ବ୍ରହ୍ମପୁର: ଗଞ୍ଜାମ ସହର ସ୍ଥିତ ଗ୍ରାସିମ କମ୍ପାନୀରେ ଗ୍ୟାସ୍ ପାଇପ୍ ଫାଟିବା ଘଟଣାରେ ମୃତ୍ୟୁସଂଖ୍ୟା ୨ରେ ପହଞ୍ଚିଛି। ଗୁରୁତର ଆହତ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିବା ଇଞ୍ଜିନିୟର ଅଭିଷେକ ପାଳଙ୍କର ଆଜି ସକାଳେ ମୃତ୍ୟୁ ହୋଇଛି। ଏହା ପୂର୍ବରୁ ଗତକାଲି ହେଲ୍ପର ଶଙ୍କର ରାଉଳଙ୍କର ମୃତ୍ୟୁ ଘଟିଥିଲା। ଗତ ୭ ତାରିଖରେ ପ୍ଲାଣ୍ଟରେ କାମ ଚାଲିଥିବାବେଳେ ବିସ୍ଫୋରଣ ହୋଇଥିଲା ଏଥିରେ ଇଞ୍ଜିନିୟର ଅଭିଷେକ ପାଳ ଓ ୩ ଜଣ କର୍ମଚାରୀ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ […]
ଭୁବନେଶ୍ୱର: ଦାମ-ବିଷ୍ଣୁ କଳି ପରେ ଆରମ୍ଭ ହେଲା ଦାମ-ସୂର୍ଯ୍ୟ କଳି। ଜଣେ ଆଉ ଜଣଙ୍କ ଉପରେ ଦୋଷ ଲଦିବାରେ ଲାଗିଛନ୍ତି। ମୁହାଁମୁହିଁ ହୋଇଛନ୍ତି ଦୁଇ ପୋଖତ ନେତା। ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କୁ ନେଇ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଆଜି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସୂର୍ଯ୍ୟ ପାତ୍ର କହିଛନ୍ତି, ଦାମଙ୍କର ଟିଟୋ ସହ ସଂପର୍କ ଅଛି, ଧରା ପଡ଼ିବେ। ଇଫ୍କୋକୁ ଭୟଭୀତ କରି ଦାମଙ୍କ ପୁଅ ପରିବହନ କାମ ହାତେଇଛନ୍ତି। […]
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସୋର ରେଳ ଷ୍ଟେସନରୁ ୨ ଜଣ ନାବାଳିକାଙ୍କୁ ଉଦ୍ଧାର କରିଛି ପୁଲିସ। ଉଦ୍ଧାର ପରେ ସେମାନଙ୍କୁ କାରୁବାଇ କନ୍ୟାଶ୍ରମରେ ଛାଡ଼ିଛନ୍ତି । ଏହାପରେ ସେମାନଙ୍କୁ ଖଇରା ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇଛି। ଉଦ୍ଧାର ଦୁଇ ନାବାଳିକା ମୟୁରଭଞ୍ଜ ଜିଲ୍ଲାର ବୋଲି ଜଣାପଡ଼ିଛି। ଗତକାଲି ରାତିରେ ସୋର ଷ୍ଟେସନରେ କାନ୍ଦୁଥିବା ବେଳେ କିଛି ଲୋକେ ଏ ନେଇ ପୁଲିସକୁ ଖବର ଦେଇଥିଲେ। ପରେ ପୁଲିସ ସେମାନଙ୍କୁ ଉଦ୍ଧାର କରିଥିଲା।
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମାତିଲେ ATM ଲୁଟେରା। ଭୁବନେଶ୍ୱର ଇନଫୋସିଟି ଥାନା ଅନ୍ତର୍ଗତ ପଟିଆ ଷ୍ଟେସନ ରୋଡ୍ରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(PNB) ଏଟିଏମ୍ରୁ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଗ୍ୟାସ୍ କଟରରେ କାଟି ATMରୁ ପ୍ରାୟ ୨୮ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ ATM ମେଣ୍ଟେନାନ୍ସ ଦାୟିତ୍ୱରେ ଥିବା କର୍ମଚାରୀ ଇନଫୋସିଟି ଥାନାରେ ଆଜି ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ଇନଫୋସିଟି ପୋଲିସ୍ […]
ଦେଓଗଡ : ଗଣେଶ ମୂର୍ତ୍ତୀ ବିସର୍ଜନ ବେଳେ ଅଘଟଣ। ପୋଖରୀରେ ବୁଡି ଜଣେ ଛାତ୍ର ମୃତ। ଏଭଳି ଅଭାବନୀୟ ଘଟଣା ଘଟିଛି ଦେଓଗଡ ବାରକୋଟ ଝରବାହାଳ ଅାଶ୍ରମ ସ୍କୁଲରେ। ଗଣେଶ ପୂଜା ବିସର୍ଜନ ବେଳେ ସ୍କୁଲର ଛାତ୍ର ଏବଂ ଶିକ୍ଷକମାନେ ପୋଖରୀକୁ ଯାଇଥିଲେ। ସେହି ସମୟରେ ଘନଶ୍ୟମ ସାହୁଙ୍କ ପାଦ ଖସି ଯାଇଥିଲା। ସେ ପୋଖରୀରେ ବୁଡି ଯାଇଥିଲେ। ତାଙ୍କୁ ପୋଖରୀରୁ ଉଦ୍ଧାର କରି ବାରକୋଟ ଡାକ୍ତରଖାନାକୁ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା […]
କଟକ: ଟ୍ରଲିରେ ପୁରୀରୁ କଟକ ଆସିଥିବା ମହିଳାଙ୍କ SCB ମେଡିକାଲ୍ରେ ମୃତ୍ୟୁ ହୋଇଛି। ଏନେଇ ସୂଚନା ଦେଇଛନ୍ତି SCB ଜରୁରିକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା। ସେ କହିଛନ୍ତି ଯେ ମହିଳା କାଲି ଆସିବା ପରେ ଆମେ ତୁରନ୍ତ ତାଙ୍କର ଚିକିତ୍ସା କରିଥିଲୁ। ଅଲ୍ଟ୍ରାସାଉଣ୍ଟ ବି କରିଥିଲୁ। ଡ. ଦଳେଇଙ୍କ ପାଖରେ ଆଡ୍ମିସନ ହୋଇଥିଲେ। ୧୮୪ ନମ୍ବର ବେଡ୍ରେ ଥିଲେ। ଆଜି ଦିନ ୧୨.୨୦ରେ ତାଙ୍କର ମୃତ୍ୟୁ ହୋଇଛି। ତେବେ ମାଲିଗ୍ନାନ୍ସି ସମସ୍ୟା ଥିଲା ବୋଲି ସେ ସୂଚନା […]
ବାଲେଶ୍ୱର : ଭାଲୁ ଅାକ୍ରମଣରେ ଦୁଇ ଗୁରୁତର। ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଭାଲୁ ଅାକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଜାମୁଡିହା ପଞ୍ଚାୟତ ରିଙ୍ଗପୁର ଗାଁର ଜୟରାମ ସିଂ ଅାଜି ଭୋର ସମୟରେ ଘରପାଖ ବାଡିକୁ ଶୌଚ ଯାଇଥିଲେ। ଦୁଇଟି ଭାଲୁ ତାଙ୍କୁ ଅତର୍କିତ ଅାକ୍ରମଣ କରିଥିଲେ। ଫଳରେ ତାଙ୍କ ମୁହଁ, ପିଠି, ମୁଣ୍ଡ, ହାତରେ ଗଭୀର ଅାଘାତ ହୋଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିପରି […]
ଭୁବନେଶ୍ୱର : ତେଲ ଦର ନିୟନ୍ତ୍ରଣ ପାଇଁ ଟିକସ କମାଇବାକୁ ରାଜ୍ୟ ସରକାରକୁ ପରାମର୍ଶ ଦେଲେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅନ୍ୟ କେତେକ ରାଜ୍ୟ ଟିକସ କମାଇ ସାରିଥିବାବେଳେ ଓଡିଶା ସରକାର ପଦକ୍ଷେପ ନେବା ଅାବଶ୍ୟକ ବୋଲି କହିଛନ୍ତି ଧର୍ମେନ୍ଦ୍ର। ସେ କହିଛନ୍ତି ୨୦୧୪ରେ ତେଲରୁ ୩ ହଜାର କୋଟିରୁ କମ୍ ଟିକସ ପାଉଥିବାବେଳେ ଏବେ ୭ ହଜାର ଟିକସ ପାଉଛି ରାଜ୍ୟ । ତେଣୁ ଟିକସ କମାଇବା ଦାୟିତ୍ୱ ରାଜ୍ୟର। ସେହିପରି ଦୁର୍ନୀତି ପ୍ରସଙ୍ଗରେ […]
ଭୁବନେଶ୍ୱର : ସାତକୋଶିଅାରେ ବାଘୁଣୀ ସୁନ୍ଦରୀକୁ ନେଇ ଅାରମ୍ଭ ହେଲା ଅନୁଧ୍ୟାନ। ଡେରାଡୁନରୁ ଅାସିଥିବା ୱାଇଲ୍ଡ ଲାଇଫ୍ ଇନ୍ଷ୍ଟିଚ୍ୟୁଟ୍ର ଟିମ୍ ଦ୍ୱାରା ଅନୁଧ୍ୟାନ ଅାରମ୍ଭ ହୋଇଛି। ସୁନ୍ଦରୀ ବିଚରଣ କରୁଥିବା ଅାଠଗଡ଼ ବନଖଣ୍ଡରେ ଅନୁଧ୍ୟାନ କରୁଛନ୍ତି ଟିମ୍। ସୁନ୍ଦରୀର ଅାଚରଣ ଓ ବିଚରଣ ଅନୁଧ୍ୟାନ ଟିମ୍ ଅନୁଧ୍ୟାନ କରୁଛନ୍ତି। ଅନୁଧ୍ୟାନ ପରେ ସୁନ୍ଦରୀକୁ ସ୍ଥାନାନ୍ତର କରାଯିବ ନା ଅନ୍ୟ କିଛି ପନ୍ଥା ଅାପଣାଯିବ, ସେନେଇ ପଦକ୍ଷେପ ନିଅାଯିବ । ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ, ଅନୁଗୁଳ RCCF […]
ଖୋର୍ଦ୍ଧା : ରୋଗୀ ମୃତ୍ୟୁକୁ କେନ୍ଦ୍ରକରି ଖୋର୍ଦ୍ଧା ବାଣପୁର ହସ୍ପିଟାଲରେ ଉତ୍ତେଜନା। ଅଭିଯୋଗ ଅନୁଯାୟୀ, ବିଦ୍ୟୁତ ଅାଘାତ କାରଣରୁ ଖୁଣ୍ଟପଲ୍ଲୀ ଗାଁର ଯୁବକ ସୁଶାନ୍ତ ସାହୁଙ୍କ ଚିକିତ୍ସା ନିମନ୍ତେ ବାଣପୁର ହସ୍ପିଟାଲକୁ ଅଣାଯାଇଥିଲା। ହସ୍ପିଟାଲରେ ଡାକ୍ତର ରୋଗୀଙ୍କୁ ମୃତ ଘୋଷଣା କରିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ରୋଗୀଙ୍କ ମୃତ୍ୟୁ ହୋଇନି ବରଂ ସେ ବଞ୍ଚିଥିବା କହି ଅନ୍ୟ ଡାକ୍ତରଖାନାଙ୍କୁ ସ୍ଥାନାନ୍ତର ପାଇଁ ଡାକ୍ତରଙ୍କୁ କହିଥିଲେ ପରିବାର ଲୋକେ। ହେଲେ ରୋଗୀଙ୍କ ମୃତ୍ୟୁ ହୋଇଥିବାରୁ ତାଙ୍କୁ ଅନ୍ୟତ୍ର […]
ଭୁବନେଶ୍ୱର: ଆଇପିଏସ୍ ଅଫିସର ତଥା ଗୁଇନ୍ଦା ବିଭାଗ ଡିଆଇଜି ଅନୁପ ସାହୁଙ୍କ ନାଁରେ ଫେସ୍ବୁକ୍ରେ ଫେକ୍ ଆକାଉଣ୍ଟ ଖୋଲା ଯାଇଛି। ଏନେଇ ଡିଆଇଜି ଅନୁପ ସାହୁ ଖୋଦ୍ ଏହି ସୂଚନା ଦେଇଛନ୍ତି। କେହି ଦୁର୍ବୃତ୍ତ ଫେସବୁକରେ ଏହି ଫେକ୍ ଆକାଉଣ୍ଟ ଖୋଲିଥିବା ଜଣାପଡ଼ିଛି। ଏହି ଆକାଉଣ୍ଟର ପ୍ରୋଫାଇଲରେ ୟୁନିଫର୍ମରେ ଥିବା ଅନୁପଙ୍କ ଫଟୋ ମଧ୍ୟ ଅପଲୋଡ୍ ହୋଇଥିବା ଦେଖିବାକୁ ମିଳିଛି। ଏହି ଆକାଉଣ୍ଟର ଫ୍ରେଣ୍ଡ୍ ରିକ୍ୟୁଏଷ୍ଟ ଆସିଲେ ଗ୍ରହଣ ନ କରିବାକୁ ଅନୁପ ସାହୁ ଅନୁରୋଧ […]
