତି, “କୁମାରସ୍ୱାମୀ ଏବଂ […]
ଚେନ୍ନାଇ: ପ୍ରଥମେ ଜଣେ ବ୍ୟକ୍ତି କୁକୁରଟିକୁ ପାଳିଥିଲେ। ହେଲେ ସେ ତାକୁ ୨ ବର୍ଷ ତଳେ ବାହାରେ ଛାଡ଼ି ଦେଇଥିଲେ। ତେବେ ସେବେଠାରୁ କୁକୁରଟି ଚେନ୍ନାଇର ପାର୍କ ଟାଉନ୍ ରେଲୱେ ଷ୍ଟେସନରେ ଲୋକଙ୍କୁ ସତର୍କ କରାଇବାରେ ଲାଗିଛି। ଆପଣ ଭାବୁଥିବେ କୁକୁରଟି କେମିତି ସତର୍କ କରାଉଛି? ହଁ, ଆପଣ ଠିକ୍ ଶୁଣୁଛନ୍ତି। ରେଳ ଷ୍ଟେସନରେ ନିୟମ ଉଲ୍ଲଙ୍ଘନ କରୁଥିବା ଲୋକଙ୍କୁ କୁକୁରଟି ଭୁକି ସେମାନଙ୍କୁ ସତର୍କ କରାଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, କୁକୁରଟି ପ୍ରତିଦିନ ରେଳ […]
ନୂଆଦିଲ୍ଲୀ: ନେପାଳ-ଭାରତ ସୀମାରେ ଆଜି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏହାର ପ୍ରଭାବ ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ଦେଖିବାକୁ ମିଳିଛି। ବିଶେଷ କରି ଦିଲ୍ଲୀ-ଏନସିଆର ସମେତ ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ଭୂକମ୍ପ ଝଟକା ଯୋଗୁ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ନେପାଳର ଖାପତାଦ ନ୍ୟାଶନାଲ୍ ପାର୍କରେ ଭୂକମ୍ପର କେନ୍ଦ୍ର ସ୍ଥଳ ରହିଥିବା ବେଳେ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୦ ବୋଲି ଜଣାପଡ଼ିଛି। ଭୂପୃଷ୍ଠରୁ ମାତ୍ର ୧.୩ କିମି ଗଭୀରତାରେ ଏହି […]
କୋଲକାତା: ବେଙ୍ଗଲୀ ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜାହାନ ଆସିୟୁରୁ ଡିସଚାର୍ଜ ହୋଇଛନ୍ତି। ରବିବାର ରାତିରେ ସେ ନିଃଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେବାରୁ ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତେବେ ସେ ଆଇସିୟୁରେ ଭର୍ତ୍ତି ହେବା ପରେ ଅନେକ କଥା ସୋଶାଲ ମିଡିଆରେ ଘୂରି ବୁଲିଥିଲା। ନୁସରତ କୁଆଡ଼େ ଅଧିକ ଡ୍ରଗ୍ସ ନେବାରୁ ଏଭଳି ଆଇସିୟୁରେ ଭର୍ତ୍ତି ହୋଇଥିବା […]
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ‘ସଂଖ୍ୟାଲଘୁ କଟ୍ଟରପନ୍ଥୀ’ ମନ୍ତବ୍ୟକୁ ନେଇ ଏଆଇଏମ୍ଆଇଏମ୍ ନେତା ଅସାଦୁଦ୍ଦିନ୍ ଓୱେସି କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ସମ୍ପ୍ରଦାୟଙ୍କ ମଧ୍ୟରେ ବିଭେଦ ଓ ବିଭାଜନ ସୃଷ୍ଟି କରୁଛନ୍ତି। ଏହା ପୂର୍ବରୁ ମମତା ଏଆଇଏମଆଇଏମର ମୁଖ୍ୟ ଆସଦୁଦ୍ଦିନ ଓୱେସୀଙ୍କ ନାଁ ନନେଇ ସେ ସମାଲୋଚନା କରିଥିଲେ। ସେ କହିଥିଲେ, “ଆଜିକାଲି ସଂଖ୍ୟାଲଘୁଙ୍କ ମଧ୍ୟରେ କଟ୍ଟରପନ୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏମିତି ଏକ ରାଜନୀତିକ ଦଳ ଅଛି, ଯାହାକି […]
ନୂଆଦିଲ୍ଲୀ: ଭାରତୀୟ ଉପକୂଳରେ ସମୁଦ୍ର ଜଳସ୍ତର ଧୀରେ ଧୀରେ ଉପରକୁ ଉଠୁଛି। ଗତ ୫୦ ବର୍ଷରେ ଭାରତୀୟ ଉପକୂଳରେ ସମୁଦ୍ର ଜଳପତ୍ତନ ୮.୫ ସେଣ୍ଟିମିଟର ଉପରକୁ ଉଠିଛି ବୋଲି ରାଜ୍ୟସଭାର ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟ। ତେବେ କେବଳ ପାଗ ପରିବର୍ତ୍ତନ ଯୋଗୁଁ ଏପରି ଘଟୁଛି ବୋଲି ପ୍ରଶ୍ନ ହେବାରୁ ସେ କହିଛନ୍ତି ଏଥିରେ କିଛି ନିଶ୍ଚିତତା ନାହିଁ। ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ପରିବେଶ ରାଷ୍ଟ୍ରମନ୍ତ୍ରୀ ବାବୁଲ ସୁପ୍ରିୟ କହିଛନ୍ତି […]
ନୂଆଦିଲ୍ଲୀ: କୁହାଯାଏ ପ୍ରେମ ଶାଶ୍ୱତ ଓ ଚିରନ୍ତନ। ହେଲେ ଏହି ପ୍ରେମ ଯେ କାହାକୁ ହତ୍ୟାକାରୀ ସଜାଇ ଦିଏ, ତାହା ମଧ୍ୟ ଅସମ୍ଭବ ନୁହେଁ। ବର୍ତ୍ତମାନ ଆମ ଦେଶରେ ପ୍ରେମ ବ୍ୟାପାର ଓ ପରକୀୟା ପ୍ରୀତି ଯୋଗୁ ସର୍ବାଧିକ ହତ୍ୟାକାଣ୍ଡ ଘଟୁଥିବା ତଥ୍ୟ ସାମ୍ନାକୁ ଆସିଛି। ଭାରତ ତଥା ବିଶ୍ୱରେ ହତ୍ୟାକାଣ୍ଡ ଜନିତ ଘଟଣା କମୁଥିଲେ ହେଁ ପ୍ରେମଜନିତ ହତ୍ୟାକାଣ୍ଡ ଘଟଣା ବଢ଼ିଥିବା ନିକଟରେ ପ୍ରକାଶ ପାଇଥିବା ଏନସିଆରବି ରିପୋର୍ଟରୁ ଜଣାପଡ଼ିଛି। ଏହି ରିପୋର୍ଟ ଅନୁଯାୟୀ, ୨୦୦୧ରୁ […]
ଇନ୍ଦୋର: ହୋଲକର ଷ୍ଟାଡିୟମରେ ବାଂଲାଦେଶକୁ ଇନିଂସ୍ ଓ ୧୩୦ ରନରେ ହରାଇବା ସହ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ନାଁରେ ଏକାଧିକ ରେକର୍ଡ ଯୋଡ଼ି ହୋଇଛି। ସର୍ବାଧିକ ଟେଷ୍ଟ ଇନିଂସ୍ ବିଜୟ ମାମଲାରେ କୋହଲି ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ପଛରେ ପକାଇ ଦେଇଛନ୍ତି। କୋହଲିଙ୍କ ନେତୃତ୍ୱରେ ଭାରତ ତା’ର ଦଶମ ଇନିଂସ୍ ବିଜୟ ହାସଲ କରିଛି। ତେବେ ଧୋନିଙ୍କ ନାଁରେ ୯ଟି ଇନିଂସ୍ ଥିଲା। ମହମ୍ମଦ ଆଝାରୁଦ୍ଦିନଙ୍କ ନାଁରେ ୮ ଏବଂ ସୌରଭ […]
ନୂଆଦିଲ୍ଲୀ: ରାମଜନ୍ମ ଭୂମି-ବାବ୍ରୀ ମସଜିଦ ବିବାଦ ଓ ରାମ ମନ୍ଦିର ନିର୍ମାଣ ସମ୍ପର୍କରେ ନିଜ ମତ ରଖି ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଯୋଗ ଗୁରୁ ରାମଦେବ ବାବା। ସେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ଦେଶର ୯୯% ମୁସଲିମ ନିଜର ପୂର୍ବ ଧର୍ମ ବଦଳାଇ ଇସଲାମ ଗ୍ରହଣ କରିଛନ୍ତି। ଭଗବାନ ରାମ, ଅଯୋଧ୍ୟା ଓ ହିନ୍ଦୁଙ୍କ ଲିଙ୍କ ସମ୍ପର୍କରେ ସେ କହିଛନ୍ତି, “କେବଳ ହିନ୍ଦୁଙ୍କ ପାଇ ନୁହନ୍ତି, ମୁସଲିମଙ୍କ ପାଇଁ ମଧ୍ୟ ଭଗବାନ […]
କଲମ୍ବୋ: ଭୋଟ୍ ଦେବାକୁ ମୁସଲମାନଙ୍କୁ ନେଇଯାଉଥିବା ବସ୍ ଉପରେ ଅତର୍କିତ ପଥର ଓ ଗୁଳିମାଡ଼ ହୋଇଛି। ଏଥିରେ ବସ୍ଗୁଡ଼ିକ ଭାଙ୍ଗିରୁଜି ଯାଇଥିବା ବେଲେ ହତାହତକୁ ନେଇ କୌଣସି ଖବର ଜଣାପଡ଼ିନାହିଁ। ଆଜି ଏଭଳି ଦୁର୍ଭାଗ୍ୟଜନକ ଘଟଣା ଘଟିଛି ଶ୍ରୀଲଙ୍କାରେ। ଆଜି ଶ୍ରୀଲଙ୍କାରେ ପରବର୍ତ୍ତୀ ରାଷ୍ଟ୍ରପତି ଚୟନ ପାଇଁ ଭୋଟ ଗ୍ରହଣ ହେଉଛି। ଏଥିପାଇଁ କେତେଗୁଡିଏ ବସ୍ ସଂଖ୍ୟାଲଘୁ ମୁସଲିମ ଭୋଟରମାନଙ୍କୁ ନେଇ ଯାଉଥିବା ଦୁର୍ବୃତ୍ତମାନେ ଗୁଳି ଓ ପଥର ମାଡ଼ କରିଛନ୍ତି। ପୁଲିସ୍ ପକ୍ଷରୁ କୁହାଯାଇଛି ଯେ […]
ନୂଆଦିଲ୍ଲୀ: ଶ୍ରମିକଙ୍କ ପାଇଁ ନୂଆ ନିୟମ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର। ଯାହାର ସାମ୍ୟାକ ସୂଚନା ଦେଇ ସାରିଛନ୍ତି କେନ୍ଦ୍ରମନ୍ତ୍ରୀ। କାର୍ଯ୍ୟରତ ଶ୍ରମିକ ଓ ଅନ୍ୟାନ୍ୟ ବର୍ଗର କର୍ମଚାରୀଙ୍କ ସ୍ୱାର୍ଥ ସାଧନ ନିମନ୍ତେ କେନ୍ଦ୍ର ସରକାର ୱାନ ନେଶନ, ୱାନ୍ ପେ’ ଡେ’ କରିବାକୁ ଯୋଜନା ଆରମ୍ଭ କରିଛନ୍ତି। ଏହାର ଅର୍ଥ ହେଲା ଗୋଟିଏ ଦେଶ ଓ ଗୋଟିଏ ଦରମା ତାରିଖ। ଖୁବ୍ଶୀଘ୍ର ଭାରତରେ ଏହି ନିୟମ କାର୍ଯ୍ୟକାରୀ ହେବାକୁ ଯାଉଛି। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର […]