ରାଉରକେଲା(ପବନ ତିୱାରୀ) : ‘ହଇରେ ଆଳିଆ, କ’ଣ ଆଜି କ୍ଲାସକୁ ଡେରିରେ ଆସିଲୁ ? ….ମୋ ବାପାଟା ପରା, ଏଇ ୫/୭ ବର୍ଷ ଦୁନିଆ ଭୁଲି ଯା। ମଞ୍ଚ ଦେଖ, ଲାଇବ୍ରେରୀ ଦେଖ, ନାଟକ ଶିଖ। ଦିନ ଆସିବ, ତୁ ଦୁନିଆ ସାରା ବୁଲିବୁ…। ତାଙ୍କର ଏଇ କେଇପଦ କଥା ମୋ ଜୀବନର ଗତିପଥକୁ ବଦଳାଇ ଦେଇଛି। ବାପାଙ୍କ ପରି ଛାତ୍ରଙ୍କୁ ଏମିତି ବୁଝାଉଥିବା ଓଡ଼ିଶା ସଙ୍ଗୀତ ମହାବିଦ୍ୟାଳୟର ପ୍ରଫେସର ବିଜୟ ମହାନ୍ତି ଆଉ ନାହାନ୍ତି। ହେଲେ […]
କଟକ: କଟକ ସହରରୁ ଆଉ ୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୫ ସରକାରୀ କ୍ୱାରେଣ୍ଟିନରେ ଚିହ୍ନଟ ହୋଇଥିବା ବେଳେ ୨୧ ହୋମ୍ କ୍ୱାରେଣ୍ଟିନ ଚିହ୍ନଟ ହୋଇଛନ୍ତି। ସେହିପରି ୮ ଟି ଲୋକାଲ କେସ୍ ରହିଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୮୬ ରେ ପହଞ୍ଚିଛି। ସେଥିମଧ୍ୟରୁ ୨୩୬ ଜଣ ସୁସ୍ଥ ହୋଇଥିବାବେଳେ ୨୪୨ ଜଣ ଚିକିତ୍ସାଧୀନ ଅଛନ୍ତି। ୮ଜଣଙ୍କ ମୃତ୍ୟୁ ଘଟିଛି।
ବରଗଡ଼ (ଦୀପକ ଶର୍ମା): ଆଜି ବରଗଡ଼ ଗସ୍ତରେ ଆସି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସରସରାରେ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ। ଏହି ଅବସରରେ ସେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ଚିଟ୍ଫଣ୍ଡ, ମାଇନିଂ, ଶୀତଳଭଣ୍ଡାର, ଚାଷୀ ସମସ୍ୟାକୁ ନେଇ ଶଶସକ ଦଳକୁ ଟାର୍ଗେଟ କରିଛନ୍ତି। ରାଜ୍ୟରେ କଂଗ୍ରେସ୍ ସରକାର ଆସିଲେ ସବୁ ଦୁର୍ନୀତି ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଓଡ଼ିଆଙ୍କୁ ନ୍ୟାୟ ମିଳିବ ବୋଲି ରାହୁଲ କହିଥିଲେ। ସେ କହିଥିଲେ, […]
ଭୁବନେଶ୍ୱର: ଭୁବନେଶ୍ୱରରେ ସଂଗୀନ ରୂପ ଧାରଣା କଲା କରୋନା। ଆଜି କେବଳ ଦିନକରେ ୧୨୬ ପଜିଟିଭ୍ ବାହାରିଛନ୍ତି। ଏମାନଙ୍କ ମଧ୍ୟରୁ ୯୩ କ୍ୱାରେଣ୍ଟିନ ସେଣ୍ଟରର ଏବଂ ୩୩ ଲୋକାଲ କଣ୍ଟାକ୍ଟ କେସ୍। ସବୁଠାରୁ ବଡ଼ କଥା ହେଲା, କରୋନା ବିରୋଧୀ ଯୁଦ୍ଧରେ କଣ୍ଟା ସାଜିଲା ମଞ୍ଚେଶ୍ୱରର ଅଟା କଳ। ସମ୍ପୃକ୍ତ ଅଟାକଳର ଆଉ ୩୫ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଅଟା କଳର ୨୬ କର୍ମଚାରୀ କରୋନା ଚିହ୍ନଟ ହୋଇଥିଲେ। ୨ ଦିନରେ ମୋଟ ୬୧ […]
ଭୁବନେଶ୍ୱର: ରାଜ୍ୟର କୋଡ଼ିଏଟି ଜିଲ୍ଲାରେ ନଦୀବନ୍ଧ ଦୁର୍ବଳ ରହିଛି। ବର୍ଷା ଦିନ ଆସିଥିବାରୁ ସମସ୍ତ ଦୁର୍ବଳ ନଦୀ ବନ୍ଧ ଉପରେ ନଜର ରଖିଛି ଜଳସମ୍ପଦ ବିଭାଗ। କେନ୍ଦୁଝର, ନୟାଗଡ଼, କେନ୍ଦ୍ରାପଡା, ଗଞ୍ଜାମ, ଗଜପତି ସମେତ ରାୟଗଡ଼ା, ଭଦ୍ରକ, ବୌଦ୍ଧ, ଫୁଲବାଣୀ, ଯାଜପୁର ସେହିଭଳି ଢେଙ୍କାନାଳରେ ଥିବା ଦୁର୍ବଳ ନଦୀବନ୍ଧରେ ଉପରେ ନଜର ରଖିଛି ଜଳସମ୍ପଦ ବିଭାଗ। ସେହିପରି ଅନୁଗୁଳ, କଟକ, ଜଗତ୍ସିଂହପୁର, ମୟୁରଭଞ୍ଜ, ବାଲେଶ୍ୱର, ସୋନପୁର ଏବଂ କଳାହାଣ୍ଡି, କୋରାପୁଟ ଓ ମାଲକାନଗିରରେ ମଧ୍ୟ ନଦୀ ବନ୍ଧ […]
ଭୁବନେଶ୍ୱର: କାଶରୁ ଜଣାପଡ଼ିପାରେ କରୋନା। ସାଧାରଣ କାଶ ଓ କରୋନା କାଶ ମଧ୍ୟରେ କଣ ଫରକ୍ ରହୁଛି, ସେ ସଂପର୍କରେ ଗବେଷଣା ଚାଲିଛି। ନିପି ଓ RMRC ମିଳିତ ଭାବେ ଏହି ଗବେଷଣା କରୁଥିବା କହିଛନ୍ତି ଭୁବନେଶ୍ୱର RMRC ନିର୍ଦ୍ଦେଶିକା ସଂଘମିତ୍ରା ପତି। ନିପି ପକ୍ଷରୁ ଏକ ଆପ୍ ଏକ ପ୍ରସ୍ତୁତ କରାଯାଇଛି। ଏହି ଆପ୍ ମଧ୍ୟରେ ରୋଗୀ ନିଜେ କାଶର ଅଡିଓ ରେକର୍ଡ କରିବେ। ଏହାର ପରୀକ୍ଷା କରାଯିବ। କାଶର ଶବ୍ଦରୁ ଜଣାପଡ଼ିବ ସଂପୃକ୍ତ ରୋଗୀଙ୍କୁ […]
ଚୌଦ୍ୱାର: ବାରଙ୍ଗ ଅଞ୍ଚଳରୁ ଗିରଫ ହୋଇ ଚୌଦ୍ୱାର ଜେଲ୍କୁ ପଠାଯାଇଥିବା ଜଣେ ଅଭିଯୁକ୍ତ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ୨ ଦିନ ତଳେ ବାରଙ୍ଗ ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ଅଭିଯୁକ୍ତ ଜଣଙ୍କ କରୋନା ପଜିଟିଭ୍ ହୋଇଥିବା ଜଣାପଡିବା ପରେ ବାରଙ୍ଗ ଥାନା ଓ ଫାଣ୍ଡିର ସମସ୍ତ ପୋଲିସ କର୍ମଚାରୀଙ୍କ ସ୍ୱାବ୍ ସଂଗ୍ରହ ହୋଇଛି। ଏଥିସହ ସମସ୍ତ ଷ୍ଟାଫ୍ ହୋମ୍ ଆଇସୋଲେସନ୍ରେ ଥିବା କଟକ DCP ସୂଚନା ଦେଇଛନ୍ତି।