• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

bus
ଆଜିଠୁ ଗଡ଼ିଲା ଘରୋଇ ବସ୍

ଭୁବନେଶ୍ୱର: ଦୀର୍ଘ ୨ ମାସର ବ୍ୟବଧାନ ପରେ ଆଜିଠୁ ରାଜ୍ୟରେ ଗଡ଼ିଲା ଘରୋଇ ବସ୍। ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରୁ ବୌଦ୍ଧ ଅଭିମୁଖେ ଛାଡ଼ିଛି ପ୍ରଥମ ବସ୍। ବସ୍‌ରେ ମାତ୍ର ୧୫ ଜଣ ଯାତ୍ରୀ ବୌଦ୍ଧ ଅଭିମୁଖେ ଯାତ୍ରା କରିଛନ୍ତି। ପରେ ବ୍ରହ୍ମପୁର ଓ ବାଲୁଗାଁ ଅଭିମୁଖେ ଆଉ ୨ଟି ବସ୍ ଯାତ୍ରା ଆରମ୍ଭ କରିଛି। ଭଦ୍ରକ ବସ୍‌ଷ୍ଟାଣ୍ଡ୍‌ରୁ ମଧ୍ୟ ଅଳ୍ପ କିଛି ଯାତ୍ରୀଙ୍କୁ ନେଇ ୨ଟି ବସ୍ ବାହାରିଥିବା ସୂଚନା ମିଳିଛି। ଯାତ୍ରା ଆରମ୍ଭ ପୂର୍ବରୁ ବସ୍‌କୁ […]

  • Tuesday, 13 July 2021
91421093_3110305529059371_5797060119829151744_n
ବରଗଡ଼ରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ବରଗଡ଼: ବରଗଡ଼ ଜିଲ୍ଲାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣକ ବରପାଲି ବ୍ଲକ୍‌ ଅଞ୍ଚଳର। ଏନେଇ ବରଗଡ଼ ଜିଲ୍ଲାପାଳ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ବୟସ ୪୦ ବର୍ଷ। କିଛି ଦିନ ତଳେ ସେ ମୁମ୍ବାଇରୁ ଫେରିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପୂର୍ବରୁ ବରଗଡ଼ରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଏଯାବତ୍‌ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  

  • Tuesday, 13 July 2021
electricity
ଚଳିତ ମାସ ବିଦ୍ୟୁତ୍‌ ବିଲ୍‌ରେ ଲାଗୁ ହେବନି ଅଧିକ ଚାର୍ଜ

ଭୁବନେଶ୍ୱର: ମେ‘ ମାସ ବିଦ୍ୟୁତ୍‌ ବିଲ୍‌ରେ କୌଣସି ଅଧିକ ଚାର୍ଜ ଲାଗୁ କରାଯିବ ନାହିଁ। ଗତ ମାର୍ଚ୍ଚ ଓ ଏପ୍ରିଲ ମାସରେ ଉପଭୋକ୍ତା ଯେଉଁ ଦରରେ ବିଦ୍ୟୁତ୍ ବିଲ୍ ଦେଇଛନ୍ତି ମେ’ ମାସରେ ମଧ୍ୟ Orissa Electricity Regulatory Commission(OERC) ପକ୍ଷରୁ ନିର୍ଦ୍ଧାରିତ ଦର ଅନୁସାରେ ବିଲ୍ ପୈଠ କରିବେ। ଏ ନେଇ ସେସୁ ପକ୍ଷରୁ ସୂଚନା ଦିଆଯାଇଛି। ଲକ୍‌ଡାଉନ୍‌ ଯୋଗୁ ସେସୁର କର୍ମଚାରୀ ଘରକୁ ଯାଇ ମିଟର ରିଡିଂ ନେଇ ପାରୁନାହାନ୍ତି। ତେଣୁ ପୁରୁଣା ମାସର […]

electrocution
ବିଦ୍ୟୁତ୍‌ ନେଲା କୁନି ଝିଅର ଜୀବନ

ଭଦ୍ରକ: ଖେଳୁ ଥିବାବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବା ଫଳରେ ଜଣେ ୫ ବର୍ଷୀୟା ଶିଶୁ କନ୍ୟାର ମୃତ୍ୟୁ ଘଟିଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ ଆନନ୍ଦପୁର ପଞ୍ଚାୟତର ହାତିଢିଅ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ଗାଁର ଚକ୍ରଧର ମଲ୍ଲିକଙ୍କ ୫ ବର୍ଷର ଝିଅ ଆଜି ସକାଳେ ନିଜ ବାଡ଼ିରେ ଖେଳୁ ଥିବାବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଏହାପରେ ସେ ଚିତ୍କାର କରି ତଳେ ପଡ଼ି ଯାଇଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ […]

odisha
ଗାଁ ମୁଖିଆଙ୍କୁ ହତ୍ୟା କରି ଶବ ଜଗିଲା ହତ୍ୟାକାରୀ

ଉମରକୋଟ: ଗାଁ ମୁଖିଆଙ୍କୁ ହତ୍ୟା କରି ରାତିସାରା ମୃତଦେହକୁ ଜଗିରହିଲା ହତ୍ୟାକାରୀ। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ହଳଦୀ ଗାଁରେ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ମୃତକଙ୍କ ନାଁ ମିନିଚାନ୍ଦ ଚୌହାନ। ପୁଲିସ୍‌ ଅଭିଯୁକ୍ତ ହିରଣ୍ୟ ବାଘଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ,ବହୁ ବର୍ଷ ତଳେ ହିରଣ୍ୟ ଜମାଦାରପଡ଼ା ଗାଁର ଜଣେ ଯୁବତୀଙ୍କୁ ବିବାହ କରିଥିଲା। ବିବାହ ପରଠାରୁ ପରିବାରରେ କଳହ ଲାଗି ରହୁଥିଲା। ଏହି ବିବାଦର ସମାଧାନ ପାଇଁ ଜମାଦାରପଡ଼ା ଗାଁ ମୁଖିଆ […]

  • Tuesday, 13 July 2021
odisha
ଜିଲ୍ଲାପାଳ ଓ ଏସ୍‌ପିଙ୍କ ନାଁରେ ଫେସ୍‌ବୁକ୍‌ରେ ଫେକ୍ ଆଇଡି

ବରଗଡ଼: ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଓ ଏସ୍‌ପି ପଦ୍ମିନୀ ସାହୁଙ୍କ ନାଁରେ ଫେସ୍‌ବୁକ୍‌ରେ ଫେକ୍ ଆଇଡି। ଜଣେ ଅଜଣା ବ୍ୟକ୍ତି ଫେସ୍‌ବୁକ୍‌ରେ ଏହି ଫେକ୍‌ ଆକାଉଣ୍ଟ୍‌ କରି ଏହାର ଅପବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତ ଜଣକ ଫେକ୍‌ ଆକାଉଣ୍ଟ୍‌ରେ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ଫଟୋ ବ୍ୟବହାର କରି ଲୋକଙ୍କୁ ଭ୍ରମିତ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଏନେଇ ବରଗଡ଼ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି। ଆଇପିସିର ବିଭିନ୍ନ ଧାରାରେ ମାମଲା ରୁଜୁ […]

  • Tuesday, 13 July 2021
locust
ଓଡ଼ିଶା ଉପରକୁ ଆସୁଛି ଆଉ ଏକ ବିପଦ ! କୃଷକମାନଙ୍କୁ ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର: କରୋନା ସଙ୍କଟ ଦେଇ ରାଜ୍ୟ ଏବେ ଗତି କରୁଛି। ନିକଟରେ ବାତ୍ୟା ଅମ୍ପନ୍‌ ଆସି ଏହି ସଙ୍କଟକୁ ଆହୁରି ଦ୍ୱିଗୁଣିତ କରି ଦେଇଥିଲା। ଏସବୁ ଭିତରେ ଓଡ଼ିଶା ଉପରକୁ ଆସୁଛି ଆଉ ଏକ ବିପଦ। ଯାହାକୁ ନେଇ ଏବେ ରାଜ୍ୟବାସୀ ଚିନ୍ତାରେ। ବିଶେଷ କରି କୃଷକମାନଙ୍କ ଚିନ୍ତା ଆହୁରି ବଢ଼ି ଯାଇଛି। ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣକୁ ଦୃଷ୍ଟିରେ ରଖି ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ଓ OUAT ପକ୍ଷରୁ କୃଷକମାନଙ୍କୁ ପରାମର୍ଶ ଜାରି କରାଯାଇଛି। ଏନେଇ କୃଷି […]

  • Tuesday, 13 July 2021
vlcsnap-error152
ଅଭିନେତା ବିଜୟ ମହାନ୍ତି ଅସୁସ୍ଥ

ଭୁବନେଶ୍ୱର: ବରିଷ୍ଠ ଓଡ଼ିଆ ଅଭିନେତା ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ସୂଚନା ମିଳିଛି।ତାଙ୍କୁ ହାଇଦ୍ରାବାଦ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପତ୍ନୀ ତନ୍ଦ୍ରା ରାୟ ସୂଚନା ଦେଇ କହିଛନ୍ତି, କାଲି ମେଡିକାଲ୍‌ ଚେକ୍ ପାଇଁ ଆସିଥିବା ବେଳେ ହୃଦଘାତ୍‌ ହୋଇଥିଲା। କାଲିଠାରୁ ICUରେ ଅଛନ୍ତି, ଆଜି ସ୍ୱାସ୍ଥ୍ୟାବସ୍ଥା ଟିକେ ଭଲ ଅଛି। ଗତ ୩-୪ ମାସ ହେବ ସେ ଡାଇବେଟିସ୍ […]

odisha
କ୍ୱାରେଣ୍ଟିନ୍‌ ସେଣ୍ଟରରେ ରୋଷେଇ ଚାଲିଥିବାବେଳେ ଫାଟିଗଲା ଗ୍ୟାସ୍‌ ସିଲିଣ୍ଡର୍‌

ଭଦ୍ରକ: କ୍ୱାରେଣ୍ଟିନ୍‌ ସେଣ୍ଟରରେ ଅଗ୍ନିକାଣ୍ଡ। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍‌ ଅନ୍ତର୍ଗତ ଜଳମଣ୍ଡୁଆ ପଞ୍ଚାୟତ ଭଗିବିନ୍ଧା କ୍ୱାରେଣ୍ଟିନ୍‌ ସେଣ୍ଟରରେ ରୋଷେଇ ଗ୍ୟାସ୍‌ ସିଲିଣ୍ଡର୍‌ ଫାଟି ଏହି ଅଗ୍ନିକାଣ୍ଡ ଘଟିଛି। ଏଥିରେ ଜଣେ ରୋଷେୟା ଆହତ ହୋଇଛନ୍ତି। ତେବେ ୩୨ ଜଣ ଅନ୍ତେବାସୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଅଗ୍ନିକାଣ୍ଡରେ ରୋଷେଇ ପାଇଁ ରଖାଯାଇଥିବା ସମସ୍ତ ଜିନିଷ ପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଗତକାଲି ସନ୍ଧ୍ୟାରେ କ୍ୱାରେଣ୍ଟିନ୍‌ ସେଣ୍ଟରରେ ପ୍ରବାସୀଙ୍କ ପାଇଁ ରାତ୍ରି ଭୋଜନ ପ୍ରସ୍ତୁତ ହେଉଥିବା ବେଳେ କୌଣସି […]

  • Tuesday, 13 July 2021
odisha
ବଜ୍ରକାପ୍ତା ଚୋରା ଚାଲାଣ ରାକେଟ୍‌ରେ ପୂର୍ବତନ ସରପଞ୍ଚଙ୍କ ସମ୍ପୃକ୍ତି, ଧରିଲା ବନ ବିଭାଗ

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ ବିରଳ ବଜ୍ରକାପ୍ତା ଚୋରା ଚାଲାଣ ରାକେଟ୍‌ର ପର୍ଦ୍ଦାଫାସ ହୋଇଛି। ଏଥିରେ ସମ୍ପୃକ୍ତି ଅଭିଯୋଗରେ ଜଣେ ପୂର୍ବତନ ସରପଞ୍ଚଙ୍କ ସମେତ ୭ ଜଣ ଶିକାରୀ ଓ ଜଣେ ବ୍ୟବସାୟୀଙ୍କୁ ବନ ବିଭାଗ ଗିରଫ କରିଛି। ସମସ୍ତେ ସମ୍ବଲପୁର, ନାକଟିଦେଉଳ ବ୍ଲକ୍‌ ଅଞ୍ଚଳର ବୋଲି ଜଣାପଡ଼ିଛି। ଏମାନଙ୍କ ନିକଟରୁ ୨ କିଲୋ ୬ ଶହ ଗ୍ରାମ ଓଜନର ବଜ୍ରକାପ୍ତା କାତି ଜବତ କରାଯାଇଛି। ଏମାନେ ରେଢ଼ାଖୋଲ ବନଖଣ୍ଡ ଅନ୍ତର୍ଗତ ଟିକିରା ନଦୀର ବାଲି ଭିତରେ […]

  • Tuesday, 13 July 2021
mp
ହୋମ୍‌ କ୍ୱାରେଣ୍ଟିନ୍‌ରେ ରହିଲେ ସାଂସଦ ସପ୍ତଗିରି ଉଲାକା

ରାୟଗଡ଼ା: ଦିଲ୍ଲୀରୁ ଫେରିବା ପରେ ହୋମ୍‌ କ୍ୱାରେଣ୍ଟିନ୍‌ରେ ରହିଲେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା। ମେ’୨୫ରେ ସେ ଦିଲ୍ଲୀରୁ ଫେରି ଗତକାଲି ରାୟଗଡ଼ାରେ ପହଞ୍ଚିଥିଲେ। ଏହାପରେ ସେ ହୋମ୍‌ କ୍ୱାରେଣ୍ଟିନ୍‌ରେ ଅଛନ୍ତି। ରାୟଗଡ଼ା ପୌରପରିଷଦ ପକ୍ଷରୁ ସାଂସଦଙ୍କ ଘର ଆଗରେ କ୍ୱାରେଣ୍ଟିନ୍‌ ଷ୍ଟିକର ଲଗାଯାଇଛି। ଜୁନ ୮ ଯାଏ ଅର୍ଥାତ୍‌ ୧୪ ଦିନ ପାଇଁ ହୋମ୍‌ କ୍ୱାରେଣ୍ଟିନ୍‌ରେ ରହିବାକୁ ସାଂସଦଙ୍କୁ କୁହାଯାଇଛି। ସୂଚନାଥାଉ କି, ଗତ ମାର୍ଚ୍ଚରେ ସଂସଦ ଅଧିବେଶନରେ ଯୋଗ ଦେବାପାଇଁ ସେ ଦିଲ୍ଲୀ […]

  • Tuesday, 13 July 2021
mid day meal
ସ୍କୁଲ୍‌ରେ ମିଳୁଥିବା ମଧ୍ୟାହ୍ନ ଭୋଜନ ମୂଲ୍ୟ ବଢ଼ାଇଲେ ରାଜ୍ୟ ସରକାର

ଭୁବନେଶ୍ୱର: ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମିଳୁଥିବା ମଧ୍ୟାହ୍ନ ଭୋଜନ(ମିଡ୍‌ ଡେ‘ ମିଲ୍‌)ର ମୂଲ୍ୟ ରାଜ୍ୟ ସରକାର ବଢ଼ାଇଛନ୍ତି। ପ୍ରାଥମିକ ସ୍କୁଲରେ ମଧ୍ୟାହ୍ନ ଭୋଜନର ମୂଲ୍ୟ ୪ ଟଙ୍କା ୯୩ ପଇସାରୁ ୫ ଟଙ୍କା ୪୨କୁ ବୃଦ୍ଧି କରାଯାଇଛି। ସେହିପରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ମଧ୍ୟାହ୍ନ ଭୋଜନର ମୂଲ୍ୟ ୭ଟଙ୍କା ୩୬ ପଇସାରୁ ୮ ଟଙ୍କା ୧୦ ପଇସାକୁ ବୃଦ୍ଧି କରାଯାଇଛି। ମୂଲ୍ୟ ବୃଦ୍ଧି ନେଇ ରାଜ୍ୟ ନୋଡାଲ୍‌ ଅଫିସର(MDM) ସମସ୍ତ ଜିଲ୍ଲାପାଳଙ୍କୁ […]

  • Tuesday, 13 July 2021
students
ବନ୍ଦ ହେବ ରାଜ୍ୟର ୩ ଡିଗ୍ରୀ କଲେଜ

ଭୁବନେଶ୍ୱର: ବନ୍ଦ ହେବ ରାଜ୍ୟର ୩ଟି ଡିଗ୍ରୀ କଲେଜ‌। ସେହିପରି ୧୦ଟି ଡିଗ୍ରୀ କଲେଜର ଅନୁମୋଦନ ପ୍ରତ୍ୟାହାର କରାଯିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ୱର, ସମ୍ବଲପୁର ଓ ବାଲେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକମାନଙ୍କୁ ଚିଠି ଲେଖି ଅବଗତ କରାଯାଇଛି। ଉଚ୍ଚଶିକ୍ଷା ବିଭାଗର ଭୁବନେଶ୍ୱର, ସମ୍ବଲପୁର ଓ ବାଲେଶ୍ୱର ଜୋନ୍‌ର ଏହି ୧୩ଟି ଡିଗ୍ରୀ କଲେଜରେ ଲଗାତର ୩ ବର୍ଷ ଧରି ୨୫ ପ୍ରତିଶତରୁ କମ୍ ଛାତ୍ରଛାତ୍ରୀ ଆଡମିଶନ ନେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ […]

  • Tuesday, 13 July 2021
odisha
୫ ଦିନ ହେଲା କାର୍‌ ଭିତରେ ରହୁଛନ୍ତି ଯୁବକ

ବ୍ରହ୍ମପୁର: ଗାଁ ଭିତରେ ଲୋକେ ପୂରାଇ ନ ଦେବାରୁ ବାଧ୍ୟ ହୋଇ ଗତ ୫ ଦିନ ହେଲା କାର୍‌ ଭିତରେ ରହୁଛନ୍ତି ଜଣେ ଯୁବକ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍‌ ଅନ୍ତର୍ଗତ ବାସୁଦେବପୁର ଗାଁରେ ଏଭଳି କିଛି ଘଟଣା ଏବେ ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ଗାଁର ମାଧବ ପାତ୍ର ନାମକ ଜଣେ ବିହାରରେ ରହୁଥିଲେ। ଲକ୍‌ଡାଉନ୍‌ ପରେ ଗାଁକୁ ପଳାଇ ଆସିଥିଲେ। ଗାଁରେ ପହଞ୍ଚିବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତାଙ୍କୁ କ୍ୱାରେଣ୍ଟିନ୍‌ ସେଣ୍ଟରରେ ରଖାଯାଇଥିଲା। […]

  • Tuesday, 13 July 2021
mo bus.
“ଖୁବ୍‌ ଶୀଘ୍ର ଗଡ଼ିବ ‘ମୋ ବସ୍‌’ ”

ଭୁବନେଶ୍ୱର: ରାଜ୍ୟରେ ଖୁବ୍‌ ଶୀଘ୍ର ‘ମୋ ବସ୍‌’ ଚଳାଚଳ କରିବ। କେଉଁ ରୁଟ୍‌ରେ କେତେ ବସ୍‌ ଚଳାଚଳ କରିବ, ସେନେଇ ଆସନ୍ତାକାଲି ଅବଗତ କରାଯିବ ବୋଲି କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟର ସିଇଓ ଅରୁଣ ବୋଥ୍ରା କହିଛନ୍ତି। ସୂଚନାଥାଉ କି, ‘ମୋ ବସ୍’ ଗୁଡ଼ିକ ଏବେ ପ୍ରବାସୀଙ୍କ ନେବା ଆଣିବାରେ ନିୟୋଜିତ ହୋଇଛି। ତେବେ ‘ମୋ ବସ୍‌’ ଚଳାଚଳ କରିବା ପୂର୍ବରୁ ବସ୍‌ ଗୁଡ଼ିକୁ ସାନିଟାଇଜ୍‌ କରାଯିବା ସହ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅନ୍ୟାନ୍ୟ ବ୍ୟବସ୍ଥା […]

  • Tuesday, 13 July 2021
EXtOIbPU8AENRU2
୧୬ ଜିଲ୍ଲାରୁ ଆଉ ୧୦୩ କରୋନା ପଜିଟିଭ୍‌‌ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ନୂଆ ୧୦୩ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଏମାନଙ୍କ ମଧ୍ୟରୁ ଦେବଗଡ଼ ଜିଲ୍ଲାରୁ ସର୍ବାଧିକ ୨୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ୧୦୩ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଦେବଗଡ଼ରୁ ୨୨ଜଣ,କେନ୍ଦ୍ରାପଡ଼ାରୁ ୧୫ଜଣ, ଜଗତସିଂହପୁର ୧୦ଜଣ, ମାଲକାନଗିରିରେ ୯ଜଣ, ଭଦ୍ରକ ଓ ବଲାଙ୍ଗିରରେ ୮ଜଣ ଲେଖାଏ ଓ କୋରାପୁଟ ଓ ଗଜପତିରୁ ୬ ଜଣ ଲେଖାଏ, ଖୋର୍ଦ୍ଧା ଓ ବାଲେଶ୍ୱରରେ ୫ ଲେଖାଏ, […]

  • Tuesday, 13 July 2021
odisha
ପୁଣି ଟ୍ରେନ୍‌ ଚେନ୍‌ ଟାଣି ଅଧାବାଟରେ ଓହ୍ଲାଇଲେ ପ୍ରବାସୀ ଶ୍ରମିକ

କଣ୍ଟାବାଞ୍ଜି: ପୁଣି ଟ୍ରେନ୍‌ ଚେନ୍‌ ଟାଣି ଅଧାବାଟରେ ଓହ୍ଲାଇଲେ ପ୍ରବାସୀ ଶ୍ରମିକ। ଜଣେ କି ଦୁଇ ଜଣ ନୁହଁନ୍ତି, ଏକାବେଳେ ୩୨୦ ଜଣ ପ୍ରବାସୀ ଶ୍ରମିକ ଆଜି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଲ୍‌ୱେ ଷ୍ଟେସନରେ ଓହ୍ଲାଇ ପଡ଼ିଥିବା ଘଟଣା ଏବେ ସାମ୍ନାକୁ ଆସିଛି। ସମସ୍ତ ଶ୍ରମିକ ନୂଆପଡ଼ା ଓ ବରଗଡ଼ ଜିଲ୍ଲାର ବୋଲି ସୂଚନା ମିଳିଛି। ଏହି ଶ୍ରମିକମାନେ ଗୁଜରାଟ ଗାନ୍ଧିନଗରରୁ ନିର୍ଗୁଣ୍ଡି ଅଭିମୁଖେ ଏକ ଶ୍ରମିକ ସ୍ପେସାଲ ଟ୍ରେନ୍‌ରେ ଯାତ୍ରା କରୁଥିଲେ। ତେବେ କଣ୍ଟାବାଞ୍ଜି ଷ୍ଟେସନରେ […]

  • Tuesday, 13 July 2021
beer
ଆଜିଠୁ କଟକରେ ମଦ ହୋମ୍‌ ଡେଲିଭରି

କଟକ: କଟକରେ ଅନ୍‌ଲାଇନ୍‌ରେ ମଦ ବିକ୍ରି ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ନେଇ ଲାଗି ରହିଥିବା ଟଣାଓଟରା ଭିତରେ ଶେଷରେ ହଁ ଭରିଛି କଟକ ଜିଲ୍ଲା ବିଦେଶୀ ମଦ ଦୋକାନୀ ବ୍ୟବସାୟୀ ସଂଘ। ଆଜିଠୁ କଟକରେ ଅନ୍‌ଲାଇନ୍‌ରେ ମଦ ବିକ୍ରି ପାଇଁ ସଂଘ ଶେଷରେ ରାଜି ହୋଇଛି। କିନ୍ତୁ ଜୋମାଟୋ କିମ୍ବା ସ୍ୱିଗି ନୁହଁ, ବରଂ ଦୋକାନୀଙ୍କ ଦ୍ୱାରା ନିଯୁକ୍ତ ବ୍ୟକ୍ତି ହିିଁ ଗ୍ରାହକଙ୍କୁ ମଦ ଡେଲିଭରି ଦେବେ ବୋଲି ସଂଘ ନିଷ୍ପତ୍ତି ନେଇଛି। ଆଜି ସକାଳ […]

  • Tuesday, 13 July 2021
src
ଓଡ଼ିଶାରେ ବଦଳିଲା କ୍ୱାରେଣ୍ଟିନ୍‌ ନିୟମ

ଭୁବନେଶ୍ୱର: ରାଜ୍ୟରେ ବଦଳିଲା କ୍ୱାରେଣ୍ଟିନ୍‌ ନିୟମ। ଏଣିକି ପ୍ରବାସୀ ଓଡ଼ିଆମାନେ ୨୧ ଦିନ ବଦଳରେ ୧୪ ଦିନ କ୍ୱାରେଣ୍ଟିନ୍‌ରେ ରହିବେ। ଆଜି ସାମ୍ବାଦିକ ସମ୍ମିଳନୀରେ ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି) ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି। ବାହାର ରାଜ୍ୟରୁ ଗାଁକୁ ଫେରୁଥିବା ପ୍ରବାସୀମାନେ ପ୍ରଥମ ୭ ଦିନ କ୍ୱାରେଣ୍ଟିନ୍‌ ସେଣ୍ଟରରେ ରହିବା ବାଧ୍ୟତାମୂଳକ। କରୋନା ଲକ୍ଷଣ ନ ଥିଲେ ସେମାନଙ୍କୁ କ୍ୱାରେଣ୍ଟି ସେଣ୍ଟରରୁ ଛାଡ଼ି ଦିଆଯିବ। ହେଲେ ସେମାନେ ସେଠାରୁ ବାହାରି ନିଜ ଘରେ ଆଉ ୭ […]

  • Tuesday, 13 July 2021
bus
କାଲିଠୁ ରାଜ୍ୟରେ ଗଡ଼ିବ ବସ୍

ଭୁବନେଶ୍ୱର: ରାଜ୍ୟ ଭିତରେ ଆସନ୍ତାକାଲିଠାରୁ ଗଡ଼ିବ ଘରୋଇ ବସ୍ ଓ ଟ୍ୟାକ୍ସି। ସହମତି ଭିତ୍ତିରେ ଆନ୍ତଃରାଜ୍ୟ ବସ୍ ଚଳାଚଳ ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି। ସିଟି ବସ୍ ଚଳାଚଳ ପାଇଁ ମଧ୍ୟ ଅନୁମତି ମିଳିଛି। ବସ୍ ସହ ଅଟୋ ରିକ୍ସା, ଓଲା, ଉବେର ଗାଡ଼ି ମଧ୍ୟ ଚାଲିବ। ସେହିପରି ୪ ଚକିଆ ଓ ଅଟୋରେ ଡ୍ରାଇଭରଙ୍କ ବ୍ୟତୀତ ୨ ଯାତ୍ରୀଙ୍କୁ ଯାତ୍ରା କରିବା ପାଇଁ ଅନୁମତି ମିଳିଛି। ବସ୍‌ରେ ଯେତିକି ସଂଖ୍ୟକ ସିଟ୍ ଥିବ […]

  • Tuesday, 13 July 2021
park
କଟକଣା ସହ ଖୋଲିଲା ରାଜଧାନୀର ଏହିସବୁ ପାର୍କ

ଭୁବନେଶ୍ୱର: ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ରାଜଧାନୀର କିଛି ପ୍ରମୁଖ ପାର୍କ ଖୋଲିଛି। ପରୀକ୍ଷାମୂଳକ ଭାବେ ଏହି ପାର୍କ ଗୁଡ଼ିକୁ ବିଏମ୍‌ସି ପକ୍ଷରୁ ଖୋଲା ଯାଇଛି। ଆଇଜି, ଫରେଷ୍ଟ ଓ ବୁଦ୍ଧ ପାର୍କ ସକାଳ ୭ରୁ ଦିନ ୧୦ ଯାଏ ଖୋଲା ରହିବ। ସେହିଭଳି ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ଯାଏ ପାର୍କ ଖୋଲା ରହିବ। ପାର୍କ ଖୋଲା ଯାଇଥିଲେ ମଧ୍ୟ କିଛି କଟକଣା ଜାରି କରାଯାଇଛି। ପାର୍କକୁ ଯାଉଥିବା ଲୋକମାନେ ସାମାଜିକ ଦୂରତ୍ୱ ମାନିବା ସହ ମାସ୍କ […]

  • Tuesday, 13 July 2021
EXioZwPX0AEaCbf
ସୁନ୍ଦରଗଡ଼ରୁ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୪ ଆକ୍ରାନ୍ତ ବିଶ୍ରା ଓ ଲାଠିକଟା ବ୍ଲକ୍‌ର। ଏନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପଓ୍ୱନ କଲ୍ୟାଣ ସୂଚନା ଦେଇଛନ୍ତି। ୪ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ମହିଳା ଓ ୩ଜଣ ପୁରୁଷ ଥିବା ସୂଚନା। ସେମାନଙ୍କ ମଧ୍ୟରୁ ୨ଜଣ ମହାରାଷ୍ଟ୍ର ଓ ୨ଜଣ ଚେନ୍ନାଇରୁ ଫେରିଥିଲେ। ଅନ୍ୟପକ୍ଷରେ ବରଗଡ଼ ଜିଲ୍ଲାକୁ କରୋନା ଛୁଇଁଛି। ବରଗଡ଼ ସହରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା […]

  • Tuesday, 13 July 2021
beer
ଆଜିଠୁ ରାଜ୍ୟରେ ଅନ୍‌ଲାଇନ୍‌ରେ ମିଳିବ ମଦ; ହୋମ୍‌ ଡେଲିଭରି କରିବେ ଜୋମାଟୋ ଓ ସ୍ୱିଗି

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଅନ୍‌ଲାଇନ୍‌ରେ ମିଳିବ ମଦ। ଅନଲାଇନ୍‌ରେ ମଦ ବିକ୍ରି ନେଇ ରାଜ୍ୟ ସରକାର ଅନୁମତି ଦେଇଛନ୍ତି।  ଉଭୟ ଅନ୍ ଓ ଅଫ୍ ଲାଇସେନ୍ସପ୍ରାପ୍ତ ଦୋକାନୀ ମଦ ହୋମ୍ ଡେଲିଭରି କରିପାରିବେ। ତେବେ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ରେ ଏହି ହୋମ୍‌ ଡେଲିଭରି ହୋଇପାରିବ ନାହିଁ। ଅନ୍‌ଲାଇନ୍‌ରେ ମଦ ଡେଲିଭରି ପାଇଁ ଜୋମାଟୋ ଓ ସ୍ୱିଗିକୁ ରାଜ୍ୟ ଅବକାରୀ ବିଭାଗ ଅନୁମତି ଦେଇଛି। ଅନ୍‌ଲାଇନ୍‌ରେ ମଦ ବିକ୍ରି ନିଷ୍ପତ୍ତି ପରେ ଏହି ଦୁଇ ସଂସ୍ଥା ହୋମ୍‌ ଡେଲିଭରି ପାଇଁ […]

  • Tuesday, 13 July 2021
EXjQ3H-WAAAniMw
ବରଗଡ଼ ଜିଲ୍ଲାକୁ ଛୁଇଁଲା କରୋନା

ବରଗଡ଼: ବରଗଡ଼ ଜିଲ୍ଲାକୁ ଛୁଇଁଲା କରୋନା। ବରଗଡ଼ ସହରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ଲୋକ ସଂପର୍କ ଅଧିକାରୀ କଲ୍ୟାଣୀ ଦାସ ସୂଚନା ଦେଇଛନ୍ତି। ଆକ୍ରାନ୍ତ ଜଣକ ହୋମ୍‌ କ୍ୱାରେଣ୍ଟିନ୍‌ରେ ଥିଲେ। ବରଗଡ଼ ଜିଲ୍ଲାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତ ଜିଲ୍ଲା ସଂଖ୍ୟା ୨୭କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ, ବଲାଙ୍ଗିର ଜିଲ୍ଲାରେ ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ସୂଚନା ଦେଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ […]

  • Tuesday, 13 July 2021
EW5UDYZXYAERCrj
ବଲାଙ୍ଗିରରେ ଆଉ ୭ କରୋନା ପଜିଟିଭ୍‌ ଚିହ୍ନଟ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ସୂଚନା ଦେଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଆଗଲପୁର ଓ ସଇଁତଳା ବ୍ଲକର ୨ ଜଣ ଲେଖାଏ, ଲୋଇସିଂହା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକର ଜଣେ ଲେଖାଏ ଅଛନ୍ତି। ଆକ୍ରାନ୍ତ ୭ ଜଣ ପୁରୁଷ ଓ ସମସ୍ତେ ବାହାର ରାଜ୍ୟରୁ ଫେରିଥିଲେ। ଏମାନେ ସମସ୍ତେ କ୍ୱାରେଣ୍ଟିନ୍‌ ସେଣ୍ଟରରେ ଥିଲେ। ନୂଆ ଆକ୍ରାନ୍ତଙ୍କୁ ମିଶାଇ ବଲାଙ୍ଗିର ଜିଲ୍ଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା […]

  • Tuesday, 13 July 2021