ମୁମ୍ବାଇ: ‘ଗଦର ଏକ ପ୍ରେମକଥା’ ରେ ସନି ଦେଓ୍ୱଲଙ୍କ ପୁଅ ଜିତେ ଭୁମିକାରେ ନଜର ଅାସିଥିବା ଉତ୍କର୍ଷ ଶର୍ମା ସିଲଭର ସ୍କ୍ରିନରେ ଏକ ନୂଅା ରୂପରେ ନଜର ଅାସୁଛନ୍ତି। ୨୦୦୧ ରେ ଅାସିଥିବା ‘ଗଦର ଏକ ପ୍ରେମକଥା’ ସୁପର ହିଟ ହୋଇଥିଲା। ଏହା ସହିତ ବକ୍ସ ଅଫିସରେ ବି ବହୁ ରେକର୍ଡ ଭାଙ୍ଗିଥିଲା। ଏହି ଫିଲ୍ମର ନିର୍ଦ୍ଦେଶକ ଅନିଲ ଶର୍ମା ଥିଲେ। ବର୍ତ୍ତମାନ ସେ ଜିନିୟସ ଚଳଚ୍ଚିତ୍ରରେ ନିଜ ପୁଅ ଉତ୍କର୍ଷ ଶର୍ମାଙ୍କୁ ବ୍ରେକ ଦେବାକୁ ଯାଉଛନ୍ତି। […]
ଯାଜପୁର : ପ୍ରେମରେ ବିଫଳ ହେବା ପରେ ପ୍ରେମିକର ଜଘନ୍ୟକାଣ୍ଡ। ନିଜେ ଖୋଦ ବୟାନ କରୁଛି ଘଟାଇଥିବା ହତ୍ୟାକାଣ୍ଡର ଗୋଟି ଗୋଟି ମୁହୂର୍ତ୍ତ। ଏକ ତରଫା ପ୍ରେମ କରୁଥିବା ନାବାଳିକା ପ୍ରେମିକାକୁ ନିର୍ମମ ଭାବେ ହତ୍ୟା କରିବା ପରେ ପୋଖରୀ ଭିତରେ ନେଇ ଫିଙ୍ଗି ଦେଇଥିଲା ସମ୍ପୃକ୍ତ ନାବାଳକ। ନାବାଳିକାଙ୍କ ମୃତଦେହ ଉଦ୍ଧାର ହେବା ପରେ, ନାବାଳକକୁ ଗିରଫ କରି ପଚରାଉଚରା ପରେ ଏହି ସମସ୍ତ ତଥ୍ୟର ପର୍ଦ୍ଦାଫାଶ ହୋଇଛି। ଘଟଣା ଘଟିଛି ଯାଜପୁର କୋରେଇ ଥାନା […]
ଗଞ୍ଜାମ : ଆସ୍କାରେ ପାରିବାରିକ କଳହର କରୁଣ ପରିଣତି। ବାପ ପୁଅଙ୍କ ମୃତଦେହ ଉଦ୍ଧାର । ଆସିକା ଧରାକୋଟ ଥାନା କୁଶପଡ଼ା ଗାଁରେ ଏହି ଘଟଣା ଘଟିଛି। କୁଶପଡାର ରାଜେନ୍ଦ୍ର ପଣ୍ଡା ପୁଅ କଳ୍ପବଟଙ୍କୁ ପାଠ ପଢାକୁ ନେଇ ଗାଳିଗୁଲଜ କରିଥିଲେ। ଏହାପରେ କଳ୍ପବଟ ସ୍ଥାନୀୟ କଣିତୋଟାସ୍ଥିତ ଏକ ପଣସ ଗଛରେ ଆତ୍ମହତ୍ୟା କରିଥିଲା। ପୁଅର ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖି ବାପା ରାଜେନ୍ଦ୍ର ମଧ୍ୟ ଆତ୍ମହତ୍ୟା କରିଦେଇଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଦୁଃଖଦ ପରିବେଶ […]
ଭଦ୍ରକ : ଭଦ୍ରକ ଧାମନଗରରେ ୧୦୦ରୁ ଅଧିକ ନାଗ ସାପ ଛୁଆ ଉଦ୍ଧାର। ଧାମନଗର ଏନଏସି ଅନ୍ତର୍ଗତ ଶ୍ୟାମପୁର ଗାଁର ବିଜୟ ଭୂୟାଁଙ୍କ ଘରେ ଥିବା ଉଇ ହୁଙ୍କାରୁ ଏହି ନାଗ ସାପ ଛୁଆଗୁଡିକୁ ଉଦ୍ଧାର କରାଯାଇଛି। ସ୍ନେକ୍ ହେଲପ୍ ଲାଇନ ପକ୍ଷରୁ ଏହି ସାପ ଛୁଆଗୁଡିକୁ ଉଦ୍ଧାର କରାଯାଇଥିବାର ସୂଚନା ମିଳିଛି। ସେପଟେ କଟକ ବାଙ୍କି ଥାନା ସାହାଡା ପଦା ପାଇକ ସାହିର ଉଜ୍ଜ୍ୱଳା ରାଉତଙ୍କ ଘରେ ମଧ୍ୟ ଏକ ବିଷାକ୍ତ ସାପ ଦେଖିବାକୁ ମିଳିଛି। […]
ଯାଜପୁର: ଯାଜପୁର କେଲୁଅ ନଦୀ ବନ୍ଧରାସ୍ତାକୁ ଉଡ଼ାଇ ଘାଇ ସୃଷ୍ଟି କରିବା ଘଟଣାକୁ ନେଇ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମେତ ୬ ଜଣଙ୍କୁ ନୋଟିସ୍ ଜାରି କରିଛନ୍ତି ଲୋକାୟୁକ୍ତ। ଆସନ୍ତା ୬ ସପ୍ତାହ ଭିତରେ ଉତ୍ତର ରଖିବାକୁ କୁହାଯାଇଛି। ସେପଟେ ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ବିଧାୟକ ଓ ଜେଇ ଏଥିପାଇଁ ଦାୟୀ ବୋଲି କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ୮ ମାସ ପୂର୍ବରୁ ୨୪ କୋଟି […]
ଭୁବନେଶ୍ୱର/ମୁମ୍ବାଇ: ରେସ୍-୩ ଟ୍ରେଲରର ଏକ ଡୁପ୍ଲିକେଟ୍ ଭର୍ସନ୍ ବ୍ୟଙ୍ଗ ଭିଡିଓକୁ ନେଇ ଚର୍ଚ୍ଚାରେ ଓଡ଼ିଆ ଯୁବକ। ବଲିଉଡ଼ ଭାଇଜାନ ସଲମାନ୍ ଖାନ୍ ମଧ୍ୟ ଏହି ଓଡ଼ିଆ ଯୁବକଙ୍କୁ ପ୍ରଶଂସା କରିବାକୁ ପଛାଇ ନାହାନ୍ତି। ଯେତେବେଳେ ରେସ୍-୩ର ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ସଲମାନ୍ ଖାନ୍ ଏହି ଭିଡ଼ିଓକୁ ଦେଖିଲେ, ସେତେବେଳେ ସେ ତାଙ୍କ ହସକୁ ଆଉ ଅଟକାଇ ପାରି ନ ଥିଲେ। ‘ଦଶ୍ କା ଦମ୍ ୩’ ସେଟ୍ରେ ସଲମାନ୍ ଏହି ଭିଡ଼ିଓଟିକୁ ଦର୍ଶକଙ୍କୁ ଦେଖାଇଛନ୍ତି। […]
କଟକ: ମଶାରି ଭିତରେ ସାପ। କଟକ ବାଙ୍କି ଥାନା ସାହାଡା ପଦା ପାଇକ ସାହିର ଉଜ୍ଜ୍ୱଳା ରାଉତଙ୍କ ଘରେ ଏକ ବିଷାକ୍ତ ସାପ ଦେଖିବାକୁ ମିଳିଛି। ଉଜ୍ୱଳା ମଶାରି ଟାଣି ଶୋଇଥିବା ବେଳେ ପାଖାପାଖି ଭୋର ୩ଟାରେ ସାପଟି ମଶାରି ଭିତରେ ପଶିଯାଇଥିଲା। ଏହାପରେ ସେ ନିଜ ପରିବାର ଓ ସାହି ପଡିଶାଙ୍କୁ ଖବର ଦେଇଥିଲେ। ଖବର ପାଇ ସ୍ନେକ୍ ହେଲ୍ପ ଲାଇନ ଟିମ୍ ପହଞ୍ଚିବା ପରେ ବିଷାକ୍ତ ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଇଥିଲା। […]
ଭଦ୍ରକ/ ବାଲେଶ୍ୱର: ଅାସିଲାଣି ବର୍ଷା ଋତୁ I କିନ୍ତୁ ମୁକୁଳା ପଡିଛି ନଦୀବନ୍ଧ I ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ନଈକୂଳରେ ବସବାସ କରୁଥିବା ଗ୍ରାମବାସୀ ଅାତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି I କେଉଁଠି କୂଳ ଖାଇବାକୁ ବସିଛି ନଦୀ, ତ ଅାଉ କେଉଁଠି ଦୁର୍ବଳ ନଦୀବନ୍ଧ I ଧିରେ ଧିରେ ଦୁର୍ବଳ ହେଉଛି ବୈତରଣୀର ବାମପାର୍ଶ୍ୱ ନଦୀବନ୍ଧ I ଭଦ୍ରକ ଜିଲ୍ଲା ଅାଖୁଅାପଦା ନିକଟରେ ଅାନିକଟ ଅନେକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି I ବ୍ରିଟିଶ ଅମଳର ଏହି […]
ସୁରଟ: ଗୁଜରାଟ ସୁରଟରେ ଜଣେ ୮ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଖଟୋଦରା ଥାନା ଅଞ୍ଚଳରେ ରହୁଥିବା ଏକ ଓଡିଆ ପରିବାରର ନାବାଳିକାକୁ ପାଖ ପଡୋଶୀ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତର ଘର ମଧ୍ୟ ଓଡିଶା ବୋଲି ପୋଲିସ ସୂଚନା ଦେଇଛି। ଅଭିଯୁକ୍ତ ଗଞ୍ଜାମ ଜିଲ୍ଲାର ଆସ୍କା ଥାନା ଅଞ୍ଚଳର ଅଶୋକ ବେହେରା। ପୋଲିସ ଅଶୋକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ, ଅଭିଯୁକ୍ତ ଓ ନାବାଳିକାଙ୍କ […]
ଭୁବନେଶ୍ୱର: ଚଳନ୍ତା କାର୍ରେ ଲାଗିଲା ନିଆଁ। ରୋଗୀଙ୍କୁ ନେଇ ଆସୁଥିବା ଏକ କାର୍ରେ ହଠାତ୍ ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଛି। ଗତକାଲି ରାତିରେ ଭୁବନେଶ୍ୱର ସମ୍ ହସ୍ପିଟାଲ ଛକରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ଏକ କାର୍ରେ ଜଣେ ରୋଗୀଙ୍କ ସମେତ ୨ଜଣ ସମ୍ପର୍କୀୟ ଚିକିତ୍ସା ପାଇଁ ହସ୍ପିଟାଲ ଆସୁଥିବାବେଳେ ହଠାତ୍ ନିଆଁ ଲାଗି ଯାଇଥିଲା। ତେବେ ଅଗ୍ନିକାଣ୍ଡ ସମ୍ପର୍କରେ ଜାଣିପାରି ଗାଡିରୁ ସୌଭାଗ୍ୟ ବଶତଃ ସମସ୍ତେ ବାହାରି ଯାଇଥିଲେ। ପରେ ଗାଡିଟି ସମ୍ପୂର୍ଣ୍ଣ […]
ଭୁବନେଶ୍ୱର: ନନ୍ଦନକାନନକୁ ଆସିଲେ ୩ ପ୍ରଜାତିର ନୂଆ ଜୀବ। ସେମାନେ ହେଲେ ୨ ଆସାମୀୟ ମାକାଉ, ୨ ବଣୁଆ କୁକୁର ଓ ଗୋଟିଏ ମାଈ ହିମାଳୟନ ବ୍ଲାକ୍ ବିୟର। ମିଜୋରାମ ଆଇଜଲ୍ ଚିଡ଼ିଆଖାନାରୁ ଏହି ନୂଆ ଜୀବଙ୍କୁ ଅଣାଯାଇଛି। ଏହି ନୂଆ ଜୀବ ଆସିବା ପରେ ବର୍ତ୍ତମାନ ନନ୍ଦନକାନନରେ ପଶୁପକ୍ଷୀଙ୍କ ପ୍ରଜାତି ସଂଖ୍ୟା ୧୫୭କୁ ବୃଦ୍ଧି ହୋଇଛି।
ଖୋର୍ଦ୍ଧା: ଚଳନ୍ତା ବସ୍ ଉପରେ ପଡ଼ିଲା ବିଦ୍ୟୁତ୍ ଖୁଣ୍ଟ। ଆଉ ମରଣ ମୁହଁରୁ ଅଳ୍ପକେ ବର୍ତ୍ତିଗଲେ ପାଖାପାଖି ୫୦ ଜଣ ଯାତ୍ରୀ। ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଠାରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, କ୍ରିଷ୍ଣା ନାମକ ଏକ ଘରୋଇ ବସ୍ ପାରାଦୀପରୁ ବାଲିପଡ଼ା ଯାଉ ଥିଲାବେଳେ ୧୧ କେଭିର ବିଦ୍ୟୁତ୍ ଖୁଣ୍ଟ ବସ୍ ଉପରେ ପଡ଼ି ଯାଇଥିଲା। ତେବେ ଖୁଣ୍ଟ ଭାଙ୍ଗି ପଡ଼ିଥିଲେ ବି ତାର ନ ଲାଗିବାରୁ ଅଳ୍ପକେ ଯାତ୍ରୀମାନେ ବର୍ତ୍ତିଯାଇଥିଲେ । ଆଜି […]
ନବରଙ୍ଗପୁର: ବଜ୍ରପାତରେ ଗୋଟିଏ ଦିନରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଉକିଆପାଲି ଗାଁର ୨ଜଣ ଏବଂ ଉମରକୋଟ ଅଞ୍ଚଳର ଜଣଙ୍କର ମୃତ୍ୟୁ ହୋଇଛି। ଉକିଆପାଲିର ପଦ୍ମନ ପୂଜାରୀ ଏବଂ ରାମ ଭତ୍ରା ଏକ ଛପର ଘରେ ଶୋଇ ଥିବାବେଳେ ବଜ୍ରପାତ ହୋଇଥିଲା। ଫଳରେ ନିଆଁ ଲାଗି ଘରଟି ଜଳିଯିବାରୁ ଘଟଣାସ୍ଥଳରେ ହିଁ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଉମରକୋଟ ବ୍ଲକର କାରାଗାଁ ଅଞ୍ଚଳର ରବି ଭତ୍ରା ଗଛତଳେ ଶୋଇ ଥିବାବେଳେ ବଜ୍ରପାତ […]
ବ୍ରହ୍ମପୁର: ଆଜିଠୁ ବ୍ରହ୍ମପୁରରେ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ମେମୁ (Mainline Engine Multiple Unit) ଟ୍ରେନ୍ ଚଳାଚଳ। ବ୍ରହ୍ମପୁରରୁ କଟକ ପର୍ଯ୍ୟନ୍ତ ଏହି ଟ୍ରେନ୍ ସେବା ଆରମ୍ଭ ହୋଇଛି। ଫାଷ୍ଟ ପାସେଞ୍ଜର ବଦଳରେ ଏଣିକି ମେମୁ ଟ୍ରେନ୍ ଚାଲିବ। ସକାଳ ୭ଟା ୩୦ରେ ବ୍ରହ୍ମପୁର ଛାଡ଼ି ୧୧ଟା ୩୦ରେ କଟକରେ ଏହି ଟ୍ରେନ୍ ପହଞ୍ଚିବ। ସୋମବାରରୁ ଶନିବାର ସପ୍ତାହକୁ ୬ ଦିନ ବ୍ରହ୍ମପୁର ଓ କଟକ ମଧ୍ୟରେ ଚାଲିବ ଏହି ସ୍ୱତନ୍ତ୍ର ମେମୁ ଟ୍ରେନ୍। ଶନିବାର […]
ଭୁବନେଶ୍ୱର: ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ। ୪୦ କିମି ବେଗରେ ବହିବ ପବନ। ଏ ନେଇ ସତର୍କ କରାଇଲା ପାଣିପାଗ ବିଭାଗ। ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଯୋଗୁଁ ୪ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା- ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଆସନ୍ତାକାଲି ସକାଳ ୮.୩୦ ଯାଏଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ୪ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ଘଣ୍ଟାକୁ ୩୦ରୁ ୪୦ କିମି […]
ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ବ୍ଲକ ରାଲେଗାଡ଼ା ପଞ୍ଚାୟତକୁ ଗୋଟିଏ ବୋଟ୍ ପ୍ରଦାନ କରିବ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀ। ଏ ସଂପର୍କରେ ଟ୍ୱିଟ କରି ସୂଚନା ଦେଇଛନ୍ତି କମ୍ପାନୀର ପ୍ରମୋଟର ଆନନ୍ଦ ମହିନ୍ଦ୍ରା। Yesterday was a ‘marine’ day for me: tweeted about a cycle that works on water & about patrol boats built by Mahindra Marine. But this story is heart-rending. Hiten, would […]
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ଏ ବର୍ଷ ମୋଟ ୨୬ ହଜାର ୬ ଶହ ୪୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ସେମାନଙ୍କ ପାଇଁ ୧୦୦ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଆଜିଠାରୁ ପରୀକ୍ଷା ଆରମ୍ଭ ହୋଇ ୨୯ ତାରିଖରେ ଶେଷ ହେବ। ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ଦିନ ସାଢ଼େ ୧୧ଟାରେ ଶେଷ ହୋଇଥିଲା। ଛାତ୍ରଛାତ୍ରୀ ସକାଳ ସାଢ଼େ ୮ଟାରେ ପରୀକ୍ଷା ହଲ୍କୁ ପ୍ରବେଶ କରିଥିଲେ। ଗଣିତ ବିଷୟରେ ଅଧିକ ୧୫ […]
ଭୁବନେଶ୍ୱର: ଆଜିଠାରୁ ବିଧିବଦ୍ଧ ଭାବେ ଭୁବନେଶ୍ୱରରୁ ରାୟପୁରକୁ ସିଡ଼୍ୟୁଲ ବିମାନ ସେବା ଆରମ୍ଭ ହୋଇଛି। ଏୟାର ଓଡ଼ିଶା ପକ୍ଷରୁ ଏହି ସେବା ଆରମ୍ଭ ହୋଇଛି। ପ୍ରଥମ ଦିନରେ ୯ଜଣ ଯାତ୍ରୀ ଯାତ୍ରା କରିଛନ୍ତି। ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ଏହି ନୂତନ ବିମାନସେବାର ଆଜି ଶୁଭାରମ୍ଭ କରିଛନ୍ତି। ୧୮ ସିଟ୍ ବିଶିଷ୍ଟ ଏହି ବିମାନରେ ୨ଜଣ ପାଇଲଟ୍ ଓ ଜଣେ କ୍ୟାବିନ୍ କ୍ରୁ ରହିବେ। ଆସନ୍ତା ଦିନରେ ଏହି ବିମାନ ଉଡାଣ ଯୋଜନାରେ ସାମିଲ […]
