ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ରୁଟିନ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଭର୍ତ୍ତି ହୋଇଥିବା ରାଜଭବନ ସୂତ୍ରରୁ ସୂଚନା ଦିଆଯାଇଛି। କିଛି ବ୍ୟସ୍ତ, ବିବ୍ରତ ହେବାର ନାହିଁ ବୋଲି ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ରାତିରେ ରାଜ୍ୟପାଳ ହସ୍ପିଟାଲରେ ରହିବେ ଓ କାଲି ଫେରିବେ ବୋଲି ଜଣାପଡ଼ିଛି। ତେବେ କରୋନା ସଂକ୍ରମଣ ଦୃଷ୍ଟିରୁ ଜୁଲାଇ ୩୧ ଯାଏ ଜନସାଧାରଣଙ୍କ ପାଇଁ ରାଜଭବନ ନିଷେଧ କରାଯାଇଛି।
ଆସ୍କା: ଗୋଟିଏ ପରିବାରର ୩ ଜଣଙ୍କ ମୁଣ୍ଡ ନେଲା କରୋନା। ଗୋଟିଏ ପରିବାର ବାପା, ମା ଓ ପୁଅର ମୃତ୍ୟୁ କରୋନା ଯୋଗୁଁ ହୋଇଛି। ଏଭଳି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଏନଏସିରେ। ସୂଚନା ଅନୁସାରେ ଏହି ଅଞ୍ଚଳରେ ରହୁଥିବା ଏକ ପରିବାର ଲୋକଙ୍କ ଠାରୁ ଗତ ୯ ତାରିଖରେ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ପରେ ସ୍ୱାମୀ ପାତ୍ର, ସ୍ତ୍ରୀ, ପୁଅ ଓ ବୋହୂଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାରୁ […]
ଭୁବନେଶ୍ୱର: ବଢ଼ିଲା ଶ୍ରମିକଙ୍କ ମଜୁରୀ। ମଜୁରୀରେ ୫ ଟଙ୍କା ୪୦ ପଇସା ବଢ଼ାଇଲା ରାଜ୍ୟ ସରକାର। ରାଜ୍ୟର ସବୁ ଶ୍ରେଣୀ ଶ୍ରମିକଙ୍କ ପାଇଁ ଦୈନିକ ମଜୁରୀ ୫ ଟଙ୍କା ୪୦ ବଢ଼ାଇଛନ୍ତି ରାଜ୍ୟ ସରକାର। ସେହି ଅନୁସାରେ, ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୩୦୩ ଟଙ୍କା ୪୦ ପଇସା ହୋଇଥିବା ବେଳେ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ହେଲା ୩୪୩ ଟଙ୍କା ୪୦ ପଇସା। ସେହିଭଳି କୁଶଳୀ ଶ୍ରମିକଙ୍କ ମଜୁରୀ ୩୯୩ ଟଙ୍କା ୪୦ ପଇସା ହୋଇଥିବା ବେଳେ ଅତିକୁଶଳୀ […]
ବରଗଡ଼(ଦୀପକ ଶର୍ମା): ଆସନ୍ତାକାଲି ପୁଣି ଓଡ଼ିଶା ଆସୁଛନ୍ତି କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି। ଏହି ଉପଲକ୍ଷେ ବରଗଡ଼ ନିକଟ ସରସରା ଗାଁରେ ଏକ ସମାବେଶ ହେବ। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ରାହୁଲଙ୍କ ଗସ୍ତ ନେଇ ଓଡ଼ିଶା ପ୍ରଭାରୀ ଟି.ଏସ୍.ସିଂଦେଓ ବରଗଡ଼ରେ ପହଞ୍ଚି ସମାବେଶ ସ୍ଥଳକୁ ଯାଇ ପ୍ରସ୍ତୁତିର ତଦାରଖ କରିଛନ୍ତି। ଏସ୍ପିଜି ମଧ୍ୟ ଆସି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ସମାବେଶରେ ୫୦ ହଜାରରୁ ଅଧିକ ଲୋକ ଯୋଗ ଦେବେ ବୋଲି କଂଗ୍ରେସ ତରଫରୁ […]
କନ୍ଧମାଳ: ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ମାଓବାଦୀ ମୃତ। କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଅଞ୍ଚଳରେ ପୋଲିସ ସହ ମୁହାଁମୁହିଁ ବେଳେ ୨ ମାଓବାଦୀ ନିହତ ହୋଇଥିବା ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ। ନକ୍ସଲଙ୍କ ଉପସ୍ଥିତି ସୂଚନା ପାଇ ପୋଲିସ ତୁରନ୍ତ ଅପରେସନ ଆରମ୍ଭ କରିଥିଲା। ଉଭୟ ଓଡ଼ିଶା ପୋଲିସର ଏସ୍ଓଜି ଏବଂ ଡିଭିଏଫ୍ ମିଳିତ ଅପରେସନରେ ଯାଇଥିବାବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲା। ପୋଲିସକୁ ଦେଖି ନକ୍ସଲ ପ୍ରଥମେ ଗୁଳି ଚଳାଇବାରୁ କଡ଼ା ଜବାବ ଦିଆଯାଇଥିଲା। ଗୁଳି […]
ବାରିପଦା(ମାଣିକ ଲାଲ ପାଣି): ମୟୂରଭଞ୍ଜ ଜିଲ୍ଲାର ୧୮ ନମ୍ବର ଜାତୀୟ ରାଜପଥର ଦାନ୍ତିଆମୁହାଁ ଛକରେ ବାଇକ୍ ଉପରେ ଏକ ଟ୍ରକ୍ ମାଡ଼ି ଯାଇଛି। ଏଥିରେ ତିନି ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଧନ ସି, ଗାଲ ସି ଓ ମଙ୍ଗ ସି। ସମସ୍ତଙ୍କ ଘର ବେତନଟୀ ଥାନା ରଙ୍ଗପାଣି ଗାଁର ବୋଲି ଜଣାପଡ଼ିଛି। ଘଟଣାସ୍ଥଳରୁ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଛି। ଗତକାଲି ସନ୍ଧ୍ୟା ପ୍ରାୟ ୬ଟା୪୫ ମିନିଟ୍ରେ ଏହି ଦୁର୍ଘଟଣା ଘଟିଥିଲା। ସମ୍ପୃକ୍ତ […]
ଭୁବନେଶ୍ୱର: ସହରାଞ୍ଚଳ ଭଳି ଗ୍ରାମାଞ୍ଚଳରେ ବି ଘରେ ରହି ଚିକିତ୍ସିତ ହୋଇପାରିବେ କରୋନା ରୋଗୀ। ଲକ୍ଷଣବିହୀନ କିମ୍ବା ସାମାନ୍ୟ ଲକ୍ଷଣ ଥିବା ରୋଗୀ ଚାହିଁଲେ ହୋମ୍ ଆଇସୋଲେସନ୍ରେ ରହିପାରିବେ। ତେବେ ଏମାନଙ୍କର ଅନ୍ୟ କୌଣସି ଜଟିଳ ରୋଗ ନଥିଲେ ହିଁ ହୋମ୍ ଆଇସୋଲେସନ୍କୁ ଅନୁମତି ଦିଆଯାଇପାରିବ। ଏନେଇ SRCଙ୍କ କାର୍ଯ୍ୟାଳୟ ପକ୍ଷରୁ ପରିବର୍ଦ୍ଧିତ ଗାଇଡଲାଇନ୍ ଜାରି କରାଯାଇଛି। ସରପଞ୍ଚ କିମ୍ବା ଜିଲ୍ଲାପାଳଙ୍କ ଦ୍ୱାରା ନିର୍ଦ୍ଦେଶିତ ଅନ୍ୟ କୌଣସି ଅଧିକାରୀ ଏହାର ନୋଡାଲ୍ ଅଫିସର ରହିବେ। ପୂର୍ବରୁ କେବଳ […]
ଭୁବନେଶ୍ୱର: ଓଡ଼ିଶାରେ ମହାମାରୀ କରୋନା କାୟା ବିସ୍ତାର କରି ଚାଲିଛି। କିଛି ଦିନ ଭିତରେ ଲୋକସେବା ଭବନର କେତେକ ବିଭାଗରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରୁ କରୋନା ପଜିଟିଭ୍ ବାହାରିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ଏପରି ପରିସ୍ଥିତିରେ ଯଦି କୌଣସି ସରକାରୀ ଅଫିସରୁ କରୋନା ଆକ୍ରାନ୍ତ ବାହାରନ୍ତି, ତେବେ କ’ଣ ସବୁ ପଦକ୍ଷେପ ଗ୍ରହଣ କରିବାକୁ ହେବ, ତାର ଏକ ଗାଇଡ୍ଲାଇନ୍ସ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ସ୍ୱାସ୍ଥ୍ୟ […]
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ମହାମାରୀ କରୋନା କାୟା ବିସ୍ତାର କରି ଚାଲିଛି। କିଛି ଦିନ ଧରି ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଯାହା ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬,୯୦୨ରେ ପହଞ୍ଚିଛି। ସେଥିମଧ୍ୟରୁ ୨,୩୪୭ ଆକ୍ଟିଭ୍ କେସ୍ ଥିବାବେଳେ ୪,୪୮୩ଜଣ ସୁସ୍ଥ ହୋଇଛନ୍ତି। ୬୭ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ କରୋନା ଯୋଦ୍ଧା ମଧ୍ୟ ଅଛନ୍ତି। ଏଭଳି ସ୍ଥିତିରେ ଗଞ୍ଜାମ ଜିଲ୍ଲାରେ ଆଉ ଜଣେ କରୋନା ଯୋଦ୍ଧାଙ୍କ […]
ବ୍ରହ୍ମଗିରି: ଗାଁର ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବାପରେ ଉତ୍ତେଜନା ପ୍ରକାଶ ପାଇବା ସହ ବୋମାମାଡ଼ ହୋଇଛି। ପୁରୀ ଜିଲ୍ଲା ନିସିଭଅଁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ନିସିଭଅଁର ଗାଁରେ ଜଣେ ବ୍ୟକ୍ତି କିଛି ଦିନ ତଳେ ଦିଲ୍ଲୀରୁ ଫେରି କ୍ୱାରେଣ୍ଟିନ୍ ସେଣ୍ଟରରେ ଥିଲେ। କ୍ୱାରେଣ୍ଟିନ୍ ଅବଧି ନ ସରିବା ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତି ଜଣକ ୩-୪ ଦନ ପୂର୍ବରୁ ଗାଁକୁ ଚାଲି ଆସିଥିଲେ। ଏହି ସମୟରେ ଗାଁରେ ଲୋକଙ୍କ ସହ […]