• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

vigilance raid
ଫସିଲେ ପୂର୍ବତନ ଉଦ୍ୟାନ କୃଷି ଅଧିକାରୀ

କଟକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉଦ୍ୟାନ କୃଷି ବିଭାଗର ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ଦାସଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ରମେଶଙ୍କ ପୈତୃକ ଓ ସମ୍ପର୍କୀୟଙ୍କ ୫ଟି ଘରେ ରେଡ୍ ଚାଲିଛି। କଟକ ଜ୍ୟୋତି ବିହାର, ବିଡ଼ାନାସୀ ଏବଂ ସିଡିଏ ସ୍ଥିତ ଘରେ ଭିଜିଲାନ୍ସ ଟିମ୍‌ ଚଢ଼ଉ କରିଛି। ଜଗତସିଂହପୁର ଏରସମାରେ ଥିବା ରମେଶଙ୍କ ପୈତୃକ ଘରେ ମଧ୍ୟ ଚଢ଼ାଉ କରିଛି ଭିଜିଲାନ୍ସ।

  • Saturday, 03 July 2021
ହେଲିକପ୍ଟର ନହେଲେ ବି ଗାଡ଼ିରେ ବୁଲି ଲୋକଙ୍କୁ ଭେଟିବି: ବୈଜୟନ୍ତ
ହେଲିକପ୍ଟର ନହେଲେ ବି ଗାଡ଼ିରେ ବୁଲି ଲୋକଙ୍କୁ ଭେଟିବି: ବୈଜୟନ୍ତ

ସାଲେପୁର: ହେଲିକପ୍ଟର ଜବତ ଓ ଅଭିଜିତ ଆୟାରଙ୍କ ମନ୍ତବ୍ୟ ପ୍ରସଙ୍ଗରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି। ହେଲିକପ୍ଟର ନହେଲେ ବି ଗାଡ଼ିରେ ବୁଲି ଲୋକଙ୍କୁ ଭେଟି ପାରିବେ ବୋଲି ବୈଜୟନ୍ତ କହିଛନ୍ତି। ଅଭିଜିତ ଆୟାର ତାଙ୍କ ବନ୍ଧୁ ନୁହନ୍ତି ବୋଲି ବୈଜୟନ୍ତ ସ୍ପଷ୍ଟ କରିଛନ୍ତି। ଅଭିଜିତଙ୍କ ସହ ତାଙ୍କର କେବଳ ଦୁଇ ଥର ଦେଖା ହୋଇଥିଲା ବୋଲି ବୈଜୟନ୍ତ କହିଛନ୍ତି। ସେହିପରି ବିବାଦୀୟ ମନ୍ତବ୍ୟକୁ ନେଇ ତାଙ୍କର କୌଣସି ଭୂମିକା ନାହିଁ ଓ ଅଭିଜିତ୍ […]

  • Saturday, 03 July 2021
ସହି ପାରିଲେନି ପୁଅ ମୃତ୍ୟୁର ଦୁଃଖ, ଜୀବନ ହାରିଦେଲେ ବାପା ମାଆ

ଯାଜପୁର: ପୁଅର ମୃତ୍ୟୁ ପରେ ବିଷ ପିଇ ଆତ୍ମହତ୍ୟା କଲେ ବାପା ମାଆ। ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅର୍ନ୍ତଗତ କୁରିସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଦୁଇ ମୃତକ ହେଲେ ପ୍ରଦୀପ ଜେନା ଓ ପ୍ରଭାତୀ ଜେନା। ସୁଚନା ଅନୁସାରେ, ପ୍ରଦୀପ ଓ ପ୍ରଭାତୀଙ୍କ ୮ ବର୍ଷର ପୁଅ ଓମ୍‌ କିଛି ଦିନ ହେବ ଥାଲାସେମିଆ ରୋଗରେ ପୀଡ଼ିତ ଥିଲେ। ପ୍ରତି ମାସରେ ଥରେ ତାଙ୍କୁ ରକ୍ତ ଦିଆଯାଉଥିଲା। ଗତ ସୋମବାର ଦିନ ତାଙ୍କ ଅବସ୍ଥା […]

