ରାୟଗଡ଼ା: ସଟ୍ଡାଉନ୍ ତାଲିକାରେ ସାମିଲ ହେଲା ଓଡ଼ିଶାର ଆଉ ଏକ ଜିଲ୍ଲା। ଆସନ୍ତାକାଲିଠୁ ୨୯ ତାରିଖ ଯାଏ ରାୟଗଡ଼ା ଜିଲ୍ଲାକୁ ସଟ୍ଡାଉନ୍ ନେଇ ଜିଲ୍ଲାପାଳ ଘୋଷଣା କରିଛନ୍ତି। ଗତ ୨୪ ଘଣ୍ଟାରେ ରାୟଗଡ଼ାରୁ ୯୬ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହା ପ୍ରଶାସନ ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୩୮ରେ ପହଞ୍ଚିଛି। ସେଥିମଧ୍ୟରୁ ୧୩୯ଜଣ ସୁସ୍ଥ ହୋଇଥିବା ବେଳେ ୧୯୭ଜଣ ଚିକିତ୍ସାଧୀନ ଅଛନ୍ତି। ୨ଜଣଙ୍କ […]
ଭୁବନେଶ୍ୱର: କରୋନା ମହାମାରୀ ବେଳେ ଓଡ଼ିଶାକୁ ଆଉ ଏକ ବିପଦ ଆସୁଛି। ଚଳିତବର୍ଷ ରାଜ୍ୟରେ ୧୧ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଛି। ୧୦ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଥିବା ବେଳେ ଗୋଟିଏ ଜିଲ୍ଲାରେ ଅତି କମ୍ ବର୍ଷା ହୋଇଛି। ତେଣୁ ଏହି ୧୧ଟି ଜିଲ୍ଲାରେ ମରୁଡ଼ି ଆଶଙ୍କା ସୃଷ୍ଟି ହୋଇଛି। ପୁରୀ ଜିଲ୍ଲାରେ ସ୍ୱାଭାବିକଠାରୁ ୫୫ ପ୍ରତିଶତ କମ୍ ବର୍ଷା ହୋଇଛି। ବାଲେଶ୍ୱର, ଢେଙ୍କାନାଳ, ସୁବର୍ଣ୍ଣପୁର, ଭଦ୍ରକ, ନୟାଗଡ, କଟକ, ଯାଜପୁର, ଖୋର୍ଦ୍ଧା, […]
ଭୁବନେଶ୍ୱର: ଭୁବନେଶ୍ୱରରୁ ଆଉ ୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ କେନ୍ଦ୍ରରୁ ୭୨ ଜଣ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ୍ କେସ୍ ୧୯ ରହିଛି। ଏନେଇ ଟ୍ୱିଟ୍ ବିଏମ୍ସି ପକ୍ଷରୁ ଯୋଗେ ସୂଚନା ଦିଆଯାଇଛି। ତେବେ ୯୯ଜଣ ସୁସ୍ଥ ହୋଇଛନ୍ତି। ଭୁବନେଶ୍ୱରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୪୩ରେ ପହଞ୍ଚି ଥିବାବେଳେ ୭୨୪ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ଆକ୍ଟିଭ କେସ୍ ୬୦୬ ରହିଛି। ୧୧ ଜଣଙ୍କ ମୃତ୍ୟୁ ହୋଇଛି।
ଭୁବନେଶ୍ୱର: ମାଆ କ୍ୟାନସର ଯୁଦ୍ଧରେ ହାରିଗଲେ। ଏପରିକି ପରିବାରର ଅନ୍ୟ ସଦସ୍ୟ ଏବଂ ସମ୍ପର୍କୀୟ ମଧ୍ୟ ଆଖି ବୁଜିଲେ। ମାଆ ଓ ସମ୍ପର୍କୀଙ୍କ ମୃତ୍ୟୁରେ ସେ ମନ କଷ୍ଟ ନକରି କ୍ୟାନସର ରୋଗୀଙ୍କ ସେବା କରିବା ପାଇଁ ମନବଳାଇ ଥିଲେ। ଆଉ ଆଜି ତାଙ୍କର ଏହି ମହତ କାମକୁ ପ୍ରଶଂସା କରିଛନ୍ତି ଭାରତର ପୂର୍ବତନ କ୍ରିକେଟର୍ ମହମ୍ମଦ କୈଫ୍। ସେହି ମହାନ ସମାଜସେବୀ ହେଉଛନ୍ତି କଟକର ଅଭିମନ୍ୟୁ ଦାଶ, ଯିଏ କ୍ୟାନସରରେ ମା’ ଏବଂ ସମ୍ପର୍କୀୟଙ୍କର ମୃତ୍ୟୁ […]
ଭୁବନେଶ୍ୱର: ମୋଟିଭେସନ୍ନାଲ୍ ସ୍ପିକର ତଥା ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ତଦନ୍ତ ପ୍ରକ୍ରିୟାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଚିଠି ଲେଖିଛନ୍ତି। ଏହି ଘଟଣାରେ ଜିଆର୍ପିର ତଦନ୍ତ ସନ୍ତୋଷଜନକ ନୁହେଁ, ତେଣୁ କମିଶନରେଟ୍ ପୋଲିସକୁ ତଦନ୍ତ ପ୍ରକ୍ରିୟାରେ ସାମିଲ କରାଯାଉ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଯଦି ବାସ୍ତବରେ ଏହା ଏକ ଆତ୍ମହତ୍ୟା ନ ହୋଇ ହତ୍ୟା ହୋଇଥାଏ, ତେବେ ଦୋଷୀଙ୍କୁ କଠୋର […]
ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳର ଜଣେ ସୁପର୍ ସ୍ପ୍ରେଡରଙ୍କୁ ନେଇ ଚିନ୍ତା ବଢ଼ିଛି। ମଞ୍ଚେଶ୍ୱରରେ ଥିବା ଏକ ଅଟାକଳରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ୨୬ ଜଣ ଆକ୍ରାନ୍ତ ହୋଇଛନ୍ତି। ଏହି ୨୬ଜଣ ଉକ୍ତ ଅଟାକଳର କର୍ମଚାରୀ ଓ ଏମାନେ ସମସ୍ତେ ପୂର୍ବରୁ ଚିହ୍ନଟ ଅଟାକଳର ଜଣେ କର୍ମଚାରୀଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ଆଜି ମଞ୍ଚେଶ୍ୱରରୁ ୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରରୁ ଆଉ ୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। […]