ଭୁବନେଶ୍ୱର: ଓଟିଭିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ରମେଶ ରଥ। ସାଂପ୍ରତିକ ପରିସ୍ଥିତିରେ ସେ ସାମ୍ନା କରୁଥିବା ସ୍ୱାସ୍ଥ୍ୟଗତ ସମସ୍ୟା ଓ ବ୍ୟକ୍ତିଗତ କାରଣରୁ ସେ ବୃତ୍ତିଗତ କାର୍ଯ୍ୟ ଠିକ୍ରେ ସଂପାଦନ କରିପାରିବେ ନାହିଁ ବୋଲି ଦର୍ଶାଇ ଇସ୍ତଫା ଦେଇଛନ୍ତି। କଂପାନୀ କର୍ତ୍ତୃପକ୍ଷଙ୍କୁ ସେ ୩ ମାସର ନୋଟିସ୍ ଦେବା ସହ ନିଜ ଇସ୍ତଫା ପତ୍ର ଇ-ମେଲ୍ ଯୋଗେ ପଠାଇଥିବା ଜଣାପଡ଼ିଛି। ସେପଟେ ରମେଶ ଜାରି କରିଥିବା ଏକ ପ୍ରେସ୍ ରିଲିଜ୍ରେ ଉଲ୍ଲେଖ କରିଛନ୍ତି ଯେ, ଗତ […]
ଭୁବନେଶ୍ୱର : ପ୍ରତୀକ୍ଷାର ହେଲା ଅନ୍ତ । ସାତକୋଶିଆ ଅଭୟାରଣ୍ୟରେ ପହଞ୍ଚିଲା ମଧ୍ୟପ୍ରଦେଶରୁ ଅଣାଯାଇଥିବା ବାଘ। ୩ ବର୍ଷର ଏହି ମହାବଳକୁ ଆଜି ଅତି ସତର୍କତାର ସହ ଜଙ୍ଗଲରେ ଛଡ଼ାଯାଇଛି। ଗତକାଲି ଏହି ମହାବଳକୁ କାବୁ କରିଥିଲେ ବନବିଭାଗ କର୍ମଚାରୀ। ହାତୀ ପିଠିରେ ବସି ବାଘକୁ ଟ୍ରାଙ୍କୁଲାଇଜ୍ କରିଥିଲେ ବିଶେଷଜ୍ଞ। ନିଶ୍ଚେତକ ଦିଆଯିବା ପରେ ଅତି ସାବଧାନତାର ସହ ବାଘକୁ ସ୍ୱତନ୍ତ୍ର ଷ୍ଟ୍ରେଚରରେ ଆଣି ଯନ୍ତାରେ ରଖାଯାଇଥିଲା। ତାପରେ ଯନ୍ତାକୁ ସ୍ୱତନ୍ତ୍ର ଗାଡ଼ିରେ ଓଡ଼ିଶା ଅଣାଯାଇଛି। ୱାଇଲ୍ଡ […]
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ସମାନ୍ତରାଳ ଶାସନର ଆହ୍ୱାନ। ସରକାର କି ପ୍ରଶାସନ ନୁହେଁ, ନିଜ ହାତରେ ରହିବ ଶାସନର ଡୋରୀ। ପଥରପୋତି ଲେଖିଦିଆଯାଉଛି ନିଜର ସମ୍ବିଧାନ। ଗାଁକୁ ଗାଁ, ବ୍ଲକକୁ ବ୍ଲକ ବ୍ୟାପିଚାଲିଛି ପଥରଗାଡ଼ି ଆନ୍ଦୋଳନ। ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୧୦ଟି ବ୍ଲକରେ ଏହି ଆନ୍ଦୋଳନ ବ୍ୟାପିଥିବାବେଳେ ଉଗ୍ର ରୂପ ଧାରଣ କରିଛି ପଥରଗାଡ଼ି। ମଙ୍ଗଳବାର କୁତ୍ରା ଥାନା ତେଲିଘନା ଗାଁରେ ସଂଘଟିତ ଗୋଷ୍ଠୀ ସଂଘର୍ଷରେ ପଥରଗାଡ଼ି ବିରୋଧୀ ଡମ୍ବରୁଧର ସେଠଙ୍କ ମୃତ୍ୟୁ ହୋଇଥିବାବେଳେ ତୀବ୍ର […]
ଭୁବନେଶ୍ୱର: ଦଶହରାରେ ଖୋଲା ରହିବ RTO ଅଫିସ୍। ଗାଡ଼ି ରେଜିଷ୍ଟ୍ରେସନ ପାଇଁ ଦଶହରାରେ ଖୋଲା ରହିବା ନେଇ ସୂଚନା ଦେଇଛି ରାଜ୍ୟ ପରିବହନ ବିଭାଗ। ଦଶହରାରେ ନୂଆ ଗାଡ଼ି ବିକ୍ରି ବଢ଼ିବା ସମ୍ଭାବନା ଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୪ ଓ ୨୬ ତାରିଖ ଦିନ ସମସ୍ତ RTO ଅଫିସ୍ ରାଜ୍ୟର ଖୋଲା ରହିବ। ଏହି ଦିନ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ୨ ଘଣ୍ଟା ଯାଏ ଆରଟିଓ ଖୋଲା ରହିବ।
ବାଲେଶ୍ୱର : ଓଟିରେ ଡାକ୍ତର ଅଚେତ। ବାଲେଶ୍ୱରରେ ଅପରେସନ୍ କରୁଥିବା ବେଳେ ଅଚେତ ହୋଇପଡିଲେ ଡାକ୍ତର। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀରୋଗ ଓ ପ୍ରସୂତି ବିଭାଗ ଡାକ୍ତର ଗିରିଜା ଦାସ ଅଚେତ ହୋଇ ପଡିଛନ୍ତି। ଅଚେତ ଡାକ୍ତରଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ରକ୍ତଚାପ ବଢ଼ି ଯାଇଥିବାରୁ ସେ ଅଚେତ ହୋଇ ପଡିଥିବା ସୂଚନା ମିଳିଛି। ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଯାଇଛନ୍ତି।
ଭୁବନେଶ୍ୱର: କରୋନାର ଚିକିତ୍ସାରେ ଦ୍ୱନ୍ଦ୍ୱ। ପ୍ଲାଜମା ଥେରାପି ଓ ରେମଡେସିଭିର୍ କାମ ଦେଉନଥିବା ଚର୍ଚ୍ଚା ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର। ସେ କହିଛନ୍ତି, କରୋନାର ଟ୍ରିଟମେଣ୍ଟରେ ପ୍ଲାଜମା ଥେରାପି ଓ ରେମଡେସିଭିର୍ ଫଳପ୍ରଦ ହେଉନଥିବା ସଂପର୍କରେ ICMR ପକ୍ଷରୁ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ କିଛି ଅବଗତ କରାଯାଇନାହିଁ। ତେଣୁ ଏ ନେଇ ଭୟଭୀତ ନ ହେବାକୁ ପ୍ରଦୀପ୍ତ ମହାପାତ୍ର ପରାମର୍ଶ ଦେଇଛନ୍ତି। ଆଗରୁ କୁହାଯାଉଥିଲା ଯେ, ପ୍ଲାଜମା ଥେରାପି ଦ୍ୱାରା କୋଭିଡ […]
ଝାରସୁଗୁଡ଼ା : ୪ ବର୍ଷର ପୁଅକୁ ପିଟି ପିଟି ମାରିଦେଲା ବାପା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡା ଜିଲ୍ଲା ଭୁର୍ସିମାଲ ଗାଁରେ । ଗାଁର ଦିନେଶ ନାୟକଙ୍କ ୪ ବର୍ଷର ପୁଅ ଶୁଭମ ଗତ ୯ ମାସ ହେବ ଜେଜେ ବାପାଙ୍କ ପାଖରେ ରହୁଥିଲେ। ଗତକାଲି ଦିନେଶ ପୁଅକୁ ଆଣିବା ଲାଗି ଯାଇଥିଲେ। ତେବେ କୌଣସି କାରଣରୁ ଦିନେଶ ଓ ତାଙ୍କ ବାପାଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ରାଗିଯାଇ ସେ ନିଜ ପୁଅ […]