• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

bidhansava
୨୯ରୁ ବିଧାନସଭା ଅଧିବେଶନ

ଭୁବନେଶ୍ୱର: କରୋନା ମହାମାରୀ କଟକଣା ମଧ୍ୟରେ ଚଳିତମାସ ୨୯ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ସ୍ୱଳ୍ପକାଳୀନ ଅଧିବେଶନ। ଚଳିତ ଅଧିବେଶନ ମାତ୍ର ୮ଦିନ ଅର୍ଥାତ୍ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ବସିବ। ରବିବାର ଛୁଟିଦିନ ସତ୍ତ୍ୱେ ବିଧାନସଭା ଅଧିବେଶନ ଚାଲିବ। ଏନେଇ ଆଜି ବିଧିବଦ୍ଧ ବିଜ୍ଞପ୍ତି ବିଧାନସଭା ସଚିବାଳୟ ପକ୍ଷରୁ ଜାରି ହୋଇଛି। କେବଳ ଅକ୍ଟୋବର ୨ତାରିଖ ଗାନ୍ଧିଜୟନ୍ତୀ ପାଇଁ ବିଧାନସଭା ଛୁଟି ରହିବ। ନଚେତ୍ ଅକ୍ଟୋବର ୭ତାରିଖ ପର୍ଯ୍ୟନ୍ତ ସମସ୍ତ ଦିନ ବିଧାନସଭା ଅଧିବେଶନ ଚାଲିବ। […]

  • Saturday, 03 July 2021
corona
'ଟିଏମସି ଓ ସିସିଏଚକୁ ତୁରନ୍ତ ବନ୍ଦ କର'

ଭୁବନେଶ୍ୱର: ରାଜ୍ୟରେ ବନ୍ଦ ହେବ ଟିଏମସି ଓ ସିସିଏଚ। ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ସମସ୍ତ ଅସ୍ଥାୟୀ ମେଡିକାଲ ସେଣ୍ଟର(ଟିଏମସି) ଓ କୋଭିଡ୍ କେୟାର ହୋମ(ସିସିଏଚ)କୁ ତୁରନ୍ତ ବନ୍ଦ କରିବା ପାଇଁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରମାନଙ୍କୁ ରାଜ୍ୟ ସରକାର ଆଜି ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଯେଉଁସବୁ କୋଭିଡ୍ କେୟାର ସେଣ୍ଟର(ସିସିସି)ରେ ରୋଗୀ ନାହାନ୍ତି ସେଗୁଡ଼ିକ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟସଚିବ ପ୍ରଦୀପ୍ତ […]

  • Saturday, 03 July 2021
ashirbad-behera
ଆଶୀର୍ବାଦ ବେହେରାଙ୍କୁ କ୍ଲିନ୍ ଚିଟ୍

କଟକ: କଟକ ବାରବାଟୀ ପ୍ୟାଲେସ୍‌ ମାମଲାରେ ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନ (OOA)ର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରାଙ୍କୁ କ୍ଲିନ ଚିଟ୍ ମିଳିଛି। ସୁପ୍ରିମକୋର୍ଟରେ ଚାଲିଥିବା ମାମଲାରେ CBI ତା’ର ଫାଇନାଲ ରିପୋର୍ଟ ଦାଖଲ କରିଛି। ଯେଉଁଥିରେ କୌଣସି ବିଚାରଯୋଗ୍ୟ ତଥ୍ୟ ନଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ସେହିପରି ଏହି ମାମଲାରେ ଇନ୍‌କନ୍‌ ଆସୋସିଏଟସ୍‌କୁ ସୁପ୍ରିମକୋର୍ଟ ଦୋଷମୁକ୍ତ କରିଛନ୍ତି। ତତ୍କାଳୀନ OOA ସଂପାଦକ ଆଶୀର୍ବାଦ ବେହେରା ତ୍ରୁଟି କରିନଥିବା ସୁପ୍ରିମକୋର୍ଟ କହିଛନ୍ତି। ଇନ୍‌କନ୍‌ ଆସୋସିଏଟସ୍‌ ମଧ୍ୟ କୌଣସି ତ୍ରୁଟି […]

  • Saturday, 03 July 2021
elephant
ହାତୀ ଓ ବ୍ୟାଘ୍ର ପ୍ରକଳ୍ପ ପାଇଁ ଓଡ଼ିଶାକୁ ମିଳିଛି ୩୬ କୋଟି

