• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

ବିନା ମାସ୍କରେ ଘରୁ ବାହାରନ୍ତୁ ନାହିଁ, ରାସ୍ତାରେ ଠେଙ୍ଗା ଧରି ଜଗିଛନ୍ତି...

ଭଦ୍ରକ: ସାବଧାନ ! ଯଦି ଆପଣ ଘର ବାହାରକୁ କୌଣସି କାମରେ ଯାଉଛନ୍ତି, ତା’ହେଲେ ନିଶ୍ଚିତ ଭାବେ ମାସ୍କ ପିନ୍ଧନ୍ତୁ। କାହିଁକି ନା ରାସ୍ତାରେ ଠେଙ୍ଗା ଧରି ଜଗିଛନ୍ତି ଅଙ୍ଗନବାଡି ଓ ଆଶା ଦିଦି। ଭଦ୍ରକ ଜିଲ୍ଲା ଗୁଆମାଳରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଲୋକଙ୍କୁ ସଚେତନ କରିବା ପାଇଁ ଏଭଳି କିଛି ନିଆରା ଢଙ୍ଗ ଆପଣାଇଛନ୍ତି ଏମାନେ। ଯେଉଁମାନେ ବାହାରକୁ ଆସୁଛନ୍ତି ଓ ମାସ୍କ ପିନ୍ଧି ନଥିବା ନଜର ଆସୁଛନ୍ତି ଅଙ୍ଗନବାଡି କର୍ମୀ ସଂଯୁକ୍ତା […]

  • Tuesday, 06 July 2021
coronavirus
ଓଡ଼ିଶାରେ ଆଉ ଜଣେ ବିଧାୟକଙ୍କୁ କରୋନା

ପୋଲସରା: ଓଡ଼ିଶାରେ ଆଉ ଜଣେ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶ୍ରୀକାନ୍ତଙ୍କ ପତ୍ନୀ ମଧ୍ୟ କରୋନା ପଜିଟିଭ୍ ଆସିଥିବା ସୂଚନା ମିଳିଛି। ଉଭୟଙ୍କୁ କରୋନା ନେଇ ବିଧାୟକ ଶ୍ରୀକାନ୍ତ ସାହୁ ସୂଚନା ଦେଇଛନ୍ତି। ପୂର୍ବରୁ ଓଡ଼ିଶାର ୩ ଜଣ ବିଧାୟକ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ଅନ୍ୟପକ୍ଷରେ, ଓଡ଼ିଶାରେ ଆଜି ୧,୫୯୪ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଗଞ୍ଜାମରୁ କେବଳ ୭୩୨ […]

  • Tuesday, 06 July 2021
dgp
'ବନ୍ଧୁକ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହୁଅ'

ଫୁଲବାଣୀ: ଅସ୍ତ୍ର ତ୍ୟାଗ କରି ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ମାଓବାଦୀଙ୍କୁ ଆହ୍ୱାନ। କନ୍ଧମାଳରେ ମାଓ ମୁକାବିଲା ସମୀକ୍ଷା କରିବା ଅବସରରେ ପୋଲିସ ଡିଜି ଅଭୟ ଏଭଳି ଆହ୍ୱାନ ଦେଇଛନ୍ତି। କନ୍ଧମାଳରେ ମାଓ ମୁକାବିଲା ପୋଲିସ ଡିଜି ଅଭୟ ସମୀକ୍ଷା କରିଛନ୍ତି। ସେ କହିଛନ୍ତି ଯେ ମୁଖ୍ୟସ୍ରୋତକୁ ଆସନ୍ତୁ, ଉନ୍ନୟନ କାମରେ ବାଧା ସୃଷ୍ଟି କରନ୍ତୁନି। ଓଡ଼ିଶାରେ ନକ୍ସଲ ପ୍ରଭାବ ପୂର୍ବ ଅପେକ୍ଷା ବହୁ ପରିମାଣରେ କମିଛି। ମୋଟ ନକ୍ସଲଙ୍କ ମଧ୍ୟରୁ ଓଡ଼ିଶାରେ ଏବେ ମାତ୍ର ୧୦% […]

  • Tuesday, 06 July 2021
bjp
ବିଜେପିର ଧମକ; ମଧ୍ୟବିତ୍ତଙ୍କୁ ପ୍ୟାକେଜ୍ ନ ଦେଲେ BMC ଅଚଳ କରିବୁ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ କୋଭିଡ୍ ପରିଚାଳନାକୁ ନେଇ ସରକାର ଏବଂ ବିଏମସି ଉପରେ ପ୍ରଶ୍ନ ଉଠାଉଛି ବିଜେପି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଲୋକଙ୍କ ପାଖରେ ପହଞ୍ଚୁନି ବୋଲି ଅଭିଯୋଗ ଆଣି ବିଏମସିର ଉଦାସିନତା ଏବଂ ଟାଳଟୁଳ ନୀତିକୁ ସମାଲୋଚନା କରିଛି ଦଳ। ମହାନଗର ଅଂଚଳରେ ୨୧ ହଜାର ୪୮୩ ଉଠାଦୋକାନୀ ଓ ବୁଲାବେପାରି ରହିଛନ୍ତି। ଏହି ସମସ୍ତ ବୁଲା ବିକାଳୀଙ୍କୁ ଇ-ରେଜିଷ୍ଟ୍ରସନ କରିବାକୁ କୁହାଯାଉଛି, ଯାହା ଅସମ୍ଭବ। ବିଏମସିର ୩ଟି ଆଞ୍ଚଳିକ କାର୍ଯ୍ୟାଳୟରେ […]

  • Tuesday, 06 July 2021
klia
କାଳିଆ ଟଙ୍କା ଫେରାଇବେ ଅଯୋଗ୍ୟ ହିତାଧିକାରୀ; ବିରୋଧୀ କହିଲେ ନ ଦେଖି ଟଙ୍କା ବାଣ୍ଟିଦେଲେ

ଭୁବନେଶ୍ୱର: କାଳିଆ ଯୋଜନାରେ ୫୧ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୯୮ ପ୍ରତିଶତ ଯୋଗ୍ୟ ଥିବା ବେଳେ ଆଉ ୨ ପ୍ରତିଶତ୍ ଅର୍ଥାତ୍ ୫୦ ହଜାର ହିତାଧିକାରୀ ଅଯୋଗ୍ୟ। ଏହି ହିତାଧିକାରୀଙ୍କୁ ଟଙ୍କା ଫେରସ୍ତ କରିବା ଲାଗି କୁହାଯାଇଛି। ଏ ନେଇ ଆଜି ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ। ସେ କହିଛନ୍ତି, ଟଙ୍କା ଫେରାଇବା ଲାଗି ଅଯୋଗ୍ୟ ହିତାଧିକାରୀଙ୍କୁ ଚିଠି ଲେଖାଯାଇଛି। ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଦିଆଯାଇଛି। ଏଥିରେ ସେମାନେ ଟଙ୍କା ଫେରସ୍ତ କରିବେ। ଏମାନଙ୍କ […]

  • Tuesday, 06 July 2021
river
ବାହା ହେବା ପାଇଁ ଜିଦି ଧରିବାରୁ ନଦୀକୁ ଠେଲିଦେଲା ପ୍ରେମିକ

ଧର୍ମଗଡ଼: ବିବାହର ପ୍ରତିଶ୍ରୁତି ଦେଇ ଜଣେ ଆଦିବାସୀ ଯୁବତୀଙ୍କ ପ୍ରତାରଣା। ପ୍ରେମିକା ବିବାହ ପାଇଁ ଜିଦ୍ କରିବାରୁ ପୋଲ ତଳକୁ ଠେଲିଦେଲା ପ୍ରେମିକ। ସୌଭାଗ୍ୟ କ୍ରମେ ପ୍ରେମିକା ବଞ୍ଚିଯାଇଛି ସତ ହେଲେ ଘଟଣାର ୧୦ ଦିନ ପରେ ବି ଅଭିଯୁକ୍ତର ଟେର ପାଉନି ପୋଲିସ। ଏପଟେ ନ୍ୟାୟ ପାଇଁ ଅପେକ୍ଷାରେ ରହିଛନ୍ତି ପ୍ରତାରିତ ଯୁବତୀ। ଘଟଣା ଟି ଯେତିକି ହୃହୟସ୍ପର୍ଶୀ ସେତିକି ସମ୍ବେଦନଶୀଳ। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ କେ. ଗାଁ ଅଞ୍ଚଳରେ। ଖଲିଆପାଲି […]

  • Tuesday, 06 July 2021
fdf
ହରିଦାସପୁର-ପାରାଦୀପ ରେଳପଥରେ ପ୍ରଥମ ବିଜୁଳି ଚାଳିତ ଟ୍ରେନ୍‌ର ଟ୍ରାଏଲ ରନିଂ ଆରମ୍ଭ

ଭୁବନେଶ୍ୱର: ହରିଦାସପୁର-ପାରାଦୀପ ରେଳପଥରେ ପ୍ରଥମ ବିଜୁଳିଚାଳିତ ଟ୍ରେନ୍‌ର ଟ୍ରାଏଲ ରନିଂ ଆରମ୍ଭ ହୋଇଛି। ପୂର୍ବରୁ ଡିଜେଲ ଇଞ୍ଜିନ୍ ଟ୍ରାଏଲ ରନ୍ ହୋଇଥିଲା। ଆଜି ଇଲେକ୍ଟ୍ରିକ୍ ଟ୍ରେନ୍ ଟ୍ରାଏଲ ରନ୍ କରୁଛି। ଯଦି ଏହି ଟ୍ରାଏଲ୍ ରନ୍ ବେଳେ କୌଣସି ତୃଟି ବିଚ୍ୟୁତି ନ ହୁଏ, ତେବେ ଖୁବ୍‌ଶୀଘ୍ର ନିୟମିତ ଭାବେ ଟ୍ରେନ୍ ଚଳାଚଳ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ହରିଦାସପୁରରୁ ପାରାଦୀପ ଦୀର୍ଘ ୮୨ କିଲୋମିଟର ପଥ ଅତିକ୍ରମ ବେଳେ ବିଭିନ୍ନ ସ୍ଥାନରେ ଏହାର ଯାଞ୍ଚ କରାଯାଉଛି। […]

  • Tuesday, 06 July 2021