• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

coronavirus-bhubaneswar
ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଜି ୩୨୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୭୦, ଲୋକାଲ କଣ୍ଟାକ୍ଟ କେସ୍ ୨୫୬ ରହିଛି। କେଉଁ ଅଞ୍ଚଳରୁ କେତେ:- ପଟିଆ ଅଞ୍ଚଳରୁ ୨୦, ନୟାପଲ୍ଲୀରୁ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୟୁନିଟ-୯ରୁ ୧୦, ଓଲ୍ଡ୍ ଟାଉନ ଅଞ୍ଚଳରୁ ୮ ଆକ୍ରାନ୍ତ, ବରମୁଣ୍ଡାରୁ ୮, ରସୁଲଗଡ଼ ଓ ଚନ୍ଦ୍ରଶେଖରପୁରରୁ ୭ ଲେଖାଏଁ ଚିହ୍ନଟ ହୋଇଛନ୍ତି। Update on newly detected #COVID19 cases in the last […]

  • Saturday, 03 July 2021
covid19
ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ରେକର୍ଡ ଛୁଇଁଛି। ଆଜି ମୋଟ ୪୩୮୮ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଯାହାକି ଏପର୍ଯ୍ୟନ୍ତ ରାଜ୍ୟରେ ସୁସ୍ଥ ହେବାରେ ଏହା ରେକର୍ଡ। ଏହାକୁ ମିଶାଇ ଆଜି ସୁଦ୍ଧା ୧୬୫୪୩୨ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। 88 from Koraput73 from Keonjhar57 from Dhenkanal56 from Sonepur49 […]

  • Saturday, 03 July 2021
police
ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଭୁବନେଶ୍ୱର: ରାଜଧାନୀରେ ଥିବା ବ୍ୟବସାୟୀ ଓ ଦୋକାନୀ ସାବଧାନ। ଗାଇଡଲାଇନ୍ ନ ମାନିଲେ ବଜାର ବନ୍ଦ କରାଯିବ। ଏଭଳି ଢଙ୍ଗରେ ବ୍ୟବସାୟୀ ଓ ଦୋକାନୀଙ୍କୁ ଚେତାବନୀ ଦେଇଛନ୍ତି ପୋଲିସ୍ କମିଶନର। ରାଜଧାନୀରେ କେମିିିତି କୋଭିଡ୍ ଗାଇଡଲାଇନ୍ ପାଳନ ହେଉଛି, ନିଜେ ଏହାର ଅନୁଧ୍ୟାନ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ। ରାଜଧାନୀ ୟୁନିଟ୍-୨ର ମାର୍କେଟ ବିଲ୍ଡିଂକୁ ଡିସିପିଙ୍କ ସହ ଯାଇ ସିପି ବୁଲିଦେଖିଥିଲେ। ଗାଇଡ୍ ଲାଇନ୍ ଠିକ୍ ସେ ପାଳନ ନହେଲେ ବଜାର ବନ୍ଦ କରାଯିବ ବୋଲି […]

  • Saturday, 03 July 2021
car
ନାଳରେ ପଶିଗଲା ଚଳନ୍ତା କାର

କଟକ: କଲ୍ୟାଣୀନଗରରେ ନାଳରେ ପଶିଗଲା ଚଳନ୍ତା କାର୍। ତାଳଦଣ୍ଡା କେନାଲକୁ ଲାଗି ଯାଇଥିବା ନାଳରେ ପଶିଗଲା କାର୍। କାର ପଶିଯିବା ପରେ ପ୍ରତ୍ୟକ୍ଷଦର୍ଶୀ ପୋଲିସକୁ ଖବର ଦେଇଥିଲେ। ଓଡ୍ରାଫ୍ ଟିମ୍ ଓ ମଧୁପାଟଣା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି କାର୍ ଚାଳକଙ୍କୁ ଉଦ୍ଧାର କରିଛି। କାରରେ ଏକମାତ୍ର ଚାଳକ ଥିବା ପୋଲିସ ସୂଚନା ଦେଇଛି। ତେବେ ଷଣ୍ଢ ଲଢେଇରୁ ବର୍ତ୍ତିବାକୁ ଯାଇ କାର୍‌ଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ପ୍ରତକ୍ଷଦର୍ଶୀ ସୂଚନା ଦେଇଛନ୍ତି।

  • Saturday, 03 July 2021
cm-naveen
ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି। ଏଥିରେ ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି,  ଓଡ଼ିଶୀ ସଙ୍ଗୀତ ୨ ହଜାର ବର୍ଷ ପୁରୁଣା। ଆଉ ଏହା ନିଜସ୍ୱ ଲିଖିତ ଶାସ୍ତ୍ର ଓ ସ୍ୱତନ୍ତ୍ର ରାଗ ଉପରେ ଆଧାରିତ। ଏହାର ଶୈଳୀ ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକୀ ସଙ୍ଗୀତଠାରୁ  ସମ୍ପୂର୍ଣ୍ଣ ଅଲଗା ଅଟେ। ଭାରତୀୟ ସଂସ୍କୃତି ଉପରେ ମଧ୍ୟ ଓଡ଼ିଶୀ ସଙ୍ଗୀତର ପ୍ରଭାବ ରହିଛି। ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ […]

  • Saturday, 03 July 2021
ASSEMBLY
ବିଧାନସଭା ମୌସୁମୀ ଅଧିବେଶନ; କଭରେଜ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ

ଭୁବନେଶ୍ୱର:ଆସନ୍ତା ୨୯ରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ। ଅକ୍ଟୋବର ୭ ତାରିଖ ଯାଏ ଚାଲିବ ଏହି ଅଧିବେଶନ । ବିଧାନସଭା ଗୃହ କାର୍ଯ୍ୟ କଭରେଜ୍ ଲାଗି ଯଥା ସମ୍ଭବ କମ୍ ଗଣମାଧ୍ୟମ ପ୍ରତିନିଧିଙ୍କୁ ଛଡ଼ାଯିବ ବୋଲି ନିଷ୍ପତ୍ତି ହୋଇଛି । ଏ ନେଇ ବିଧାନସଭା ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଗଣମାଧ୍ୟମ ସଂସ୍ଥାକୁ କୁହାଯାଇଛି । ଏଥି ସହିତ ବିଧାନସଭା କଭରେଜ କରୁଥିବା ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ କରୋନା ଟେଷ୍ଟ କରାଯିବ ବୋଲି ମଧ୍ୟ କୁହାଯାଇଛି। ଯେଉଁ […]

  • Saturday, 03 July 2021
Odisha-assembly
ବିଧାନସଭାର ମୌସୁମୀ ଅଧିବେଶନ; ରବିବାର ବି ଚାଲିବ ଗୃହକାର୍ଯ୍ୟ

ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନରେ କେମିତି ଚାଲିବ ଗୃହ କାର୍ଯ୍ୟ ? ଏନେଇ ସର୍ବଦଳୀୟ ବୈଠକ ଡାକି ସମସ୍ତଙ୍କୁ ସୂଚନା ଦେବା ସହ ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି ବାଚସ୍ପତି । ଆସନ୍ତା ୨୯ ତାରିଖ ଦିନ ୧୧ଟାରେ ଆରମ୍ଭ ହେବେ ଅଧିବେଶନ । ପ୍ରଥମ ଦିନ ପ୍ରଥମାର୍ଦ୍ଧରେ ଶୋକ ପ୍ରସ୍ତାବ ପାରିତ ହେବା ପରେ ଗୃହ ମୁଲତବୀ ହେବ ଏହାପରେ ସେହିଦିନ ଅପରାହ୍ଣ ୩ଟାରୁ ପୁଣି ଗୃହକାର୍ଯ୍ୟ ଆରମ୍ଭ ହୋଇ ୫ଟାରେ ଶେଷ ହେବ। ଅନ୍ୟଦିନରେ […]

  • Saturday, 03 July 2021