ଭୁବନେଶ୍ୱର: ବାଘ ଓ ହାତୀଙ୍କ ଭଳି ବିଲୁପ୍ତ ପ୍ରଜାତିର ପ୍ରାଣୀଙ୍କ ପୁନରୁଦ୍ଧାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିରନ୍ତର ଉଦ୍ୟମ କରୁଛନ୍ତି। ସେଥିପାଇଁ ଓଡ଼ିଶାରେ ଏହି ପ୍ରଜାତିର ପ୍ରାଣୀଙ୍କ ସଂରକ୍ଷଣ ପାଇଁ ୨୦୧୯-୨୧ ବର୍ଷରେ ଭାରତ ସରକାର ୩୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଦେଇଛନ୍ତି। ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ […]

  • Saturday, 03 July 2021
cure2
ଦିନକରେ ସୁସ୍ଥ ହେଲେ ୩୩୮୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଦିନକରେ ସୁସ୍ଥ ହେଲେ ୩୩୮୨ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଏଯାବତ ରାଜ୍ୟରେ କରୋନା ଆରୋଗ୍ୟଙ୍କ  ସଂଖ୍ୟା ୧୨୨୦୨୪ରେ ପହଞ୍ଚିଛି । ଏନେଇ ଟ୍ୱିଟ୍‌ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ ? ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦୩ ଜଣ ଅଛନ୍ତି। ସେହିପରି କଟକରୁ ୩୪୪, ବରଗଡ଼ରୁ ୨୬୨, ଯାଜପୁରରୁ ୧୭୭, ମୟୂରଭଞ୍ଜରୁ ୧୭୫, ଭଦ୍ରକରୁ ୧୬୭, ବାଲେଶ୍ୱରରୁ ୧୫୬, ଢେଙ୍କାନାଳରୁ ୧୪୬, ପୁରୀରୁ ୧୧୨, ଜଗତସିଂହପୁରରୁ ୧୦୨, […]

  • Saturday, 03 July 2021
କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଅଧିକ ବେଡ୍ ସଂରକ୍ଷିତ ରଖିବା ପାଇଁ ଘରୋଇ ହସ୍ପିଟାଲ୍‌କୁ ନିର୍ଦ୍ଦେଶ

ଭୁବନେଶ୍ୱର: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଓଡ଼ିଶାର ୫ଟି ସହରରେ ଥିବା ଘରୋଇ ହସ୍ପିଟାଲ୍‌ ଗୁଡ଼ିକରେ ଅଧିକ ବେଡ୍ ସଂରକ୍ଷିତ ରଖିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୫ ମହାନଗର କଟକ, ଭୁବନେଶ୍ୱର, ସମ୍ବଲପୁର, ବ୍ରହ୍ମପୁର ଏବଂ ରାଉରକେଲାରେ ଥିବା ଘରୋଇ ହସ୍ପିଟାଲ୍ ଗୁଡ଼ିକ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ୩୦ରୁ ଅଧିକ ବେଡ୍ ଥିବା ହସ୍ପିଟାଲମାନଙ୍କ ଲାଗି ଏହି ନିର୍ଦ୍ଦେଶନାମା ଜାରି ହୋଇଛି।  କରୋନା ସଂକ୍ରମିତଙ୍କ […]

  • Saturday, 03 July 2021
ତେଲ ଟ୍ୟାଙ୍କରରେ ଚାଲାଣ ହେଉଥିଲା ଏମିତି ଜିନିଷ, ଧରାପଡ଼ିଗଲା...

ରାୟଗଡ଼ା: ତେଲ ବୋଝେଇ ଟ୍ୟାଙ୍କରରେ ଗଞ୍ଜେଇ ଚୋରା ଚାଲାଣ। ତା’ପୁଣି ପ୍ୟାକେଟ୍ ପ୍ୟାକେଟ୍। ରାୟଗଡ଼ା ଜିଲ୍ଲାରେ ଏଭଳି ଅଭିନବ ଢଙ୍ଗରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଏସବୁ ଧରାପଡ଼ି ଯାଇଥିଲା। ସୂଚନା ଅନୁସାରେ, ଗତ ଶନିବାର ଚେକିଂ ଚାଲିଥିବା ବେଳେ ଏକ ତେଲ ବୋଝେଇ ଟ୍ୟାଙ୍କରରେ ସଠିକ କାଗଜପତ୍ର ନଥିବା ଯୋଗୁ ରାୟଗଡ଼ା ଆର୍‌ଟିଓ ଗାଡ଼ିଟିକୁ ଅଟକାଇଥିଲେ। ଯାଞ୍ଚ ବେଳେ ଟ୍ୟାଙ୍କର୍ ଭିତରେ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜଣାପଡ଼ିଥିଲା। ଜବତ ହୋଇଥିବା […]

  • Saturday, 03 July 2021