ଭୁବନେଶ୍ୱର: ବିଜେଡି ବିଧାୟକ ପ୍ରଦୀପ ମହାରଥୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସୋସିଆଲ୍ ମିଡିଆରେ ସେ ନିଜେ ଏହି ସୂଚନା ଦେଇଛନ୍ତି। ଗତ କିଛି ଦିନ ଭିତରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ଆବଶ୍ୟକସ୍ଥଳେ କରୋନା ଟେଷ୍ଟ୍ କରାଇ ନିଅନ୍ତୁ ବୋଲି ପ୍ରଦୀପ ମହାରଥୀ କହିଛନ୍ତି।
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩,୬୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। Corona Updates In Odisha: ଚିହ୍ନଟ ନୂଆ ୩,୬୪୫ ଆକ୍ରାନ୍ତଙ୍କ ମଧ୍ୟରୁ ୨,୧୫୧ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୪୯୪ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୫୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୮,୬୫୦ରେ ପହଞ୍ଚିଛି।
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୮ କରୋନା ରୋଗୀ ଆଖି ବୁଜିଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କଟକରୁ ୩, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, ସମ୍ବଲପୁର, ସୁବର୍ଣ୍ଣପୁରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୬୪୫ ହୋଇଛି। ପଢ଼ନ୍ତୁ: ଦିନକରେ ଓଡ଼ିଶାରେ ୩,୬୪୫ ପଜିଟିଭ୍ ଚିହ୍ନଟ
ଢେଙ୍କାନାଳ: ହଜିଗଲା ମାନବିକତା। ରୋଗୀଙ୍କୁ ଚିକିତ୍ସା କରିବା ତ ଦୂରର କଥା ଆହା ପଦେ କହିବା ପାଇଁ ବି କେହି ବାହାରିଲେନି। ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଏଭଳି କିଛି ଅଭାବନୀୟ ଦୃଶ୍ୟ। ମେଡିକାଲ ପରିସରରେ ତଳେ ପଡ଼ିଛନ୍ତି ଜଣେ ରୋଗୀ। ଆଉ ତାଙ୍କୁ ଚିକିତ୍ସା କରାଇବାକୁ ନେହୁରା ହେଉଛନ୍ତି ଜଣେ ମହିଳା। ମାତ୍ର ସେଠାରେ ଥିବା ସୁରକ୍ଷାକର୍ମୀ କି ଅନ୍ୟ କୌଣସି କର୍ମଚାରୀ ସହାୟତା ପାଇଁ ଆଗେଇ ଆସୁ ନାହାନ୍ତି। ମହିଳା ଜଣକ କୌଣସି […]
ବିନାଭକ୍ତରେ ରଥଯାତ୍ରା ପାଇଁ ପୁରୀରେ ପ୍ରାଣପଣେ ଲାଗିଛି ପ୍ରଶାସନ। କରୋନା ସଂକ୍ରମଣ ଦୃଷ୍ଟିରୁ ଗଲାବର୍ଷ ଭଳି ଏଥର ବି ସ୍ଥିର ହେଉଛି ଗୋଟିଏ ପରେ ଗୋଟିଏ କଡ଼ା କଟକଣା
ନୟାଗଡ଼: ଦୁର୍ଘଟଣା ପରେ ବାଇକ୍ ସହ ଜଳିଗଲେ ଯୁବକ। ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ରଙ୍ଗମାଟିଆରେ ଆଜି ଅପରାହ୍ଣରେ ଏଭଳି ଘଟଣା ଘଟିଛି। ମୃତ ଯୁବକ ହେଲେ ଭୁବନେଶ୍ୱର ନୟାପଲ୍ଲୀ ଶବର କଲୋନୀର ଅନୁରାଗ ନାୟକ। ସୂଚନା ଅନୁସାରେ, ଅନୁରାଗ ଫୁଲବାଣୀ ଯାଉଥିଲେ। ଏହି ସମୟରେ ରଙ୍ଗମାଟିଆ ନିକଟରେ ଏକ ଆମ୍ବୁଲାନ୍ସ ସହ ମୁହାଁମୁହିଁ ଧକ୍କା ହେବାପରେ ବାଇକ୍ ସହ ଜଳି ଯାଇଥିଲେ ଅନୁରାଗ। ଘଟଣାସ୍ଥଳରେ ଦଶପଲ୍ଲା ଅଗ୍ନିଶମ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ।