ଭୁବନେଶ୍ୱର: ଆଜି ରାଜ୍ୟରେ ୧୭ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୧୧୫୨ରେ ପହଞ୍ଚିଛି। ଭୁବନେଶ୍ୱରରୁ ୨ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ସେହିପରି ସୁବର୍ଣ୍ଣପୁର, ବଲାଙ୍ଗୀର, ଝାରସୁଗୁଡା ଓ କଟକରୁ ୨ ଜଣ ଲେଖାଏ ଆକ୍ରାନ୍ତ ଆଖିବୁଜିଛନ୍ତି। ସୂଚନା ଥାଉ କି, ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ଆଜି ଦୁଇ ହଜାରରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ […]
ଭୁବନେଶ୍ୱର: ଘରୋଇ ସ୍କୁଲ ଫି ଛାଡ଼ ସଂପର୍କିତ ମାମଲାରେ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ । ସ୍କୁଲ ଫି ଛାଡ଼ ସଂପର୍କିତ ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଆଗତ କିଛି ଇଣ୍ଟରଭେନ୍ସନ୍ ପିଟିସନକୁ କୋର୍ଟ ଅଗ୍ରାହ୍ୟ କରିଛନ୍ତି। କିଛି ଘରୋଇ ସ୍କୁଲ ପକ୍ଷରୁ ଆଗତ ଏହି ପିଟିସନକୁ କୋର୍ଟ ଅଗ୍ରାହ୍ୟ କରିବା ସହ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି । ଏଥିସହ ୭ ଦିନ ମଧ୍ୟରେ ସ୍ପଷ୍ଟ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । […]
କେନ୍ଦୁଝର : କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୋଲିସ-ଶ୍ରମିକ ଧସ୍ତାଧସ୍ତି ହୋଇଛନ୍ତି। ଯୋଡ଼ା ଖଣିଅଞ୍ଚଳ ତ୍ରିବେଣୀ ଓ MTLL କମ୍ପାନୀରୁ ଛଟେଇ ଶ୍ରମିକମାନେ ଆଜି ଜିଲ୍ଲାପାଳଙ୍କୁ ଦାବି ଜଣାଇବାକୁ ଆସିଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ। ଖଣି କମ୍ପାନୀ ଶତାଧିକ ଶ୍ରମିକଙ୍କୁ ବେଆଇନ ଭାବେ ଛଟେଇ କରିଥିବା ଅଭିଯୋଗ ନେଇ ଶ୍ରମିକ ମାନେ ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ତେବେ ଏହି ସମୟରେ ପୋଲିସ ସହ ମୁହାଁମୁହିଁ ସ୍ଥିତି ସୃଷ୍ଟିହୋଇଥିବା […]
