• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

ପୂର୍ବତନ ବିଜେପି କର୍ପୋରେଟରଙ୍କ ଘରେ ପଶି ଗାଡ଼ି ପୋଡ଼ିଲେ ଦୁର୍ବୃତ୍ତ
ପୂର୍ବତନ ବିଜେପି କର୍ପୋରେଟରଙ୍କ ଘରେ ପଶି ଗାଡ଼ି ପୋଡ଼ିଲେ ଦୁର୍ବୃତ୍ତ

ଭୁବନେଶ୍ୱର : ପୂର୍ବତନ ବିଜେପି କର୍ପୋରେଟରଙ୍କ ଘରେ ପଶି ଗାଡ଼ି ପୋଡ଼ିଲେ ଦୁର୍ବୃତ୍ତ । ଦୁଇଟି ବାଇକ୍‌, ୨ଟି ସ୍କୁଟି ଓ ଗୋଟିଏ ମାରୁତି ଗାଡ଼ିକୁ ପୋଡ଼ି ଦେଇଛନ୍ତି । ଗତକାଲି ରାତିରେ ଭୁବନେଶ୍ୱର ଖାରବେଳନଗର ଅଞ୍ଚଳରେ ଘଟିଛି ଘଟଣା । ପୂର୍ବତନ କର୍ପୋରେଟର ଲାଲା ଅଶୋକ କୁମାର ରୟ ରାତିରେ ଖାଇ ଶୋଇଥିଲେ । ବିଳମ୍ବିତ ରାତି ୧ଟା. ୩୦ ମିନିଟରେ ଜୋରରେ ଶବ୍ଦ ହେବା ପରେ କୁକୁର ଭୋକିଥିଲା । ଏହାପରେ ଅଶୋକ ଉଠି […]

  • Friday, 02 July 2021
rainfall
ଆସୁଛି ଆଉ ଏକ ଲଘୁଚାପ, କାଲି ସୁଦ୍ଧା ନେବ ଅବପାତର ରୂପ

ଭୁବନେଶ୍ୱର: ଆସୁଛି ଆଉ ଏକ ଲଘୁଚାପ। ୧୧ରୁ ଓଡ଼ିଶାରେ ପ୍ରବଳ ବର୍ଷିବ। ଏ ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। କାଲି ସକାଳ ୧୦ ସୁଦ୍ଧା ଏହା ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ଅବପାତରେ ପରିଣତ ପରେ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। କାଳକ୍ରମେ ତୀବ୍ର ଅବପାତରେ ପରିଣତ ହୋଇ ୧୨ରେ ଆନ୍ଧ୍ର ଉପକୂଳ ଛୁଇଁବ। ଏହାର […]

  • Friday, 02 July 2021
rape
ଅଟୋରେ ଯାଉଥିବା ଯୁବତୀଙ୍କୁ ଡ୍ରାଇଭରର ଦୁଷ୍କର୍ମ ଉଦ୍ୟମ !

କଟକ: ଅଟୋରେ ଯାଉଥିବା ଯୁବତୀଙ୍କୁ ଡ୍ରାଇଭରର ଦୁଷ୍କର୍ମ ଉଦ୍ୟମ। ଜଙ୍ଗଲିଆ ରାସ୍ତାରେ ଦୁଷ୍କର୍ମ ଉଦ୍ୟମ ବେଳେ ଧରିଲେ ଗାଈ ଚରାଳି। ଏଭଳି ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। କେନ୍ଦ୍ରାପଡ଼ାର ଜଣେ ଯୁବତୀ ପରୀକ୍ଷା ଦେବାକୁ ଭୁବନେଶ୍ୱର ଆସୁଥିଲେ। କଟକ ଲିଙ୍କରୋଡରେ ବସ୍‌ରୁ ଓହ୍ଲାଇ ଅଟୋରେ ଭୁବନେଶ୍ୱର ଯାଉଥିଲେ। ଅଟୋରୁ ଅନ୍ୟ ୨ ମହିଳା ଯାତ୍ରୀ ଓହ୍ଲାଇଯିବା ପରେ ଯୁବତୀ ଜଣକ ଏକୁଟିଆ ଥିଲେ। ଏକୁଟିଆ ଥିବା ଯୁବତୀଙ୍କୁ ଭୁଲାଇ ଡ୍ରାଇଭର ଜଣକ ଅନ୍ୟ ରାସ୍ତାରେ ନେଇଥିଲା। […]

