ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୪, ୩୫୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୪, ୩୫୬ ଆକ୍ରାନ୍ତଙ୍କ ମଧ୍ୟରୁ ୨,୫୨୯ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୮୨୭ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ଟିଭ କେସ ୩୯, ୧୮୪ ଅଛନ୍ତି। ତେବେ ଖୋର୍ଦ୍ଧାର ପଜେଟିଭ ସଂଖ୍ୟା ଆଜି ରେକର୍ଡ ଭାଙ୍ଗିଲା। ଏଠାରୁ ସର୍ବାଧିକ […]
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୬ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭୮୩ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। Regret to inform of the demise of sixteen Covid positive patients while under treatment in hospitals. 1.A 45 year old male of Balasore district. 2.A […]
ବରଗଡ: କରୋନା ସଂକ୍ରମଣ ସାରା ବିଶ୍ୱରେ ଚିନ୍ତା ବଢାଇ ଥିବାବେଳେ ଔଷଧ ବା ଭାକ୍ସିନକୁ ଲୋକେ ଚାହିଁ ବସିଛନ୍ତି। ଏପରିକି କରୋନାରୁ ମୁକ୍ତି ପାଇଁ ଯିଏ ଯାହା ପ୍ରତିକାର ବ୍ୟବସ୍ଥା କହିଲେ ଲୋକ କରିବାକୁ ପଛାଉ ନାହାନ୍ତି। ଲୋକଙ୍କ ଏପରି ମାନସିକତାର ଫାଇଦା ଉଠାଇବାକୁ ବସିଛନ୍ତି କଳା ବେପାରୀ। କରୋନାର ନକଲି ଔଷଧ ପ୍ରସ୍ତୁତ କରି ବିକ୍ରି ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ତେବେ ପୋଲିସ ଏହାକୁ ଠାବ କରି ବିପୁଳ ନକଲି ଜିନିଷ ଜବତ କରିଛି। […]
ସୁନ୍ଦରଗଡ: ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରିବା ମହଙ୍ଗା ପଡ଼ିଲା। ସରକାରୀ ଅଧିକାରୀଙ୍କୁ ମାଡ ମାରିବା ଅଭିଯୋଗରେ ପରିବାର ସହ ଗିରଫ ହୋଇଛନ୍ତି ଘର ମାଲିକ। ଘଟଣା ଘଟିଛି ସୁନ୍ଦରଗଡ଼ ବିଜୟା ଟକିଜ୍ ନିକଟରେ। ବିଜୟା ଟକିଜ୍ ନିକଟରେ ରହୁଥିବା ଇନ୍ଦ୍ରମଣୀ ଖୁଣ୍ଟିଆ ତାଙ୍କ ଘରେ ରହୁଥିବା ଜଣେ ଭଡ଼ାଟିଆଙ୍କୁ ଘର ଖାଲି କରିବାକୁ କହିଥିଲେ। ହେଲେ କରୋନା ମହାମାରୀ ଯୋଗୁ ଘର ଖାଲି କରିବାକୁ ଭଡାଟିଆ ଅସମର୍ଥ ଥିଲେ। ଭଡ଼ାଟିଆଙ୍କ ପରିସ୍ଥିତି ନ ବୁଝି ଘର ମାଲିକ […]
