ପାରଳାଖେମୁଣ୍ଡି: ଗତକାଲି ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କ ମୃତ୍ୟୁ ହୋଇଥିଲ।। ହେଲେ ତାଙ୍କ ମୃତ୍ୟୁ କରୋନା ଜନିତ ବୋଲି ଆଜି ସ୍ପଷ୍ଟ ହୋଇଛି। କରୁଣାକର ରାଇକା ମୃତ୍ୟୁର ଦିନକ ପରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା। ଗତ କିଛିଦିନ ହେଲା କରୁଣାକର ଅସୁସ୍ଥ ଥିଲେ। ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଗତକାଲି ଚିକିତ୍ସାଧିନ ଅବସ୍ଥାରେ କରୁଣାକରଙ୍କ ମୃତ୍ୟୁ ହୋଇଥିଲା। ଜିଲ୍ଲା କୋଭିଡ ହସ୍ପିଟାଲ ଓ […]
ଭୁବନେଶ୍ୱର: କରୋନା ଟିକା ପ୍ରସ୍ତୁତିରେ ସେରମ ଇନଷ୍ଟିଚ୍ୟୁଟର ସଫଳତା ପରେ ସିଇଓ ଆଦର ପୁନାୱାଲାଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି। ଭିଡିଓ କନଫରନେସିଂ ମାଧ୍ୟମରେ ଏହି ଆଲୋଚନା ହୋଇଥିଲା। ଟିକା ପ୍ରସ୍ତୁତିରେ ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀ ପୁନାୱାଲାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଟିକା ପ୍ରସ୍ତୁତି ପରେ ଅଗ୍ରାଧିକାର ଭିତ୍ତିରେ ଓଡିଶାକୁ ଟିକା ଯୋଗାଇଦେବାକୁ ସେ ତାଙ୍କର ସହଯୋଗ ଲୋଡିଥିଲେ। ଏହାଛଡ଼ା କରୋନା ମୁକାବିଲାରେ ଓଡ଼ିଶାର ପଦକ୍ଷେପକୁ ପୁନାୱାଲା ପ୍ରଶଂସା କରିଛନ୍ତି। Hon'ble Sri @Naveen_Odisha today […]
ଭୁବନେଶ୍ୱର: କରୋନା ଯୋଗୁଁ ଚଳିତ ବର୍ଷ ସ୍କୁଲ ସିଲାବସ୍ କମିବ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ସିଲାବସ୍ ହ୍ରାସ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ମିଳିଥିବା ସେ ସ୍ପଷ୍ଟ କରିଛନ୍ତି। ତେବେ କେତେ ପ୍ରତିଶତ ସିଲାବସ୍ କମିବ ସେନେଇ ପିଲାଙ୍କୁ ଆଗୁଆ ଜଣାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ଅନ୍ୟପଟେ କେବେ ସ୍କୁଲ ଖୋଲିବ ତାହା ସ୍ଥିର ହୋଇପାରୁ ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। ପ୍ରଥମରୁ ଦଶମ ଶ୍ରେଣୀ […]
ଭୁବନେଶ୍ୱର: ଓଡିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ୪ ସଦସ୍ୟ ଆଜି ଶପଥ ଗ୍ରହଣ କରିଛନ୍ତି। ମୁନ୍ନା ଖାଁ, ସୁଜିତ୍ କୁମାର, ମମତା ମହନ୍ତ, ସୁବାସ ସିଂହ ଆଜି ରାଜ୍ୟସଭା ସଭ୍ୟ ଭାବେ ଶପଥ ନେଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ଓଡ଼ିଶାର ୪ଜଣଙ୍କ ବ୍ୟତୀତ ରାଜ୍ୟସଭାର ୩୯ଜଣଙ୍କୁ ଶପଥ କରାଯାଇଥିଲା। ମାର୍ଚ୍ଚ ୨୬ ତାରିଖରେ ଅନୁଷ୍ଠିତ ନିର୍ବାଚନରେ ୪ଜଣ ଯାକ ସଦସ୍ୟ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ। […]
କୋରାପୁଟ: ଚାଷୀ ସାଜିଲେ ବିଧାୟକ। ଲକ୍ଡାଉନ୍ ସମୟରେ ବିଧାନସଭା ତ ବନ୍ଦ, ସଭା ସମିତି ମଧ୍ୟ ବନ୍ଦ। ତେଣୁ ଘରେ ନ ବସି ଚାଷ କାମରେ ମନ ଦେଇଛନ୍ତି କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପଡାଲ। ପ୍ରତିଦିନ ସେ କ୍ଷେତକୁ ଯାଉଛନ୍ତି । ନିଜେ ଚାଷ କାମ କରୁଛନ୍ତି। ରଘୁରାମ କହିଛନ୍ତି, ମୁଁ ଚାଷୀ ଘର ପିଲା। ଲକ୍ଡାଉନ୍ ସମୟରେ କାମ କିଛି ନାହିଁ। ଲୋକମାନଙ୍କ ସୁବିଧା ଅସୁବିଧା କଥା ଫୋନ୍ […]
କଟକ ସହରରୁ ଆଉ ୫୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୧ ସରକାରୀ କ୍ୱାରେଣ୍ଟିନରେ ଚିହ୍ନଟ ହୋଇଥିବା ବେଳେ ୪୧ ହୋମ୍ କ୍ୱାରେଣ୍ଟିନ ଚିହ୍ନଟ ହୋଇଛନ୍ତି। ତା ସହିତ ୨ଟି ଲୋକାଲ କେସ୍ ରହିଛି। ସେହିଭଳି ଖଟବିନ ସାହିରୁ ୩୨, ଶଙ୍କରପୁର ପରିଡ଼ା ସାହିରୁ ୮ ଚିହ୍ନଟ ହୋଇଛନ୍ତି। ମଣିସାହୁ ଛକରୁ ୧, ଥୋରିଆସାହିରୁ ୧, ସୁତାହାଟରୁ ମଧ୍ୟ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ କଟକ ସହର ପାଇଁ ଚିନ୍ତାର କାରଣ ପାଲଟିଛି ଖଟବିନ […]
ଭୁବନେଶ୍ୱର: ଜମ୍ମୁ କଶ୍ମୀରରେ ହିଂସାକୁ ଉସକାଉଥିବା ପାକିସ୍ତାନୀ ପ୍ରବାସୀ ଭାରତୀୟଙ୍କ ସହ ବଲିଉଡର କିଛି ବ୍ୟକ୍ତିଙ୍କର ସଂପର୍କ ରହିଛି। ଏଭଳି ଲୋକମାନେ ସେହି ପାକିସ୍ତାନୀ ଓ ପ୍ରବାସୀ ଭାରତୀୟଙ୍କ ସହିତ ସମସ୍ତ ପ୍ରକାର ସମ୍ପର୍କ ଛିନ୍ନ କରିବା ଦରକାର। ବଲିଉଡକୁ ନେଇ ଏମିତି ଏକ ଚାଞ୍ଚଲ୍ୟକର ଟୁଇଟ୍ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ତାଙ୍କର ଏହି ଟୁଇଟ୍କୁ ନେଇ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି। ଜମ୍ମୁ କଶ୍ମୀରରେ ହିଂସାକୁ ଉସକାଉଥିବା […]
ଭୁବନେଶ୍ୱର: ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଗରିବଙ୍କୁ ୫ ମାସର ଚାଉଳ ଓ ଡାଲି ଯୋଗାଣ ଘୋଷଣା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି। ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ହେଉଛି ତ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ। NFSAର ୧୩ ଲକ୍ଷ କାର୍ଡ ଏସେଫେସ ରେ ମିଶିବା ପରେ ଆଉ ଯୋଜନା କେଉଁଠି ଅଛି ବୋଲି ବିଜେପି ପ୍ରଶ୍ନ କରିଛି। ପ୍ରଧାନମନ୍ତ୍ରୀ ଗରିବଙ୍କ ପାଇଁ […]
ଭୁବନେଶ୍ୱର: ଗୀତର ନାମ ରଙ୍ଗବତୀ ଅନୁସାରେ ଗାଁର ନାମ ବିଲୁଙ୍ଗ ରଙ୍ଗବତୀ ହେଲା। ବିଖ୍ୟାତ ଲୋକ ସଂଗୀତ ରଙ୍ଗବତୀ ନାଁରେ ନାମିତ ହେଲା ଗାଁ। ଚର୍ଚ୍ଚିତ ରଙ୍ଗବତୀ ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କ ଗାଁ ହେଉଛି ବିଲୁଙ୍ଗ। ଆଉ ଏବେ ଏହି ଗାଁ ବିଲୁଙ୍ଗ ରଙ୍ଗବତୀ ନାମରେ ପରିବର୍ତ୍ତନ ହୋଇଛି। ଏନେଇ ରାଜ୍ୟ ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପ୍ରକାଶ ପାଇଛି। ୭୦ ଦଶକର ସମ୍ବଲପୁରୀ ଗୀତ ରଙ୍ଗବତୀ ଖାଲି ଓଡ଼ିଶା ନୁହେଁ, ବରଂ ଦେଶ […]
ଭୁବନେଶ୍ୱର: କରୋନା ପରିଚାଳନା କ୍ଷେତ୍ରରେ ସରକାର ପଶ୍ଚିମ ଓଡ଼ିଶାକୁ ଅଣଦେଖା କରିଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ପଶ୍ଚିମ ଓଡ଼ିଶାର ସ୍ଥିତି ସାଙ୍ଘାତିକ ହେଲାଣି। ଆଗ ଅପେକ୍ଷା ବର୍ତ୍ତମାନ ବହୁ ମାତ୍ରାରେ ସଂକ୍ରମିତ ଏହି ସବୁ ଜିଲ୍ଲାରୁ ଆସୁଛି। ଏଠି କିଛି ବ୍ୟବସ୍ଥା କରାଯାଇନାହିଁ ବୋଲି ପ୍ରଦୀପ୍ତ ଅଭିଯୋଗ କରିଛନ୍ତି। ଅଧାରୁ ଅଧିକ ଡାକ୍ତର ଗଞ୍ଜାମକୁ ପଠାଇଛନ୍ତି ସରକାର। ସେପଟେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଟେଷ୍ଟ ମଧ୍ୟ ଅଧିକ ପରିମାଣରେ ହେଉନାହିଁ। […]
ପୁରୀ: ଶ୍ୱଶୁର ଘରେ ଜ୍ୱାଇଁ ଚର୍ଚ୍ଚାକୁ ନେଇ କେତେ କଥା କେତେ କାହାଣୀ। ପୁଣି ଯଦି ଡାକ୍ତର ଜ୍ୱାଇଁ ହୋଇଥିବେ। ବାହାହୋଇ ପ୍ରଥମ ଥର ଶ୍ୱଶୁର ଘରକୁ ଆସିଥିବେ,ତାହାହେଲେ ଚର୍ଚ୍ଚାଟା ଟିକେ ଅଲଗା ପ୍ରକାର ହୋଇଥାଏ। ଶାଶୁ ନିଜ ହାତରେ ଭଳିକି ଭଳି ବ୍ୟଞ୍ଜନ କରି ପରଷିଥାନ୍ତି। ଘରର ଅନ୍ୟ ସଦସ୍ୟମାନେ ମଧ୍ୟ ସହଯୋଗ କରିଥାନ୍ତି। କିନ୍ତୁ ନିମାପଡ଼ାରେ ଦେଖିବାକୁ ମିଳିଛି ପୂରା ଭିନ୍ନ ରକମର ଜ୍ୱାଇଁ ଚର୍ଚ୍ଚା। ଯାହା ଆପଣ କେବେ ଭାବି ନଥିବେ କି […]