  • Friday, 02 July 2021
ନିରୋଗ ରହିବାକୁ ଚାହାନ୍ତି ତ ଖାଆନ୍ତୁ ଏହି ପ୍ରାକୃତିକ ଖାଦ୍ୟ

ଗଜା ହୋଇଥିବା ମୁଗ, ବୁଟ ଇତ୍ୟାଦି ଆମେ ଖାଇଥାଉ। ଏହା ପାଟିକୁ ଭଲ ଲାଗିବା ସହ ଆମ ଶରୀର ପାଇଁ ମଧ୍ୟ ଉପକାରୀ ହୋଇଥାଏ। ତେବେ ଆପଣ ଗଜା ଗହମ ଖାଇଛନ୍ତି କି? ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଆମ ଶରୀରକୁ ଅନେକ ପ୍ରକାର ପୋଷକତତ୍ତ୍ୱ ମିଳିଥାଏ। ଗଜା ଗହମର ଉପକାରିତା ନେଇ ଏବେ ମଧ୍ୟ ଗବେଷଣା ଜାରି ରହିଛି। ଗଜା ଗହମ ଖାଇବାର ଲାଭ ୧. ଗଜା ଗହମରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ E ରହିଥାଏ। ଏହା […]

  • Friday, 02 July 2021
ବାପ, ପୁଅଙ୍କୁ ଗୁଳିମାଡ଼
ବାପ, ପୁଅଙ୍କୁ ଗୁଳିମାଡ଼

କୋରାପୁଟ: ଜୟପୁର ରାଜନଅର ଛକରେ ସଂଘବଦ୍ଧ ଭାବେ ବାପ, ପୁଅଙ୍କୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଗୁଳିରେ ଆହତ ହୋଇଥିବା ଯୁବକ ଜଣକ ହେଲେ ସନ୍ତୋଷ ନାୟକ। ତାଙ୍କ ଅଣ୍ଟା ଏବଂ ପିଠିରେ ଗୁଳି ବାଜିଥିବା ବେଳେ ତାଙ୍କ ବାପାଙ୍କୁ ମଧ୍ୟ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଉଭୟ ବାପ,ପୁଅଙ୍କୁ ଗୁରୁତର ଅବସ୍ଥାରେ କୋରାପୁଟ ମେଡିକାଲ୍‌ କଲେଜରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିକାଶ ପାତ୍ର ନାମକ ଜଣେ ଯୁବକ ଗୁଳିମାଡ଼ […]

  • Friday, 02 July 2021
ବୈଜୟନ୍ତଙ୍କ ହେଲିକପ୍ଟର୍‌ ଜବତର ପ୍ରତିବାଦ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର୍‌ ସିଜ୍ ଘଟଣାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନିର୍ବାଚନ ମଣ୍ଡଳୀର ସଚେତନ ନାଗରିକମାନେ ଆଳି ଡାକବଙ୍ଗଳା ନିକଟରେ ଏକାଠି ହୋଇ ପ୍ରତିବାଦ କରିଥିଲେ। ବୈଜୟନ୍ତଙ୍କୁ ରାଜ୍ୟ ସରକାର ବିଭିନ୍ନ ସମୟରେ ବାରମ୍ବାର ହଇରାଣ କରାଯିବାକୁ ସେମାନେ ବିରୋଧ କରିଛନ୍ତି। ତେବେ ଏ ନେଇ ରାଜ୍ୟ ସରକାର କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

  • Friday, 02 July 2021
କଟକର ସବୁ ସରକାରୀ ଅଫିସ ଆଗରେ ଓକିଲଙ୍କ ଧାରଣା
କଟକର ସବୁ ସରକାରୀ ଅଫିସ ଆଗରେ ଓକିଲଙ୍କ ଧାରଣା

କଟକ: କଟକରେ ଓକିଲଙ୍କୁ ପୁଲିସ୍‌ର ଆକ୍ରମଣ ଅଭିଯୋଗ ମାମଲାରେ ଆନ୍ଦୋଳନ ତୀବ୍ର ହୋଇଛି। କଟକର ସବୁ ସରକାରୀ ଅଫିସ ଆଗରେ ଓକିଲମାନେ ଧାରଣା ଦେବା ସହ ପିକେଟିଂ କରି କାହାକୁ ଅଫିସ ଭିତରକୁ ଛାଡୁ ନାହାନ୍ତି। କଟକର ସବୁ ଅଦାଲତରେ କାମ ଠପ୍ ହୋଇଯାଇଛି। ଏହା ସହିତ ଆର୍‌ଡିସି, ଜିଲ୍ଲାପାଳ, ଡିଆରଡିଏ ସହିତ ବିଭିନ୍ନ ଅଫିସରେ କାମ ପୂରାପୁରି ବନ୍ଦ ରହିଛି। ଯେ ପର୍ଯ୍ୟନ୍ତ ଦାବି ପୂରଣ ହୋଇ ନାହିଁ, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ […]

  • Friday, 02 July 2021
କାଲିଠୁ ଉପାସରେ ୩୦୦ ଛାତ୍ର
କାଲିଠୁ ଉପାସରେ ୩୦୦ ଛାତ୍ର

ଭୁବନେଶ୍ୱର: ଉପାସରେ ଛାତ୍ରଛାତ୍ରୀ। ଭୁବନେଶ୍ୱର ଘାଟିକିଆ କଳିଙ୍ଗନଗରରେ ଥିବା ଅର୍ବାନ ହଷ୍ଟେଲର ୩୦୦ଜଣ ଛାତ୍ର। ଗତକାଲି ରାତିରୁ ଖାଡ଼ା ଉପାସ ରହିଛନ୍ତି ଏହି ଛାତ୍ରମାନେ। କାଲିଠାରୁ କ୍ୟାଣ୍ଟିନ ବନ୍ଦ ଥିବାରୁ କିଛି ନ ଖାଇ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି ଏହି ଛାତ୍ର। କ୍ୟାଣ୍ଟିନ୍‌ରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରିବା ପରେ ପିଲାଙ୍କୁ ଏପରି ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି। ହଷ୍ଟେଲରେ ୩୦୦ ଆଦିବାସୀ ଛାତ୍ର ରହି ବିଜେବି, ମହର୍ଷି ଓ ରାଜଧାନୀ କଲେଜରେ ପାଠ […]

  • Friday, 02 July 2021
train
ଭୁବନେଶ୍ୱରରୁ ନୂଆଦିଲ୍ଲୀକୁ ଗଡ଼ିବ ଆଉ ୨ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ୱର: ଓଡ଼ିଶାରୁ ନୂଆଦିଲ୍ଲୀକୁ ଚାଲିବ ଆଉ ୨ଟି ସ୍ୱତନ୍ତ୍ର ଟ୍ରେନ। ୧୭ରୁ ଚାଲିବ ଭୁବନେଶ୍ୱର-ଆନନ୍ଦବିହାର ସ୍ପେଶାଲ ଟ୍ରେନ। ପ୍ରତି ଶନିବାର ଅପରାହ୍ନ ୧୨ଟା ୪୫ରେ ଭୁବନେଶ୍ୱର ଛାଡ଼ିବ। ୧୯ରୁ ପ୍ରତି ସୋମବାର ସକାଳ ୭ଟା ୫ରେ ଆନନ୍ଦବିହାରରୁ ଛାଡିବ। ସେହିପରି ୨୧ରୁ ଦୂରନ୍ତ ଏକ୍ସପ୍ରେସ ପ୍ରତି ବୁଧବାର ସକାଳ ୭ଟା ୪୦ରେ ଭୁବନେଶ୍ୱର ଛାଡ଼ିବ। ୨୨ରୁ ପ୍ରତି ଗୁରୁବାର ଅପରାହ୍ନ ୧୨ଟା ୫୫ରେ ନୂଆଦିଲ୍ଲୀରୁ ଛାଡ଼ିବ।

  • Friday, 02 July 2021
elephant
ଖୋର୍ଦ୍ଧା ହାତୀ ମୃତ୍ୟୁ ଘଟଣା: ବ୍ୟବଚ୍ଛେଦ ବେଳେ ବାହାରିଲା ହାତୀଛୁଆ

ଖୋର୍ଦ୍ଧା: ଖୋର୍ଦ୍ଧା ମଳିପଡାଠାରେ ଗତକାଲି ମୃତ୍ୟୁବରଣ କରିଥିବା ହାତୀଟି ଗର୍ଭବତୀ ଥିବା ବ୍ୟବଛେଦ ବେଳେ ଜଣାପଡିଛି। ତା ପେଟରୁ ଏକ ମୃତ  ହାତୀ ଛୁଆ ବାହାରିଛି।  ଆଉ ଅଳ୍ପ ଦିନ ପରେ ସେ ଏହି ଛୁଆଟିକୁ ପ୍ରସବ କରାଇଥାନ୍ତା ବୋଲି ବ୍ୟବଛେଦ କରିଥିବା OUATର ଡାକ୍ତରୀ ଟିମ ପକ୍ଷରୁ ସୂଚନା ଦିଆଯାଇଛି। ହାତୀର ବ୍ୟବଛେଦ ଶେଷ ହୋଇଛି ଏବଂ ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିବାପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କୁହାଯାଇଛି। ବ୍ୟବଛେଦ ପରେ ମୃତ ହାତୀ […]

