ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଦେବେନ୍ଦ୍ର ଫଡ଼ନାଭିସ ଇସ୍ତଫା ଦେବାରୁ ଏବେ ଶିବସେନା ନେତୃତ୍ୱରେ ସରକାର ଗଠନ ହେବାର ବାଟ ଫିଟିଛି। ଏବେ ରାଜ୍ୟପାଳ ଶିବସେନା-କଂଗ୍ରେସ ଓ ଏନସିପିକୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିବେ। ଏହାପୂର୍ବରୁ ଏନ୍ସିପିର ବିଦ୍ରୋହୀ ବିଧାୟକ ଅଜିତ ପାୱାର ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ କଂଗ୍ରେସ-ଶିବସେନା ଓ ଏନସିପି ଶିବିରକୁ ଫେରିବେ ବୋଲି କୁହାଯାଉଛି। ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ କହିଛନ୍ତି, “ଉଦ୍ଧବ […]
ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଏବେ ଏବେ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଅଜିତ୍ ପାୱାର୍। ଆଉ ଏବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଦେବେନ୍ଦ୍ର ପଡ଼ନାଭିସ୍। ପ୍ରେସ୍ମିଟ୍ରେ ସେ ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି। ପ୍ରେସ୍ମିଟ୍ ପରେ ରାଜ୍ୟପାଳ ଭଗତ ସିଂହ ଖୁସ୍ୱାରୀଙ୍କ କାର୍ଯ୍ୟାଳୟକୁ ଯାଇ ସେ ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି। ଏଥିସହିତ ଯେଉଁଦଳ ସରକାର ଗଠନ କରିବ, ସେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରେସ୍ମିଟ୍ରେ ପଡ଼ନାଭିସ୍ କହିଛନ୍ତି, ଶିବସେନା ସହିତ […]
ନୂଆଦିଲ୍ଲୀ: ଆଜି ସମ୍ବିଧାନ ଦିବସ ଉପଲକ୍ଷେ ସଂସଦର ଯୁଗ୍ମ ଅଧିବେଶନ ବସିଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଠାରୁ ଆରମ୍ଭ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେଇଛନ୍ତି। ତେବେ ଯୁଗ୍ମ ଅଧିବେଶନରେ ମୋଦିଙ୍କ ଉଦ୍ବୋଧନକୁ ବିରୋଧୀ କଂଗ୍ରେସ, ଏନସିପି ଓ ଶିବସେନା ସମେତ ଏକାଧିକ ଦଳ ବୟକଟ କରିଛନ୍ତି। ବିରୋଧୀମାନେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ସଂସଦ ପରିସରରେ ଥିବା ବିଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ତଳେ ବିକ୍ଷୋଭ କରିଛନ୍ତି। ଏଠାରେ ସୋନିଆ ଗାନ୍ଧି ଭାରତୀୟ ସମ୍ବିଧାନରେ […]
ମୁମ୍ବାଇ: ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ରିଭ୍ୟୁ କରିବା ପାଇଁ ମୁସଲିମ ପର୍ସନେଲ ଲ’ ବୋର୍ଡ ନେତୃତ୍ୱରେ ଏକାଧିକ ବ୍ୟକ୍ତି ଅଣ୍ଟା ଭିଡ଼ିଛନ୍ତି। ତେବେ ଅଯୋଧ୍ୟା ବିବାଦରେ ପୁଣିଥରେ ରିଭ୍ୟୁ ପିଟିସନ ଦାଖଲ ନିଷ୍ପତ୍ତିକୁ ଦେଶର ୧୦୦ରୁ ଅଧିକ ପ୍ରଖ୍ୟାତ ମୁସଲିମ ପକ୍ଷ ବିରୋଧ କରିଛନ୍ତି। ଏହି ବିରୋଧ କରୁଥିବା ବ୍ୟକ୍ତିବିଶେଷଙ୍କ ତାଲିକାରେ ଅଭିନେତା ନସୀରଦ୍ଦୁନି ଶାହ, ଶାବନା ଆଜମୀ, ଉର୍ଦ୍ଦ୍ୱୁ ସ୍ତମ୍ଭକାର ହାସନ କାମଲା, ସାମ୍ବାଦିକ ଜାଭେଦ ଆନନ୍ଦ ଓ ସାମାଜିକ କର୍ମୀ […]
ମୁମ୍ବାଇ: ଗତକାଲି ଥିଲା ସଲମାନ୍ଙ୍କ ବାପା ତଥା ବଲିଉଡ୍ର ପ୍ରଖ୍ୟାତ ବଲିଉଡ୍ ସ୍କ୍ରିପ୍ଟ ରାଇଟର୍ ସଲିମ ଖାନ୍ଙ୍କ ଜନ୍ମଦିନ। ବାପାଙ୍କ ଜନ୍ମଦିନ ଶୁଭକମାନ ପାଇଁ ସଲମାନ ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ଏକ ଫଟୋ ଅପ୍ଲୋଡ୍ କରିଥିଲେ ଯାହା ଏବେ ଖୁବ୍ ଭାଇରାଲ୍ ହେଉଛି। ଫଟୋରେ ତାଙ୍କୁ ତାଙ୍କ ବାପା ସଲିମ୍ ଖାନ୍ଙ୍କ ସହ ଫିସିଂର ମଜା ନେବାର ଦେଖାଯାଉଛି। ବାପାଙ୍କ ୮୪ତମ ଜନ୍ମଦିନ ଅବସରରେ ସଲମାନ୍ ଏହି ଫଟୋଟି ଶେଆର କରିଛନ୍ତି। ଫଟୋକୁ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଶେଆର […]
କୋଲକାତା: ଭାରତ ଓ ବାଂଲାଦେଶ ମଧ୍ୟରେ ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ଐତିହାସିକ ଦିବାରାତ୍ର ଟେଷ୍ଟ ତିନି ଦିନ ଭିତରେ ଶେଷ ହୋଇଛି। ତେବେ ବଳକା ଦୁଇଦିନ ଅର୍ଥାତ୍ ଚତୁର୍ଥ ଓ ପଞ୍ଚମ ଦିନର ଟିକେଟର ଅର୍ଥ ଦର୍ଶକଙ୍କୁ ଫେରାଇବା ପାଇଁ କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ୍ (ସିଏବି) ନିଷ୍ପତ୍ତି ନେଇଛି। ସାଧାରଣତଃ କୌଣସି ମ୍ୟାଚ୍ ବର୍ଷା କିମ୍ବା ଅନ୍ୟ କାରଣରୁ ବାତିଲ୍ ହେଲେ ଟିକେଟ୍ ଅର୍ଥ ଫେରାଇ ଦିଆଯାଇଥାଏ। କିନ୍ତୁ କୋଲକାତା ଟେଷ୍ଟର ଶେଷ ଦୁଇଦିନର ଟିକେଟ୍ […]
ଗ୍ଲାସଗୋ: ଭାରତର ଉଦୀୟମାନ ଶଟଲର୍ ଲକ୍ଷ୍ୟ ସେନ୍ ଏଠାରେ ଅନୁଷ୍ଠିତ ସ୍କଟିଶ୍ ଓପନ୍ ଟାଇଟଲ୍ ଜିତିଛନ୍ତି। ଗତ ତିନିମାସ ଭିତରେ ଲକ୍ଷ୍ୟଙ୍କର ଏହା ଚତୁର୍ଥ ଟାଇଟଲ୍। ସେ ଫାଇନାଲରେ ବ୍ରାଜିଲର ଗୋର୍ କୋଏଲହୋଙ୍କୁ ହରାଇ ଏହି ସଫଳଜା ଅର୍ଜନ କରିଛନ୍ତି। ଏହି ଟପ୍-ସିଡ୍ ଭାରତୀୟ ଖେଳାଳି ୫୬ ମିନିଟ୍ ଧରି ଚାଲିଥିବା ଫାଇନାଲକୁ ୧୮-୨୧, ୨୧-୧୮, ୨୧-୧୯ ଗେମରେ ଜିତିଥିଲେ। ଚଳିତ ବର୍ଷ ସେପ୍ଟେମ୍ବରରୁ ଏପର୍ଯ୍ୟନ୍ତ ଲକ୍ଷ୍ୟ ୪ଟିରୁ ତିନୋଟି ଟାଇଟଲ୍ ଜିତିଛନ୍ତି, ଯେଉଁଥିରେ ସାରଲୋରକ୍ସ ଓପନ୍, […]
ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ବିଜେପିକୁ ସହଯୋଗ କରିବାର ୩ ଦିନ ପରେ ଦୁର୍ନୀତି ମୁକ୍ତ ହେଲେ କି ଅଜିତ ପାୱାର୍ ? ଜଳସେଚନରେ ଅନିୟମିତତା ନେଇ ତାଙ୍କ ବିରୋଧରେ ଚାଲିଥିବା କେତେକ ମାମଲାର ତଦନ୍ତ ଏବେ ବନ୍ଦ ହୋଇଯାଇଛି।ତେଣୁ ଗଣମାଧ୍ୟମରେ ଏମିତି ଖବର ପ୍ରସାରଣକୁ ଦେଖି ମହାରାଷ୍ଟ୍ର ଦୁର୍ନୀତି ବିରୋଧୀ ସଂସ୍ଥାର(ଏସିବି) ଏହାକୁ ସମ୍ପୂର୍ଣ୍ଣ ଭିତ୍ତି ହୀନ କହିଛି। ଯେଉଁ ୯ଟି ମାମଲା ବନ୍ଦ କରାଯାଇଛି, ସେଗୁଡ଼ିକରେ ପାୱାର୍ ସମ୍ପୃକ୍ତ ନାହାନ୍ତି ବୋଲି ଏସିବି […]
କୋଲାକାତା: ପଶ୍ଚିବଙ୍ଗରେ ଜଣେ ବିଜେପି ନେତାଙ୍କୁ ଆଜି କିଛି ଦୁର୍ବୃତ୍ତ ରାସ୍ତାକଡ଼ରେ ଥିବା ଏକ ବୁଦା ଭିତରକୁ ଠେଲିତାଙ୍କୁ ଗାଳିଗୁଲଜ୍ କରିବା ସହିତ ଗୋଇଠା ମାରିବା ଭଳି ଘଟଣା ସାମ୍ନାକୁ ଆସିଛି। ରାଜ୍ୟରେ ୩ଟି ଜିଲ୍ଲାରେ ଉପନିର୍ବାଚନ ଚାଲିଥିବା ବେଳେ ଏଭଳି ଘଟଣା ସାମ୍ନାକୁ ଆସିଛି। ଏହି ବିଜେପି ନେତା ହେଲେ କରୀମପୁର ସିଟ୍ରେ ନିର୍ବାଚନ ଲଢୁଥିବା ବିଜେପି ପ୍ରାର୍ଥୀ ତଥା ଦଳର ରାଜ୍ୟ ଉପାଧ୍ୟକ୍ଷ ଜୟପ୍ରକାଶ ମଜ୍ମୁଦାର। ରାସ୍ତାକଡ଼ରେ ବୁଦା ବିତରେ ଫସି ରହିଥିବା ବେଳେ […]
ମୁମ୍ବାଇ: ମହାରାଷ୍ଟ୍ରରେ ବିରୋଧୀଙ୍କୁ ଜଳକା କରି ଦ୍ୱିତୀୟଥର ଭାବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଦେବେନ୍ଦ୍ର ଫଡ଼ନାଭିସ୍ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଫଡ଼ନାଭିସ୍ ଯେଉଁଭଳି ନାଟକୀୟ ଢଙ୍ଗରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେଲେ ଏହାକୁ ନେଇ ସାଂସଦରୁ ନେଇ ସୁପ୍ରିମକୋର୍ଟରେ ଲଢ଼େଇ ଚାଲିଛି। ହେଲେ ଆଜି ଫଡ଼ନାଭିସ୍ ଦାୟିତ୍ୱ ଗ୍ରହଣ କରି ପ୍ରଥମ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଏକ ଚେକ୍ରେ ଦସ୍ତଖତ କରିଛନ୍ତି। ରାଜ୍ୟ ସଚିବାଳୟ ଭାବେ […]
ମୁମ୍ବାଇ; ମହାରାଷ୍ଟ୍ରର ରାଜନୈତିକ ପାଣିପାଗ ଏମିତି ବଦଳୁଛି ଯେ କେତେବଳେ କ’ଣ ହେବ କିଛି କହି ହେବନି। ଏନ୍ସିପି ସୁପ୍ରିମୋ ଅଜିତ୍ ପାୱାରଙ୍କ ପୁତୁରା ତଥା ଏନ୍ସିପିର ପୂର୍ବତନ ବିଧାୟକ ଦଳର ନେତା ଅଜିତ୍ ପାୱାର ବିଜେପି ସହିତ ମେଣ୍ଟ କରି ସରକାର ଗଠନ କରିବା ପରେ ମହାରାଷ୍ଟ୍ର ରାଜନୀତିରେ ଭୂମିକମ୍ପ ହେଉଛି। ଅଜିତ୍ଙ୍କ ଏହି ନିଷ୍ପତ୍ତି ତାଙ୍କ ବ୍ୟକ୍ତିଗତ ନା ଏହା ପଛରେ ସୁପ୍ରିମୋ ଶରଦ ପାୱାରଙ୍କ ହାତ ରହିଛି ତାହା ଏବେ ଖୁବ୍ ଚର୍ଚ୍ଚା ହେଉଛି। […]
୪୧ ବର୍ଷ ପରେ ମାଆକୁ ଖୋଜି ପାଇଛି ପୁଅ । ମାତ୍ର ଦୁଇ ବର୍ଷ ବୟସରେ ମାଆଠାରୁ ଅଲଗା ହୋଇଯାଇ ଘଟଣାକ୍ରମେ ବିଦେଶକୁ ପଳେଇ ଯାଇଥିଲା। ଆଉ ୪୧ ବର୍ଷଧରି ମାଆଠାରୁ ଅଲଗା ହେବାର କଷ୍ଟ ସହି ନପାରି ଖୋଜି ଖୋଜି ଆସି ଜନ୍ମଦାତ୍ରୀ ପାଖରେ ପହଞ୍ଚିଛି ପୁଅ। ଆଉ ଏତେ ବର୍ଷ ପରେ ମାଆକୁ ପାଇଲା ପରେ କେଉଁ ପୁଅ ଭଲା ଧର୍ଯ୍ୟ ଧରି ରହିବ…. ଏ କାହାଣୀ ଏମିତି ଆରମ୍ଭ ହୋଇଥିଲା…. ୪୩ […]
ଦୋକାନରେ ଔଷଧ କିଣିଲାବେଳେ ଟାବ୍ଲେଟ୍ ଷ୍ଟ୍ରିପ୍ରେ ଖାଲିସ୍ଥାନ ଦେଖି ଆପଣଙ୍କ ମନରେ କେବେ ନା କେବେ ପ୍ରଶ୍ନ ଆସିଥିବା ଯେ ଟାବ୍ଲେଟ୍ ମଝିରେ ଖାଲି ସ୍ଥାନ କାହିଁକି ଥାଏ। ପ୍ରାୟ ଅନେକ ଲୋକଙ୍କ ମନରେ ଏମିତି ପ୍ରଶ୍ନ ଉଠେ। ଆପଣ ଭାବନ୍ତି ଯଦି ଏହି ଖାଲି ସ୍ଥାନରେ ବଟିକା ନାହିଁ, ତେବେ ଏଭଳି ଖାଲି ସ୍ଥାନ କାହିଁକି ଛଡ଼ାଯାଇଛି? ପ୍ରକୃତରେ ଏହା ପଛରେ ଖୁବ୍ ଗୁରୁତ୍ୱପୂର୍ଣ୍ଣ କାରଣ ଲୁଚି ରହିଛି। ମନରେ ବାରମ୍ବାର ଆସୁଥିବା ଏହି ପ୍ରଶ୍ନରୁ […]
ଭୁବନେଶ୍ୱର: ୱାଇଏସ୍ଆର୍ ନାମରେ ପରିଚିତ କଂଗ୍ରେସ ନେତା ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ.ୟେଦୁଗୁରୀ ସନ୍ଦିନ୍ତି ରାଜ୍ଶେଖର ରେଡ୍ଡୀଙ୍କ ଶବକୁ ଖୋଜିବା ପାଇଁ ଦେଶର ସବୁଠାରୁ ବଡ଼ ସର୍ଚ୍ଚ ଅପରେସନ୍ କରାଯାଇଥିଲା। ସ୍ଥଳ ସେନା, ବାୟୁ ସେନା ଏମିତିକି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ‘ଇସ୍ରୋ’ ମଧ୍ୟ ଏହି ସର୍ଚ୍ଚ ଅପରେସନ୍ରେ ସାମିଲ୍ ହୋଇଥିଲା। ତେବେ କ’ଣ ଥିଲା ସେ ଦିନର ଘଟଣା ଆସନ୍ତୁ ଜାଣିବା। ଏହି ଘଟଣା ହେଉଛି ୨୦୦୯ ମସିହାର। ସେପ୍ଟେମ୍ବର ୨ ତାରିଖରେ […]
ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ବିଜେପିର ସର୍ଜିକାଲ୍ ଷ୍ଟ୍ରାଇକ୍ ପରେ ବଲିଉଡ୍ ଅଭିନେତାଙ୍କ ପ୍ରଶ୍ନ ମିଶାଇଲ୍ ଆଟାକ୍। ମହାରାଷ୍ଟ୍ର ରାଜନୀତିରେ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଆଉ ଏଭଳି ପରିସ୍ଥିତିରେ ବଲିଉଡ୍ ଅଭିନେତା ଜାଭେଦ୍ ଜାଫରୀ ମଧ୍ୟ ଏମିତି ଏକ ପ୍ରଶ୍ନ ପଚାରିଛନ୍ତି ଯାହା ଆହୁରି ଅଶ୍ଚର୍ଯ୍ୟଜନକ ହେବା ସହିତ ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି। ଏହି ପ୍ରଶ୍ନ ଶୁଣିଲେ ଆପଣ ବି କହିବେ ପ୍ରଶ୍ନଟି ବିଚାରଯୋଗ୍ୟ। ଚଳିତ ନିର୍ବାଚନରେ କଂଗ୍ରେସ୍, ଏନ୍ସିପି ଓ ଶିବସେନା, ବିଜେପି ମେଣ୍ଟ […]
ସୋଶାଲ୍ ମିଡିଆ ଟ୍ୱିଟର୍ ଏବେ ଏକ ନୂଆ ଫିଚର୍ ଆଣିଛି। ଯାହା ସାହାଯ୍ୟରେ ଆପଣ ଆପଣଙ୍କ ଟ୍ୱିଟର୍ ୱାଲ୍ରେ ଆସୁଥିବା ଆପତ୍ତିଜନକ ଟିପ୍ପଣୀକୁ ହାଇଡ୍ କରିପାରିବେ। ଫଳରେ ସୋଶାଲ୍ ମିଡିଆ ଟ୍ରୋଲିଂ ଉପରେ ବି ଲଗାମ ଲଗାଯାଇପାରିବ। ଟ୍ୱିଟର୍ରେ ପୂର୍ବରୁ ଏଭଳି ବିକଳ୍ପ ନଥିବାରୁ ଯିଏ ଯାହା ପାରିଲେ ଟ୍ରୋଲିଂ କରୁଥିଲେ। ଏବେ ଏଥିରେ ଲଗାମ ଲାଗିବ ବୋଲି ଆଶା କରାଯାଉଛି। ସୋଶାଲ୍ ମିଡିଆରେ ଯେମିତି ଗୋଟେ ସୋହାର୍ଦ୍ଧ୍ୟପୂର୍ଣ୍ଣ ବାତାବାରଣ ରହିବ କେହି କାହାକୁ ଟ୍ରୋଲ୍ ନ […]
ଜୟପୁର: ରାଜସ୍ଥାନର ନାଗଉର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦୁଇଟି ମିନିବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୧୧ଜଣଙ୍କ ମୃତ୍ୟୁ ହୋଇଛି। ବିଳମ୍ବିତ ରାତିରେ କଚମାନ ସହରରେ ଯାତ୍ରୀମାନେ ଯାଉଥିବା ବେଳେ ମିନବସ୍ ଦୁଇଟି ନିୟନ୍ତ୍ରଣ ହରାଇ ପରସ୍ପରକୁ ଧକ୍କା ଦେଇଥିଲେ। ଏହା ପରେ ଗୋଟିଏ ମିନି ବସ୍ ଏକ ଗଛକୁ ମଧ୍ୟ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୧୧ଜଣଙ୍କ ମୃତ୍ୟୁ ହୋଇଛି। ଅନେକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।
ଅହମ୍ମଦାବାଦ: ଆତ୍ମଘୋଷିତ ବାବା ନିତ୍ୟାନନ୍ଦ ସମସ୍ତଙ୍କ ଅଜାଣତରେ ବିଦେଶ ପଳାଇଥିବାବେଳେ ଏହା ପରେ ତତ୍ପରତା ପ୍ରକାଶ କରିଛି ଗୁଜରାଟ ପୁଲିସ୍। ନିତ୍ୟାନନ୍ଦଙ୍କୁ ଖୋଜିବା ପାଇଁ ପୁଲିସ୍ ପକ୍ଷରୁ ବର୍ତ୍ତମାନ ବୈଦେଶିକ ମନ୍ତ୍ରଣାଳୟ ସହ ଯୋଗାଯୋଗ କରାଯିବା ସହ ତଦନ୍ତକାରୀ ସଂସ୍ଥାଙ୍କର ମଧ୍ୟ ସହାୟତା ନିଆଯାଉଛି। ତାଙ୍କ ନାମରେ ନାବାଳକଙ୍କୁ ଅପହରଣ କରି ତାଙ୍କ ଦ୍ୱାରା ଆଶ୍ରମ ପାଇଁ ଚାନ୍ଦା ସଂଗ୍ରହ କରାଉଥିବା ଆଦି ଅନେକ ଅଭିଯୋଗ ରହିଥିଲା। ଗୁଜରାଟ ପୁଲିସ୍ ଗୁରୁବାର ହିଁ କହିଥିଲା ନିତ୍ୟାନନ୍ଦ ବିଦେଶ […]
ନୂଆଦିଲ୍ଲୀ: ଭାରତୀୟ ଯବାନମାନେ କିପରି ହ୍ୱାଟ୍ସଆପ୍ ସେଟିଂ ଚେଞ୍ଜ୍ କରି ପାକିସ୍ତାନୀ ହ୍ୱାଟ୍ସଆପ୍ ଗ୍ରୁପ୍ରେ ଆଡ୍ ହେବାରୁ ରକ୍ଷା ପାଇବେ ସେ ନେଇ ଆଜି ଭାରତୀୟ ସେନା ପକ୍ଷରୁ ଏକ ଉପଦେଶନାମା ଜାରି କରାଯାଇଛି। ହ୍ୱାଟ୍ସଆପ୍ରେ ସେଟିଂ ଅପସନ୍କୁ ଯାଇ ଗୋଟିଏ ଛୋଟିଆ ପରିବର୍ତ୍ତନ କରି ଏଥିରୁ ରକ୍ଷା ପାଇ ହେବ ବୋଲି ଉପଦେଶନାମାରେ କୁହାଯାଇଛି। କେହି ଜଣେ ଦୁର୍ବୃତ୍ତ ଏକ ଶେବା ବହିର୍ଭୁତ ପାକିସ୍ତାନୀ ନମ୍ବର ଦ୍ୱାରା ଭାରତୀୟ ଯବାନଙ୍କୁ ପାକିସ୍ତାନୀ ଗ୍ରୁପ୍ରେ ଆଡ୍ କରିଥିଲେ। ପରେ […]