  • Saturday, 03 July 2021
ସିରିଏଲ୍‌ ଅଭିନେତ୍ରୀଙ୍କୁ ଏସିଡ୍‌ ଆକ୍ରମଣ ଧମକ
ସିରିଏଲ୍‌ ଅଭିନେତ୍ରୀଙ୍କୁ ଏସିଡ୍‌ ଆକ୍ରମଣ ଧମକ

ଭୁବନେଶ୍ୱର: ସିରିଏଲ୍‌ ଅଭିନେତ୍ରୀଙ୍କୁ ଏସିଡ୍‌ ଆକ୍ରମଣ ଧମକ। ଜଣେ ଅଚିହ୍ନା ବ୍ୟକ୍ତି ଅଭିନେତ୍ରୀଙ୍କୁ ଅଶ୍ଲୀଳ ମେସେଜ୍‌ କରିବା ସହ ଗାଳିଗୁଲଜ କରୁଥିବାରୁ ପୁଲିସ୍ କମିଶନରଙ୍କ ନିକଟରେ ଅଭିନେତ୍ରୀ ଜଣଙ୍କ ଫେରାଦ ହୋଇଛନ୍ତି। ଅଚିହ୍ନା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ଦୃଢ଼ କାର୍ଯାନୁଷ୍ଠାନ ନେବା ପାଇଁ ଅଭିନେତ୍ରୀ ଜଣଙ୍କ ପୁଲିସ୍‌ କମିଶନରଙ୍କୁ ଜଣାଇଛନ୍ତି। ଗତକିଛି ଦିନ ହେବ ଜଣେ ଅଜଣା ବ୍ୟକ୍ତି ଏପରି କରି ଆସୁଥିବା ଅଭିନେତ୍ରୀ ଜଣକ ଅଭିଯୋଗ କରିଛନ୍ତି। ତେବେ ଅଭିନେତ୍ରୀଙ୍କ ଅଭିଯୋଗକୁ ଭିତ୍ତିକରି ଏହି ଘଟଣାର […]

  • Saturday, 03 July 2021
john nayak
କରୋନାରେ ଆଖି ବୁଜିଲେ ପୂର୍ବତନ ପୋଲିସ ଡିଜି ଜନ୍ ନାୟକ

ଭୁବନେଶ୍ୱର: ପୂର୍ବତନ ପୋଲିସ ଡିଜି ଜନ୍ ନାୟକଙ୍କ କରୋନାରେ ପରଲୋକ ହୋଇଯାଇଛି। ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ। ଗତକାଲି ରାତିରେ ତାଙ୍କର ପରଲୋକ ହୋଇଥିବା ଡିଜିପି  ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ଡିଜି ଜନ୍‌ ନାୟକଙ୍କୁ ୭୮ ବର୍ଷ ହୋଇଥିଲା। ୧୯୬୫ ବ୍ୟାଚର IPS ଅଫିସର ଜନ୍‌ ୨୦୦୨ରେ ଅବସର ନେଇଥିଲେ। ଆଦିବାସୀ ଅଧ୍ୟୁଷିତ ଫୁଲବାଣୀ ଜିଲ୍ଲାର ଏକ ଗାଁରୁ ଆସି ଡିଜି ପଦବୀରେ ଆସୀନ ହୋଇଥିଲେ ଜନ୍‌ ନାୟକ। ସେ ଅତ୍ୟନ୍ତ […]

  • Friday, 02 July 2021
ଆନ୍ଧ୍ର ଗୃହବିଭାଗର ଚିନ୍ତାଜନକ ତଥ୍ୟ: ଲାଲ୍‌ ବାହିନୀରେ ବଢୁଛି ମହିଳା କ୍ୟାଡର୍
ଆନ୍ଧ୍ର ଗୃହବିଭାଗର ଚିନ୍ତାଜନକ ତଥ୍ୟ: ଲାଲ୍‌ ବାହିନୀରେ ବଢୁଛି ମହିଳା କ୍ୟାଡର୍

ଚେନ୍ନାଇ: ମାଓ ସଂଗଠନରେ ମହିଳାଙ୍କ ସଂଖ୍ୟା ଓ ଦବ୍‌ଦବା ବଢୁଛି। କମ୍ ବୟସରେ ବିବାହ ଓ ଗରିବୀରୁ ରକ୍ଷା ପାଇବାକୁ ଅଧିକରୁ ଅଧିକ ଆଦିବାସୀ ଯୁବତୀ ମାଓ ସଂଗଠନରେ ଯୋଗ ଦେଉଛନ୍ତି। ଗତ ରବିବାର ଆନ୍ଧ୍ରରେ ଜଣେ ଟିଡିପି ବିଧାୟକ ଓ ପୂର୍ବତନ ବିଧାୟକଙ୍କ ହତ୍ୟା ଘଟଣାରେ ୨୦ରୁ ୨୫ ମହିଳା ମାଓବାଦୀଙ୍କ ସଂପୃକ୍ତି ପରେ ଏମିତି କିଛି କାରଣ ଦର୍ଶାଇଛି ଆନ୍ଧ୍ର ପୁଲିସ୍‌ ଓ ଗୃହ ମନ୍ତ୍ରଣାଳୟ। ଟିଡିପି ବିଧାୟକ କେ.ଏସ୍. ରାଓ ଓ ପୂର୍ବତନ […]

  • Friday, 02 July 2021
exam
ଅକ୍ଟୋବର ୧୨ରୁ ଓଡ଼ିଶାରେ ହେବ ଏକକ ପିଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟର ବିଭିନ୍ନ ବିଶ୍ୱ ବିଦ୍ୟାଳୟର ପିଜି ଶ୍ରେଣୀରେ ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା ହେବ। ଆସନ୍ତା ୧୨ ତାରିଖରୁ ଏହି ପରୀକ୍ଷା ଆରମ୍ଭ ହେବ। ୨୨ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ। ରାଜ୍ୟର ୨୬ଟି ସେଣ୍ଟରରେ ପରୀକ୍ଷା ହେବ। ଚଳିତବର୍ଷ ୮୩ଟି ବିଷୟରେ ନାମଲେଖା ହେବ। ୭୦% ମାର୍କ ଏଣ୍ଟ୍ରାନ୍ସ ଓ ୩୦% ମାର୍କ କ୍ୟାରିୟରକୁ ନେଇ ଚୟନ କରାଯିବ। ନଭେମ୍ବର ୭ରେ ବାହାରିବ ମେରିଟ୍ ଲିଷ୍ଟ। ବର୍ତ୍ତମାନ ସୁଦ୍ଧା ୬୨ ହଜାର […]

  • Friday, 02 July 2021
ବଲାଙ୍ଗିର ସରକାରୀ ମେଡିକାଲ୍ କଲେଜରେ ଲାଞ୍ଚଖୋର୍‌ ନର୍ସଙ୍କ ଦବଙ୍ଗଗିରି
ବଲାଙ୍ଗିର ସରକାରୀ ମେଡିକାଲ୍ କଲେଜରେ ଲାଞ୍ଚଖୋର୍‌ ନର୍ସଙ୍କ ଦବଙ୍ଗଗିରି

ବଲାଙ୍ଗିର: ବଲାଙ୍ଗିର ସରକାରୀ ମେଡିକାଲ କଲେଜରେ ଡାକ୍ତରୀ ସେବା କମ୍‌ ମିଳୁଛି, କିନ୍ତୁ ରୋଗୀ ଅଧିକ ହଇରାଣ ହରକତ ହେଉଛନ୍ତି। ଡାକ୍ତରଖାନାରେ କାର୍ଯ୍ୟରତ ଲାଞ୍ଚଖୋର୍‌ କର୍ମଚାରୀମାନେ ଲାଞ୍ଚ ମାଗି ମାଗି ସାଧରଣ ରୋଗୀ ଓ ତାଙ୍କ ପରିଜନଙ୍କୁ ନାକେଦମ୍‌ କରୁଛନ୍ତି। ସବୁ ବିଭାଗରୁ ଆଗରେ ରହିଛି ସ୍ତ୍ରୀ ଓ ପ୍ରସୂତି ବିଭାଗ। ଏହି ବିଭାଗକୁ ନେଇ ସବୁଦିନ କିଛି ନା କିଛି ଅଭିଯୋଗ ଆସୁଛି। କେତେବେଳେ ନର୍ସ ଦିଦିଙ୍କ ମିଠାଖିଆ ଲାଞ୍ଚକୁ ନେଇ ଚର୍ଚ୍ଚା ତ ଆଉ […]

  • Friday, 02 July 2021
voting-machien
ଉପନିର୍ବାଚନରେ କୋଭିଡ କଟକଣା: ନାମାଙ୍କନ ପତ୍ର ଦାଖଲ ବେଳେ ଶୋଭାଯାତ୍ରା ମନା

ନୂଆଦିଲ୍ଲୀ:କରୋନା କଟକଣା ମଧ୍ୟରେ ହେବାକୁ ଯାଉଛି ବିହାର ବିଧାନସଭା ନିର୍ବାଚନ ଓ ବିଭିନ୍ନ ରାଜ୍ୟର ଉପନିର୍ବାଚନ।  କରୋନା କଟକଣାକୁ ଦୃଷ୍ଟିରେ ରଖି ଷ୍ଟାର କ୍ୟାମ୍ପେନର ଗାଇଡ୍‌ଲାଇନ୍‌ରେ ପରିବର୍ତ୍ତନ କରିଛନ୍ତି ନିର୍ବାଚନ କମିଶନ। କେମିତି ପ୍ରଚାର କରାଯିବ, ପ୍ରାର୍ଥୀମାନେ କିପରି ନାମାଙ୍କନ ଦାଖଲ କରିବେ ସେ  ନେଇ ଗାଇଡ ଲାଇନ ଜାରି କରିଛନ୍ତି ଇସି। ନିର୍ବାଚନରେ ଲଢୁଥିବା ପ୍ରାର୍ଥୀଙ୍କ ପାଇଁ ଜାରି ନିର୍ଦ୍ଦେଶନାମା ଅନୁସାରେ,  ନାମାଙ୍କନ ଦାଖଲ ପାଇଁ ପ୍ରାର୍ଥୀଙ୍କ ସହିତ କେବଳ ଦୁଇ ଜଣ ସମର୍ଥକ ଯାଇ […]

  • Friday, 02 July 2021
ସୁନ୍ଦରୀ ଚିନ୍ତା: କାବୁ କରିବାକୁ ବନ ବିଭାଗର ଯୋଜନା
ସୁନ୍ଦରୀ ଚିନ୍ତା: କାବୁ କରିବାକୁ ବନ ବିଭାଗର ଯୋଜନା

ଅନୁଗୁଳ: ସାତକୋଶିଆ ହାତୀଧରା ଜଙ୍ଗଲରେ ଥିବା ସୁନ୍ଦରୀ ବାଘୁଣୀକୁ କାବୁ କରିବାକୁ ବନ ବିଭାଗ ଯୋଜନା କରିଛି । ଏଥିପାଇଁ ମଧ୍ୟପ୍ରଦେଶର କାହ୍ନା, ୱାଇଲ୍‌ଡ ଲାଇଫ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆ, ଡବ୍ଲୁଆଇଆଇ, ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ସାତକୋଶିଆ ବନ ବିଭାଗର ମୋଟ୍ ୪ଟି ଟିମ୍ ଗଠନ କରାଯାଇଛି। ଏହି ଟିମ୍ ଆଜି ଜଙ୍ଗଲ ଭିତରେ ସୁନ୍ଦରୀର ସ୍ଥିତି ଅନୁଧ୍ୟାନ କରିଛନ୍ତି। ସୁନ୍ଦରୀ ଜନବସତି ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଯାହା ବନ […]

