• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

mask
ରାଜ୍ୟରେ ସୁସ୍ଥ ହେଲେ ୩୪୦୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରୁ ଆଉ ୩୪୦୪ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୨୦ ହଜାର ୩୮୮କୁ ବୃଦ୍ଧି ହୋଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଖୋର୍ଦ୍ଧାରୁ ସର୍ବାଧିକ ୬୦୨ ଆକ୍ରାନ୍ତ ସୁସ୍ଥ ହେଲେ। କଟକ- ୩୭୪, ପୁରୀ- ୨୮୯, ଷ୍ଟେଟ୍ ପୁଲ୍- ୧୬୪, ବାଲେଶ୍ୱର- ୧୪୮, ମୟୂରଭଞ୍ଜ ଓ ସମ୍ବଲପୁରରୁ ୧୩୦ ଲେଖାଏଁ, […]

  • Friday, 02 July 2021
ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଅଗ୍ନିଶମ କର୍ମଚାରୀ ସଂଘ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଅଗ୍ନିଶମ କର୍ମଚାରୀ ସଂଘ

ଭୁବନେଶ୍ୱର: ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛି ଅଗ୍ନିଶମ କର୍ମଚାରୀ ସଂଘ। ଓଡ଼ିଶା ପୁଲିସ୍‌ କର୍ମଚାରୀଙ୍କ ଭଳି ସମାନ ଦରମା ଓ ଭତ୍ତା ପ୍ରଦାନ, ଚୁକ୍ତି ଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରିବା, ଅବସର ନେଇଥିବା କର୍ମଚାରୀଙ୍କୁ ତୁରନ୍ତ ପେନ୍‌ସନ୍ ପ୍ରଦାନ ଓ ଫାୟାର୍‌ ମ୍ୟାନ୍ ହାବିଲ୍‌ଦାର ସଂଘର ପଞ୍ଜିକରଣ ଆଦି ଦାବି କରି ସଂଘ ଆନ୍ଦୋଳନକୁ ଓହ୍ଲାଇଛି। ଏଥିରେ ରାଜ୍ୟର ୫ ହଜାରରୁ ଅଧିକ ଅଗ୍ନିଶମ କର୍ମଚାରୀ ସାମିଲ ହୋଇଛନ୍ତି।  ଅନ୍ୟପଟେ ଆନ୍ଦୋଳନରୁ ଓହରିବାକୁ କଟକ ଫାୟାର୍‌ […]

  • Friday, 02 July 2021
main
ସାମନାକୁ ଆସିଲା ନିଶା ବେପାରୀଙ୍କ ନୂଆ କାରସାଦି

ଭୁବନେଶ୍ୱର: ଗଞ୍ଜେଇ ଚୋରା ଚାଲାଣରେ ଦିନକୁଦିନ ନୂଆ ନୂଆ ତରିକା ଦେଖିବାକୁ ମିଳୁଛି। ପୋଲିସ୍ ଡାଳେ ଡାଳେ ଗଲେ, ଅପରାଧୀ ପତ୍ରେ ପତ୍ରେ ଯାଉଛନ୍ତି। ଆଖିରେ ଧୂଳି ଦେଇ ଖସିଯିବାକୁ ଏକରୁ ବଳି ଆରେକ ଅଭିନବ ଉଦ୍ୟମ କରାଯାଉଛି। ନିଶା ବେପାରୀଙ୍କ ନୂଆ ନୂଆ କାର୍ସାଦି ବାରମ୍ବାର ସାମ୍ନାକୁ ଆସୁଛି। ଗତରାତିରେ କୋରାପୁଟ ଜିଲ୍ଲା ଆନ୍ଧ୍ର ସୀମାନ୍ତ ଚାଟୁଆ ଅଞ୍ଚଳରୁ ଏକ ଡିଜେଲ୍ ଟ୍ୟାଙ୍କର୍‌କୁ ନନ୍ଦପୁର ପୋଲିସ ଧରିଛି। ଏଥିରୁ ପ୍ରାୟ ୬୦୦ କିଲୋ ଗଞ୍ଜେଇ ଜବତ […]

  • Friday, 02 July 2021
ଫେରିଲା ଚକଡ଼ା , ଧାନଗଛରେ ଚରିଗଲେଣି ପୋକ
ଫେରିଲା ଚକଡ଼ା , ଧାନଗଛରେ ଚରିଗଲେଣି ପୋକ

ବଲାଙ୍ଗିର: ଫେରିଲା ଚକଡ଼ା ପୋକ। ବଲାଙ୍ଗିର ଜିଲ୍ଲା ସଦର ବ୍ଳକ୍‌ର କେତେକ ଅଞ୍ଚଳରେ ପୁଣି ଦାଉ ସାଧୁଛି ଚକଡ଼ା ପୋକ। ଫଳରେ କ୍ଷତିଗ୍ରସ୍ତ ଧାନଗଛକୁ ଧରି ଚାଷୀମାନେ ପ୍ରତିକାର ପାଇଁ କୃଷି ଅଧିକାରୀଙ୍କୁ ଗୁହାରି କରିଛନ୍ତି। ତେବେ କେବଳ ଔଷଧ ଲେଖିଦେଇ ତୁନି ପଡ଼ିଛି ବିଭାଗ। ପଢ଼ନ୍ତୁ ବଲାଙ୍ଗିର ଜିଲ୍ଳାରୁ ଓଟିଭିର ଗ୍ରାଉଣ୍ଡ ରିପୋର୍ଟ। ଏଥର ଭଲ ବର୍ଷା ହୋଇଥିବାରୁ ଫସଲ ଭଲ ହେବ ବୋଲି ଚାଷୀମାନେ ଆଶା ବାନ୍ଧିଥିଲେ। କିନ୍ତୁ ଧାନ କ୍ଷେତ ପାଖକୁ ଯାଇ […]

  • Friday, 02 July 2021
DGCAକୁ ଯାଇ ତଥ୍ୟ ପ୍ରଦାନ କଲେ ବୈଜୟନ୍ତ
DGCAକୁ ଯାଇ ତଥ୍ୟ ପ୍ରଦାନ କଲେ ବୈଜୟନ୍ତ

ଭୁବନେଶ୍ୱର: ଚିଲିକାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ହେଲିକପ୍ଟର ଉଡ଼ାଣ ଅଭିଯୋଗ ପ୍ରସଙ୍ଗରେ ଦିଲ୍ଲୀ DGCAକୁ ଯାଇ ତଥ୍ୟ ପ୍ରଦାନ କରିଛନ୍ତି ବୈଜୟନ୍ତ। DGCAରୁ ବାହାରିବା ପରେ ବୈଜୟନ୍ତ ପ୍ରତିକ୍ରିୟା ଦେଇ କହିଛନ୍ତି, DGCA ଯାହା ତଥ୍ୟ ମାଗିଲେ ତାଙ୍କୁ ପ୍ରଦାନ କରିଛି। ମୋ ପ୍ରତି ଅାସିଥିବା ଅଭିଯୋଗ ମିଥ୍ୟା, ଯାହାକୁ ୫ଥର ବଦଳାଯାଇଛି ବୋଲି କହିଛନ୍ତି ବୈଜୟନ୍ତ। ମୁଁ ଲୋକମାନଙ୍କ ସହ ଜଡ଼ିତ ରହି ବିିଭିନ୍ନ ସ୍ଥାନ ବୁଲୁଥିବାରୁ ଏପରି ଅଭିଯୋଗ ଅଣାଯାଇଛି ବୋଲି […]

  • Friday, 02 July 2021
ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ଗର୍ଭବତୀ
ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ଗର୍ଭବତୀ

ଗଞ୍ଜାମ: ରାସ୍ତା ନଥିବାରୁ ପୁଣି ଖଟରେ ବୁହାହେଲେ ଗର୍ଭବତୀ। ଜଗନ୍ନାଥ ପ୍ରସାଦ ବ୍ଲକ ପ୍ରତାପପୁର ପଞ୍ଚାୟତର ଜଣେ ଗର୍ଭବତୀ ପ୍ରସବ କଷ୍ଟ ହେବା ପରେ ପରିବାର ପକ୍ଷରୁ ୧୦୨ଅାମ୍ବୁଲାନସକୁ ଖବର ଦେଇଥିଲେ। କିନ୍ତୁ ରାସ୍ତା ଖରାପ ଥିବାରୁ ଅାମ୍ବୁଲାନ୍ସ ଗାଁ ଭିତରକୁ ଯାଇ ନପାରିବାରୁ ଗର୍ଭବତୀଙ୍କୁ ଖଟରେ ବୋହି ଅାମ୍ବୁଲାନ୍ସ ନିକଟକୁ ନିଅାଯାଇଥିଲା। ପରେ ଗର୍ଭବତୀଙ୍କୁ ଭଂଜନଗର ମେଡିକାଲକୁ ନିଅାଯାଇଥିଲା। ସେଠାରେ ସେ ଯମଜ ସନ୍ତାନ ଜନ୍ମ ଦେଇଥିଲେ। ମା ଓ ଦୁଇ ଶିଶଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ […]

