ସମ୍ବଲପୁର : ସମ୍ବଲପୁରରେ ମହାନଦୀରେ ଭାସିଗଲେ ଛାତ୍ର। ଚାଉଁରପୁର ଘାଟରେ ନିଜ ସାଙ୍ଗମାନଙ୍କ ସହିତ ଗାଧୋଉଥିବା ବେଳେ ଭାସି ଯାଇ ନିଖୋଜ ହୋଇ ଯାଇଛି ଜଣେ ଦଶମ ଶ୍ରେଣୀ ଛାତ୍ର । ଘଟଣାସ୍ଥଳରେ ପହଞ୍ଚିଛି ଦମକଳ ବାହିନୀ ଏବଂ ଖୋଜାଖୋଜି ଜାରି ରଖିଛି।
ଭୁବନେଶ୍ୱର : ତେଲ ଦର ବୃଦ୍ଧି ପ୍ରତିବାଦରେ ଅାସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛି କଂଗ୍ରେସ। ସକାଳ ୬ଟାରୁ ଅପରାହ୍ନ ୩ଟା ଯାଏଁ ବନ୍ଦ ପାଳନ କରିବ ଦଳ। ବନ୍ଦ ପାଳନ ବେଳେ ଜରୁରିକାଳୀନ ସେବାକୁ ବାଦ ଦିଅାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଔଷଧ ଦୋକାନ, ଅାମ୍ବୁଲାନ୍ସ, ପରୀକ୍ଷାର୍ଥୀ ଓ କ୍ଷୀର ଗାଡ଼ି ପ୍ରଭାବିତ ହେବେ ନାହିଁ ବୋଲି କଂଗ୍ରେସ କହିଛି। ଅାସନ୍ତାକାଲି ବିଧାନସଭା ଯିବେନି କଂଗ୍ରେସ ବିଧାୟକ। ଅପରାହ୍ନ ୩ଟା ଯାଏ ବିଧାନସଭା ମୁଲତବି […]
ପୁରୀ : ପୁରୀ ଘୋଡ଼ା ବଜାର ନିକଟରେ ଥିବା କମଳା ହସ୍ପିଟାଲ ପଛପଟୁ ୭ଟି ଖପୁରୀ ଜବତ କରିଛି ପୁଲିସ୍। କେହି ଦୁର୍ବୃତ୍ତ ଏଠାରେ ଖପୁରୀ ପକାଇଥିବା ଅନୁମାନ କରାଯାଉଛି। ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି। କିଏ କାହିଁକି ଏଠାରେ ଖପୁରୀ ପକାଇଲା ଓ କେଉଁଠୁ ଏହି ଖପୁରୀ ଅାଣିଲା ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏକ ହଳଦିଅା ରଙ୍ଗର ଜରି ଅଖାରେ ଏହି ଖପୁରୀ ବନ୍ଧା ଯାଇଥିଲା।
ଜଗତସିଂହପୁର : ଶିଶୁ ମୃତ୍ୟୁକୁ ନେଇ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା। ଡାକ୍ତର ନ ଥିବାରୁ ଚିକିତ୍ସାରେ ଡେରି ହେବାରୁ ବାଳକର ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ। ପାଣିରେ ବୁଡ଼ି ଗୁରୁତର ହୋଇଥିବା ଚାଟରା ଗାଁର ୭-୮ ବର୍ଷର ଇସ୍ମାଇଲ୍ ଖାଁଙ୍କୁ ଅାଜି ଡାକ୍ତରଖାନାକୁ ଅଣାଯାଇଥିଲା। ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏହି ପିଲାକୁ ଘରକୁ ନେବା ବାଟରେ ତାର ନିଶ୍ୱାସ ପ୍ରଶ୍ୱାସ ଚାଲୁଥିବା ଦେଖି ପରିବାର ଲୋକେ ପୁଣି […]
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ କଳିରୁ ରୋଗୀ ମୃତ୍ୟୁ ଅଭିଯୋଗ। ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ଦୁଇଜଣ ଡାକ୍ତରଙ୍କ ମଧ୍ୟରେ ଯୁକ୍ତିତର୍କ ଯୋଗୁ ଚିକିତ୍ସାରେ ବିଳମ୍ବ ହୋଇଥିଲା। କିଏ ଚିକିତ୍ସା କରିବ ସେନେଇ ଦୁଇଜଣଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ବେଳେ ରୋଗୀଙ୍କ ମୃତ୍ୟୁ ହୋଇସାରିଥିଲା ବୋଲି ରୋଗୀଙ୍କ ସଂପର୍କୀୟ ଅଭିଯୋଗ ଅାଣିଛନ୍ତି। ଗଁଦିଅା ଗୁଣ୍ଡୁରାପଶି ଗାଁର ତ୍ରୈଲୋକ୍ୟ ସାହୁ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକ ପ୍ରଥମେ ଗଁଦିଅାର ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ […]
ଭୁବନେଶ୍ୱର: କଲେଜ ଗେଟ୍ରେ ତାଲା ପକାଇ ବିକ୍ଷୋଭ କରିଛନ୍ତି ଛାତ୍ରଛାତ୍ରୀ। ଅଟୋନମସ୍ ମାନ୍ୟତା ହରାଇଥିବା ଜଣାପଡ଼ିବାପରେ ଯାଜପୁର ଏନ.ସି. କଲେଜରେ ଦେଖାଦେଇଛି ଛାତ୍ର ଅଶାନ୍ତି। ପିଲାଙ୍କ ପ୍ରଶ୍ନ ୫ ବର୍ଷ ହେଲା ଅଟୋନମସ୍ ମାନ୍ୟତା କଟିଥିଲେ ବି କାହିଁକି ସେମାନଙ୍କୁ ଅନ୍ଧାର ଭିତରେ ରଖାଯାଇଥିଲା? ସମାନ ଚିତ୍ର ପୁରୀ SCS କଲେଜରେ ୨୦୧୨ରୁ ଏହି କଲେଜ୍ ହରାଇସାରିଛି ଅଟୋନମସ୍ ମାନ୍ୟତା। କିନ୍ତୁ ଯୁକ୍ତ ୩ ଠାରୁ ଅାରମ୍ଭ କରି ସେଲ୍ଫ ଫାଇନାନ୍ସିଂ କୋର୍ସରେ ଅଟୋନମସ୍ ନାଁରେ ହିଁ […]
ଭୁବନେଶ୍ୱର: ପ୍ରଭୁ ଜଗନ୍ନାଥଙ୍କୁ ଦାନ ଅାକାରରେ ମିଳିଛି କେତେ ସୁନା ଅଳଙ୍କାର? ମନ୍ଦିର ପ୍ରଶାସନ କହୁଛି ହୁଣ୍ଡିରୁ ଅାଦାୟ ହୋଇଛି ୧୮ କେଜି। ହେଲେ ଅାଇନ ମନ୍ତ୍ରୀଙ୍କ ଉତ୍ତର ୧୬ କେଜି। ତଥ୍ୟରେ ରହୁନାହିଁ ତାଳମେଳ। ପ୍ରାୟ ୨କିଲୋ ସୁନାର ମିଳୁନି ହିସାବ। କୁଅାଡ଼େ ଗଲା ଭକ୍ତ ଦେଇଥିବା ପାଖପାଖି ୬୦ ଲକ୍ଷରୁ ଅଧିକ ଟଙ୍କାର ଗହଣା ଗାଣ୍ଠି? ତାକୁ ନେଇ କୋଟି କୋଟି ଜଗନ୍ନାଥପ୍ରେମୀ ଭକ୍ତ ମହଲରେ ହଲଚଲ୍। ଗତ ୬ ତାରିଖରେ ବିଧାନସଭାରେ ଅାଇନମନ୍ତ୍ରୀ […]
ଭୁବନେଶ୍ୱର: ମାଡ଼ି ଚାଲିଛି ବୈତରଣୀର ବନ୍ୟା ପାଣି। କେଉଁଠି ଲହଡ଼ି ଭାଙ୍ଗୁଛି ତ ଅାଉ କେଉଁଠି ଖେଳୁଛି ଭଉଁରୀ। ରାସ୍ତାଘାଟ, ଗାଁ ଦାଣ୍ଡ, ପଞ୍ଚାୟତ ଅଫିସ, ମନ୍ଦିର ସବୁକିଛି ଏବେ ଜଳବନ୍ଦୀ ଅବସ୍ଥାରେ। ବୈତରଣୀ ନଦୀର ଉଛୁଳା ବନ୍ୟାପାଣି ମାଡ଼ରେ ସାଂଘାତିକ ଅବସ୍ଥା ସୃଷ୍ଟି ହୋଇଛି ଭଦ୍ରକ ଜିଲ୍ଲାରେ। ବିଶେଷ କରି ଭଦ୍ରକ ସମେତ ଚାନ୍ଦବାଲି, ଧାମନଗର ଏବଂ ଭଣ୍ଡାରୀପୋଖରୀ ବ୍ଲକର ୧୨୦ରୁ ଅଧିକ ପଞ୍ଚାୟତ ପ୍ରଭାବିତ ହୋଇଛି ଏହି ବନ୍ୟାରେ। ଶହ ଶହ ଗାଁ ଏବଂ […]
ଭୁବନେଶ୍ୱର: ବାଲେଶ୍ୱର ସସ୍ପେନ୍ସରେ ସର୍ପ୍ରାଇଜ୍ ଦେଲେ ବିଜେଡି ସୁପ୍ରିମୋ। ଆଦୌ ଆଲୋଚନାରେ ନଥିବା ବ୍ୟକ୍ତିଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। ପୂର୍ବତନ କାଉନସିଲର ସ୍ୱରୂପ ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଚର୍ଚ୍ଚାରେ ଅନେକ ନେତା ଥିଲେ ବି ସ୍ୱରୂପଙ୍କୁ ପ୍ରାର୍ଥୀ ଘୋଷଣା କରିଯାଇଛି। ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା, ପତ୍ନୀ ସୁଭାଷିନୀ ଜେନା ଚର୍ଚ୍ଚାରେ ଥିଲେ। ଏମିତିକି ଜୀବନ ପ୍ରଦୀପ ଦାସ, ଅରୁଣ ଦେ, ଚଳଚ୍ଚିତ୍ର ଅଭିନେତା ଅରିନ୍ଦମ ରାୟଙ୍କ ନାଁ ବି ଚର୍ଚ୍ଚାରେ ରହିଥିଲା। ପ୍ରାର୍ଥୀ ଘୋଷଣା […]
ଭୁବନେଶ୍ୱର: ଆସନ୍ତା ସୋମବାର ରାଜ୍ୟର ସମସ୍ତ ସ୍କୁଲ୍ ଛୁଟି ରହିବ। ତୈଳ ଦର ବୃଦ୍ଧି ପ୍ରତିବାଦରେ ସୋମବାର କଂଗ୍ରେସ ପକ୍ଷରୁ ଭାରତ ବନ୍ଦ ଡ଼ାକରା ଦିଆଯାଇଥିବାରୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ୍ ଛୁଟି ଘୋଷଣା କରିଛନ୍ତି। ଭାରତ ବନ୍ଦ ପାଇଁ ପ୍ରତିଷେଧମୂଳକ ପଦକ୍ଷେପ ସ୍ୱରୂପ ସମସ୍ତ ସ୍କୁଲ ଛୁଟି କରିବାକୁ ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।
ନୂଆଦିଲ୍ଲୀ: ଫୋକସ୍ରେ ୨୦୧୯। ତା’ ସହିତ ଅାଗକୁ ଥିବା ୪ ରାଜ୍ୟର ବିଧାନସଭା ନିର୍ବାଚନ। ଦିଲ୍ଲୀରେ ଅାଜିଠାରୁ ଅାରମ୍ଭ ହୋଇଥିବା ବିଜେପିର ଦୁଇ ଦିନିଅା ଜାତୀୟ କାର୍ଯ୍ୟକାରିଣୀରେ ଏହି ଦୁଇଟି ପ୍ରସଙ୍ଗରେ ମୁଖ୍ୟତଃ ଅାଲୋଚନା ହେବ। ଏଥିରେ ପ୍ରଧାନମନ୍ତ୍ରୀ ମୋଦି ଓ ସଭାପତି ଅମିତ ଶାହାଙ୍କ ସହିତ ସବୁ ବରିଷ୍ଠ ନେତା ଯୋଗ ଦେଉଛନ୍ତି। ତେବେ ମୋଦି ଅାଜିର ଅାଲୋଚନାରେ ଯୋଗ ନଦେଇ ଅାସନ୍ତାକାଲି ଯୋଗ ଦେବେ। କାର୍ଯ୍ୟକାରିଣୀରେ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ରଣନୀତି। ପ୍ରତ୍ୟେକ […]
ଭୁବନେଶ୍ୱର: ତୀବ୍ର ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ବିଶାଖାପାଟଣାରୁ ଦକ୍ଷିଣ ପୂର୍ବ ଦିଗରେ ୨୫୦ କିମି ଦୂରରେ ରହିଛି। କାଲି ସକାଳେ କାକିନାଡ଼ା ପାଖରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି। ଅତିକ୍ରମ ବେଳେ ପବନର ବେଗ ୫୫ରୁ ୬୦ କିମି ରହିବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହି ଜିଲ୍ଲାଗୁଡିକ ହେଲା- ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, […]
ନବରଙ୍ଗପୁର: ନବରଙ୍ଗପୁରରେ ମହିଳା ଚାଷୀଙ୍କ ଅାତ୍ମହତ୍ୟା ଅଭିଯୋଗ। ମୃତ ଚାଷୀଙ୍କ ନାଁ ପଦ୍ମାବତୀ ମୁଦୁଲି ତାଙ୍କ ଘର ତେନ୍ତୁଳିଖୁଣ୍ଟି ବ୍ଲକର ଆଉଁଳିମା ଗାଁରେ। ବର୍ଷାରେ ଫସଲ ଉଜୁଡ଼ି ଯିବାରୁ ଗତକାଲି ସେ ବିଷ ପିଇ ଦେଇଥିଲେ। ଅାଜି ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି। ସେ ଏକ ଘରୋଇ ସଂସ୍ଥାଠାରୁ ଋଣ ଅାଣି ୨ଏକର ଜମିରେ ଚାଷ କରିଥିଲେ। କିନ୍ତୁ ବର୍ଷାରେ ଫସଲ ଉଜୁଡ଼ିଯିବାରୁ ସେ ଚିନ୍ତାରେ ଥିଲେ ବୋଲି ତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି।
ନୂଆଦିଲ୍ଲୀ: ସହରାଞ୍ଚଳରେ ବାସହୀନ ଲୋକମାନଙ୍କ ଥଇଥାନ ପାଇଁ ପଦକ୍ଷେପ ନେଇ ନଥିବାରୁ ୯ଟି ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା। ଏ ସମ୍ପର୍କିତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଓଡିଶା ସମେତ ୯ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ଏକ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବାସହୀନଙ୍କ ଥଇଥାନ ସମ୍ପର୍କିତ କମିଟିରେ ସାମାଜିକ କର୍ମୀଙ୍କୁ ସାମିଲ କରାଯାଇ ନଥିବାରୁ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ମଦନ ଲୋକୁର ଓ ଜଷ୍ଟିସ ଦୀପକ ଗୁପ୍ତାଙ୍କୁ […]