  • Friday, 02 July 2021
ପୁଣି ଜେଲ୍‌ ଗଲେ ଗଣଶିକ୍ଷାମନ୍ତ୍ରୀଙ୍କ ପୁଅ ଦେବାଶିଷ
ପୁଣି ଜେଲ୍‌ ଗଲେ ଗଣଶିକ୍ଷାମନ୍ତ୍ରୀଙ୍କ ପୁଅ ଦେବାଶିଷ

କେଉଁଝର: ପୁଣି ଜେଲ୍‌ ଗଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର। ଆଜି ଜାମିନ ଖାରଜ ହେବା ପରେ ପୁଣି ତାଙ୍କୁ ଜେଲ୍‌ ଯିବାକୁ ପଡ଼ିଛି। ଘସିପୁରା ଥାନା ଗୌରାଙ୍ଗ ଛକରେ ଗତ ୬ ତାରିଖରେ ଗୋଷ୍ଠୀ ସଂଘର୍ଷ ଘଟଣା ଏବଂ ଗତ ୧୮ ତାରିଖରେ ରାମଚନ୍ଦ୍ରପୁର ପଦନା ଛକରୁ ଜଣେ ଅଭିଯୁକ୍ତଙ୍କୁ ପୁଲିସ୍‌ଠାରୁ ଛଡ଼ାଇ ନେବା ଘଟଣାରେ ଗିରଫ୍‌ ହୋଇଥିଲେ ଦେବାଶିଷ। ତାଙ୍କୁ ଏହି ମାମଲାରେ ଘସିପୁରା ଜେଏମ୍ଏଫ୍‌ସି କୋର୍ଟରେ […]

  • Friday, 02 July 2021
ପ୍ରଦୀପ ମହାରଥୀଙ୍କ ବିବାଦୀୟ ମନ୍ତବ୍ୟ
ପ୍ରଦୀପ ମହାରଥୀଙ୍କ ବିବାଦୀୟ ମନ୍ତବ୍ୟ

ଭୁବନେଶ୍ୱର : କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିବାଦୀୟ ମନ୍ତବ୍ୟ ବିବାଦ ବଢୁଛି।  ଅାଜି ମନ୍ତ୍ରୀ ମହାରଥୀଙ୍କ ଘରେ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି ବିଜେପି ମହିଳା ମୋର୍ଚ୍ଚାର କର୍ମୀ । ମନ୍ତ୍ରୀଙ୍କ ସରକାରୀ ବାସଭବନ ସମ୍ମୁଖରେ ସେମାନେ ବିରୋଧ ପ୍ରଦର୍ଶନ କରିଥିଲେ । ଏହା ପରେ ତାଙ୍କ କ୍ୱାର୍ଟର୍ସ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ। ତେବେ ପୁଲିସ ବିଜେପି ମହିଳା କର୍ମୀଙ୍କୁ ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରୁ ନେଇ ଅଟକ ରଖିଛି । ମହିଳାଙ୍କ ବିରୋଧରେ କୃଷିମନ୍ତ୍ରୀ […]

  • Friday, 02 July 2021
ମହିଳାଙ୍କୁ ଦଳି ଦେଲା ଦନ୍ତା
ମହିଳାଙ୍କୁ ଦଳି ଦେଲା ଦନ୍ତା

କେନ୍ଦୁଝର  : ଦଳି ଦେଲା ଦନ୍ତା । କେନ୍ଦୁଝର ରେଞ୍ଜ ସେଣ୍ଟକାପ୍ ଅଞ୍ଚଳରେ ହାତୀର ତାଣ୍ଡବ । ଅାଜି ସକାଳୁ ଛତୁ ଅାଣିବାକୁ ଜଙ୍ଗଲ ଯାଇଥିଲେ ଜଣେ ମହିଳା । ଏହି ସମୟରେ ଦନ୍ତା ହାତୀ ତାଙ୍କୁ ଅାକ୍ରମଣ କରିଥିଲା । ଗଛରେ ପିଟି ମହିଳାଙ୍କୁ ପିଟି ମାରି ଦେଇଛି ହାତୀ । ମୃତ ମହିଳା ଜଣଙ୍କ ସେଣ୍ଟକାପ୍ ଅଞ୍ଚଳର । ପୁଲିସ ଏବଂ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଅାରମ୍ଭ କରିଛି ।

