କଟକ: ବରିଷ୍ଠ ବିଜେପି ନେତା ତଥା ଅବସରପ୍ରାପ୍ତ IPS ଅଶୋକ ସାହୁଙ୍କ ପରଲୋକ ହୋଇଯାଇଛି। କଟକ ପିଠାପୁର ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ଅସୁସ୍ଥତା ଯୋଗୁ ତାଙ୍କର ଦେହାନ୍ତ ହୋଇଥିବା ନେଇ ଅଶୋକଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଆସାମର ଅତିରିକ୍ତ ପୋଲିସ ଡିଜି ପଦବୀରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ ଅଶୋକ ସାହୁ। ଅବସର ପରେ ରାଜନୀତିରେ ପାଦ ଦେଇ ସେ ବିଜେପିରେ ସାମିଲ ହୋଇଥିଲେ।
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଏୟାରଫିଲ୍ଡ ଥାନା ଅଞ୍ଚଳରେ ମା’କୁ ପିଟିପିଟି ହତ୍ୟା କରିଛନ୍ତି ୨ ନାବାଳକ ପୁଅ। ସେମାନଙ୍କ ବୟସ ଯଥାକ୍ରମେ ୧୨ ଓ ୧୫ ବର୍ଷ ହେବ ବୋଲି ଜଣାପଡ଼ିଛି। ପୋଲିସ୍ ଦୁଇ ଭାଇଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଘରୋଇ କଳିରୁ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ଏୟାରଫିଲ୍ଡ ଥାନା ଅଞ୍ଚଳ ଏକ ଆପାର୍ଟମେଣ୍ଟ୍ରେ ଏହି ନୃଶଂସ ହତ୍ୟାକାଣ୍ଡ ଘଟିଛି। ସୂଚନା ଅନୁସାରେ, ସମ୍ପୃକ୍ତ ମହିଳା ନିଶା […]
ଦେବଗଡ଼: ପତ୍ନୀଙ୍କ ହତ୍ୟା ଅଭିଯୋଗରେ ଜଣେ IRB ଯବାନଙ୍କୁ ଗିରଫ କରାଯାଇଛି। ଦେବଗଡ଼ ଜିଲ୍ଲା କୋରଡ୍ ଗାଁର ଯବାନ ଅଶ୍ୱିନୀ ଭୁକ୍ତାଙ୍କ ପତ୍ନୀ ଜ୍ୟୋତି ପ୍ରିୟାଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା। ଗତ ୧୧ ତାରିଖରେ ସେ ବିଷ ପିଇ ଥିବା ନେଇ ଶାଶୁ ଘର ଲୋକେ ଅଭିଯୋଗ କରିଥିଲେ। ଜ୍ୟୋତିଙ୍କ ପରିବାରଲୋକେ ମୃତଦେହକୁ ଦେଖିବା ପରେ ଏନେଇ ସନ୍ଦେହ କରିବା ସହ ଥାନାରେ ଅଭିଯୋଗ କରିଥିଲେ। ବାରମ୍ବାର ଜ୍ୟୋତିଙ୍କୁ ଶାଶୁ ଘର ଲୋକେ ନିର୍ଯାତନା ଦେଇଥିବା […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ସ୍ଥିତି ଅଣାୟତ ହେବାରେ ଲାଗିଛି। ଏହିକ୍ରମରେ ଆଜି ଭୁବନେଶ୍ୱର ମହାନଗରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ ୧୦୧ ଜଣ କ୍ୱାରେଣ୍ଟିନ୍ରୁ ଓ ୨୨୪ ଲୋକାଲ କେସ୍ ରହିଛି। ଏହାଛଡ଼ା ୪୨୦ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଟ୍ୱିଟ୍ କରି ସୂଚନା ଦେଇଛି। Update on newly detected & cured #COVID19 cases in the last 24 hrs under […]
ଭୁବନେଶ୍ୱର: କରୋନା ମହାମାରୀ ଚାରିଆଡ଼େ କାୟା ବିସ୍ତାର କରିଚାଲିଛି। କିନ୍ତୁ କିଛି ଅମାନିଆ ଏବେବି ଏହି ମହାମାରୀକୁ ନେଇ ସିରିୟସ୍ ନାହାନ୍ତି। ଏଭଳି ସ୍ଥିତିରେ ଦ୍ୱୈତନଗରୀରେ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ନୂଆ ଉପାୟ କରାଯାଇଛି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତାଗିଦ୍ ପରେ ଅମାନିଆଙ୍କୁ ସାବାଡ୍ ପାଇଁ DGP ଅଭୟ ନିର୍ଦ୍ଦେଶ ଦେଇଛନ୍ତି। ମାର୍କେଟ୍ ଅଞ୍ଚଳରେ ଅମାନିଆଙ୍କୁ ପାନେ ଦେବ କୋଭିଡ୍ ଏନ୍ଫୋର୍ସମେଣ୍ଟ ଟିମ୍। ଦ୍ୱୈତନଗରୀରେ ଅଧିକ ୫୦ ଅଫିସର ଓ ୫ ପ୍ଲାଟୁନ ଆର୍ମଡ୍ […]
ଭୁବନେଶ୍ବର: କଟକ ଏବଂ ଭୁବନେଶ୍ବରରେ କରୋନା ଅବସ୍ଥା ଭୟଙ୍କର ସ୍ଥିତିରେ ରହିଛି। ଗତ ୮ରୁ ୧୦ ଦିନ ହେବ ସ୍ଥିତି ସଂଗୀନ ହେଉଥିଲେ ବି ରାଜ୍ୟ ସରକାରଙ୍କ ଚେତା ପଶିଲା ଭଳି ମନେ ହେଉନି ବୋଲି କହିଛନ୍ତି ବିଜେପି ନେତା ବିଜୟ ମହାପାତ୍ର। ସେ ଆହୁରି କହିଛନ୍ତି ଯେ, ଟ୍ଵିନ ସିଟିରେ ଯେଉଁମାନେ ହସ୍ପିଟାଲ୍ ପରିଚାଳନା କରୁଛନ୍ତି ସେଠି ବେଡ୍ କୁ ଗୁରୁତ୍ତ୍ୱ ଦିଆଯାଉନି। ସମାଧାନ ନକରି ପୋଲିସ DGଙ୍କୁ କହୁଛନ୍ତି ଅମାନିଆଙ୍କୁ ସାବାଡ୍ କରନ୍ତୁ। ଏ […]