କଟକ: ରାଜ୍ୟ ବାର୍ କାଉନସିଲ୍କୁ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଥିବା ସବୁ ଓକିଲ ସଂଘର ନିର୍ବାଚନ କରିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ଜଣା ପଡ଼ିଛି। ନିର୍ବାଚନ ପାଇଁ ନଭେମ୍ବର ଶେଷ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ କରିବାକୁ ନିର୍ଦ୍ଦେଶ ରହିଛି। ଆସନ୍ତା ଡିସେମ୍ବର ୧୫ ସୁଦ୍ଧା ନିର୍ବାଚନ ସାରି ଫଳ ଘୋଷଣା କରିବା ପାଇଁ ହାଇକୋର୍ଟ କହିଛନ୍ତି। ପୂର୍ବରୁ ୨ ଥର ଘୋଷଣା ସତ୍ତ୍ୱେ କରୋନା ପାଇଁ ନିର୍ବାଚନ ବନ୍ଦ ରହିଥିଲା।
କେନ୍ଦ୍ରାପଡା: ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। ଆଗରୁ ଅକ୍ଟୋବର ୧ ତାରିଖରୁ ଯେଉଁମାନେ ରାତ୍ରୀ ରହଣି କରୁଥିଲେ କେବଳ ସେହିମାନଙ୍କୁ ଭିତରକନିକା ବୁଲିବାକୁ ଅନୁମତି ଦିଆଯାଉଥିଲା। ହେଲେ ଏବେ ସମସ୍ତ ପର୍ଯ୍ୟଟକଙ୍କ ପାଇଁ ଏହା ଖୋଲାଯାଇଛି। କେନ୍ଦ୍ରାପଡାରେ ଥିବା ଏହି ଜାତୀୟ ଉଦ୍ୟାନକୁ ଆଜି ପ୍ରଥମ ଦିନରେ ପ୍ରତୀକୂଳ ପାଣିପାଗ ସତ୍ତ୍ୱେ ୨୦ଜଣ ପର୍ଯ୍ୟଟକ ଆସିଥିଲେ। କୋଭିଡ କଟକଣା ଭିତରେ ପର୍ଯ୍ୟଟକଙ୍କୁ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଉଛି।
ବଲାଙ୍ଗିର: ଜଙ୍ଗଲଭିତରୁ ଏକ ଶିଶୁ କନ୍ୟା ଉଦ୍ଧାର କରାଯାଇଛି। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ସାଲେପାଲି ଜଙ୍ଗଲ ଭିତରେ ଏହି ଶିଶୁକନ୍ୟାଟି ପଡ଼ିଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ। ଘଟଣା ସମ୍ପର୍କରେ ସ୍ଥାନୀୟ ଆଶାକର୍ମୀଙ୍କୁ ଖବର ଦିଆଯାଇଥିଲା। ପରେ ଆଶା କର୍ମୀ ପଙ୍କଜିନୀ ମେହେର ଜଙ୍ଗଲକୁ ଯାଇ ଶିଶୁଟିକୁ ଉଦ୍ଧାର କରିଥିଲେ। ଶିଶୁକନ୍ୟାଟିର ସମ୍ପୂର୍ଣ୍ଣ ଶରୀରରେ ପିମ୍ପୁଡି ଲାଗିଯାଇଥିବା ବେଳେ ତାକୁ ସଫା କରି ପାଟଣାଗଡ଼ ଡାକ୍ତରଖାନାରେ ଆଶାକର୍ମୀ ଭର୍ତ୍ତି କରିଥିଲେ। ଏବେ ଶିଶୁଟି ସୁସ୍ଥ ଥିବା […]
ଭୁବନେଶ୍ୱର: ୨୪ ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ଏହାର ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି। କାଲି ସକାଳ ୮ଟା ୩୦ ଯାଏଁ ୫ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତିକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଏପଟେ ଏହାରି ମଧ୍ୟରେ ପାରାଦୀପରେ ସର୍ବାଧିକ ୨୦ ମିଲିମିଟର, ଗଞ୍ଜାମରେ ୧୪.୬ ଏବଂ ରାୟଗଡା ୧୪ମିଲିମିଟର ବର୍ଷା ରେକର୍ଡ କରାଯାଇଛି ଏନେଇ […]
