ବ୍ରହ୍ମପୁର: ଲକ୍ଡାଉନ୍ରେ ଲୋକଙ୍କ ସୁବିଧା ପାଇଁ ଅର୍ଥାତ୍ ଏହି ସମୟରେ ଲୋକଙ୍କୁ ଜରୁରୀକାଳୀନ ସେବା ପ୍ରଦାନ କରିବା ଲାଗି ୨୨ଟି ଅଟୋ ଚଳାଚଳ କରିବ। ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଅଟୋ ଭଡ଼ା କିଲୋମିଟର ପିଛା ୧୦ ଟଙ୍କା ଧାର୍ଯ୍ୟ କରିଛି ବ୍ରହ୍ମପୁର ମହାନଗର ନିଗମ। କେଉଁ ଅଟୋ ଚାଳକଙ୍କୁ ରାତିରେ ଅଟୋ ଚଲାଇବା ପାଇଁ ଅନୁମତି ମିଳିବ ସେନେଇ ସମ୍ପୃକ୍ତ ୨୨ଟି ଅଟୋ ଡ୍ରାଇଭରଙ୍କ ନାଁ ସହ ସେମାନଙ୍କ ଗାଡ଼ି ନମ୍ବର […]
କନ୍ଧମାଳ: କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ କନ୍ଧମାଳ ଜିଲ୍ଲାରେ ଥିବା ସମସ୍ତ ବ୍ୟାଙ୍କ ସପ୍ତାହେ ପାଇଁ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାରେ କିଛି ବ୍ୟାଙ୍କ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସବୁ କର୍ମଚାରୀଙ୍କୁ ସପ୍ତାହେ ହୋମ୍ କ୍ୱାରେଣ୍ଟିନ୍ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ହୋମ୍ କ୍ୱାରେଣ୍ଟିନ୍ ବେଳେ ଯଦି କିଛି ଲକ୍ଷଣ ଦେଖାଯାଏ ତେବେ ପ୍ରଶାସନକୁ ଜଣାଇବାକୁ କୁହାଯାଇଛି। ଏହାସହ ATMରେ ପର୍ଯ୍ୟାପ୍ତ ଟଙ୍କା ରଖିବାକୁ […]
ଭୁବନେଶ୍ୱର: ଓଡ଼ିଶାରେ ୧,୦୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୦୭୮ ଆକ୍ରାନ୍ତଙ୍କ ମଧ୍ୟରୁ ୭୨୧ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୩୫୭ ରହିଛି। ଗଞ୍ଜାମରୁ ସର୍ବାଧିକ ୩୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୮ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୯,୮୩୫ ରେ […]
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୫ ଜଣଙ୍କ ମୃତ୍ୟୁ ହୋଇଛି। ଗଞ୍ଜାମରୁ ୩ ଜଣ, କନ୍ଧମାଳ ଓ ଗଜପତିରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ, ଓଡ଼ିଶାରେ ୧,୦୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୦୭୮ ଆକ୍ରାନ୍ତଙ୍କ ମଧ୍ୟରୁ ୭୨୧ ଜଣ କ୍ୱାରେଣ୍ଟିନ୍ରେ […]
ସମ୍ବଲପୁର: ଆଜିଠୁ ୧୦ ଦିନ ଯାଏ ସମ୍ବଲପୁର ଜିଲ୍ଲାକୁ ସଟ୍ଡାଉନ୍ ଘୋଷଣା କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଆଜିଠୁ ୨୫ ତାରିଖ ଯାଏ ପ୍ରଥମ ଦଫା ଓ ୨୬ ରୁ ୩୧ ତାରିଖ ଯାଏ ଦ୍ୱିତୀୟ ଦଫା ସଟ୍ଡାଉନ୍ କରାଯିବ। ସଟ୍ଡାଉନ୍ରେ ଜିଲ୍ଲା ଭିତରେ ଗମନାଗମନ ବନ୍ଦ ରହିବା ସହ ଦୋକାନ ବଜାର ବନ୍ଦ ରହିବ। ଏଥିସହ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିବ। […]