• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ଗର୍ଭବତୀ
ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ଗର୍ଭବତୀ

ଗଞ୍ଜାମ: ରାସ୍ତା ନଥିବାରୁ ପୁଣି ଖଟରେ ବୁହାହେଲେ ଗର୍ଭବତୀ। ଜଗନ୍ନାଥ ପ୍ରସାଦ ବ୍ଲକ ପ୍ରତାପପୁର ପଞ୍ଚାୟତର ଜଣେ ଗର୍ଭବତୀ ପ୍ରସବ କଷ୍ଟ ହେବା ପରେ ପରିବାର ପକ୍ଷରୁ ୧୦୨ଅାମ୍ବୁଲାନସକୁ ଖବର ଦେଇଥିଲେ। କିନ୍ତୁ ରାସ୍ତା ଖରାପ ଥିବାରୁ ଅାମ୍ବୁଲାନ୍ସ ଗାଁ ଭିତରକୁ ଯାଇ ନପାରିବାରୁ ଗର୍ଭବତୀଙ୍କୁ ଖଟରେ ବୋହି ଅାମ୍ବୁଲାନ୍ସ ନିକଟକୁ ନିଅାଯାଇଥିଲା। ପରେ ଗର୍ଭବତୀଙ୍କୁ ଭଂଜନଗର ମେଡିକାଲକୁ ନିଅାଯାଇଥିଲା। ସେଠାରେ ସେ ଯମଜ ସନ୍ତାନ ଜନ୍ମ ଦେଇଥିଲେ। ମା ଓ ଦୁଇ ଶିଶଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ […]

  • Friday, 02 July 2021
ମାଛ ମାରିବାକୁ ଯାଇଥିଲେ; ଆଉ ଫେରିଲେନି, ମିଳିଲା ମୃତଦେହ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍ ବଣିଆହୁଡ଼ି ଗାଁରେ ଦୁଇଜଣ ଯୁବକ ଗତକାଲି କେନାଲ୍‌କୁ ମାଛ ମାରିବାକୁ ଯାଇ ନିଖୋଜ ହୋଇଯାଇଥିଲେ। ଆଜି ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଦ୍ୱୟ ହେଲେ ସଞ୍ଜୟ ଜେନା ଓ ସରୋଜ ଜେନା। ସେମାନେ ଦୁଇ ଭାଇ ବୋଲି ଜଣାପଡ଼ିଛି। ଗତକାଲି ସଞ୍ଜୟ ଓ ସରୋଜ ଏକ କେନାଲ୍‌କୁ ମାଛ ମାରିବାକୁ ଯାଇ ନିଖୋଜ ହୋଇ ଯାଇଥିଲେ। ବହୁତ ଖୋଜାଖୋଜି କରାଯାଇଥିଲେ ମଧ୍ୟ ସେମାନଙ୍କର କୌଣସି ସନ୍ଧାନ ମିଳି ନ […]

  • Friday, 02 July 2021
ଇଡ୍‌ଲିରେ ପ୍ରସ୍ତୁତ କରନ୍ତୁ ଏହି ନୂଆ ସ୍ୱାଦିଷ୍ଟ ବ୍ୟଞ୍ଜନ

ଭେଜ୍‌ ମଞ୍ଚୁରିଆନ୍‌, କୋବି ମଞ୍ଚୁରିଆନ୍‌ ତ ଆମେ ସବୁବେଳେ ଖାଇଥାଉ। କିନ୍ତୁ କେବେ ଇଡ୍‌ଲିରେ ମଞ୍ଚୁରିଆନ୍‌ ଖାଇଛନ୍ତି କି? ସାଧାରଣତଃ ଇଡ୍‌ଲି ସହ ଆମେ କିଛି ତରକାରୀ ଖାଇଥାଉ। ନ ହେଲେ ଏହା ଖାଇବାକୁ ଭଲ ଲାଗିନଥାଏ। ଯଦି ଆପଣ ଘରେ ଇଡ୍‌ଲି ପ୍ରସ୍ତୁତ କରିଛନ୍ତି ଓ ଖାଇସାରିବା ପରେ କିଛି ବଳି ପଡ଼ିଛି ତା ହେଲେ ସେଥିରେ ଇଡ୍‌ଲିର ଏକ ନୂଆ ଆଇଟମ୍‌ ଇଡ୍‌ଲି ମଞ୍ଚୁରିଆନ୍‌ ପ୍ରସ୍ତୁତ କରନ୍ତୁ। ଜାଣନ୍ତୁ ଇଡ୍‌ଲି ମଞ୍ଚୁରିଆନ୍‌ ପ୍ରସ୍ତୁତ କରିବା […]

