ଭୁବନେଶ୍ୱର: ଓଡ଼ିଆ ଅଭିନେତା ଶ୍ରୀତମ ଦାସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସୋସିଆଲ୍ ମିଡିଆରେ ସେ ନିଜେ ଏହି ସୂଚନା ଦେଇଛନ୍ତି। କରୋନାରେ ସଂକ୍ରମିତ ହୋଇଥିବାରୁ ସେ ଏବେ ହୋମ୍ ଆଇସୋଲେସନରେ ଅଛନ୍ତି। ସମସ୍ତେ ସତର୍କ ରହିବା ସହ କିଛି ଦିନ ମଧ୍ୟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ କରୋନା ଟେଷ୍ଟ କରାଇ ନିଅନ୍ତୁ ବୋଲି ଶ୍ରୀତମ କହିଛନ୍ତି। ବର୍ତ୍ତମାନ ପାଇଁ ସେ ଶୁଟିଂ କାର୍ଯ୍ୟ ବନ୍ଦ ରଖିବା ସହ କୌଣସି ସାମାଜିକ ସମାବେଶରେ ଯୋଗଦେବେ ନାହିଁ […]
ଭୁବନେଶ୍ୱର: କେନ୍ଦ୍ର କ୍ୟାବିନେଟ୍ରେ ବଡ଼ ଧରଣର ଅଦଳବଦଳକୁ ନେଇ ଚର୍ଚ୍ଚା ଜୋର୍ । ମୋଦି ସରକାରର ଦ୍ୱିତୀୟ ପାଳିକୁ ୟା ଭିତରେ ଦୁଇ ବର୍ଷ ପୂରି ସାରିଥିଲେ ବି ଏଯାଏଁ କ୍ୟାବିନେଟ୍ ସଂପ୍ରସାରଣ ହୋଇନାହିଁ । ଆବଶ୍ୟକତାଠୁ ବହୁ କମ୍ ମନ୍ତ୍ରୀରେ…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ରାଜ୍ୟ କ୍ୟାବିନେଟ୍ରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଭିଡିଓ କନଫରେନ୍ସିଂରେ ଏହି ବୈଠକ ହୋଇଥିଲା। ରାଜ୍ୟ କ୍ୟାବିନେଟରେ ଓଡ଼ିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଫଳରେ ସଂଶୋଧିତ ବ୍ୟବସ୍ଥା ଅନୁସାରେ ପଞ୍ଜୀକୃତ ଟିକସଦାତା ଉପକୃତ ହେବେ। ସେହିପରି ସୁବର୍ଣ୍ଣରେଖା ନଦୀରେ Highlevel ବ୍ରିଜ୍ ନିର୍ମାଣ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି। ବାଲେଶ୍ୱର ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର […]
ଭୁବନେଶ୍ଵର: ବିଧାନସଭା ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡକାଯାଉ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ସେ କହିଛନ୍ତି ବିଧାନସଭା ଅଧିବେଶନ ନେଇ ସଚିବ ଯେଉଁ ଚିଠି ପଠାଇଛନ୍ତି, ସେଥିରୁ କିଛି ସ୍ପଷ୍ଟ ଜଣାପଡୁନି ପ୍ରଶ୍ନକାଳ ବନ୍ଦ ରହିବ ଶୂନ୍ୟକାଳ ରହିବ କି ନାହିଁ, ମୁଲତବୀ ଆଲୋଚନା ହେବ କି ନାହିଁ, ତାହା ମଧ୍ୟ ଜଣାପଡୁନି। ପ୍ରଶ୍ନକାଳ ବନ୍ଦକୁ କଂଗ୍ରେସ ସମର୍ଥନ କରିବ ନାହିଁ ବୋଲି ଖୋଲାଖୋଲି କହିଛନ୍ତି ତାରା। କୋଭିଡ ମୁକାବିଲାକୁ ନେଇ […]
କରୋନା ପାଇଁ ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହୋଇଛି ସତ ହେଲେ ଏହା ପଛରେ ଥିବା ଆଉ ଏକ ଗୁମର ହେଲା ରାଜ୍ୟରେ ପ୍ରଥମ ଲହର ସମୟରେ ଡ୍ରପ୍ ଆଉଟ୍ ହାର ବେଶ୍ ଆଗରେ ରହିଛି। ହାଇସ୍କୁଲ ଶିକ୍ଷା ପରେ ୨୪ % ଛାତ୍ରଛାତ୍ରୀଙ୍କ ପାଠ ପଢାରେ ଡୋରି ବନ୍ଧା ହେଉଛି
ପୁରୀ: ଧର୍ମର ସହର ଶ୍ରୀକ୍ଷେତ୍ରରେ ଚାଲିଥିଲା ଅଧର୍ମ କାମ। ଏ ସମ୍ପର୍କରେ ପୋଲିସ ଜାଣିପାରି ଉକ୍ତ ଆପାର୍ଟମେଣ୍ଟରେ ଚଢ଼ଉ କରି ୨ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ୨ ଦେହ ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରିଛି। ଏହାଛଡ଼ା ସେକ୍ସ ଭିଡିଓ ରେକଡ଼ିଂ ଅଭିଯୋଗରେ ପୋଲିସ ଆଉ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାରୁ ପ୍ରକାଶ, ଗତକାଲି ବଳିଆପଣ୍ଡା ଥାନାକୁ ଏକ ଫୋନ କଲ ଆସିଥିଲା। ଏକ ଆପାର୍ଟମେଣ୍ଟରେ ଦୁଇ ଯୁବକଙ୍କୁ ବନ୍ଧକ ରଖାଯାଇଥିବା […]
କଟକ: ବାରିପଦା ଅର୍ବାନ କୋଅପରେଟିଭ ବ୍ୟାଙ୍କ ଅନିୟମିତତା ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ। ୮ ସପ୍ତାହ ଭିତରେ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିବାକୁ ହାଇକୋର୍ଟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଗରୁ ଏହି ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରିଥିଲା ରିଜର୍ଭ ବ୍ୟାଙ୍କ। ବ୍ୟାଙ୍କରେ ବ୍ୟାପକ ଅନିୟମିତତା ଅଭିଯୋଗ ପରେ ରିଜର୍ଭ ବ୍ୟାଙ୍କ ଏହାର ଲାଇସେନ୍ସ ରଦ୍ଦ କରିଥିଲେ କିନ୍ତୁ ଜମାକାରୀମାନେ ନିଜ ନିଜ ଟଙ୍କା ପାଇନଥିଲେ ସେମାନଙ୍କୁ ତୁରନ୍ତ ଟଙ୍କା ଫେରସ୍ତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାଙ୍କିଙ୍ଗ […]