ଯାଜପୁର: ଛେଳିଛୁଆକୁ ଗିଳି ଦେଇଥିବା ଏକ ଅଜଗରକୁ ଉଦ୍ଧାର କଲେ ଗ୍ରାମବାସୀ। ଘଟଣା ଯାଜପୁର ଜିଲ୍ଲା ସୁକିନ୍ଦା ବନାଞ୍ଚଳ ବନ୍ଧଗାଁ ପଞ୍ଚାୟତ କୋଇଲ ଗ୍ରାମର। ଏଠାରେ ଏକ ଅଜଗରଟି ଶାବକ ଛେଳି ଛୁଆକୁ ଗିଳି ଦେଇଥିବା ବେଳେ ଗ୍ରାମବାସୀଙ୍କ ନଜରକୁ ଆସିଥିଲା। ତୁରନ୍ତ ବନବିଭାଗ କର୍ମଚାରୀ ଓ ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କୁ ଯୋଗାଯୋଗ କରାଯାଇଥିଲା। ପରେ ସ୍ନେକ୍ ହେଲ୍ପଲାଇନର ସୌମ୍ୟାଜିତ ଗ୍ରାମ ବାସୀଙ୍କ ସହଯୋଗରେ ସାପଟିକୁ ଉଦ୍ଧାର କରିବା ପରେ ବନବିଭାଗକୁ ହସ୍ତାନ୍ତର କରିଛନ୍ତି। ଅଜଗରଟିର ଲମ୍ବ […]
ଭୁବନେଶ୍ୱର: ଓଡ଼ିଶାରେ କରୋନା ସ୍ଥିତି ଅନ୍ୟ ରାଜ୍ୟଙ୍କ ଠାରୁ ବହୁତ ଭଲ ଅଛି। କେସ୍ ବଢୁଥିଲେ ବି ରାଜ୍ୟବାସୀ ଚିନ୍ତା ଚିନ୍ତା କରୁନ୍ତୁନି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ। କରୋନା ସ୍ଥିତି ନେଇ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ଯେ ଆମ ରାଜ୍ୟର ସ୍ଥିତି ଅନ୍ୟ ରାଜ୍ୟଠାରୁ ସଂପୂର୍ଣ୍ଣ ଭିନ୍ନ ରହିଛି। କେସ୍ ବଢୁଥିଲେ ବି ରାଜ୍ୟବାସୀ ଚିନ୍ତା କରିବା ଅନାବଶ୍ୟକ। ଆମେ କରୋନାକୁ ଗୋଡ଼େଇ […]
ରାଉରକେଲା: ରାଉରକେଲା ଆଇଜିଏଚ୍ରେ ଆରମ୍ଭ ହେବ ପ୍ଲାଜମା ଥେରାପି। ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଚିକିତ୍ସାଧୀନ ଥିବା ଗୁରୁତର କରୋନା ରୋଗୀଙ୍କୁ ଆଇଜିଏଚ୍ରେ ପ୍ଲାଜମା ଥେରାପି ଦିଆଯିବ। ଏଥିପାଇଁ ସେଠାରେ ପ୍ଲାଜମା ବ୍ୟାଙ୍କ୍ ମଧ୍ୟ ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଏଥିସହ ସଂକ୍ରମଣ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର୍ ସେଣ୍ଟର ଭିତ୍ତିଭୂମି ବିକାଶ ପାଇଁ ୫ କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମଞ୍ଜୁର କରାଯାଇଛି। […]
ଭୁବନେଶ୍ୱର: ରାଜ୍ୟରେ ଆଉ ୨ ଜାଗାରେ ହେବ ପ୍ଲାଜମା ବ୍ୟାଙ୍କ, ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ (ଏସିଏସ୍) ପ୍ରଦୀପ୍ତ ମହାପାତ୍ର। କରୋନାରେ ଗୁରୁତର ଆକ୍ରାନ୍ତ ହୋଇଥିବା ଲୋକଙ୍କ ପ୍ଲାଜମା ଥେରାପି ସଫଳ ଚିକିତ୍ସା ହୋଇଥିବାରୁ ରାଜ୍ୟ ସରକାର ଏଦିଗରେ ତ୍ୱରିତ ପଦକ୍ଷେପ ନେଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ (ଏସିଏସ୍) ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ ରାଜ୍ୟରେ ଆଉ ୨ଟି ଜାଗାରେ ପ୍ଲାଜମା ବ୍ୟାଙ୍କ ଖୋଲିବ। ବ୍ରହ୍ମପୁର ଏମକେସିଜି ମେଡିକାଲରେ […]
ଜୟପୁର: ଜୟପୁରସ୍ଥିତ ସରକାରୀ ଶିଶୁ ସଦନରେ ନାବାଳକଙ୍କ ମୃତଦେହ ଉଦ୍ଧାର। ଝୁଲନ୍ତା ଅବସ୍ଥାରେ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯିବା ପରେ ତନାଘନା ଆରମ୍ଭ ହୋଇଛି । କୋରାପୁଟ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ, ତହସିଲଦାର ଅଶ୍ୱିନୀ ମହାପାତ୍ର ଓ ଟାଉନଥାନା ଅଧିକାରୀ ବାଲେଶ୍ୱର ଗିଧି ଶିଶୁ ସଦନରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ନାବାଳକ ଜଣକ ପଞ୍ଚମ ଶ୍ରେଣୀରେ ପଢୁଥିବା ବେଳେ ତାଙ୍କ ଘର କୋରାପୁଟ ଜିଲ୍ଲାରେ ବୋଲି ଜଣାପଡିଛି। ନାବାଳକର ମୃତ୍ୟୁର […]
ଭୁବନେଶ୍ୱର: ଲୋକଙ୍କୁ ୫ଟି ଅପିଲ କଲେ ରାଜ୍ୟ ସରକାର। ଏହି ନିୟମ ମାନିଲେ କରୋନା ଦାଉରୁ ଆମେ ସୁରକ୍ଷିତ ରହିପାରିବା ବୋଲି କହିଛନ୍ତି ଏସିଏସ୍ ପ୍ରଦୀପ୍ତ ମହାପାତ୍ର। ସେ କହିଛନ୍ତି ଯେ ଓଡ଼ିଶା ହିଁ ଏକମାତ୍ର ଚାଜ୍ୟ ଯେଉଁଠି ଜଣେ କରୋନା ରୋଗୀର ସମସ୍ତ ଖର୍ଚ୍ଚ ସରକାର ବହନ କରୁଛନ୍ତି। ଏପରିକି ୪ଟି ମେଡିକାଲ ଫାର୍ମାକୁ ଟେଷ୍ଟିଂ ପାଇଁ ଅନୁମତି ଦିଆଯାଇଛି। ଏପରି କ୍ଷେତ୍ରରେ ଜନସାଧାନରଣଙ୍କୁ ନିବେଦନ କରିଛନ୍ତି ରାଜ୍ୟ ସରକାର। ଲକ୍ଷଣ ଲୁଚାନ୍ତୁନି, ଟେଷ୍ଟିଂ ପାଇଁ […]
ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ନୂଆ ମୋଡ଼। ତଦନ୍ତ ପ୍ରକ୍ରିୟାର ଗୁରୁତ୍ୱପୂର୍ଣ୍ଣ ଦିଗ କୁହାଯାଉଥିବା ସୁଇସାଇଡ ନୋଟ୍କୁ ନେଇ ବଡ଼ ଖୁଲାସା। ଆଦିତ୍ୟଙ୍କ ଡାଏରୀର ହାତଲେଖାକୁ ନେଇ ଯେଉଁ ସସପେନ୍ସ ସୃଷ୍ଟି ହୋଇଥିଲା, ସେଥିରେ ପୂର୍ଣ୍ଣଛେଦ ପଡ଼ିଛି। ସୁଇସାଇଡ୍ ନୋଟ୍ ନିଜେ ଆଦିତ୍ୟ ଦାଶ ଲେଖିଥିବା ଫରେନସିକ୍ ଯାଞ୍ଚରୁ ସ୍ପଷ୍ଟ ହୋଇଛି। ଫରେନ୍ସିକ ରିପୋର୍ଟରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ, ନିଜେ ଆଦିତ୍ୟ ହିଁ ଜବତ ଡାଏରୀରେ ନିଜ ଶେଷ କଥା […]
ଭୁବନେଶ୍ୱର: ରାଜ୍ୟରେ ଆଉ ୬୪୩ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଆରୋଗ୍ୟ ସଂଖ୍ୟା ୧୪, ୩୯୨ରେ ପହଞ୍ଚିଛି। କେଉଁଠି କେତେ ଆକ୍ରାନ୍ତ:- ଗଂଜାମ ଜିଲ୍ଲାରୁ ସର୍ବାଧିକ ୪୦୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧାରୁ ୪୪, ବାଲେଶ୍ୱରରୁ ୩୧, ମୟୂରଭଂଜ ୨୮, କଟକରୁ ୨୭ ସୁସ୍ଥ ହୋଇଛନ୍ତି। ସେହିପରି ଜଗତସିଂହପୁରରୁ ୧୫, ବରଗଡ଼ ଓ କଳାହାଣ୍ଡିରୁ ୧୪ ଲେଖାଏଁ, ଢେଙ୍କାନାଳ ଓ କେନ୍ଦୁଝରରୁ ୧୧ ଲେଖାଏଁ, ଭଦ୍ରକରୁ ୮ […]