  • Friday, 02 July 2021
uma samantaray
ବିଜେଡି ବିଧାୟକ ଉମା ସାମନ୍ତରାୟଙ୍କ ବିରୋଧରେ ମାମଲା ରୁଜୁ

ଭୁବନେଶ୍ୱର: କୋଭିଡ୍ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ବିଜେଡି ବିଧାୟକ ଉମା ସାମନ୍ତରାୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। କରୋନା ପଜିଟିଭ୍ ଥାଇ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତ୍ୟେଷ୍ଟିରେ ଯୋଗଦେଇଥିବା ନେଇ ଉମା ସାମନ୍ତରାୟ ଏବଂ ମନ୍ତ୍ରୀ ସମୀର ଦାସଙ୍କ ବିରୋଧରେ ଜଗନ୍ନାଥ ସେନା ଓ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ଗତକାଲି ପୁରୀ ସମୁଦ୍ରକୂଳ ଥାନାରେ ପୋଲିସ୍ ଉମା ସାମନ୍ତରାୟଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। […]

  • Friday, 02 July 2021
ଛିଣ୍ଡି ପଡ଼ିଲା ବିଦ୍ୟୁତ୍ ତାର; ଅଟକିଲା ଟ୍ରେନ୍‌

ରାୟଗଡ଼ା: କୋରାପୁଟର ଭାଲୁମୁସ୍କା-ଲିଲିଗୁମା ମଧ୍ୟରେ ଥିବାର ରେଲୱେ ଲାଇନ୍‌ ଉପରେ ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିଛି। ଏଥିଯୋଗୁଁ ଟ୍ରେନ୍‌ ଚଳାଚଳ ବ୍ୟାହତ ହୋଇଛି। ଟିକିରିରେ ବିଶାଖାପାଟଣା-କୋରାପୁଟ ଡିଏମ୍‌ୟୁ ଅଟକି ରହିଛି। ସେହିପରି ଭାଲୁମୁସ୍କାରେ ରାଉରକେଲା ଏକ୍ସପ୍ରେସ୍ ଅଟକି ରହିଥିବା ବେଳେ ଶିକରପାଇ ନିକଟରେ ହୀରାଖଣ୍ଡ ଏକ୍ସପ୍ରେସ୍‌ ଅଟକି ରହିଛି। ଟେକ୍ନିସିଆନ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ମରାମତି ଜାରି ରଖିଛନ୍ତି।

  • Friday, 02 July 2021
ଲାଞ୍ଚ ନେବାବେଳେ ଧରାପଡ଼ିଲେ ପ୍ରଧାନଶିକ୍ଷକ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ହାଟଭରଣ୍ଡି ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଧଳ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ସାର୍ଟିଫିକେଟ ସଂଶୋଧନ ପାଇଁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ରାଇଘର ବ୍ଲକ ଦନିପାରା ଗାଁର ଇନ୍ଦୁଲିରାମ ଗଣ୍ଡଙ୍କ ଝିଅ ଦୁର୍ଗାବତୀ ଗଣ୍ଡଙ୍କ ଦଶମ ବୋର୍ଡ ସାର୍ଟିଫିକେଟରେ ନାଁ ଠିକ୍ ଥିବାବେଳେ ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟରେ କିଛି ଭୁଲ୍ ଥିଲା। ଏହାକୁ ସଂଶୋଧନ କରିବା […]

  • Friday, 02 July 2021
man-booked 1
ମନ୍ଦିର ପରିସରରେ ପୋଷା କୁକୁର ବୁଲାଇ ଫସିଗଲେ

ଭୁବନେଶ୍ୱର: ମହଙ୍ଗା ପଡ଼ିଲା ମନ୍ଦିର ପରିସରରେ ପୋଷା କୁକୁର ବୁଲାଇବା। ଭୁବନେଶ୍ୱରର ବକ୍ରେଶ୍ୱର ମହାଦେବ ମନ୍ଦିର ପରିସରରେ ପୋଷା କୁକୁର ବୁଲାଇବା ଘଟଣାରେ କମିଶନରେଟ ପୋଲିସ୍‌ ତୋଫାନ ସାମନ୍ତରାୟ ନାମକ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ସୋସିଆଲ୍‌ ମିଡିଆରେ ଏହି ଫଟୋ ଭାଇରାଲ ହେବା ପରେ କମିଶନରେଟ ପୋଲିସ୍ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। କମିଶନରେଟ ପୋଲିସ୍ ପକ୍ଷରୁ‌ ଟ୍ୱିଟ୍‌ କରାଯାଇ କୁହାଯାଇଛି, ‘ପୋଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ ଏହି ବ୍ୟକ୍ତିଙ୍କୁ ଚିହ୍ନଟ […]

  • Friday, 02 July 2021
cinbd
ରାଜ୍ୟରେ ହଜାରେ ଟପିଲା କରୋନା ମୃତକଙ୍କ ସଂଖ୍ୟା

ଭୁବନେଶ୍ୱର: ଆଜି ରାଜ୍ୟରେ ୨୪ ଘଣ୍ଟାରେ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ହଜାରେ ଟପିଛି। ରାଜ୍ୟରେ ମୃତକଙ୍କ ସଂଖ୍ୟା ୧୦୦୬ ହୋଇଛି। ଏ ନେଇ ରାଜ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଭୁବନେଶ୍ୱରରୁ ସର୍ବଧିକ ୩ ଜଣଙ୍କର ମୃତ୍ୟୁ ଘଟିଛି। କଟକ ଓ  ଖୋର୍ଦ୍ଧାରୁ ୨ ଜଣ ଲେଖାଏ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ବାଲେଶ୍ୱର, ବଲାଙ୍ଗୀର, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, […]

  • Friday, 02 July 2021
ପୋଖରୀରେ ବୁଡ଼ି ଦୁଇ ନାବାଳିକା ମୃତ
ପୋଖରୀରେ ବୁଡ଼ି ଦୁଇ ନାବାଳିକା ମୃତ

ବାଲେଶ୍ୱର  : ପୋଖରୀରେ ଗାଧୋଉଥିବା ବେଳେ ଦୁଇ ଜଣ ଝିଅ ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି। ବାଲେଶ୍ୱର ନୀଳଗିରି କାହାଳିଆ ଗାଁରେ ଏହି ଅଘଟଣ ଘଟିଛି। ଦୁଇ ମୃତକଙ୍କ ବୟସ ୧୨ ଏବଂ ୧୦ ବର୍ଷ ହେବ ବୋଲି ସୂଚନା ମିଳିଛି। ତେବେ କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଛି ସେ ନେଇ କୌଣସି ସଠିକ୍ ସୂଚନା ମିଳିପାରିନାହିଁ।

  • Friday, 02 July 2021
electrocuted
ଶ୍ୱଶୁରଙ୍କ ଚିତ୍କାର ଶୁଣି ବଞ୍ଚାଇବାକୁ ଯାଇଥିଲେ ବୋହୂ, ହେଲେ...

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମ କଟକ ଅଞ୍ଚଳ ଠଙ୍ଗପଡ଼ା ଗାଁରେ ବିଦ୍ୟୁତ୍‌ ଆଘାତରେ ଶ୍ୱଶୁର ଓ ବୋହୂଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ୬୫ ବର୍ଷୀୟ ବୃଦ୍ଧ ଡାଉଣୀ ମଣ୍ଡିକା ଓ ତାଙ୍କ ବୋହୂ ସୁମିତ୍ରା ମଣ୍ଡିକା। ସୂଚନା ଅନୁସାରେ, ଇଲେକ୍ଟ୍ରିକ୍‌ ବୋର୍ଡରୁ ଆସିଥିବା ତାର ଘର ଭିତରେ ଏକ କବାଟରେ ଚାର୍ଜ ହୋଇ ଯାଇଥିଲା। ଆଜି ସକାଳେ  ଡାଉଣୀ ଉକ୍ତ କବାଟ ଧରିବାରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ସେ ଚିତ୍କାର କରିବାରୁ […]

  • Friday, 02 July 2021
ଦିଲ୍ଲୀ ଫେରିଗଲେ ଅାମିକସ୍‌କ୍ୟୁରୀ
ଦିଲ୍ଲୀ ଫେରିଗଲେ ଅାମିକସ୍‌କ୍ୟୁରୀ

ପୁରୀ : ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରତି ସେବାୟତଙ୍କ ବ୍ୟବହାର ଭଲ ହେବା ଜରୁରୀ । ଅାଚାର, ବ୍ୟବହାର ଏବଂ ସମୟାନୁବର୍ତ୍ତିତା ଉପରେ ଧ୍ୟାନ ଦେବାକୁ ପଡ଼ିବ । ଅାଜି ଏପରି କିଛି ପ୍ରତିକ୍ରିୟା ରଖିଛନ୍ତି ସୁପ୍ରିମକୋର୍ଟଙ୍କ ଅାମିକସ୍‌କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍ । ଦିଲ୍ଲୀ ଫେରିବା ପୂର୍ବରୁ ଭୁବନେଶ୍ୱର ବିମାନ ମନ୍ଦରରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ଶ୍ରୀମନ୍ଦିର ସଂସ୍କାର ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ । ମୁଖ୍ୟତଃ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ ଦେଇଛନ୍ତି ଅାମିକସ୍‌କ୍ୟୁରୀ […]

  • Friday, 02 July 2021
corona 2
ଦିନକରେ ଚିହ୍ନଟ ହେଲେ ୨,୮୫୪ କରୋନା ପଜିଟିଭ୍‌, ଖୋର୍ଦ୍ଧାରେ କମିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୨,୮୫୪ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୩୯୩ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୨୪୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୨,୮୫୪ ଆକ୍ରାନ୍ତଙ୍କ ମଧ୍ୟରୁ ୧,୬୫୯ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୧୯୫ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୪୯,୬୯୩ରେ ପହଞ୍ଚିଛି।

  • Friday, 02 July 2021
୩ ଦିନ ବନ୍ଦ ରହିବ VSSUT

ସମ୍ବଲପୁର: କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବୁର୍ଲାର ଭିସୁଟ୍ ପରିସରକୁ ସାନିଟାଇଜ୍ କରାଯିବ। ଏଥିପାଇଁ ୩ ଦିନ ବନ୍ଦ ରହିବ ଭିସୁଟ୍ VSSUT (Veer Surendra Sai University of Technology)। ପୂର୍ବଭଳି ଶନିବାର ଓ ରବିବାର ଭିସୁଟ୍ ବନ୍ଦ ରହିବ। ଏହାବ୍ୟତୀତ ଆସନ୍ତା ୧୨ ତାରିଖ ସୋମବାର ମଧ୍ୟ ବନ୍ଦ ରହିବ ଭିସୁଟ୍। ଭିସୁଟ୍ ପରିସରକୁ ସାନିଟାଇଜ୍ କରାଯିବା ନିମନ୍ତେ ମୋଟ ୩ ଦିନ ପାଇଁ ଭିସୁଟ୍ ବନ୍ଦ ରହିବ ବୋଲି କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। […]

  • Friday, 02 July 2021
ଶ୍ରୀମନ୍ଦିର ସୁରକ୍ଷାର ହେବ ଯାଞ୍ଚ
ଶ୍ରୀମନ୍ଦିର ସୁରକ୍ଷାର ହେବ ଯାଞ୍ଚ

ପୁରୀ : ଶ୍ରୀମନ୍ଦିରର ସୁରକ୍ଷା ଯାଞ୍ଚ କରିବେ ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡ-NSG । ଅାଜି NSGର ତିନି ଜଣିଅା ଟିମ୍ ଏନେଇ ପୁରୀ ଅାସିବେ । କାଲି ଶ୍ରୀମନ୍ଦିର ଭିତର ଏବଂ ବାହାର ସୁରକ୍ଷା ବ୍ୟବସ୍ଥାକୁ ଏନ୍ଏସ୍‌ଜିଟିମ୍  ଯାଞ୍ଚ କରିବେ । ମିଳିଥିବା ସୂଚନା ମୁତାବକ ମନ୍ଦିର ଭିତର ସୁରକ୍ଷାକୁ ନେଇ ମୁଖତଃ ଯାଞ୍ଚ କରିବେ ଟିମ୍ । ଏନେଇ ଅାଜି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଅାଯାଇଛି । ୨୦୧୭ ଅଗଷ୍ଟ ମାସରେ ମଧ୍ୟ […]

  • Friday, 02 July 2021
ଜନବସତି ମଧ୍ୟକୁ ପଶି ଅାସିଛନ୍ତି ହାତୀ ପଲ
ଜନବସତି ମଧ୍ୟକୁ ପଶି ଅାସିଛନ୍ତି ହାତୀ ପଲ

କୋରାପୁଟ : ଜନବସତି ମଧ୍ୟକୁ ପଶି ଅାସିଛନ୍ତି ହାତୀ ପଲ । ଶହ ଶହ ହେକ୍ଟର ଚାଷ ଜମି ନଷ୍ଟ କରିଛନ୍ତି ହାତୀ । ଏପରି କିଛି ଘଟଣା ଏବେ ଦେଖିବାକୁ ମିଳିଛି କୋରାପୁଟ ବନାଞ୍ଚଳ ନାରାୟଣପାଟଣା ଅାଲମଣ୍ଡା ସେକ୍ସନ୍‌ରେ । ଭଦ୍ରାପାଲ୍ଲୀ ନିକଟ ଗାଁରେ ୭ ଜଣିଅା ହାତୀ ପଲ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି । ପଡ଼ୋଶୀ ରାଜ୍ୟରୁ ହାତୀ ପଲକୁ ଘଉଡ଼ାଇବା ଯୋଗୁଁ ସେମାନେ ଓଡ଼ିଶାରେ ପଶିଥିବା ଅଭିଯୋଗ ହୋଇଛି […]

  • Friday, 02 July 2021