ଭୁବନେଶ୍ୱର: ନଭେମ୍ବର ୩ରେ ହେବାକୁ ଥିବା ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପ-ନିର୍ବାଚନ ପାଇଁ ବିଜେପି ଆଜି ପ୍ରାର୍ଥୀ ଘୋଷଣା କରିଛି। ବାଲେଶ୍ୱର ସଦର ପାଇଁ ମାନସ କୁମାର ଦତ୍ତଙ୍କୁ ବିଜେପି ପକ୍ଷରୁ ପ୍ରାର୍ଥୀ କରାଯାଇଥିବା ବେଳେ ତିର୍ତ୍ତୋଲ ପାଇଁ ରାଜକିଶୋର ବେହେରାଙ୍କୁ ବିଜେପି ପ୍ରାର୍ଥୀ ଭାବେ ଦଳ ପକ୍ଷରୁ ଘୋଷଣା କରାଯାଇଛି। ଅକ୍ଟୋବର ୧୬ ହେଉଛି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ। ଅକ୍ଟୋବର ୧୭ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ। ସେହିପରି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ […]
ଭୁବନେଶ୍ୱର : ARSS ସିନିୟର ଇଂଜିନିୟର ପ୍ରକାଶ ବେହେରାଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ହରିଦାସପୁର-କେନ୍ଦ୍ରାପଡ଼ା ରେଲୱେ ଲାଇନ ପ୍ରୋଜେକ୍ଟର ଲଳିତଗିରି ବାଜିପଟା ନିକଟରେ ସାଇଟରେ କାମ କରୁଥିବା ବେଳେ ଗୁରୁତର ଅାହତ ହୋଇ ପ୍ରଥମେ କେନ୍ଦ୍ରାପଡା, ପରେ ଏକ ଘରୋଇ ହସ୍ପିଟାଲକୁ ନେବାବେଳେ ତାଙ୍କର ମୃତ୍ୟୁ ହୋଇଛି। ସାଇଟରେ କାମ କରୁଥିବାବେଳେ କାର-ଜେସିବି ସହ ଦୁର୍ଘଟଣାଗ୍ରସ୍ତ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ସାଇଟ ମ୍ୟାନେଜର କହିଛନ୍ତି। ସେପଟେ ପରିବାର ଲୋକେ ଏହାକୁ ବିଶ୍ୱାସ […]
ଭୁବନେଶ୍ୱର : କମିଶନରେଟ ପୁଲିସର କୁଇକ୍ ଅାକସନ ଟିମ୍ ପୁନର୍ଗଠିତ। କୁଇକ୍ ଅାକ୍ସନ ଟିମ୍ ଇନଚାର୍ଜ ହୋଇଛନ୍ତି ଶୁଭେନ୍ଦୁ ସାହୁ। କ୍ୟାପିଟାଲ ଥାନାର ସବ୍ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିଲେ ଶୁଭେନ୍ଦୁ। ତାଙ୍କୁ ସେଠାରୁ ତୁରନ୍ତ ବଦଳି କରାଯାଇଥିବା ଜଣାପଡିଛି। ବହୁ ପର୍ଯ୍ୟାଲୋଚନା ଓ ତର୍ଜମା ପରେ କୁଇକ ଅାକସନ ଟିମ୍ ଇନଚାର୍ଜ ଭାବେ ସେ ଦାୟିତ୍ୱ ତୁଲାଇବେ। ତାଙ୍କସହ ସେହି କ୍ୟୁଏଟି ଟିମ୍ରେ ମଙ୍ଗଳାବାଗ ଥାନା ASI ରମାକାନ୍ତ ପ୍ରଧାନ ମଧ୍ୟ ନିଯୁକ୍ତ ହୋଇଥିବା ଜଣାପଡିଛି। ଖୁବ୍ଶୀଘ୍ର […]