• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

jyotree-mayee-dash
ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଭୁବନେଶ୍ୱର: ଓଡ଼ିଆ ବୈଜ୍ଞାନିକଙ୍କୁ ମିଳିବ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର। ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ‘ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର’ ମିଳିବ। ରସାୟନିକ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କ ଏହି ପୁରସ୍କାର ମିଳିବ। ପୁରସ୍କାର ପାଇବା ପାଇଁ ୧୨ ଜଣ ବୈଜ୍ଞାନିକଙ୍କ ମଧ୍ୟରେ ଜଣେ ହେଉଛନ୍ତି ଜ୍ୟୋତିର୍ମୟୀ। ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା-୨୦୨୦ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିବାକୁ କାଉନସିଲ୍‌ ଫର୍‌ ସାଇଣ୍ଟିଫିକ୍‌ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍‌ ରିସର୍ଚ୍ଚ-CSIRର ପ୍ରତିଷ୍ଠା ଦିବସ ଅବସରରେ […]

  • Saturday, 03 July 2021
coronary
କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଫୁଲବାଣୀ: ପୁଣି କୋଭିଡ୍ ଯୋଦ୍ଧା ଜୀବନ ନେଲା କରୋନା। କନ୍ଧମାଳ ଜିଲ୍ଲା ପୁଲିସରେ କାର୍ଯ୍ୟରତ ଜଣେ କନଷ୍ଟେବଳ କରୋନାରେ ପ୍ରାଣ ହରାଇଛନ୍ତି। ତାଙ୍କର ନାଁ ହେଉଛି ଉନେଶ ନାୟକ। ତାଙ୍କ ଘର ଜି. ଉଦୟଗିରି ବଡେନାଜୁ ଗାଁରେ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଆଜି ଅନ୍ତିମ ସଂସ୍କାର କରାଯାଇଛି। ଶେଷ କୃତ୍ୟ ସମ୍ପନ୍ନ ପୂର୍ବରୁ ଫୁଲବାଣୀ ସ୍ଥିତ ରିଜର୍ଭ ପୁଲିସ ପଡ଼ିଆରେ ତାଙ୍କୁ ଜିଲ୍ଲା ପୁଲିସ ପକ୍ଷରୁ ଗାର୍ଡ଼ ଅଫ୍‌ ଅନର ଦିଆଯାଇଥିଲା। କନ୍ଧମାଳ ଜିଲ୍ଲାପାଳ ଡଃ. […]

  • Saturday, 03 July 2021
ତାପଙ୍ଗର ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷିତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ତାପଙ୍ଗର ହାତିଆ ମୁଣ୍ଡିଆ ପଥରଖଣି ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରିଛି। ମାଇକ୍‌ ଯୋଗେ ଘୋଷଣା କରି ଲୋକମାନେ ଏହି ଅଞ୍ଚଳକୁ ନ ଆସିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ସ୍ଥାନୀୟ ଅଞ୍ଚଳ ଏକ ପଥର ଖଣି ହୋଇଥିବାବେଳେ ଅନେକ ଡିନାମାଇଟ ଅଫୁଟା ଅବସ୍ଥାରେ ଥିବା ଘୋଷଣା କରାଯାଇଛି। ଏଠାକୁ କେହି ବୁଲିବାକୁ ନ ଆସିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସତର୍କ କରାଯାଇଛି। ଯଦି ଏଠାକୁ କେହି ବୁଲିବାକୁ […]

  • Saturday, 03 July 2021
amazon
ଆଗ ଭୁଲ୍ କଲା,‌ ପରେ କ୍ଷମା ମାଗିଲା: ସମ୍ବଲପୁରୀ ଶାଢୀ ପଶ୍ଚିମବଙ୍ଗର ବୋଲି କହିଲା Amazon

ଭୁବନେଶ୍ୱର: ଖାଲି ଦେଶରେ ନୁହେଁ ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଓଡ଼ିଶାର ସମ୍ବଲପୁରୀ ଶାଢ଼ୀ। ସମ୍ବଲପୁର ଜିଲ୍ଲାରେ ଅନେକ ପର୍ଯ୍ୟଟନସ୍ଥଳୀ ଥିଲେ ହେଁ ପର୍ଯ୍ୟଟକଙ୍କୁ ଆକର୍ଷିତ କରି ଟାଣିଆଣେ ଏଇ ସମ୍ବଲପୁରୀ ଶାଢ଼ୀ। ହେଲେ ଅନ୍‌ଲାଇନ୍‌ ଶପିଂ ସାଇଟ୍‌ ଆମାଜନ୍‌ରେ ସମ୍ବଲପୁରୀ ଶାଢୀ ଓଡ଼ିଶା ପରିବର୍ତ୍ତେ ପଶ୍ଚିମବଙ୍ଗ ରାଜ୍ୟର ବୋଲି ଉଲ୍ଲେଖ କରାଯାଇଥିଲା ଯାହାକୁ ନେଇ ଓଡ଼ିଶାବାସୀଙ୍କ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଯଦିଓ ଆମାଜନ୍‌ ପରେ ଏହି ତ୍ରୁଟିକୁ ସୁଧାରି ଦେଇଛି, ତେବେ ସୋସିଆଲ୍‌ […]

  • Saturday, 03 July 2021
Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ୩ ଆଡମିଶନ୍‌ର ପ୍ରଥମ ମେରିଟ୍ ଲିଷ୍ଟ। ରାଜ୍ୟର ୧ ହଜାର ୨୯ଟି କଲେଜ୍ ପାଇଁ ୨ ଲକ୍ଷ ୧୨ ହଜାର ୯୯୮ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ଆଜି ହିଁ SAMS ଆକାଉଣ୍ଟରେ ଆଡମିଶନ୍‌ ଲାଗି ଇ-ଡିପୋଜିଟ୍ କରିବେ ଛାତ୍ରଛାତ୍ରୀ। ଅକ୍ଟୋବର ୮ ତାରିଖରେ ଦ୍ୱିତୀୟ ମେରିଟ୍ ଲିଷ୍ଟ୍‌ ପ୍ରକାଶ ପାଇବ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସେପ୍ଟେମ୍ବର ୮ରୁ ଯୁକ୍ତ ୩ର ବିଭିନ୍ନ ବିଭାଗରେ ଆବେଦନ ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ […]

  • Saturday, 03 July 2021
fire service audit
ପ୍ରତି ୧୫ ଦିନରେ କୋଭିଡ୍ ହସ୍ପିଟାଲ୍‌ରେ ହେବ ଫାୟାର ସେଫ୍ଟି ଅଡିଟ୍

ଭୁବନେଶ୍ୱର: ଗତ ୨୧ ତାରିଖରେ କଟକ ସ୍ଥିତ ସଦ୍‌ଗୁରୁ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ଅଗ୍ନିଶମ ବିଭାଗ ଚେତିଛି। ପ୍ରତି ୧୫ ଦିନରେ ଥରେ ସମସ୍ତ କୋଭିଡ୍‌ ହସ୍ପିଟାଲ୍‌ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରିବା ଲାଗି ଅଗ୍ନିଶମ ବାହିନୀ ପଦକ୍ଷେପ ନେଇଛି। ଏହାସହ ପ୍ରତି ୧୫ ଦିନରେ ଥରେ ଏର୍ମଜେନ୍ସି ଡ୍ରିଲ୍‌ ମଧ୍ୟ କରାଯିବ। ହସ୍ପିଟାଲ୍‌ ପକ୍ଷରୁ ଦୈନିକ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ସହ ଏନେଇ ଅଗ୍ନିଶମ ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିବେ। ଏହାସହ […]

  • Saturday, 03 July 2021
ଅାରମ୍ଭ ହେଲା ବାଙ୍କୀ ମହୋତ୍ସବ
ଅାରମ୍ଭ ହେଲା ବାଙ୍କୀ ମହୋତ୍ସବ

ବାଙ୍କୀ : ପବିତ୍ର କୁମାର ପୂର୍ଣ୍ଣିମାରେ ଚଳ ଚଞ୍ଚଳ ହୋଇଉଠିଛି ବାଙ୍କୀ ସହର। କାର୍ତ୍ତିକ ପୂର୍ଣ୍ଣିମା ମଧ୍ୟରାତ୍ରୀରୁ ସହର ସାରା ଅାଲୋକମାଳାରେ ଝଲସିଛି। ଏହିଦିନ ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମାଅା ଚର୍ଚ୍ଚିକା ଭକ୍ତଙ୍କୁ କୁମାରୀ ବେଶରେ ଦର୍ଶନ ଦେଇଥିବା ବେଳେ, ମାସ ତମାମ ବ୍ରତ ରଖିଥିବା କୁମାରୀ ବ୍ରତ ଭାଙ୍ଗିଛନ୍ତି। ସେପଟେ ଗଜଲକ୍ଷ୍ମୀ ପୂଜା ଲାଗି ବି ବିଭିନ୍ନ ମଣ୍ଡପରେ ଯୋରସୋରରେ ଚାଲିଛି ଅାୟୋଜନ। ଏହି ପବିତ୍ର ଦିନରେ ଅାରମ୍ଭ ହୋଇଛି ୧୯ତମ ବାଙ୍କୀ ମହୋତ୍ସବ। ଉତ୍ସବକୁ […]

  • Saturday, 03 July 2021
ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୩,୨୩୫ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୩,୨୩୫ ଆକ୍ରାନ୍ତଙ୍କ ମଧ୍ୟରୁ ୧,୯୧୫ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୩୨୦ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଖୋର୍ଦ୍ଧାରୁ ସର୍ବାଧିକ ୫୦୬ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୩୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୧୨,୬୦୯ରେ ପହଞ୍ଚିଛି।

  • Saturday, 03 July 2021
ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୬ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮୧୩ ହୋଇଛି। ଏ ନେଇ ରାଜ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପଢ଼ନ୍ତୁ: ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

  • Saturday, 03 July 2021
ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ତାତିଲେ ଚାଷୀ
ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ତାତିଲେ ଚାଷୀ

ସମ୍ବଲପୁର : ମରୁଡ଼ି ଘୋଷଣା ଦାବିକୁ ନେଇ ତାତିଲେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳର ଚାଷୀ । ବ୍ଲକକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ଅାଜି ସରକାରୀ କାର୍ଯ୍ୟାଳୟକୁ ଅଚଳ କରାଯାଇଛିା କୁଚିଣ୍ଡା କୃଷି କାର୍ଯ୍ୟାଳୟ ସମେତ ବ୍ଲକ୍ ଏବଂ ତହସିଲଦାରଙ୍କ ଅଫିସ୍‌ରେ ତାଲା ଲଗାଇଛନ୍ତି ଚାଷୀ । ପରିସ୍ଥିତି ଏତେ ଗମ୍ଭୀର କି, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବି ଛାଡ଼ି ନାହାନ୍ତି ଚାଷୀମାନେ । ବ୍ଲକ୍‌କୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଚାଷୀ […]

  • Saturday, 03 July 2021