ଭୁବନେଶ୍ୱର: ସ୍କୁଲ ପିଲାମାନଙ୍କୁ ପୁଲିସ୍ ବିଷୟରେ ଅବଗତ କରାଇବା ପାଇଁ କମିଶନରେଟ ପୁଲିସ୍ ଏକ ଅଭିବନ ପଦକ୍ଷେପ ନେଇଛି। ଏଥିପାଇଁ ଆରମ୍ଭ କରାଯାଇଛି KNOW YOUR POLICE କାର୍ଯ୍ୟକ୍ରମ। ଅର୍ଥାତ୍ ଆପଣଙ୍କ ପୁଲିସ୍କୁ ଜାଣନ୍ତୁ। ରାଜଧାନୀର କ୍ୟାପିଟାଲ ଥାନା ଓ ନନ୍ଦନକାନନ ଥାନାରେ ଏହି କାର୍ଯ୍ୟକ୍ରମକୁ ପୁଲିସ୍ କମିଶନର ସତ୍ୟଜିତ୍ ମହାନ୍ତି ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଥାନାକୁ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନିଆଯାଇ ପୁଲିସ୍ର କାମ କ’ଣ, କେମିତି କାମ କରାଯାଏ ଇତ୍ୟାଦି ସଂପର୍କରେ ବୁଝାଯାଇଛି। ଏହା […]
କଟକ: ପାରିବାରିକ ହିଂସା ମାମଲାରେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ କୋର୍ଟ ନୋଟିସ୍ କରିଛନ୍ତି। କଟକ SDJM କୋର୍ଟରେ ପାରିବାରିକ ହିଂସା ନେଇ ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ମାମଲା ରୁଜୁ କରିଥିଲେ। ଆସନ୍ତା ମାସ ୧୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ। ସେପଟେ ପୂର୍ବରୁ ଦିଲ୍ଲୀ ପଟିଆଲା କୋର୍ଟରେ ଛାଡ଼ପତ୍ର ମାମଲା କରିଛନ୍ତି ସାଂସଦ ଅନୁଭବ। ଏହି ମାମଲାରେ ହାଜର ହେବା ପାଇଁ ବର୍ଷାଙ୍କୁ ଦିଲ୍ଲୀ […]
ଖୋର୍ଦ୍ଧା: ଖୋର୍ଦ୍ଧା ପୁରୁଣା ଦମକଳ କେନ୍ଦ୍ର ନିକଟରେ ଜଳିଗଲା କାର୍। ରାସ୍ତା କଡ଼ରେ ଥୁଅା ହୋଇଥିବା କାର୍ରେ ନିଆଁ ଲାଗି ଜଳିଗଲା। ତେବେ କାରଟି ଜଳିବା ଅବସ୍ଥାରେ ସେଥିରେ କେହି ନଥିଲେ। ଖବର ପାଇ ଖୋର୍ଦ୍ଧା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇଥିଲେ। ସେତେବେଳକୁ ଗାଡ଼ିଟି ସଂପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଥିଲା। ତେବେ ଗାଡିଟି ସ୍ଥାନୀୟ ମଠସାହି ଅଂଚଳର ବୋଲି ଜଣାପଡିଛି। ତେବେ କେମିତି ନିଆଁ ଲାଗିଲା ବା କେହି ଲଗାଇଦେଲେ, ତାହା ସ୍ପଷ୍ଟ ହୋଇନି।
ଫୁଲବାଣୀ: ଯୌନ ବ୍ୟଭିଚାର ଭିଡିଓ ଭାଇରାଲ ଘଟଣାରେ ଫୁଲବାଣୀର ପୂର୍ବତନ ବିଧାୟକ ତଥା ବିଜେଡି ନେତା ଦେବେନ୍ଦ୍ର କହଁରଙ୍କୁ ଖୋଜିବ କନ୍ଧମାଳ ପୋଲିସର ସ୍ପେଶାଲ୍ ସ୍କ୍ୱାଡ୍। ଅାଜି ଏ ନେଇ ଏକ ପ୍ରେସ୍ ମିଟ୍ରେ ସୂଚନା ଦେଇଛନ୍ତି କନ୍ଧମାଳ ଏସ୍ପି ପ୍ରତୀକ ସିଂହ। ସେ କହିଛନ୍ତି, ଘଟଣାକୁ ଗୁରୁତ୍ୱର ସହ ନେଇଛି କନ୍ଧମାଳ ପୋଲିସ। ଭାଇରାଲ ଭିଡିଓ ଘଟଣାକୁ ନେଇ ଏକ ମାମଲା ରୁଜୁ ହୋଇଛି। ଭିଡିଓ ଭାଇରାଲ କରିଥିବା ମହିଳାଙ୍କ ନାଁରେ ମାମଲା ରୁଜୁ କରାଯାଇଛି। […]
ଭୁବନେଶ୍ୱର: ପୂର୍ବତନ ବାଚସ୍ପତି ଶରତ କରଙ୍କ ପରଲୋକ। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ୮୧ ବର୍ଷରେ ତାଙ୍କର ଦେହାନ୍ତ ହୋଇଛି। ପରଲୋକ ନେଇ ଶରତଙ୍କ ପୁଅ ସୁମନ କରଙ୍କ ସୂଚନା ଦେଇଛନ୍ତି। ବିଧାନସଭା ବାଚସ୍ପତି ସହ ଏକାଧିକ ଥର ମନ୍ତ୍ରୀ ଥିଲେ ଶରତ କର। ସେ ଗତ କିଛି ଦିନ ହେଲେ କରୋନାରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ଶରତ କର ମାହାଙ୍ଗା ନିର୍ବାଚନ ମଣ୍ଡଳୀରୁ ୧୯୭୧, ୧୯୯୦ ଓ ୨୦୦୦ ମସିହାରେ ବିଧାୟକ ଭାବେ […]
ଭୁବନେଶ୍ୱର: ପ୍ରଥମେ ଚାରା, ତାପରେ ଓମ୍ଫେଡ୍ ଦୁର୍ନୀତି, ଆଉ ଏବେ ସମବାୟ ବ୍ୟାଙ୍କ ପ୍ରସଙ୍ଗରେ ବିଷ ଓଗାଳିଛନ୍ତି ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ। ସମବାୟ ବ୍ୟାଙ୍କ ଋଣରେ ୭୦୦ରୁ ୮୦୦ କୋଟି ଟଙ୍କାର ଦୁର୍ନୀତି ହୋଇଛି। ୬୦ ଭାଗ ଋଣ ଅଣଚାଷ ପାଇଁ ଦିଆଯାଇଥିବା ବେଳେ ବାକି ୪୦ ଭାଗ ଋଣ କେବଳ କାଗଜ କଲମରେ ସୀମିତ ରହିଥିବା ଅଭିଯୋଗ ଉଠାଇଛନ୍ତି ଦାମ। ଦାମ କହିଛନ୍ତି, ‘ସେତେବେଳେ ଏମ୍ଡି ଥିଲେ ତୁଷାରକାନ୍ତି ପଣ୍ଡା। ଦୁର୍ନୀତିର ତଦନ୍ତ […]
ଭୁବନେଶ୍ୱର: ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ପୂର୍ବରୁ କେମିତି ଚାଲିଥିଲା କାମ, କିଭଳି ଥିଲା ବିସ୍ଫୋରଣ ପୂର୍ବର ଦୃଶ୍ୟ, ଏହାର ଟିକିନିକି ଭିଡିଓ କରୁଥିଲେ ବିସ୍ଫୋରଣରେ ମୃତ ସତ୍ୟ ନାୟକ। ଦୁର୍ଘଟଣା ପୂୂର୍ବରୁ କାମ ଚାଲିଥିବା ସ୍ଥାନରୁ ଅନେକ ଛୋଟ ଛୋଟ ଭିଡିଓ କରି ନିଜ ଘରଲୋକଙ୍କ ନିକଟକୁ ସେ ପଠାଇଥିଲେ। ସେହି ଭିଡିଓ ଗୁଡିକୁ ଦେଖି ଏବେବି ନିଜ କୋହ ସମ୍ଭାଳି ପାରୁ ନାହାନ୍ତି ପରିବାର ଲୋକେ। କେବଳ ସେତିକି ନୁହେଁ, ବିନା ସୁରକ୍ଷାରେ […]