  • Friday, 02 July 2021
ଅଟୋ ଚଳାଇ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଲେ ଏହି ମହିଳା
ଅଟୋ ଚଳାଇ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଲେ ଏହି ମହିଳା

ଗଞ୍ଜାମ: ଘର କାମଠାରୁ ଆରମ୍ଭ କରି ବିମାନ ଉଡାଣ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ମହିଳା ବି ପୁରୁଷଙ୍କ ଭଳି ସମସ୍ତ କାର୍ଯ୍ୟ କରିପାରନ୍ତି। ଏହି କଥାକୁ ଗଞ୍ଜାମ ଆସିକା ଅଞ୍ଚଳର ଝିଲ୍ଲୀ ସ୍ୱାଇଁ ପ୍ରମାଣ କରି ଦେଖାଇଛନ୍ତି। ସେ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଥିବା ବେଳେ ତାଙ୍କର ବ୍ୟବହାର ପାଇଁ ସମସ୍ତ ଯାତ୍ରୀ ତାଙ୍କ ଅଟୋକୁ ହିଁ ଅପେକ୍ଷା କରି ରହିଥାନ୍ତି। ନାଁ ତାଙ୍କର ଝିଲ୍ଲୀ ସ୍ୱାଇଁ। ମହିଳା ହେଲେ ବି ସେ ଅଟୋ ଚଳାଇବାରେ […]

  • Friday, 02 July 2021
ଜଳିପୋଡ଼ି ପାଉଁଶ ହୋଇଗଲା ୫ ବଖରା ଘର
ଜଳିପୋଡ଼ି ପାଉଁଶ ହୋଇଗଲା ୫ ବଖରା ଘର

ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଶ୍ରୀରାମପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ। ନିଆଁ ଲାଗି ୫ଟି ପରିବାରର ୫ବଖରାରୁ ‌ଊର୍ଦ୍ଧ୍ୱ ଘର ପୋଡ଼ି ପାଉଁଶ ହୋଇଯାଇଛି। ବିଳମ୍ବିତ ରାତିରେ କୌଣସି କାରଣରୁ ଘରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। ତେବେ ଏଠାରେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନିଆଁ ଲିଭାଇବାକୁ ଅଗ୍ନିଶମ ବିଭାଗକୁ ଫୋନ୍‌ କରାଯାଇଥିଲେ ମଧ୍ୟ  ଦମକଳ ଗାଡ଼ି ଆସି ନ ଥିଲା। ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଆନ୍ଦୋଳନ ଚାଲିଥିବାରୁ ସେମାନେ ଆସି ନ ଥିଲେ ବୋଲି ଅଭିଯୋଗ ହୋଇଛି। […]

  • Friday, 02 July 2021
aparajita
ଅପରାଜିତାଙ୍କ ନାଁରେ କେନ୍ଦ୍ରକୁ ଫେରାଦ ହେଲା ରାଜ୍ୟ, ସାଂସଦ ଦେଲେ ଏଭଳି ଜବାବ

ଭୁବନେଶ୍ୱର: କୋଭିଡ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନାଁରେ କେନ୍ଦ୍ରକୁ ଫେରାଦ ହେଲା ରାଜ୍ୟ। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଏନେଇ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ଚିଠି ଲେଖି ତାଗିଦ ପାଇଁ ଦାବି କରିଛନ୍ତି। ଗତ ୮ ତାରିଖ ଦିନ ନିଜ ଜନ୍ମଦିନ ପାଳନ ବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀ କୋଭିଡ଼ ନିୟମ ଭଙ୍ଗ କରିଥିବା ଅଭିଯୋଗ କରିଛନ୍ତି ଦିବ୍ୟଶଙ୍କର। ଏମିତିକି ଚିଠି ସହ ଏକ ଭିଡିଓ ବି ପଠାଇଛନ୍ତି। ଯେଉଁଥିରେ […]

  • Friday, 02 July 2021
ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଫେସର-ଛାତ୍ରଙ୍କ ମଧ୍ୟରେ ମାର୍‌ପିଟ୍‌
ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଫେସର-ଛାତ୍ରଙ୍କ ମଧ୍ୟରେ ମାର୍‌ପିଟ୍‌

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଫେସର-ଛାତ୍ର ହାତାହାତି ହୋଇଛନ୍ତି। ରାଜନୀତି ବିଜ୍ଞାନ ବିଭାଗର ଜଣେ ପ୍ରଫେସର ଓ ଜଣେ ଏମ୍‌ଫିଲ୍ ଛାତ୍ରଙ୍କ ମଧ୍ୟରେ ମାର୍‌ପିଟ୍ ଓ ଆକ୍ରମଣ ପ୍ରତିଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଉଭୟ ପକ୍ଷରୁ ଦୁଇ ଜଣ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ବୁର୍ଲା ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। କ୍ୟାମ୍ପସ୍‌ରେ ପୁଲିସ୍ ମୁତୟନ କରାଯାଇଛି। ଛାତ୍ର ଜଣଙ୍କ କହିଛନ୍ତି,“ମୁଁ ଛିଡ଼ା ହୋଇଥିବା ବେଳେ ରାଜନୀତି ବିଜ୍ଞାନ ବିଭାଗର ପ୍ରଫେସର କୁଜୁର ମୋତେ ନିଜ ପ୍ରକୋଷ୍ଠକୁ […]

  • Friday, 02 July 2021
ବାଣୀବିହାର ଅଶାନ୍ତ: ଦୁଇ ଛାତ୍ରଗୋଷ୍ଠୀ–ପୁଲିସ୍‌ ମଧ୍ୟରେ ମାରପିଟ୍, ଧସ୍ତାଧସ୍ତି
ବାଣୀବିହାର ଅଶାନ୍ତ: ଦୁଇ ଛାତ୍ରଗୋଷ୍ଠୀ–ପୁଲିସ୍‌ ମଧ୍ୟରେ ମାରପିଟ୍, ଧସ୍ତାଧସ୍ତି

ଭୁବନେଶ୍ୱର: ପୁଣି ବାଣୀବିହାର ଅଶାନ୍ତ। ଦୀର୍ଘ ଦିନ ଧରି ଶାନ୍ତ ରହିଥିବା ଉତ୍କଳ ବିଶ୍ୱବିଦ୍ୟାଳୟରେ ପୁଣି ଛାତ୍ର ଉତ୍ତେଜନା ଦେଖାଦେଇଛି। ଦୁଇ ଛାତ୍ର ଗୋଷ୍ଠୀ ଓ ପୁଲିସ୍‌ ମଧ୍ୟରେ ମାରପିଟ୍ ଏବଂ ଧସ୍ତାଧସ୍ତି ହୋଇଛି। ଏହି ଘଟଣାରେ ପୁଲିସ୍‌ ୨ଜଣ ଅଣଛାତ୍ରଙ୍କୁ ଅଟକ ରଖିବା ସହ କ୍ୟାମ୍ପସରେ ୧ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। ସୂଚନା ଅନୁସାରେ, ଗତକାଲି ଉତ୍କଳ ବିଶ୍ୱବିଦ୍ୟାଳୟରେ ଫାର୍ମାସି ବିଭାଗର ଛାତ୍ରଛାତ୍ରୀ ବିଭିନ୍ନ ଦାବି ନେଇ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ବନ୍ଦ […]

  • Friday, 02 July 2021
ନାଳକୁ ଖସି ପଡ଼ିଲା ବୋଲେରୋ; ୫ ମୃତ, ୨ ଗୁରୁତର
ନାଳକୁ ଖସି ପଡ଼ିଲା ବୋଲେରୋ; ୫ ମୃତ, ୨ ଗୁରୁତର

ପୁରୀ: ନାଳକୁ ଖସି ପଡ଼ିଲା ବୋଲେରୋ। ପୁରୀ ଜଗନ୍ନାଥ ସଡ଼କରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସୁକଳ ନିକଟସ୍ଥ ଭାଇଲିପୁର ଠାରେ ବୋଲେରୋ ନାଳକୁ ଖସି ପଡ଼ିବାରୁ ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଅନ୍ତର୍ଗତ ଜରଡ଼ା ଥାନା ଲାଲକମଙ୍ଗ ଗାଁର ବୋଲି ଜଣାପଡ଼ିଛି। ମୃତକମାନେ ହେଲେ କେ. କ୍ରିଷ୍ଣା(୫୦), ଜଗଦୀଶ୍‌(୪୦), […]

  • Friday, 02 July 2021