  • Friday, 02 July 2021
ହରିଅାଣା ରେଓ୍ୱାଡ଼ି ଗଣଦୁଷ୍କର୍ମ ଅଭିଯୋଗ ଘଟଣା
ହରିଅାଣା ରେଓ୍ୱାଡ଼ି ଗଣଦୁଷ୍କର୍ମ ଅଭିଯୋଗ ଘଟଣା

ଚଣ୍ଡିଗଡ଼ : ଓଡ଼ିଶାରୁ ଗିରଫ ହେଲା ହରିଅାଣା ରେୱାଡ଼ି ଛାତ୍ରୀ ଗଣଦୁଷ୍କର୍ମ ଘଟଣାର ଅନ୍ୟତମ ଅଭିଯୁକ୍ତ।  ଗଞ୍ଜାମର ଗୋଳାବନ୍ଧ ଅାର୍ମି ଏୟାର ଡିଫେନ୍ସ କଲେଜରୁ ମାମଲାର ଅନ୍ୟତମ ଅଭିଯୁକ୍ତ ନବୀନ ଓରଫ ନିକୁକୁ ଗିରଫ କରିଛି ହରିୟାଣା ପୁଲିସ। ଏ ନେଇ ଗୋପାଳପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଅଭିଯୁକ୍ତ ନବୀନ ଗୋଳାବନ୍ଧ ଅାର୍ମି ଏୟାର ଡିଫେନ୍ସ କଲେଜରେ ଟ୍ରେନିଂ ନେଉଥିଲା। ନବୀନର ଘର ହରିଅାଣା ମହେନ୍ଦ୍ରଗଡ଼ ଜିଲ୍ଲାର ନୂଅାଗାଁରେ। ନବୀନ ଛୁଟିରେ ଗାଁକୁ ଯାଇଥିବା ବେଳେ […]

  • Friday, 02 July 2021
କଳିଙ୍ଗ ଷ୍ଟାଡିୟମରେ ଜାତୀୟ ସିନିୟର ଅାଥଲେଟିକ୍ସ ଚାମ୍ପିୟନସିପ୍‌
କଳିଙ୍ଗ ଷ୍ଟାଡିୟମରେ ଜାତୀୟ ସିନିୟର ଅାଥଲେଟିକ୍ସ ଚାମ୍ପିୟନସିପ୍‌

ଭୁବନେଶ୍ୱର : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜାତୀୟ ସିନିୟର ଅାଥଲେଟିକ୍ସ ଚାମ୍ପିୟନସିପ୍‌ର ଅାଜି ଦ୍ୱିତୀୟ ଦିନ। ୨୦ କିଲୋମିଟର ଓ୍ୱାକିଂରେ ଚାମ୍ପିଅନ୍ ହୋଇଛନ୍ତି ଗଣପତି। ଏହି ଇଭେଣ୍ଟରେ ସୁବେଦାର ସନ୍ଦୀପ କୁମାର ରନର୍ ଅପ୍ ହୋଇଛନ୍ତି।ପ୍ରତିଯୋଗିତାରେ ଅାଜି ୧୩ଟି ଇଭେଣ୍ଟର ଫାଇନାଲ ଅଛି । ଯେଉଁଥିରେ ରହିଛନ୍ତି କିଛି ଓଡ଼ିଆ ଅାଥଲେଟ୍। ଶହେ ମିଟର ହଡଲ୍ସରେ ପୂର୍ଣ୍ଣିମା ହେମ୍ରମ୍, ଲଙ୍ଗ ଜମ୍ପରେ ଅାଶିଷ ପାତ୍ର ଏବଂ ହାମର ଥ୍ରୋରେ ମଲୟ ପତିଙ୍କ ଉପରେ ରହିବ ନଜର। […]

  • Friday, 02 July 2021