  • Friday, 02 July 2021
ମାଛ ମାରିବାକୁ ଯାଇଥିଲେ; ଆଉ ଫେରିଲେନି, ମିଳିଲା ମୃତଦେହ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍ ବଣିଆହୁଡ଼ି ଗାଁରେ ଦୁଇଜଣ ଯୁବକ ଗତକାଲି କେନାଲ୍‌କୁ ମାଛ ମାରିବାକୁ ଯାଇ ନିଖୋଜ ହୋଇଯାଇଥିଲେ। ଆଜି ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଦ୍ୱୟ ହେଲେ ସଞ୍ଜୟ ଜେନା ଓ ସରୋଜ ଜେନା। ସେମାନେ ଦୁଇ ଭାଇ ବୋଲି ଜଣାପଡ଼ିଛି। ଗତକାଲି ସଞ୍ଜୟ ଓ ସରୋଜ ଏକ କେନାଲ୍‌କୁ ମାଛ ମାରିବାକୁ ଯାଇ ନିଖୋଜ ହୋଇ ଯାଇଥିଲେ। ବହୁତ ଖୋଜାଖୋଜି କରାଯାଇଥିଲେ ମଧ୍ୟ ସେମାନଙ୍କର କୌଣସି ସନ୍ଧାନ ମିଳି ନ […]

  • Friday, 02 July 2021
ଇଡ୍‌ଲିରେ ପ୍ରସ୍ତୁତ କରନ୍ତୁ ଏହି ନୂଆ ସ୍ୱାଦିଷ୍ଟ ବ୍ୟଞ୍ଜନ

ଭେଜ୍‌ ମଞ୍ଚୁରିଆନ୍‌, କୋବି ମଞ୍ଚୁରିଆନ୍‌ ତ ଆମେ ସବୁବେଳେ ଖାଇଥାଉ। କିନ୍ତୁ କେବେ ଇଡ୍‌ଲିରେ ମଞ୍ଚୁରିଆନ୍‌ ଖାଇଛନ୍ତି କି? ସାଧାରଣତଃ ଇଡ୍‌ଲି ସହ ଆମେ କିଛି ତରକାରୀ ଖାଇଥାଉ। ନ ହେଲେ ଏହା ଖାଇବାକୁ ଭଲ ଲାଗିନଥାଏ। ଯଦି ଆପଣ ଘରେ ଇଡ୍‌ଲି ପ୍ରସ୍ତୁତ କରିଛନ୍ତି ଓ ଖାଇସାରିବା ପରେ କିଛି ବଳି ପଡ଼ିଛି ତା ହେଲେ ସେଥିରେ ଇଡ୍‌ଲିର ଏକ ନୂଆ ଆଇଟମ୍‌ ଇଡ୍‌ଲି ମଞ୍ଚୁରିଆନ୍‌ ପ୍ରସ୍ତୁତ କରନ୍ତୁ। ଜାଣନ୍ତୁ ଇଡ୍‌ଲି ମଞ୍ଚୁରିଆନ୍‌ ପ୍ରସ୍ତୁତ କରିବା […]

  • Friday, 02 July 2021
uma samantaray
ବିଜେଡି ବିଧାୟକ ଉମା ସାମନ୍ତରାୟଙ୍କ ବିରୋଧରେ ମାମଲା ରୁଜୁ

ଭୁବନେଶ୍ୱର: କୋଭିଡ୍ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ବିଜେଡି ବିଧାୟକ ଉମା ସାମନ୍ତରାୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। କରୋନା ପଜିଟିଭ୍ ଥାଇ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତ୍ୟେଷ୍ଟିରେ ଯୋଗଦେଇଥିବା ନେଇ ଉମା ସାମନ୍ତରାୟ ଏବଂ ମନ୍ତ୍ରୀ ସମୀର ଦାସଙ୍କ ବିରୋଧରେ ଜଗନ୍ନାଥ ସେନା ଓ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ଗତକାଲି ପୁରୀ ସମୁଦ୍ରକୂଳ ଥାନାରେ ପୋଲିସ୍ ଉମା ସାମନ୍ତରାୟଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। […]

  • Friday, 02 July 2021
ଛିଣ୍ଡି ପଡ଼ିଲା ବିଦ୍ୟୁତ୍ ତାର; ଅଟକିଲା ଟ୍ରେନ୍‌

ରାୟଗଡ଼ା: କୋରାପୁଟର ଭାଲୁମୁସ୍କା-ଲିଲିଗୁମା ମଧ୍ୟରେ ଥିବାର ରେଲୱେ ଲାଇନ୍‌ ଉପରେ ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିଛି। ଏଥିଯୋଗୁଁ ଟ୍ରେନ୍‌ ଚଳାଚଳ ବ୍ୟାହତ ହୋଇଛି। ଟିକିରିରେ ବିଶାଖାପାଟଣା-କୋରାପୁଟ ଡିଏମ୍‌ୟୁ ଅଟକି ରହିଛି। ସେହିପରି ଭାଲୁମୁସ୍କାରେ ରାଉରକେଲା ଏକ୍ସପ୍ରେସ୍ ଅଟକି ରହିଥିବା ବେଳେ ଶିକରପାଇ ନିକଟରେ ହୀରାଖଣ୍ଡ ଏକ୍ସପ୍ରେସ୍‌ ଅଟକି ରହିଛି। ଟେକ୍ନିସିଆନ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ମରାମତି ଜାରି ରଖିଛନ୍ତି।

  • Friday, 02 July 2021
ଲାଞ୍ଚ ନେବାବେଳେ ଧରାପଡ଼ିଲେ ପ୍ରଧାନଶିକ୍ଷକ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ହାଟଭରଣ୍ଡି ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଧଳ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ସାର୍ଟିଫିକେଟ ସଂଶୋଧନ ପାଇଁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ରାଇଘର ବ୍ଲକ ଦନିପାରା ଗାଁର ଇନ୍ଦୁଲିରାମ ଗଣ୍ଡଙ୍କ ଝିଅ ଦୁର୍ଗାବତୀ ଗଣ୍ଡଙ୍କ ଦଶମ ବୋର୍ଡ ସାର୍ଟିଫିକେଟରେ ନାଁ ଠିକ୍ ଥିବାବେଳେ ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟରେ କିଛି ଭୁଲ୍ ଥିଲା। ଏହାକୁ ସଂଶୋଧନ କରିବା […]

  • Friday, 02 July 2021
man-booked 1
ମନ୍ଦିର ପରିସରରେ ପୋଷା କୁକୁର ବୁଲାଇ ଫସିଗଲେ

ଭୁବନେଶ୍ୱର: ମହଙ୍ଗା ପଡ଼ିଲା ମନ୍ଦିର ପରିସରରେ ପୋଷା କୁକୁର ବୁଲାଇବା। ଭୁବନେଶ୍ୱରର ବକ୍ରେଶ୍ୱର ମହାଦେବ ମନ୍ଦିର ପରିସରରେ ପୋଷା କୁକୁର ବୁଲାଇବା ଘଟଣାରେ କମିଶନରେଟ ପୋଲିସ୍‌ ତୋଫାନ ସାମନ୍ତରାୟ ନାମକ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ସୋସିଆଲ୍‌ ମିଡିଆରେ ଏହି ଫଟୋ ଭାଇରାଲ ହେବା ପରେ କମିଶନରେଟ ପୋଲିସ୍ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। କମିଶନରେଟ ପୋଲିସ୍ ପକ୍ଷରୁ‌ ଟ୍ୱିଟ୍‌ କରାଯାଇ କୁହାଯାଇଛି, ‘ପୋଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ ଏହି ବ୍ୟକ୍ତିଙ୍କୁ ଚିହ୍ନଟ […]

  • Friday, 02 July 2021