• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

IOCL ପ୍ଲାଣ୍ଟ ମ୍ୟାନେଜରଙ୍କ କାର୍‌ ଉପରକୁ ବମ୍ବିଂ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଆଇଓସିଏଲ୍ ପ୍ଲାଣ୍ଟ ମ୍ୟାନେଜରଙ୍କ କାର୍‌ ଉପରକୁ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ରାତି ପ୍ରାୟ ୮ଟା ସମୟରେ ମ୍ୟାନେଜର ନୃସିଂହ ଚରଣ ସେଠୀ ଘରକୁ ଫେରୁଥିବା ବେଳେ କୁସୁମାଟି-ଛଣଘର ରାସ୍ତା ତାରିଣୀ ମନ୍ଦିର ନିକଟରେ ତାଙ୍କ କାର୍ ଉପରକୁ ବୋମାମାଡ଼ ହୋଇଛି। ୨ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ବୋମାମାଡ଼ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ବୋମାମାଡ଼ରେ କାର୍‌ର ଆଗ କାଚ ଭାଙ୍ଗି ଯାଇଥିବା ବେଳେ ଡ୍ରାଇଭର ସାମାନ୍ୟ ଆହତ […]

  • Tuesday, 06 July 2021
corona
ଓଡ଼ିଶାରେ କରୋନା ସ୍ଥିତି ସାଂଘାତିକ: ଦିନକରେ ଚିହ୍ନଟ ହେଲେ ୧,୫୯୪ ନୂଆ ପଜିଟିଭ୍‌

ଭୁବନେଶ୍ୱର: ଓଡ଼ିଶାରେ ୧,୫୯୪ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୫୯୪ ଆକ୍ରାନ୍ତଙ୍କ ମଧ୍ୟରୁ ୧,୦୬୭ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୫୨୭ ରହିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମରୁ ସର୍ବାଧିକ ୭୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୮ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୨,୬୯୩ ରେ […]

  • Tuesday, 06 July 2021
coronavirus
୨୪ ଘଣ୍ଟାରେ ଆଖି ବୁଜିଲେ ଓଡ଼ିଶାରେ ଆଉ ୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୬ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୨୦କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୩, ଭଦ୍ରକରୁ ଜଣେ, ଗଜପତିରୁ ଜଣେ ଓ ରାୟଗଡ଼ାରୁ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ, ଓଡ଼ିଶାରେ ୧,୫୯୪ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୨୮ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। […]

  • Tuesday, 06 July 2021
corona
କରୋନା କବ୍‌ଜାରେ ୧୧ ପୋଲିସ୍‌ କର୍ମୀ

ଖୋର୍ଦ୍ଧା: ବାଣପୁର, ବାଲୁଗାଁର ବିଭିନ୍ନ ଥାନା ଓ ଫାଣ୍ଡିର ୧୧ ଜଣ ପୋଲିସ୍‌ କର୍ମୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଖୋର୍ଦ୍ଧା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ୧୧ ଜଣ ପୋଲିସ୍‌ କର୍ମୀ କରୋନା ପଜିଟିଭ୍‌ ଚିହ୍ନଟ ହେବାପରେ ସଂପୃକ୍ତ ଥାନା ଓ ଫାଣ୍ଡିର ସବୁ କର୍ମଚାରୀଙ୍କୁ ହୋମ୍ କ୍ୱାରେଣ୍ଟିନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି।

  • Tuesday, 06 July 2021
ଶବ ସଂସ୍କାର ପରେ ରିପୋର୍ଟ ଆସିଲା କରୋନା ପଜିଟିଭ୍

ଭଞ୍ଜନଗର: ଶବ ସଂସ୍କାର ପରେ ରିପୋର୍ଟ ଆସିଲା କରୋନା ପଜିଟିଭ୍। ଗଞ୍ଜାମ ଜିଲ୍ଲା ଭଞ୍ଜନଗରରୁ ଏମିତି ଏକ ଖବର ଆସିଛି। ଯାହାକୁ ନେଇ ଚିନ୍ତା ଆହୁରି ବଢ଼ିଛି। ଭଞ୍ଜନଗର ଅଞ୍ଚଳର ବନବିଭାଗ କର୍ମଚାରୀ ବସନ୍ତ ମହାନ୍ତି ଜ୍ୱର ଓ କାଶରେ ପୀଡ଼ିତ ଥିଲେ। କରୋନା ଲକ୍ଷଣ ଜଣାପଡ଼ିବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଗତ ୧୨ ତାରିଖରେ ନିଜର କରୋନା ଟେଷ୍ଟ କରାଇଥିଲେ। କିନ୍ତୁ ରିପୋର୍ଟ ଆସିବାରେ ବିଳମ୍ବ ହୋଇଥିଲା। ତିନି ଦିନ ମଧ୍ୟରେ ରିପୋର୍ଟ […]

  • Tuesday, 06 July 2021
Odisha-assembly
ବିଧାନସଭାର ୫ କର୍ମଚାରୀଙ୍କୁ କରୋନା

ଭୁବନେଶ୍ୱର: ବିଧାନସଭାରେ ପହଞ୍ଚିଲା କରୋନାଭାଇରସ୍। ଓଡ଼ିଶା ବିଧାନସଭାର ୫ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଖୋଦ୍ ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି। ଯେଉଁ କର୍ମଚାରୀଙ୍କ କରୋନା ପଜିଟିଭ ଆସିଛି, ସେମାନଙ୍କୁ ହୋମ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କିଛି ଦିନ ତଳେ ଏକ ବୈଠକ ହୋଇଥଲାା, ଯେଉଁଥିରେ ଯୋଗଦେଇଥିବା ଜଣେ ବିଧାୟକଙ୍କର ସ୍ୱାବ ଟେଷ୍ଟ ପଜିଟିଭ୍ ଆସିଥିଲା। ଉକ୍ତ ବିଧାୟକଙ୍କ ଆକ୍ରାନ୍ତ ହେବା ପରେ ବିଧାନସଭାର ସବୁ କର୍ମଚାରୀଙ୍କୁ ଟେଷ୍ଟ ପାଇଁ […]

  • Tuesday, 06 July 2021