ବାଲିଗୁଡ଼ା: ଯେଉଁ କରୋନା ଯୋଦ୍ଧା ଦିନେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିଲେ, ମୃତ୍ୟୁ ପରେ ତାଙ୍କୁ ମିଳିଲାନି ସମ୍ମାନ। ଏପରିକି କରୋନା ଯୋଦ୍ଧାଙ୍କ ଶବ ସତ୍କାର ପାଇଁ ନିଜ ଗାଁରେ ଜାଗା ଖଣ୍ଡିଏ ବି ମିଳିଲା ନାହିଁ। କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମାଳିକାପଡି ଅଞ୍ଚଳର ଡାକ୍ତର ସପନ କୁମାର ପ୍ରଧାନ ଅସୁସ୍ଥ ହେବାରୁ ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ଜି ଉଦୟଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର […]
ଭୁବନେଶ୍ୱର: ମୋଟିଭେସନାଲ୍ ସ୍ପିକର୍ ତଥା ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣା ଏକ ନୂଆ ମୋଡ଼ ନେଇଛି। ତଦନ୍ତ ପ୍ରକ୍ରିୟାର ଗୁରୁତ୍ୱପୂର୍ଣ୍ଣ ଦିଗ କୁହାଯାଉଥିବା ସୁଇସାଇଡ଼୍ ନୋଟ୍କୁ ନେଇ ବଡ଼ ଖୁଲାସା ହୋଇଛି। ଜବତ ହୋଇଥିବା ଆଦିତ୍ୟଙ୍କ ଡାଏରୀର ହାତଲେଖାକୁ ନେଇ ଯେଉଁ ସସପେନ୍ସ ସୃଷ୍ଟି ହୋଇଥିଲା, ସେଥିରେ ପୂର୍ଣ୍ଣଛେଦ ପଡ଼ିଛି। ସୁଇସାଇଡ୍ ନୋଟ୍ ନିଜେ ଆଦିତ୍ୟ ଲେଖିଥିବା ଫୋରେନସିକ୍ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ, ନିଜେ ଆଦିତ୍ୟ […]
ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ସିଲାଟି ଗାଁରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଗୋଟିଏ ପରିବାରର ତିନି ଜଣଙ୍କୁ ଏକ ଧାରୁଆ ଅସ୍ତ୍ରରେ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ବୁଲୁ ଭୋଇ(୬୫), ତାଙ୍କ ସ୍ତ୍ରୀ ବଇଦେହି ଭୋଇ(୫୫) ଓ ପୁଅ ଶିବ ଭୋଇ(୨୫) । ଖବର ଅନୁଯାୟୀ, ଗତକାଲି ରାତିରେ କେହି ଦୁର୍ବୁତ୍ତ ବୁଲୁଙ୍କ ଘରେ ପଶି ସେମାନଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୁଅ ଶିବର ମୃତେଦହ ଘର ବାହାରେ […]
ଭୁବନେଶ୍ୱର: କରୋନା ମହାମାରୀ ଓ ଲକଡାଉନ୍ କଟକଣା ସମସ୍ତଙ୍କ ଜୀବନ ଉପରେ ବେଶ୍ ପ୍ରଭାବ ପକାଇଛି। ରୋଜଗାର ହରାଇ ଅନେକ ଲୋକ ଅଭାବ ଅନଟନରେ ରହିଛନ୍ତି। କଳାକାରମାନେ ମଧ୍ୟ ଏଥିରୁ ବାଦ୍ ପଡ଼ି ନାହାନ୍ତି। ଟିଭି ସିରିୟଲ୍, ଆଲ୍ବମ୍, ମଞ୍ଚ ନାଟକ ଓ ଷ୍ଟେଜ୍ ଶୋ’ କରିଥିବା ଓଡ଼ିଆ ଅଭିନେତ୍ରୀ ପ୍ରତିଭା ମହାରଣା ଓରଫ ରିଙ୍କି ଏବେ ରାଜଧାନୀର ରାସ୍ତାକଡ଼ରେ ଫଳ ବିକ୍ରି କରୁଛନ୍ତି। ଫଳ ବେପାର କରି ସେ ନିଜ ପରିବାର ପ୍ରତିପୋଷଣ କରୁଛନ୍ତି। ୪ […]
ଆଠଗଡ଼: ଯୁଗ ବଦଳି ଗଲାଣି। ଲୋକେ ଚନ୍ଦ୍ରପୃଷ୍ଠ ଓ ମଙ୍ଗଳ ଗ୍ରହରେ ଘର କଲେଣି। କିନ୍ତୁ ଏବେ ବି କିଛି ଲୋକେ ଅନ୍ଧବିଶ୍ୱାସକୁ ବିଶ୍ୱାସ କରୁଛନ୍ତି। ନିଜର ଭାଗ୍ୟ ଭବିଷ୍ୟତକୁ ନେଇ ଅନ୍ଧବିଶ୍ୱାସରେ ଛନ୍ଦି ହୋଇ ପଡ଼ିଥିବା ମଣିଷମାନେ ଏପର୍ଯ୍ୟନ୍ତ ସେଥିରୁ ମୁକୁଳି ପାରୁନାହାନ୍ତି। ଯେପରି ବର୍ଷା ନହେଲେ ଏକ ବେଙ୍ଗକୁ ଆଣି ତା’ର ଗୋଡ଼ରେ ସୂତା ବାନ୍ଧି ଗାଁ ଦାଣ୍ଡରେ ନଚାଇଲେ ବର୍ଷା ହୁଏ ବୋଲି ଗାଁ ଲୋକଙ୍କର ବିଶ୍ୱାସ ରହିଛି। ଏଭଳି ଅଜବ ପରମ୍ପରା […]