ଭୁବନେଶ୍ୱର: ଓଟିଭି ଏମଡିଙ୍କ ବିରୋଧରେ ପୁଣି ଏକ ଅଭିଯୋଗ। ଏଥର ଅଭିଯୋଗ ଆଣିଛନ୍ତି ଖୋର୍ଦ୍ଧା ଜିଲ୍ଲା ସାରୁଅ, ଜୟ ମଙ୍ଗଳ ଏବଂ ଗୌଡ଼ପୁଟ ଗାଁର ଲୋକେ। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ସହ ସେମାନଙ୍କ ଚାଷ ଜମିକୁ ରାସ୍ତା ଛାଡ଼ୁନଥିବା ଅଭିଯୋଗ ଆଣିଛନ୍ତି। ରାସ୍ତା ନଥିବାରୁ ଚାଷ ଜମିକୁ ସେମାନେ ଯାଇପାରୁନାହାନ୍ତି। ଏପରିକି ଜମି ଜବରଦଖଲ ନେଇ ମଧ୍ୟ କିଛି ଲୋକ ଧମକ ଦେଉଥିବା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ସଂପୃକ୍ତ ଗାଁର ଲୋକେ। ସେପଟେ ଏଭଳି ଅଭିଯୋଗକୁ […]
ଭୁବନେଶ୍ୱର: କାର ପାର୍କିଂ ପାଇଁ ଉଚ୍ଛେଦ। ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂ କଡରେ ନିର୍ମାଣାଧିନ ବହୁତଳ କାର ପାର୍କିଂର ଅଗ୍ରଗତିରେ ବାଧା ସୃଷ୍ଟି କରୁଥିବା ୨୪ଟି ଉଠା ଦୋକାନୀଙ୍କ ବେଆଇନ ନିର୍ମାଣ ଉଛେଦ କଲା ବିଏମ୍ସି। ପୋଲିସର ସହାୟତାରେ ନେଇ ବୁଲଡୋଜର ଲଗାଇ ଉଛେଦ କରିଛ ବିଏମ୍ସି। ସେପଟେ ଏହି ଉଚ୍ଛେଦକୁ ବେଆଇନ ଦର୍ଶାଇଛି ନିଖିଳ ଉତ୍କଳ ଉଠାଦେକାନ କ୍ଷୁଦ୍ର ବ୍ୟବସାୟୀ ସଂଘ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରି ବିଏମସି ଉଚ୍ଛେଦ କରିଥିବା ସଂଘ ଅଭିଯୋଗ କରିଛି। […]
ଭୁବନେଶ୍ୱର: ବିଜେପି କାର୍ଯ୍ୟକର୍ତ୍ତା ଘୋଷଣା କଲେ ସଭାପତି ଜେପି ନଡ୍ଡା। ପୂର୍ବଭଳି ଉପାଧ୍ୟକ୍ଷ ପଦ ବଜାୟ ରଖିଲେ ବୈଜୟନ୍ତ ପଣ୍ଡା। ନଡ୍ଡାଙ୍କ ଟିମରେ ୧୨ ଉପସଭାପତି, ୮ ସାଧାରଣ ସଂପାଦକ। କାହାଙ୍କୁ ମିଳିଲା କେଉଁ ଦାୟିତ୍ୱ:- ରମଣ ସିଂହ, ବସୁନ୍ଧରା ରାଜେ ସିନ୍ଧିଆ, ରାଧାମୋହନ ସିଂ, ବୈଜୟନ୍ତ ପଣ୍ଡା, ରଘୁବର ଦାସ, ମୁକୁଲ ରାୟ, ରେଖା ବର୍ମା, ଅନ୍ନପୂର୍ଣ୍ଣା ଦେବୀ, ଭାରତୀବେନ୍ ସିୟାଲ, ଡିକେ ଅରୁଣା, ଏମ୍. ଚୌବା ଏଓ, ଅବଦୁଲ୍ଲା କୁଟ୍ଟିଙ୍କୁ ଉପାଧ୍ୟକ୍ଷ ଦାୟିତ୍ୱ ମିଳିଛି। […]
କଟକ: ଓକିଲଙ୍କ ଆନ୍ଦୋଳନ ଯୋଗୁ ଉପୁଜିଥିବା ଅସ୍ୱାଭାବିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜେଲ୍ ପରିସରରେ କ୍ୟାମ୍ପ୍ କୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏନେଇ ହାଇକୋର୍ଟଙ୍କ ପକ୍ଷରୁ ସମସ୍ତ ଜିଲ୍ଲା ଓ ଦୌରାଜଜ୍ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଛୋଟମୋଟ ଘଟଣାରେ ବନ୍ଦୀ ଥିବା ତଥା ଜାମିନଯୁକ୍ତ ମାମଲା ଗୁଡ଼ିକର ବିଚାର କରି ସବୁ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କାର୍ଯ୍ୟଦିବସର ସମୟ ଅନୁଯାୟୀ କ୍ୟାମ୍ପ୍ କୋର୍ଟ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ହାଇକୋର୍ଟ।