ପୁରୀ : ପୁରୀ ସ୍ୱର୍ଗଦ୍ୱାରରେ ଶବ ସଂସ୍କାର ନେଇ ହଟିଲା କଟକଣା । ଏଣିକି ପୁରୀ ଜିଲ୍ଲା ବାହାରର ମୃତଦେହ ସ୍ୱର୍ଗଦ୍ୱାରରେ ସଂସ୍କାର କରାଯାଇପାରିବ। ଏହି କଟକଣା ହଟିବା ନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି। ଜିଲ୍ଲାରେ ସଂକ୍ରମଣ ହାର କମିଥିବାରୁ ସ୍ୱର୍ଗଦ୍ୱାରରୁ କଟକଣା ହଟାଯାଇଥିବା ସେ କହିଛନ୍ତି। ତେବେ ଶବ ସତ୍କାର ବେଳେ କୋଭିଡ଼ ଗାଇଡଲାଇନ ପାଳନ ଜରୁରୀ। ଅନ୍ତିମ ସଂସ୍କାର ବେଳେ ୨୦ ଜଣରୁ ଅଧିକ ଲୋକ ଉପସ୍ଥିତ ରହିବେ ନାହିଁ। […]
ବାଲେଶ୍ୱର: ଟ୍ୟାଙ୍କ ବିଧ୍ୱଂସୀ କ୍ଷେପଣାସ୍ତ୍ର ସ୍ୟାଣ୍ଟର ପରୀକ୍ଷଣ ହୋଇଛି। ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ସ୍ଥିତ ୩ ନମ୍ବର ଲଞ୍ଚପ୍ୟାଡରୁ ସ୍ୟାଣ୍ଟର ପରୀକ୍ଷଣ କରାଯାଇଥିଲା। ଏହି କ୍ଷେପଣାସ୍ତ୍ର ଆକାଶ ମାର୍ଗରୁ ଭୂପୃଷ୍ଠକୁ ନିକ୍ଷେପ ହୋଇଥାଏ। କ୍ଷେପଣାସ୍ତ୍ର ସ୍ୟାଣ୍ଟ ନିକଟରେ ଶତ୍ରୁ ପକ୍ଷର ଟ୍ୟାଙ୍କ ଧ୍ୱଂସ କରିବା କ୍ଷମତା ରହିଛି। କ୍ଷେପଣାସ୍ତ୍ର ସ୍ୟାଣ୍ଟର ଲକ୍ଷ୍ୟଭେଦ କ୍ଷମତା ୨୦ କିଲୋମିଟର। ଆଜି ଦିନ ସାଢେ ୧୧ଟାରୁ ୧୧ଟା ୩୫ ମଧ୍ୟରେ ଏହି କ୍ଷେପଣାସ୍ତ୍ରକୁ ପରୀକ୍ଷା କରାଯାଇଥିଲା। ଏହି କ୍ଷେପଣାସ୍ତ୍ରକୁ ଡିଆରଡିଓ […]
ଭୁବନେଶ୍ୱର: ଚଳିତମାସ ଶେଷ ସୁଦ୍ଧା ପିସିସିର ସମସ୍ତ କମିଟିର ପୁନଃଗଠନ ହେବ। ପୂର୍ବଥର ଅପେକ୍ଷା ଏଥର କମିଟିର ରୂପରେଖ ଛୋଟ ହେବ ବୋଲି ସୂଚନା ଦେଇଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି। ପୂର୍ବରୁ ହୋଇଥିବା ବଡ଼ କମିଟିର ମୂଲ୍ୟ କେହି ବୁଝିଲେ ନାହିଁ ବୋଲି ସେ କହିଛନ୍ତି। ତେବେ ଆସନ୍ତା ୨୧ରେ ସମସ୍ତ ନବ ନିଯୁକ୍ତ ଜିଲ୍ଲା ସଭାପତି ମାନଙ୍କ ବୈଠକ ଡକାଯାଇଛି। ସେହି ବୈଠକରେ ପୁଙ୍ଖାନୁପୁଙ୍ଖ ଭାବେ ପରବର୍ତ୍ତୀ କାର୍ଯ୍ୟ ପନ୍ଥା ନେଇ ଆଲୋଚନା […]
ଭୁବନେଶ୍ୱର: ଗୋପାଳପୁର ଠାରୁ ପଶ୍ଚିମବଙ୍ଗର ଦୀଘା ପର୍ଯ୍ୟନ୍ତ ଦୀର୍ଘ ୪୮୦ କିଲୋମିଟର ପ୍ରକଳ୍ପ କାମ ଆରମ୍ଭ କରିବାକୁ ପଦଯାତ୍ରା ହୋଇଛି। ଉପକୂଳ ଜାତୀୟ ରାଜପଥ ନିର୍ମାଣ ମହାସଂଘର ସଦସ୍ୟ ମାନେ ପୁରୀ ବ୍ରହ୍ମଗିରିରୁ ପୁରୀ ଅଭିମୁଖେ ପଦଯାତ୍ରାରେ ବାହାରିଛନ୍ତି । ଏମାନେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବେ। ଖୁବଶୀଘ୍ର ଏହି ପ୍ରକଳ୍ପ କାମ ଆରମ୍ଭ କରିବାକୁ ମହାସଂଘ ଦାବି କରିଛି । କେନ୍ଦ୍ର ସରକାରଙ୍କ ଭାରତମାଳା ଯୋଜନା ମାଧ୍ୟମରେ ଏହି ରାଜପଥ […]
ପୁରୀ: ବଗଲା ଧର୍ମଶାଳା ଜମିକୁ ନେଇ ଗୋଟିକ ପରେ ଗୋଟିଏ ବିଭ୍ରାନ୍ତି। ଖୋଦ୍ ରାଜ୍ୟ ସରକାର ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ସାଂଘାତିକ ମିଛ ଦର୍ଶାଥିବା ନେଇ ଯୁକ୍ତି ବାଢ଼ିଛନ୍ତି ବରିଷ୍ଠ ଆଇନଜୀବୀ। ବିଜେପି ନେତା ସମ୍ବିତ୍ ପାତ୍ରଙ୍କ ପକ୍ଷରୁ ବଗଲା ବିବାଦ ନେଇ ଦାଏର ପିଟିସନ ଉପରେ ଦାଖଲ ସତ୍ୟପାଠରେ ଦର୍ଶାଯାଇଛି। ୧୯୦୧ ମସିହାରେ କୁଆଡ଼େ ବଗଲା ଜମିକୁ ଅଧିଗ୍ରହଣ କରିଥିଲେ। ସେତେବେଳର ରାଜ୍ୟ ସରକାର ତେଣୁ ଏଠି ପ୍ରଶ୍ନ- ବ୍ରିଟିଶ ଶାସନ କାଳରେ ଓଡ଼ିଶାରେ […]
ବାଲେଶ୍ୱର: ଆଗକୁ ଉପନିର୍ବାଚନ ଥିବା ବେଳେ ବିଜେଡିକୁ ଲାଗିଛି ଝଟ୍କା। ବିଜେଡ଼ି ଛାଡ଼ି ବିଜେପିରେ ମିଶିଲେ ବାଲେଶ୍ୱରର ୨ ବରିଷ୍ଠ ନେତା। ବାଲେଶ୍ୱର ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ସଭାପତି ଧୁକୁଲ ଘଡେଇ ଓ ନଗର ବିଜେଡି ସଭାପତି ଆଶିଷ ଘୋଷ ମଧ୍ୟ ବିଜେପି ହାତ ଧରିଛନ୍ତି। ଅସନ୍ତୁଷ୍ଟ ଥିବା ଆଶିଷ ଘୋଷ କିଛି ଦିନ ତଳେ ବିଜେଡି ଛାଡ଼ିଥିଲେ। ସଦର ବିଜେପି ଅଫିସ୍ରେ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ମିଶିଛନ୍ତି। ଏହି ମିଶ୍ରଣ ପର୍ବରେ ଭିସିରେ କେନ୍ଦ୍ରମନ୍ତ୍ରୀ […]
ଭୁବନେଶ୍ୱର: ନଭେମ୍ବର ୫ରୁ ୭ ତାରିଖ ପର୍ଯ୍ୟନ୍ତ +୨ ଅପ୍ସନାଲ ପରୀକ୍ଷା। କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। କରୋନା ପାଇଁ ମାର୍ଚ୍ଚ ୨୩ରୁ ୨୮ ଯାଏଁ ହୋଇପାରିନଥିବା ପରୀକ୍ଷା କରାଯିବ। ପରୀକ୍ଷା ପାଇଁ ଦିନ ଧାର୍ଯ୍ୟ କଲା CHSE। କେତେ ତାରିଖରେ କେଉଁ ବିଷୟ ପରୀକ୍ଷା:- ୫ରେ ଅର୍ଥନୀତି, ଜୀବବିଜ୍ଞାନ ୬ରେ ପରିସଂଖ୍ୟାନ, ନୃତତ୍ତ୍ୱ, ସମାଜ ବିଜ୍ଞାନ ୭ରେ ତର୍କ ଶାସ୍ତ୍ର, ଭୂଗୋଳ କୋଭିଡ୍ ଗାଇଡ଼ଲାଇନ ମାନି ପରୀକ୍ଷା […]
ନୂଆଦିଲ୍ଲୀ: ଓଡ଼ିଶାରେ ଗଣମାଧ୍ୟମ ପ୍ରତିନିଧିଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ନ୍ୟାସନାଲ ୟୁନିଅନ ଅଫ୍ ଜର୍ଣ୍ଣାଲିଷ୍ଟସ୍- NUJର ଉଦବେଗ। ଓଟିଭି ସାମ୍ବାଦିକ ରମେଶ ରଥଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ଏନ୍ୟୁଜେ ଦୃଢ଼ ନିନ୍ଦା କରିଛି। ଏନ୍ୟୁଜେର ସଭାପତି ରାସ ବିହାରୀ ଏବଂ ମହାସଚିବ ପ୍ରସନ୍ନ ମହାନ୍ତି ଏକ ମିଳିତ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ, ଗଣମାଧ୍ୟମ ପ୍ରତି ଏହା ରାଜ୍ୟ ସରକାରଙ୍କ ଅସହିଷ୍ଣୁତା। ସେମାନଙ୍କ ଚାପର ବଶବର୍ତ୍ତୀ ହେଉନଥିବାରୁ ସରକାର ଏଭଳି ଅସହିଷ୍ଣୁତା ପ୍ରଦର୍ଶନ କରିଛନ୍ତି। ପୋଲିସ […]
ଭୁବନେଶ୍ୱର: ରାଜ୍ୟରେ ଆଜି ସୁସ୍ଥ ହେଲେ ଆଉ ୨୭୩୮ କରୋନା ଆକ୍ରାନ୍ତ। ରାଜ୍ୟରେ ଆଜି ସୁଦ୍ଧା ୨ ଲକ୍ଷ ୪୯ ହଜାର ୫୭୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଖୋର୍ଦ୍ଧାରୁ ସର୍ବାଧତ୍କ ୩୯୯, କଟକ- ୧୮୯, ଅନୁଗୁଳରୁ ୧୭୪, ସୁନ୍ଦରଗଡ଼- ୧୫୪, ବାଲେଶ୍ୱର- ୧୧୪, ମୟୂରଭଞ୍ଜରୁ ୧୧୦, ପୁରୀ- ୧୦୯, ସମ୍ବଲପୁର- ୧୦୭, କଳାହାଣ୍ଡି- ୧୦୧, ବରଗଡ଼- […]
ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି। ଶାରିରୀକ ଅସୁସ୍ଥତା କାରଣରୁ ସମୀର ଦେ ଏବେ କଟକ ସିଡିଏ ୬ନମ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତେବେ ସମୀର ଦେଙ୍କ ପରଲୋକ ନେଇ ଆଜି ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କର ଏକ ଟ୍ୱିଟ୍ ଜୋରଦାର ଭାଇରାଲ୍ ହୋଇଥିଲା। ଯାହାକୁ ନେଇ କଟକବାସୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଆହୁରି ପଢ଼ନ୍ତୁ:ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତ ବିବାଦ ପ୍ରସଙ୍ଗରେ ବିଜେପିର […]
ପାରଳାଖେମୁଣ୍ଡି: ଦୁର୍ଘଟଣା ଯୋଗୁଁ ଓଜେଇଇରୁ ବଞ୍ଚିତ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପରୀକ୍ଷା ହେବ। ଆସନ୍ତା ୨୨ ତାରିଖରେ ଏହି ପରୀକ୍ଷା ହେବ । ଏ ନେଇ ଗଜପତି ଜିଲ୍ଲାପାଳ ବିଜ୍ଞପ୍ତି ଜାରି କରିଛନ୍ତି । ଅକ୍ଟୋବର ୧୫ରେ ଓଜେଇଇ ପରୀକ୍ଷା ଦେବାକୁ ଯାଉଥିଲେ ଗଜପତି ଜିଲ୍ଲା ଚାନ୍ଦିପୁଟ, ରାମଗିରି ଓ ଚନ୍ଦ୍ରଗିରି ଅଞ୍ଚଳର ୪୫ ଜଣ ପରୀକ୍ଷାର୍ଥୀ । ସେମାନେ ପରୀକ୍ଷା ଦେବାକୁ ଗୋଟିଏ ବସ୍ରେ ଯାଉଥିଲେ । ବସ୍ଟି ଗଞ୍ଜାମ ଜିଲ୍ଲା ତପ୍ତପାଣି […]
ବ୍ରହ୍ମପୁର: ବର୍ଷ ବର୍ଷ ଧରି ଅବହେଳିତ ଅବସ୍ଥାରେ ରହିଛି ବ୍ରହ୍ମପୁର ହରଡ଼ାଖଣ୍ଡିର ଉତ୍ତରମୁଖୀ ବସ୍ତି ଅଞ୍ଚଳ। ବାରମ୍ବାର ପ୍ରତିଶ୍ରୁତି ମିଳିଥିଲେ ବି ଏମାନଙ୍କର ଥଇଥାନ ପାଇଁ ଏଯାଏଁ ଠୋସ୍ ପଦକ୍ଷେପ ନିଆଯାଇନାହିଁ। ବର୍ଷା ଆସିଲେ ବସ୍ତି ବାସିନ୍ଦାଙ୍କ ମନରେ ଛନକା ପସିଯାଏ। ଆଗକୁ ପ୍ରବଳ ବର୍ଷାର ପୂର୍ବାନୂମାନ କରାଯାଇଥିବା ବେଳେ ଏବେ ବସ୍ତି ବାସିନ୍ଦା ଚିନ୍ତାରେ। ସେପଟେ ବର୍ଷା ଆସିଲେ ଏଠାକାର ଲୋକମାନେ ନାଳ ନାହିଁ ପାଣି ଆସି ଘରଦ୍ୱାର ଭାଙ୍ଗୁଛି ବୋଲି କହିଛନ୍ତି। କିଛି ଲୋକ […]
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ କୁଜଙ୍ଗ ଥାନା ହସିଣା ଗାଁରେ ଅଭାବନୀୟ ଘଟଣା ଘଟିଯାଇଛି। ଘରୋଇ କଳିରୁ ଗୋଟିଏ ବୃଦ୍ଧ ଦମ୍ପତି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏଥିରେ ୮୪ ବର୍ଷୀୟ ସ୍ୱାମୀ କାଳନ୍ଦୀ ମହାନ୍ତିଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ତ୍ରୀ ଶ୍ୱେତ ମହାନ୍ତିଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଏବେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରବିବାର ଦିନ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା। ଏହାକୁ ନେଇ ଦୁହେଁ କୀଟନାଶକ ପିଇ ଦେଇଥିଲେ। […]
ପୁରୀ: ପୁରୀ ଜିଲ୍ଲା ଚନ୍ଦନପୁର-ତୁଳସୀଚଉରା ମଝିରେ ଖାଲି ବଗି ନେଇ ଯାଉଥିବା ଟ୍ରେନ୍ର ଏକ ଇଞ୍ଜିନ ଲାଇନଚ୍ୟୁତ ହୋଇଛି। ଇଞ୍ଜିନ୍ର ଆଗ ୩ଟି ଚକ ସହ ପଛର ଗୋଟିଏ ଚକ ଲାଇନଚ୍ୟୁତ ହୋଇଛି। ଖୋର୍ଦ୍ଧା ରୋଡ୍ରୁ ଆସୁଥିବା ବେଳେ ଇଞ୍ଚିନ୍ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ରେଲେଓ୍ୱ ବୈଷୟିକ ଟିମ୍ ମରାମତି କାର୍ଯ୍ୟ କରିଥିଲେ। ତେବେ କାହିଁକି ଇଞ୍ଜିନ୍ ଲାଇନଚ୍ୟୁତ ହେଲା ଏନେଇ ତଦନ୍ତ କରାଯିବ ବୋଲି ରେଲୱେର ବରିଷ୍ଠ ଅଧିକାରୀ […]
ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ମାର୍କିଂରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅଫ୍ଲାଇନ୍ରେ ପରୀକ୍ଷା ହେବ। ଏଥିପାଇଁ ଆସନ୍ତା ୫ ତାରିଖରୁ ଫର୍ମ ଫିଲପ୍ ପ୍ରକ୍ରିୟା ଆରମ୍ଭ ହେବ। ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ଫର୍ମ ଫିଲପ୍ ଚାଲିବ। ଜୁଲାଇ ୩୦ରୁ ଅଗଷ୍ଟ…
ଯାଜପୁର: ବ୍ୟାସସରୋବର ପୀଠର ନିର୍ମାଣ କାମରେ ଦୁର୍ନୀତିର ପର୍ଦ୍ଦାଫାସ୍ ହେବା ପରେ ହରଡ଼ଘଣାରେ ବିଭାଗୀୟ ଅଧିକାରୀ ଓ ଠିକାଦାର। ତରବରିଅା ଭାବେ ପୀଠରେ ଲାଗିଥିବା ଟାଇଲ୍କୁ ଏବେ କଢ଼ାଯାଉଛି। ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ଲୋକେ ଅଭିଯୋଗ କରିଛନ୍ତି । ଯାଜପୁର ଜିଲ୍ଲା ବ୍ୟାସସରୋବର ପୀଠର ଉନ୍ନତି ଲାଗି ପର୍ଯ୍ୟଟନ ବିଭାଗ କୋଟିଏ ଟଙ୍କା ମଞ୍ଜୁର କରିଥିଲା । ଟାଇଲ ବି ଲଗାଯାଇଥିଲା, ହେଲେ ନିର୍ମାଣକୁ ୫ ମାସ ନ ପୂରୁଣୁ […]
ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୧,୯୦୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ମଧ୍ୟ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୯୦୪ ଆକ୍ରାନ୍ତଙ୍କ ମଧ୍ୟରୁ ୧,୧୧୫ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୭୮୯ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଖୋର୍ଦ୍ଧାରୁ ସର୍ବାଧିକ ୨୨୧ ଚିହ୍ନଟ ହୋଇଥିବାବେଳେ କଟକ ୧୦୧, କେନ୍ଦ୍ରାପଡା ୧୦୬, ନୂଆପଡା ୧୨୮ ଓ ସୁନ୍ଦରଗଡରେ ୧୦୦ ଜଣ […]
ଭୁବନେଶ୍ୱର: ଆଜି ରାଜ୍ୟରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୧୧୬୮ ରେ ପହଞ୍ଚିଛି। ଆଜି ମୟୂରଭଞ୍ଜରୁ ସର୍ବାଧିକ ୪ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ସେହିପରି କଳାହାଣ୍ଡିରୁ ୩, ଭୁବନେଶ୍ୱର ଓ ନୂଆପଡାରୁ ୨ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି। ଝାରସୁଗୁଡା, ଖୋର୍ଦ୍ଧା, କେନ୍ଦ୍ରାପଡା, କଟକ, ଭଦ୍ରକରୁ ଜଣେ ଲେଖାଏ କରୋନା ରୋଗୀ ଆଖି ବୁଜିଛନ୍ତି। ସୂଚନା ଥାଉ କି, ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ […]