ଭୁବନେଶ୍ୱର: ରାଜ୍ୟରେ କରୋନା ମୁକାବିଲା ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି। କରୋନା ପାଇଁ ରାଜସ୍ୱ ଆଦାୟ କମିଥିବାରୁ ବଜେଟର ପୁନର୍ବିନ୍ୟାସ ହେବ। ସ୍ୱାସ୍ଥ୍ୟ ବିଭାଗକୁ ଛାଡ଼ି ଅନ୍ୟ ବିଭାଗର ଅର୍ଥ ଖର୍ଚ୍ଚ ହେଉନଥିବାରୁ ଏହାକୁ କରୋନା ମୁକାବିଲାରେ ଖର୍ଚ୍ଚ କରାଯିବ। ସ୍ୱାସ୍ଥ୍ୟସେବା ଲାଗି ସମସ୍ତ ଖର୍ଚ୍ଚ ବହନ କରିବେ ସରକାର। ଏଥିପାଇଁ ଆବଶ୍ୟକ ଅର୍ଥ ଭରଣା ଲାଗି ବଜାରରୁ ଋଣ ଉଠାଇବେ। କେନ୍ଦ୍ରୀୟ ଯୋଜନାରେ ଅନୁଦାନ କମିବା ଆଶଙ୍କା ରହିଛି। ବର୍ତ୍ତମାନ କୋଭିଡ ମୁକାବିଲା ଲାଗି ସରକାର […]
ଭୁବନେଶ୍ୱର: ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ପଦବୀରୁ କୁସୁମ ଟେଟେ ଇସ୍ତଫା ଦେଇଛନ୍ତି। ଏନେଇ ସେ ଆଜି ବିଧିବଦ୍ଧ ଭାବେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ରରେ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି। ହେଲେ ସେ ସୁନ୍ଦରଗଡ଼ ବିଧାୟକ ପଦବୀ ପାଇଁ ଦାବିଦାର ଥିବାରୁ ପଦ ଛାଡ଼ିଥିବା କହିଛନ୍ତି। ଗତ ୫ ବର୍ଷ ଧରି ସେ ଲୋକଙ୍କ ସହ ଅଛନ୍ତି। ଯାହା ବିଧାୟକ କରି ନାହାନ୍ତି ସେ ତାହା […]
ଅନୁଗୁଳ: କରୋନା ସଂକ୍ରମଣ ଭଳି କଠିନ ସମୟରେ ସମାଜରୁ ମରିଯାଉଛି ମାନବିକତା। ମଣିଷ ଭୁଲି ଯାଉଛି ମଣିଷ ପଣିଆ। ଅନୁଗୁଳ ପୌରାଞ୍ଚଳରୁ ଏମିତି ଏକ ଖବର ଆସିଛି ଯାହା ଅଭାବନୀୟ ଓ ନିନ୍ଦନୀୟ। ଘରଭଡ଼ା ଦେଇ ନ ପାରିବା ସହ ଗତ କିଛିଦିନ ପୂର୍ବରୁ ମହିଳାଙ୍କ ଏକ ସନ୍ତାନ ପ୍ରସବ ହୋଇଥିବାରୁ ଘର ମାଲିକ ଦମ୍ପତିଙ୍କୁ ଘରୁ ବାହାର କରିଦେବା ଭଳି ଘଟଣା ଦେଖିବାକୁ ମିଳିଛି। ଆଉ ଏବେ ଅନୁଗୁଳ ସାପ୍ତାହିକ ହାଟ ପିଣ୍ଡିରେ ଅତି ଦୟନୀୟ […]
ଭୁବନେଶ୍ୱର: ଲକ୍ଡାଉନ୍ ସମୟରେ ଓଡ଼ିଶାରେ କମିଛି ସଡ଼କ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁ। ମାର୍ଚ୍ଚ ୨୪ରୁ ମେ’ ୩୧ ମଧ୍ୟରେ ୬୫% ଦୁର୍ଘଟଣା ଜନିତ ମୃତ୍ୟୁ ହ୍ରାସ ପାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟରେ(ମାର୍ଚ୍ଚ ୨୪ରୁ ମେ’ ୩୧ ମଧ୍ୟରେ) ବିଭିନ୍ନ ସ୍ଥାନରେ ହୋଇଥିବା ସଡ଼କ ଦୁର୍ଘଟଣାରେ ୩୮୪ ଜଣଙ୍କ ମୃତ୍ୟୁ ହୋଇଛି। ୮୩୬ଟି ଦୁର୍ଘଟଣା ହୋଇଥିବା ବେଳେ ୭୨୨ ଜଣ ଆହତ ହୋଇଛନ୍ତି। ୨୦୧୯ ରେ ଏହି ସମୟରେ ଦୁର୍ଘଟଣାରେ […]
ପାରାଦୀପ: ପାରାଦୀପ ଷଣ୍ଢକୁଦ ବସ୍ତିରେ ଶିଶୁ ବଳି ଉଦ୍ୟମ ନେଇ ଅଭିଯୋଗ ହୋଇଛି। ମାତ୍ର ୨୫ ଟଙ୍କାର ଲୋଭ ଦେଖାଇ ଜଣେ ଶିଶୁକୁ ଗୁଣିଗାରେଡ଼ି ସ୍ଥଳକୁ ନିଆଯାଇଥିଲା। ଏହାପରେ ସମ୍ପୃକ୍ତ ଶିଶୁକୁ ବଳି ପାଇଁ ଉଦ୍ୟମ ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଷଣ୍ଢକୁଦ ବସ୍ତିର ସତ୍ୟରଞ୍ଜନ ମଣ୍ଡଳଙ୍କ ୭ ବର୍ଷର ପୁଅ ଶନିବାର ଦିନ ଘର ବାହାରେ ଖେଳୁଥିଲେ। ଏହି ସମୟରେ ଜଣେ ମହିଳା ଆସି ସମ୍ପୃକ୍ତ ଶିଶୁକୁ ୨୫ ଟଙ୍କାର ଲୋଭ ଦେଖାଇ ଗୁଣିଗାରେଡ଼ି […]
ନୂଆପଡ଼ା: ମୋବାଇଲ୍ ଦେଖୁଥିବା ବେଳେ ହଠାତ୍ ମୋବାଇଲଟି ଗରମ ହୋଇଯାଇଥିଲା, ଏହାପରେ ଏଥିରୁ ଧୂଆଁ ବାହାରିଥିଲା। ଭୟରେ ମୋବାଇଲ୍କୁ ତଳେ ଫିଙ୍ଗିବା ପରେ ହଠାତ୍ ବିସ୍ଫୋରଣ ହୋଇଥିଲା। ନୂଆପଡା ଜିଲ୍ଲା ସିନାପାଲି ଗାଁ ହାଇସ୍କୁଲପଡାରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ହାଇସ୍କୁଲପଡାରେ ରହୁଥିବା ଯମୁନା ମେହେର ନାମକ ଜଣେ ଯୁବତୀ ୪ ମାସ ତଳେ ଅନ୍ଲାଇନ୍ରେ ଏହି ଦାମୀ କମ୍ପାନୀର ମୋବାଇଲ୍ ଅର୍ଡର କରିଥିଲେ। ମଙ୍ଗଳବାର ଦିନ ସେ ମୋବାଇଲ୍ ଚଲାଉଥିବା ବେଳେ ଫୋନ୍ଟି ଗରମ […]
ଆସିକା: ପାଖରେ ପଡ଼ିଛି ସ୍ୱାମୀର ମୃତଦେହ, ଆଉ କୋହଭରା କଣ୍ଠରେ କଇଁ କଇଁ ହୋଇ କାନ୍ଦୁଛନ୍ତି ସ୍ତ୍ରୀ। ପାଖରେ କେହି ନାହାନ୍ତି ସ୍ୱାମୀଙ୍କ ଶବକୁ କାନ୍ଧ ଦେବାକୁ। ଦୁଃଖ ସମୟରେ ବନ୍ଧୁବାନ୍ଧବଙ୍କଠୁ ଆରମ୍ଭ କରି ସାହି ପଡ଼ିଶା କେହିବି ମୁହଁକୁ ଚାହିଁଲେନି। ଉପାୟଶୂନ୍ୟ ହୋଇ କାନ୍ଦୁଛନ୍ତି ମହିଳା ଜଣକ। ହେଲେ ମହିଳାଙ୍କ ଏଭଳି ଦୁଃଖ ସମୟରେ ପ୍ରକୃତ ବନ୍ଧୁ ସାଜି ଠିଆହେଲେ ୪ ସାମ୍ବାଦିକ। ଗଞ୍ଜାମ ଜିଲ୍ଲା ଶେରଗଡ଼ ଗାଁର ବଡ଼ଦାଣ୍ଡ ସାହି ବାସିନ୍ଦା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ […]