ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ମହୁଲିଆ ମାଣପଡ଼ା ଗାଁରେ ୪ ଦିନ ହେଲା ପଡ଼ି ରହିଛି ମା’ ଝିଅଙ୍କ ଶବ। ମାମୁ ଘର ଆଗରେ ଭାଣିଜୀର ମୃତଦେହ ପଡ଼ି ରହିଥିବା ବେଳେ ଆମ୍ବୁଲାନ୍ସ ଭିତରେ ପଡ଼ି ରହିଛି ମା’ର ମୃତଦେହ। ସୂଚନାଥାଉ କି, ଗତ ୧୯ ତାରିଖରେ ମା’ ନିଖୋଜ ହେବା ପରେ ତାଙ୍କୁ ଖୋଜିବାକୁ ମାମୁ ଘରକୁ ଯାଇ ନିଖୋଜ ହୋଇଥିଲେ ଝିଅ। ୧୯ରେ ମା’ଙ୍କ ଓ ୨୦ ତାରିଖରେ ଝିଅର ମୃତଦେହ […]
ବାରିପଦା: ୫ ଶହ ଟଙ୍କା ପାଇଁ ଜଣେ ନାବାଳକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ କିଆପାଣପୋଷି ଗାଁରୁ ଏଭଳି ଅଭିଯୋଗ ଆସିଛି। ସୂଚନା ଅନୁସାରେ, ପଡ଼ୋଶୀଙ୍କ ଘରୁ ୫ଶହ ଟଙ୍କା ଚୋରି କରିବା ଅଭିଯୋଗରେ ସମ୍ପୃକ୍ତ ନାବାଳକଙ୍କୁ ପଡ଼ୋଶୀ ମହିଳା, ଅନ୍ୟମାନେ ପିଟିଥିବା ଅଭିଯୋଗ ହୋଇଛି। ଫଳରେ ନାବାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଉକ୍ତ ମହିଳା ଜଣକ ନାବାଳକଙ୍କୁ ପିଟିଥିବା ସ୍ୱୀକାର କରିଥିଲେ ମଧ୍ୟ କେମିତି ନାବାଳକଙ୍କ […]
ଭୁବନେଶ୍ୱର: ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ମାମଲାକୁ ନେଇ ବଡ଼ ଶୁଣାଣି କରିଛନ୍ତି ହାଇକୋର୍ଟ। ଦୁଷ୍କର୍ମ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହି ଟଙ୍କା ୭ ଦିନ ମଧ୍ୟରେ ବ୍ୟାଙ୍କରେ ଜମା କରିବାକୁ କୋର୍ଟ କହିଛନ୍ତି। ଜଗତସିଂହପୁର କୁଜଙ୍ଗ ଥାନା ଅଞ୍ଚଳର ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ଏହି କ୍ଷତିପୂରଣ ଟଙ୍କା ଦେବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ, ଦୁଷ୍କର୍ମ ପରେ ଭିନ୍ନକ୍ଷମ ଯୁବତୀ ଜଣକ […]
ଭୁବନେଶ୍ୱର: ଭୁବନେଶ୍ୱର ଦିନକୁ ଦିନ କରୋନା ସ୍ଥିତିରେ ସୁଧାର ହେବାରେ ଲାଗିଛି। ଆଜି ଭୁବନେଶ୍ୱରରୁ ୩୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ ୮୩ ଜଣ କ୍ୱାରେଣ୍ଟିନ୍ରେ ଥିବା ବେଳେ ୨୧୮ ଲୋକାଲ୍ କେସ ଅଛନ୍ତି। ଏହାଛଡ଼ା ଆଜି ଆଉ ୩୯୨ ଜଣ କରୋନାରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଟ୍ୱିଟ୍ କରି ସୂଚନା ଦେଇଛି। Update on newly detected #COVID19 cases in the last 24 […]
ଭୁବନେଶ୍ୱର: ଆସନ୍ତା ୨୫ ତାରିଖରୁ ରାଜ୍ୟରେ ପୁଣି ବର୍ଷା ହେବ। ରାଜ୍ୟର ଅଧିକାଂଶ ଜିଲ୍ଲାରେ ୨୫ରୁ ୨୮ ତାରିଖ ଯାଏ ବର୍ଷା ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେପ୍ଟେମ୍ବର ୨୫ ତାରିଖରେ ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ହେବ। ସେହିପରି ୧୫ଟି ଜିଲ୍ଲାରେ ଝଡ଼ତୋଫାନ ଓ ବଜ୍ରପାତ ହେବ ବୋଲି ଅନୁମାନ କରାଯାଇଛି। ଏଥିପାଇଁ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ […]