ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ନୂଆ ୪୮ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ରାଜ୍ୟ ସରକାର ତଥ୍ୟ ପ୍ରଦାନ କରିଛନ୍ତି । ୪୮ କରୋନା ଆକ୍ରାନ୍ତଙ୍କ ମଧ୍ୟରେ କନ୍ଧମାଳରୁ ୨ ଜଣ ଆକ୍ରାନ୍ତ ହୋଇଛନ୍ତି। ଏମାନେ ତାମିଲନାଡ଼ୁରୁ ଫେରି କ୍ୱାରେଣ୍ଟିନ୍ ସେଣ୍ଟରରେ ରହିଥିଲେ। ପୁରୀରେ ଚିହ୍ନଟ ନୂଆ ୪ ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ତାମିଲନାଡୁ ଓ ଜଣେ ଆନ୍ଧ୍ର ପ୍ରଦେଶରୁ ଫେରି କ୍ୱାରେଣ୍ଟିନ୍ ସେଣ୍ଟରରେ ଥିଲେ। ଅନ୍ୟ ଜଣେ ପୁରୀର ସ୍ଥାନୀୟ ବାସିନ୍ଦା ଥିବା ନେଇ ସୂଚନା ଓ […]
ଭୁବନେଶ୍ୱର: ଖୁବ୍ ଶୀଘ୍ର ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ବସ୍ ଚଳାଚଳ କରିବ। ଏହାର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ସାରା ଦେଶରେ ଲକ୍ଡାଉନ୍ ୪.୦ ଲାଗୁ ହେବା ପରେ ବସ୍ ଚାଲିବ କି ନାହିଁ, ସେହି ନିଷ୍ପତ୍ତି ନେବାର ଅଧିକାର ରାଜ୍ୟ ସରକାରଙ୍କୁ ଦିଆଯାଇଛି। ତେଣୁ ବସ୍ ସେବା ନେଇ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। କିନ୍ତୁ ପୂର୍ବ ନିୟମ ଅନୁସାରେ, ୫୦ […]
ଭୁବନେଶ୍ୱର: ରାଜ୍ୟରେ ଆଉ ନୂଆ ୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ କନ୍ଧମାଳ ଜିଲ୍ଲାକୁ କରୋନା ଛୁଇଁଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ କନ୍ଧମାଳର ୨ଜଣ ଥିବା ସୂଚନା ମିଳିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ ୬୫୨ ଜଣ ଚିକିତ୍ସାଧୀନ ଥିବାବେଳେ ୨୨୦ ଜଣ ସୁସ୍ଥ ହୋଇଛନ୍ତି। ତେବେ ୪ଜଣଙ୍କ […]
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମ ‘ଅମ୍ପନ୍’ ଆଜି ଭୋର ସମୟରେ ଅତି ଭୀଷଣ ରୂପ ଧାରଣ କରିଛି। ଅର୍ଥାତ୍ ଏହା ଏକ୍ସଟ୍ରିମ୍ଲି ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି। ଏହାପରେ ଏହା ଆହୁରି ଅଧିକ ଘନୀଭୂତ ହେବାରେ ଲାଗିଛି। ମେ’ ୨୦ ତାରିଖ ଅପରାହ୍ଣ କିମ୍ବା ସନ୍ଧ୍ୟାରେ ଅମ୍ପନ୍ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ଦ୍ୱୀପ ମଧ୍ୟରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ସେହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୫୫-୧୬୫ […]
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମ ‘ଅମ୍ପନ୍’ ଅତି ଭୀଷଣ ରୂପ ଧାରଣ କରିଛି। ଅର୍ଥାତ୍ ଏହା ଏକ୍ସଟ୍ରିମ୍ଲି ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି। ବଙ୍ଗୋପସାଗରରେ ଏହା ଅଧିକ ଘନୀଭୂତ ହେଉଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ସୁପର ସାଇକ୍ଲୋନ୍ରେ ପରିଣତ ହୋଇପାରେ। ଏନେଇ ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଘଣ୍ଟା ପ୍ରତି ୨୨୦ରୁ ୨୬୫ କି.ମି. ବେଗରେ ପବନ ବହିବା ନେଇ ସମ୍ଭାବନା ରହିଛି। ଏବେ ଏହା ଘଣ୍ଟାକୁ […]
ଭୁବନେଶ୍ୱର: ଆଜିଠୁ ପୁଣିଥରେ ରାଜଧାନୀ ଭୁବନେଶ୍ୱରରେ ଗଡ଼ିବ ‘ମୋ ସାଇକେଲ୍’। ଲକ୍ଡାଉନ୍ ବେଳେ ଲୋକଙ୍କ ଅନୁରୋଧକୁ ରକ୍ଷା କରି କ୍ରୁଟ୍କୁ ‘ମୋ ସାଇକେଲ୍’ ସେବା ଆରମ୍ଭ କରିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ସାଇକେଲ ବ୍ୟବହାର ଦ୍ୱାରା ସାମାଜିକ ଦୂରତା ରକ୍ଷା ହୋଇପାରିବ। ତେବେ ୩୦ ମିନିଟ୍ ପର୍ଯ୍ୟନ୍ତ ମାଗଣାରେ ସାଇକେଲ୍ ଚଲାଇପାରିବେ। ଜୁନ୍ ୩୦ ଯାଏ ଲୋକମାନେ ‘ମୋ ସାଇକେଲ୍’ରେ ଏହି ରିହାତି ପାଇପାରିବେ। ଗୋଟିଏ ଦିନରେ ଅନେକ ଥର ସାଇକେଲ୍ ଚଳାଇବାର ସୁବିଧା ମିଳିବ। […]
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ଅମ୍ପନ୍ ଆସନ୍ତା ୬ ଘଣ୍ଟା ମଧ୍ୟରେ ଏକ୍ସଟ୍ରିମ୍ଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ଅର୍ଥାତ୍ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇପାରେ। ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ବୁଲେଟିନ୍ରେ ଏନେଇ ସୂଚନା ଦିଆଯାଇଛି। ଏହା ଏବେ ଉତ୍ତର-ଉତ୍ତରପୂର୍ବ ଦିଗକୁ ଆଡ଼କୁ ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ଗତି କରୁଛି। ଅମ୍ପନ୍ ଏବେ ପାରଦୀପ ଠାରୁ ୮୨୦ କିଲୋମିଟର ଦୂରରେ ରହିଛି। ସେହିପରି ଦୀଘାଠାରୁ ଦକ୍ଷିଣ-଼ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ଅବପାତ ଅର୍ଥାତ୍ ଡିପ୍ରେସନ୍ରେ ପରିଣତ ହୋଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଆହୁରି ଶକ୍ତିଶାଳୀ ହୋଇ ବାତ୍ୟାରେ ପରିଣତ ହେବ। ଏହାର ନାଁ ‘ଅମ୍ଫାନ୍’ ରଖାଯିବ। ପ୍ରଥମେ ଏହା ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ମେ’ ୧୮ରୁ ଏହାର ଦିଗରେ ପରିବର୍ତ୍ତନ ହୋଇ ୨୦ ତାରିଖ ପର୍ଯ୍ୟନ୍ତ ଏହା ଉତ୍ତର, ଉତ୍ତର-ପୂର୍ବରେ ଦିଗରେ ଗତି କରିବ। ୨୦ ତାରିଖ ସକାଳେ ଏହା ପଶ୍ଚିମବଙ୍ଗ ଉପକୂଳ ଓ ଏହାର […]
ପଟ୍ଟାମୁଣ୍ଡାଇ: ଦୁଇ ପୁଅଙ୍କୁ କିରୋସିନି ଢାଳି ଜାଳିବା ସହ ନିଜେ ଆତ୍ମାହୁତି ଉଦ୍ୟମ କଲେ ମା’। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଳକ ଅନ୍ତର୍ଗତ ଭୋପାଳ ଗାଁରେ ଏହି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ପ୍ରଥମେ ଦୁଇ ପୁଅ ଓ ମା’ଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ବଡ ପୁଅ(୮ ବର୍ଷ) ଓ ମା’ ଙ୍କୁ କଟକ ଏସସିବିକୁ […]
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଅମ୍ଫାନ୍’ ପଶ୍ଚିମବଙ୍ଗ ଉପକୂଳ ଦେଇ ଗତି କରିପାରେ। ଏବେ ଏହା ଘଣ୍ଟାକୁ ୨୦ କି.ମି. ବେଗରେ ଗତି କରୁଛି। ଆଜି ଏନେଇ ସୂଚନା ଦେଇଛନ୍ତି ଏସ୍ଆର୍ସି ପ୍ରଦୀପ ଜେନା। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତ ରୂପ ନେଇ ସାରିଥିବାବେଳେ ଆଜି ଏହା ବାତ୍ୟାର ରୂପ ନେଇପାରେ। ଏବେ ଏହା ପାରାଦୀପର ଦକ୍ଷିଣରେ ୧୦୬୦ କି.ମି. ଦୂରରେ ରହିଛି। ମେ’ ୧୭ ତାରିଖ ସଂଧ୍ୟାରେ ବାତ୍ୟାଟି ଗତି ପରିବର୍ତ୍ତନ କରିବ ଓ ୨୦ […]
ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ନୂଆ ୬୫ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ଯାଜପୁରର ୩୧ ନୂଆ ପଜିଟିଭ ମଧ୍ୟରୁ ୩୦ ଜଣ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବା ବେଳେ ଜଣେ ଝାଡ଼ଖଣ୍ଡ ଫେରନ୍ତା ଓ ସମସ୍ତେ କ୍ୱାରେଣ୍ଟିନ୍ ସେଣ୍ଟରରେ ଥିଲେ। ସେହିପରି ଗଞ୍ଜାମର ୧୩ ପଜିଟିଭ ମଧ୍ୟରୁ ୧୨ଜଣ ସୁରତ ଫେରନ୍ତା ଓ ସମସ୍ତେ କ୍ୱାରେଣ୍ଟିନ ସେଣ୍ଟରରେ ଥିଲେ। ଅନ୍ୟଜଣେ ହୋମ କ୍ୱାରେଣ୍ଟିନରେ ଥିବା ତଥ୍ୟ ଦେଇଛି ସୂଚନା ଓ ଲୋକ ସଂପର୍କ ବିଭାଗ। କେନ୍ଦ୍ରାପଡ଼ା […]
ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି। ଆଜି ଅପରାହ୍ଣ ୫ଟା ୩୦ ସୁଦ୍ଧା ସାମୁଦ୍ରିକ ଝଡ଼ର ରୂପ ନେଇପାରେ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବାର ସମ୍ଭାବନା ରହିଛି। ବାତ୍ୟା ‘ଅମ୍ଫାନ୍’ ଏବେ ପାରାଦୀପ ଠାରୁ ୧୧୦୦ କି.ମି. ଦୂରରେ ଅଛି। ସେହିପରି ପଶ୍ଚିମବଙ୍ଗର ଦିଘାଠୁ ୧୨୫୦ କି.ମି., ବାଂଲାଦେଶଠୁ ୧୩୩୦ କି.ମି. ଦୂରରେ ଅଛି। ସମ୍ଭାବ୍ୟ ବାତ୍ୟା ଅମ୍ଫାନ୍ର ଗତିପଥ କ’ଣ ହେବ ? […]
ଭୁବନେଶ୍ୱର: ରାଜ୍ୟରେ ଆଉ ନୂଆ ୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ୬୫ ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁରରୁ ୩୧ଜଣ, ଗଞ୍ଜାମରୁ ୧୩ଜଣ, କଟକରୁ ୬ଜଣ ଓ କେନ୍ଦ୍ରାପଡ଼ାରୁ ୪ଜଣ, ପୁରୀରୁ ୪ଜଣ, ଖୋର୍ଦ୍ଧାରୁ ୩ଜଣ, ମୟୂରଭଞ୍ଜରୁ ୨ଜଣ ଓ ନୟାଗଡରୁ ୨ଜଣ ଅଛନ୍ତି। ତେବେ ୬୫ଜଣଙ୍କ ମଧ୍ୟରୁ ୬୨ଜଣ କ୍ୱାରେଣ୍ଟିନ୍ ସେଣ୍ଟରରେ ଓ ୩ ଜଣ ହୋମ୍ କ୍ୱାରେଣ୍ଟିନ୍ରେ ଥିଲେ। ନୂଆ […]
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ଅମ୍ଫାନ୍ର ଗତିପଥ କ’ଣ ହେବ ? କେଉଁଠି ଏହା ଲ୍ୟାଣ୍ଡ୍ଫଲ୍ କରିବ ? ଏହାର ବେଗ କେତେ ରହିବ, ସେନେଇ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ଜଣାପଡ଼ି ନ ଥିବାବେଳେ ଏହାର ଗତିପଥ ନେଇ National Centre for Medium Range Weather Forecasting(NCMRW) ପୂର୍ବାନୁମାନ କରିଛି। ବାତ୍ୟା ବଙ୍ଗୋପସାଗରରୁ ଉତ୍ତର ପଶ୍ଚିମ ଦିଗ ଆଡ଼କୁ ଗତି କରିବା ନେଇ ସମ୍ଭାବନା ରହିଛିା NCMRW ପକ୍ଷରୁ ଜାରି ହୋଇଥିବା ଏହି ମ୍ୟାପ୍ରେ ଅମ୍ଫାନ୍ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ହୋମ୍ କ୍ୱାରେଣ୍ଟିନ୍ରେ ଥିବା ପରିବାର ଲୋକଙ୍କ ଉପରେ ନଜର ରଖିବେ ପଡ଼ୋଶୀ। ହୋମ୍ କ୍ୱାରେଣ୍ଟିନ୍ ମନିଟରିଂ ପାଇଁ ଭୁବନେଶ୍ୱର ମହାନଗର ନିଗମ(BMC)ର SOPରେ ଏହି ନିୟମ ରହିଛି। ପ୍ରବାସରୁ ଫେରିଥିବା କିମ୍ବା ଅନ୍ୟ କୌଣସି କାରଣ ପାଇଁ ଘରେ କ୍ୱାରେଣ୍ଟିନ୍ରେ ଥିବା ବ୍ୟକ୍ତିଙ୍କ ଘର ଆଗରେ ପ୍ରଶାସନ ପକ୍ଷରୁ ଷ୍ଟିକର୍ ଲଗାଯିବ। ଷ୍ଟିକର୍ ଲଗାଇବାକୁ ଯାଇଥିବା କର୍ମଚାରୀ ପାଖ ପଡ଼ୋଶୀଙ୍କୁ କ୍ୱାରେଣ୍ଟିନ୍ରେ ଥିବା ପରିବାର ସମ୍ପର୍କରେ ଜଣାଇବା ସହ ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ […]
ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏହାର ନିକଟସ୍ଥ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟ ହୋଇଛି। ଏହା ଘନୀଭୂତ ହୋଇ ଆଜି ସନ୍ଧ୍ୟା ସୁଦ୍ଧା ଅବପାତ ଓ ଆସନ୍ତକାଲି ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବ ବୋଲି ଏସ୍ଆର୍ସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ନେଇ ବୈଠକ ପରେ ଏସ୍ଆର୍ସି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଯାହା ପ୍ରାରମ୍ଭିକ ତଥ୍ୟରୁ ଜଣାପଡ଼ିଛି ଏହି ଲଘୁଚାପ ବାତ୍ୟାର ରୂପ ନେବା ପରେ ଏହା […]
ଭୁବନେଶ୍ୱର: ରାଜ୍ୟରେ ଆଉ ୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ଏହି ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁରରୁ ୪ଜଣ, ଭଦ୍ରକରୁ ୨ଜଣ, ବାଲେଶ୍ୱର ଓ କେନ୍ଦୁଝରରୁ ଜଣେ ଲେଖାଏ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ଏହି ୮ କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏଯାବତ୍ ୧୬୬ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି। ସୂଚନାଥାଉ କି, ଗତକାଲି ୧୫ ଜଣ କରୋନା ଆକ୍ରାନ୍ତ […]
ବାରିପଦା: କ୍ୱାରେଣ୍ଟିନ୍ ସେଣ୍ଟର ନିକଟରୁ ଜଣେ ପ୍ରବାସୀ ଶ୍ରମିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ଅଳାଁ ପଞ୍ଚାୟତରେ ଏହି ଘଟଣା ଘଟିଛି। ମୃତକ ହେଲେ ରାଇକମା ଗାଁର ସୁରେନ୍ଦ୍ର ବେହେରା। ସୂଚନା ଅନୁସାରେ, ସୁରେନ୍ଦ୍ର ଓ ତାଙ୍କ ସ୍ତ୍ରୀ କିଛି ଦିନ ତଳେ ଆନ୍ଧ୍ର ପ୍ରଦେଶରୁ ଫେରି ଡମ୍ବୁରଡହ ପ୍ରାଥମିକ ସ୍କୁଲରେ ହୋଇଥିବା କ୍ୱାରେଣ୍ଟିନ୍ ସେଣ୍ଟର ରହୁଥିଲେ। ଆଜି ସକାଳେ ସୁରେନ୍ଦ୍ରଙ୍କ ମୃତଦେହ କ୍ୱାରେଣ୍ଟିନ୍ ସେଣ୍ଟର ନିକଟରେ ଥିବା ମହୁଲ ଗଛରେ ଝୁଲୁଥିବା […]
ବ୍ରହ୍ମପୁର: କରୋନା ଭଳି ମହାମାରୀ ସମୟରେ କାମଧନ୍ଦା ନ ପାଇ କିଛି ଲୋକ ଜୀବିକା ହରାଇ ଘରେ ବସିଛନ୍ତି। ଏଭଳି ଦୁଃସମୟରେ ଭଡ଼ାରେ ଥିବା ପରିବାରଙ୍କ ପାଇଁ ଉଦାହାରଣ ସାଜିଲେ ବ୍ରହ୍ମପୁର ସହରର ମୁରଲି ମୋହନ ଆଚାର୍ଯ୍ୟ। ମୁରଲିଙ୍କ ଘରେ ୧୨ ପରିବାର ଭଡ଼ାରେ ରୁହନ୍ତି। କିନ୍ତୁ ୩ ପରିବାର ଗାଁକୁ ପଳାଇଥିବାରୁ ଅବଶିଷ୍ଟ ସମସ୍ତ ପରିବାରକୁ ଗୋଟିଏ ମାସର ଭଡ଼ା ଛାଡ଼ କରିବା ସହ ପ୍ରତ୍ୟେକ ପରିବାରକୁ ୨୫ କିଲୋ ଚାଉଳ ମଧ୍ୟ ଦେଇଛନ୍ତି ମୁରଲି। ଏଭଳି […]
ଭୁବନେଶ୍ୱର: ରାଜ୍ୟରେ ଆଉ ନୂଆ ୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୪୮ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୧୨ଜଣ, ବାଲେଶ୍ୱରରୁ ୧୨ଜଣ, ପୁରୀରୁ ୧୦ଜଣ, ଭଦ୍ରକରୁ ୬ଜଣ, ଯାଜପୁରରୁ ୨ଜଣ, ନୟାଗଡ଼ରୁ ୩ଜଣ, ସୁନ୍ଦରଗଡ଼, କଟକ ଓ ଦେବଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨କୁ ଛୁଇଁଛି। ଆକ୍ରାନ୍ତଙ୍କ […]
କରଞ୍ଜିଆ: ଲୋକମାନଙ୍କ ପାଖରେ ଆଧାର କାର୍ଡ ନ ଥିବାରୁ ଅନେକ ସୁବିଧାରୁ ବଞ୍ଚିତ ହେଉଥିବା ବେଳେ ଏଭଳି ସ୍ଥିତିରେ ଗୋବର ଗାଡ଼ିଆରୁ ଶହ ଶହ ସଂଖ୍ୟକ ଆଧାର କାର୍ଡ ମିଳିଛି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ୍ ଅନ୍ତର୍ଗତ ଘୋଷଦା ଗାଁ ଢ଼ିପାସାହି ଶାଖା ଡାକଘର ଅଧିକାରୀଙ୍କ ଘର ପଛପଟରେ ଥିବା ଗୋବର ଗାଡ଼ିଆରୁ ଏହି ଆଧାର କାର୍ଡ ମିଳିଛି। ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଘଟଣାସ୍ଥଳରେ […]
ନୟାଗଡ଼: ପୁଣି ଆଉ ଜଣେ ବିଡିଓଙ୍କ ବିରୋଧରେ ଦୁର୍ବବ୍ୟହାର ଅଭିଯୋଗ ଆସିଛି। ସମ୍ପୃକ୍ତ ବିଡିଓ ଜଣକ ଠେଙ୍ଗାରେ ଗୋଡ଼ାଇ ଗୋଡ଼ାଇ ଜଣେ ଗାଡ଼ି ମାଲିକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ନୟାଗଡ଼ ଜିଲ୍ଲା ନୂଆଗାଁରୁ ଏହି ଅଭିଯୋଗ ଆସିଛି। ସମ୍ପୃକ୍ତ ବିଡିଓଙ୍କ ନାଁ ପ୍ରମୋଦ କୁମାର ଦଳବେହେରା। ସେ ନୂଆଗାଁ ବ୍ଲକ୍ର ବିଡିଓ। ସୂଚନା ଅନୁସାରେ, ଜିତେନ୍ଦ୍ର ପ୍ରଧାନ ନାମକ ଜଣେ ବ୍ୟକ୍ତି ନିଜ ଗାଡ଼ିକୁ ଭଡ଼ା ସୂତ୍ରରେ ବ୍ଲକ୍ ଅଫିସରେ ଲଗାଇଥିଲେ। କିନ୍ତୁ ଦୀର୍ଘ ଦେଢ଼ […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ଆଉ ୧୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଏନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। କେନ୍ଦ୍ରାପଡ଼ାରେ ନୂଆ ଆକ୍ରାନ୍ତ ଚିହ୍ନଟ ନେଇ ଯଦିଓ ଜିଲ୍ଲାପାଳ ଟ୍ୱିଟ୍ କରିଛନ୍ତି, କିନ୍ତୁ ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ଦିଆଯାଇ ନାହିଁ।
ଭୁବନେଶ୍ୱର: ରାଜ୍ୟରେ ଆଉ ୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ପରେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧କୁ ବୃଦ୍ଧି ପାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୪୬୫ ଜଣ ଚିକିତ୍ସାଧୀନ ଥିବାବେଳେ ୧୪୩ ଜଣ ସୁସ୍ଥ ହୋଇଛନ୍ତି। ତେବେ ୩ଜଣଙ୍କ ମୃତ୍ୟୁ ଘଟିଛି। ଚିହ୍ନଟ ୭୩ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ଆଉ ୪୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଭଦ୍ରକରୁ ୯, ଯାଜପୁରରୁ […]
ଅନୁଗୁଳ: ପୁଣି ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଏକ ଭ୍ୟାନ୍ ଅନୁଗୁଳ ଜିଲ୍ଲା ଠାକୁରଗଡ଼ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଡ୍ରାଇଭର ଓ ୧୪ଜଣ ଶ୍ରମିକ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଏହି ଶ୍ରମିକମାନେ ଆନ୍ଧ୍ର ପ୍ରଦେଶ ପଲାସାରେ କାର୍ଯ୍ୟ କରୁଥିଲେ। ଲକ୍ଡାଉନ୍ ପାଇଁ ସେଠାରେ ଫସି ରହିଥିଲେ। ଗତକାଲି କୌଣସି ପ୍ରକାରରେ ଏହି ଶ୍ରମିକମାନେ ବୌଦ୍ଧରେ ପହଞ୍ଚିଥିଲେ। […]