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଦେଶ କୁଏତ, ସାଉଦି ଆରବ, ବାହରିନ, କତାର, ଓମାନ ଓ ୟୁଏଇରେ ପ୍ରତିଦିନ ୧୫ ଜଣ ଭାରତୀୟଙ୍କ ଜୀବନ ଯାଉଛି। ଏହି ଭାରତୀୟମାନେ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ କାର୍ଯ୍ୟ କରିବାକୁ ଯାଇ ସେଠାରେ ପ୍ରାଣ ହରାଉଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୫ ବର୍ଷ ମଧ୍ୟରେ ଗଲ୍ଫ ଦେଶରେ ୩୩,୯୮୮ ଜଣ ଭାରତୀୟଙ୍କ ଜୀବନ ଯାଇଛି। କେବଳ ଚଳିତ ବର୍ଷ ସେଠାରେ ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ୪,୮୨୩ ଜଣଙ୍କ ମୃତ୍ୟୁ […]
ନୂଆଦିଲ୍ଲୀ: ଦେଶର କୌଣସି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରିବାର ସଦସ୍ୟଙ୍କୁ ଆଉ ସ୍ୱତନ୍ତ୍ର ପ୍ରୋଟେକସନ୍ ଗ୍ରୁପ କମାଣ୍ଡୋମାନେ ସୁରକ୍ଷା ଯୋଗାଇ ଦେବେନାହିଁ। ଏ ସଂକ୍ରାନ୍ତ ଏକ ସଂଶୋଧିତ ବିଲକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ ଦେଇଛି। ପୂର୍ବରୁ ଏସପିଜି ଆକ୍ଟରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରିବାର ସଦସ୍ୟଙ୍କୁ ଏସପିଜି ସୁରକ୍ଷା ଯୋଗାଇ ଦେବାର ପ୍ରାବଧାନ ରହିଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଲୋକସଭାକୁ କହିଛନ୍ତି ଯେ କେନ୍ଦ୍ର କ୍ୟାବିନେଟ୍ ଏସପିଜି ଆଇନ୍ ସଂଶୋଧନ ବିଲକୁ ଅନୁମୋଦନ ଦେଇଛି। ଆସନ୍ତା […]
ନୂଆଦିଲ୍ଲୀ: ଚଳିତ ବର୍ଷ ଡିସେମ୍ୱର ୧ରୁ ଦେଶର ସମସ୍ତ ଟୋଲ୍ଗେଟ୍ରେ ଫାସଟାଗ୍ ବାଧ୍ୟତାମୂଳକ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କର ଘୋଷଣା କରିଛନ୍ତି। ଦେଶରେ ୫୩୭ଟି ଟୋଲ୍ ଗେଟରେ ଏହି ଫାସଟାଗ ସେବା ଉପଲବ୍ଧ ହେବ। ଏନ୍ଏଚ୍ଆଇ ପକ୍ଷରୁ ଏହି ଫାସ୍ଟ୍ୟଗ୍ ସେବା ଯୋଗାଇ ଦିଆଯିବ। ତେବେ ଏହା ଖାଲି ଟୋଲ୍ ଗେଟରେ ନୁହେଁ ବରଂ ପେଟ୍ରୋଲ ପମ୍ପ, ଏୟାରପୋର୍ଟ, ଶପିଂ ମଲରେ ତେଲ ଭରିବା ସମୟରେ ବି ଉପଲବ୍ଧ ହେବ। ଏ ନେଇ […]