This show brings Odia food and cuisine to the limelight. The anchor travels to different households to get a taste of authentic, homemade food and sometimes
ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୨୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ରୁ ୬୮, ଲୋକାଲ କେସ୍ ୨୦୩ ରହିଛନ୍ତି। ରସୁଲଗଡ଼ରୁ ୧୦, ବରମୁଣ୍ଡା ଓ ଆଇଆର୍ସି ଭିଲେଜରୁ ୯, ନୟାପଲ୍ଲୀ ଓ ଭିଏସ୍ଏସ୍ ନଗରରୁ ୮, ପାତ୍ରପଡ଼ାରୁ ୭, ସୁନ୍ଦରପଦା ଓ ଖଣ୍ଡଗିରିରୁ ୬ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରରେ ଆଉ ୩୧୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ। Update […]
ଭୁବନେଶ୍ୱର: ଭୁବନେଶ୍ୱରରେ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ ଆଉ ୨ ଶ୍ମଶାନ। ସତ୍ୟନଗର ଶ୍ମଶାନ ଉପରେ ଅଧିକ ଚାପ ପଡୁଥିବାରୁ ଏଭଳି ବ୍ୟବସ୍ଥା ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। କମିଶନରଙ୍କ କହିବାନୁସାରେ, କୋଭିଡ଼ କାରଣରୁ ସତ୍ୟନଗରରେ ସଂସ୍କାର ସଂଖ୍ୟା ବଢ଼ିଛି। ଅନ୍ୟ ଜିଲ୍ଲା ପାଇଁ ସ୍ୱର୍ଗଦ୍ୱାର ବନ୍ଦ ଥିବାରୁ ସତ୍ୟନଗରକୁ ଚାପ ପଡୁଛି। ସେ ଦୃଷ୍ଟିରୁ ଭୁବନେଶ୍ୱରରେ ଆଉ ୨ଟି ଶ୍ମଶାନ କରାଯାଉଛି। ପଟିଆ ଏବଂ ଖଣ୍ଡଗିରି ଅଞ୍ଚଳରେ ୨ଟି […]
ଖୋର୍ଦ୍ଧା: କିଏ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛି ତ ଅାଉ କିଏ ଖଡ଼ି ରଙ୍ଗ। ଜୋରସୋରରେ ଚାଲିଛି ଗଣପତିଙ୍କ ମୂର୍ତ୍ତି କାମ। ଅାଗକୁ ଗଣେଶ ପୂଜା ଅାସୁଥିବା ବେଳେ ଖୋର୍ଦ୍ଧା ଜଟଣୀ କୁଦିଅାରି ବଜାରରେ ଜୋରସୋରରେ ଚାଲିଛି ପୂଜା ପ୍ରସ୍ତୁତି। ଚଳିତ ବର୍ଷ ମୁଖ୍ୟ ଅାକର୍ଷଣ ରହିବ ବାଲ୍ ଗଣେଶଙ୍କ ଠାରୁ ଅାରମ୍ଭ କରି ବାହୁବଲି ଏବଂ ନାଗା ବେଶଧାରୀ ଗଣେଶ ମେଢ଼। ଲଘୁଚାପ ବର୍ଷା ମୂର୍ତ୍ତି ତିଅାରିରେ ସମାନ୍ୟ ସମସ୍ୟା ସୃଷ୍ଟି କରୁଥିଲେ ମଧ୍ୟ ନିଜନିଜ […]